STORYMIRROR

MADHU MITA

Tragedy

3  

MADHU MITA

Tragedy

ଆତ୍ମା ର ଆତ୍ମକଥା

ଆତ୍ମା ର ଆତ୍ମକଥା

1 min
267


ଶୁଣିବାକୁ ନିଶ୍ଚୟ ନିଆରା ଲାଗୁଥିବ

କେବେ କଣ ଆତ୍ମା ତା କଥା ଯେ କହିବ!!

କିନ୍ତୁ ଆଜି କହିବି ମୋ ମନର ଅକୁହା କାହାଣୀ

ମୁଁ ଆତ୍ମା ଅବିନାଶୀ ଅଶରିରୀରିର ସତ୍ୟ ସନ୍ଧାନୀ...!!


ଶରୀର ପ୍ରାପ୍ତି ସୂଚାଇ ଦେଲା..କର୍ତ୍ତବ୍ୟରେ ଛନ୍ଦି ଦେଲା

ଜନ୍ମର ମିଥ୍ୟା ଆବରଣକୁ ମୃତ୍ୟୁର ସତ୍ୟ ଖୋଲି ଥିଲା

ସମ୍ପୂର୍ଣ୍ଣ ପୂର୍ଣ୍ଣାଙ୍ଗ ଜୀବନ..ପାରିବାରିକ ମୋହ ଆକର୍ଷଣ

ବନ୍ଧୁ ପରିଜନ ସଖା ସଂଗୀ ଦୈହିକ ମାନସିକ ସୁଖ ସାଧନ!!??



ଅଜନ୍ମା ଭ୍ରୁଣର ଆତ୍ମ ଅଭିମାନ

ମାତୃ ଗର୍ଭରେ ନିହିତ ଥିଲା ନିର୍ବାଣ

ଚିଂହାଇ ଥିଲା ଏ ସଂସାର କାରାବନ୍ଧନ

ଦୈନିକ ଏଠି କେବଳ କ୍ରନ୍ଦନ ..ଦହନ...ଶୋଷଣ!!??



ସ୍ବପ୍ନ ଅପରିସୀମ ବୁକୁ ପୂର୍ଣ୍ଣ କରି

ଆଗେଇ ଥିଲି ମୁଁ ନଭେ ବିହଙ୍ଗ ପରି

ଅକାଳ ମୃତ୍ୟୁ ଅଚାନକ କରିଥିଲା ଚକିତ

ଭାଗ୍ୟ ହାତେ ଡୋରି..ଏହା ହିଁ କି ଅନ୍ତିମ ସତ୍ୟ!!??



ଜୀବନ ସାରା ଦହଗଞ୍ଜ ହେଲା ପରେ

ଲୋଳିତ ଚର୍ମ ସହ ଶୀର୍ଣ୍ଣ ଅବଶ ଅବୟବରେ

ରୋଗ ଶଯ୍ୟାରେ ପଡି ଥିଲା ମୃତ୍ୟୁର କାମନା

ଦେଖି ଥିଲି ଆତ୍ମୀୟଙ୍କ ହୃଦେ ଘୃଣା ଭରା ସମବେଦନା!!??



ଧନ ଯୌବନ ଗର୍ବରେ ମଦମତ୍ତ ହୋଇ

ଧରାକୁ ସରା ଭାବି ଉନ୍ମାଦ ପରି ରହି

ବିତିଲା ଜୀବନ ଯେବେ ମୃତ୍ୟୁ କଲା ଆଲିଙ୍ଗନ

ଦେଖିଲି ଶୂନ୍ୟ ଥିଲା ହସ୍ତ ପଦ..ନ ଥିଲା ବସ୍ତ୍ରାଭୂଷଣ!!??



ହେଉଥିଲି କୀଟ ପତଙ୍ଗ..ପଶୁ ପୁଣି ବିହଙ୍ଗ

ଶରୀର ମୋହରେ କେତେ ଥିଲେ ପର କେତେ ଅନ୍ତରଙ୍ଗ

ଯାତ୍ରା ମୋ ଥିଲା ଅନନ୍ତ ଅବିରାମ ପରିବ୍ୟାପ୍ତ ଅସମାପ୍ତ..

ଲକ୍ଷ୍ୟ ଥିଲା ବିଭୁ ପଦ ସେବା ନ କରି ଆଜି ଅଶାନ୍ତ ଅନୂତପ୍ତ!!??




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy