ଆତ୍ମ ଗ୍ଲାନି ଗାଣ୍ଡିବ
ଆତ୍ମ ଗ୍ଲାନି ଗାଣ୍ଡିବ
କୌରବର ବିନାଶରେ
ମୁକ ସାକ୍ଷୀ ଥିଲା ସିଏ
ଯଜ୍ଞସେନି ସ୍ୱୟମ୍ବରେ
ଲକ୍ଷ୍ୟ ଭେଦି ନିଷ୍ଫଳେ
କୃଷ୍ଣଙ୍କର ଅଜ୍ଞମାଳେ
ଲୋଟିଥିଲା ଥିରାକୋଳେ
ବାସୁଦେବ ମୃଦୁ ହସେ
ଜ୍ଞାନଗଙ୍ଗା ପାଇ ରମେ
ପାଞ୍ଚାଳିର ବସ୍ତ୍ର ହରଣେ
ବିବଶ ଲାଚାର ମନେ
ଅନ୍ୟାୟକୁ ଜୀର୍ଣ୍ଣ କରି
ପାର୍ଥଙ୍କ ଜାନୁକୁ ଭରି
ଗଙ୍ଗାପୁତ୍ର ସମୀପରେ
ବିଚଳିତ କପଟରେ
ଟଳିଗଲେ ଗଙ୍ଗା ପୁତ୍ର
ଅମ୍ବା ପ୍ରେମେ ଅଭିଭୁତ
ଅଭିମନ୍ୟୁ ବିହ୍ଵ କାଳେ
ସ୍ଥିତ ପ୍ରଜ୍ଞ ଜ୍ଞାତିଭୋଳେ
ସୁତପୁତ୍ର ପ୍ରତିଜ୍ଞାରେ
ଭୟଭୀତ ଚିତ ଯାରେ
ଚିତ ଚୋର ଚାତୁରୀରେ
ଅବା ରତ୍ନଗର୍ଭାର କୋଳେ
ଲେଖାଥିଲା ହତ ଯାର
ସେକି ଜ୍ୟେଷ୍ଠ ପାଣ୍ଡୁପୁତ୍ର
କୁରୁକ୍ଷେତ୍ର ପ୍ରତିଜ୍ଞାରେ
ଜୟଦ୍ରୋଥ ବଦ୍ଧ ବେଳେ
ଶକ୍ତିହୀନ ଆଭାକ୍ଷୀଣ
ଭାସ୍କର ପ୍ରଭା ମଣ୍ଡଳେ
ବସୁନ୍ଧରା କମ୍ପନରେ
ମହାଭାରତର ଖେଳେ
ବୃନ୍ଦାବନେ ଗୋପଲିଳା
କୁରୁକ୍ଷେତ୍ରେ ଧର୍ମଯୋଦ୍ଧା
ସାରଙ୍ଗର ସାମର୍ଥ୍ୟରେ
ପ୍ରଶ୍ନବାଚୀ ଥିଲା କେତେ
ଅଶ୍ୱଥମା ମୃତ ଶୁଣି
ଦ୍ରୋଣ ଚିତ୍ତ ଗଲା ଭଣି
ଚାପ ଗର୍ବ ଚାପି ସେତ
ଗୁରୁଙ୍କୁ କଲା ନିହତ
ଧନଞ୍ଜୟ ବାହୁବଳେ
ଅଚ୍ୟୁତଙ୍କ ଛାୟା ତଳେ
ପୁରୁଷାର୍ଥ ପରମାର୍ଥେ
ମହିମା ମଣ୍ଡଇ କେତେ
ତ୍ରେତୟାର ଶେଷଭାଗେ
ଦ୍ୱାରକାର ଜଳ ମଗ୍ନେ
ଯଶୋଧା ବତ୍ସଳ କାହ୍ନା
ଯେବେଗଲେ ଲଷ୍ମୀ ପୁରେ
ସଭ୍ୟସାଚୀ ମାନଭଙ୍ଗ
କଲୁ ତୁ କପଟିରେ .....!
ଶେଷଇଚ୍ଛା କୃଷ୍ଣଙ୍କର
କ୍ରିଷ୍ଣା ନକରିଲା ପାର
ଗୋପୀବଲ୍ଲବ ଇନ୍ଦ୍ରସୁତ ମଧ୍ୟେ
ଟାଣିଲୁ ଦୀର୍ଘ ପ୍ରାଚୀର
ଯୁଗ ଚକ୍ର ପରାଭବେ
"ଗାଣ୍ଡିବ" ତୋ ନାମ ।

