STORYMIRROR

SURESH KUMAR MOHAPATRA

Romance Action Classics

4  

SURESH KUMAR MOHAPATRA

Romance Action Classics

ଆତ୍ମ ଗ୍ଲାନି ଗାଣ୍ଡିବ

ଆତ୍ମ ଗ୍ଲାନି ଗାଣ୍ଡିବ

1 min
304

କୌରବର ବିନାଶରେ

ମୁକ ସାକ୍ଷୀ ଥିଲା ସିଏ

ଯଜ୍ଞସେନି ସ୍ୱୟମ୍ବରେ 

ଲକ୍ଷ୍ୟ ଭେଦି ନିଷ୍ଫଳେ

କୃଷ୍ଣଙ୍କର ଅଜ୍ଞମାଳେ

ଲୋଟିଥିଲା ଥିରାକୋଳେ

ବାସୁଦେବ ମୃଦୁ ହସେ

ଜ୍ଞାନଗଙ୍ଗା ପାଇ ରମେ

ପାଞ୍ଚାଳିର ବସ୍ତ୍ର ହରଣେ

ବିବଶ ଲାଚାର ମନେ

ଅନ୍ୟାୟକୁ ଜୀର୍ଣ୍ଣ କରି

ପାର୍ଥଙ୍କ ଜାନୁକୁ ଭରି

ଗଙ୍ଗାପୁତ୍ର ସମୀପରେ

ବିଚଳିତ କପଟରେ

ଟଳିଗଲେ ଗଙ୍ଗା ପୁତ୍ର

ଅମ୍ବା ପ୍ରେମେ ଅଭିଭୁତ

ଅଭିମନ୍ୟୁ ବିହ୍ଵ କାଳେ

ସ୍ଥିତ ପ୍ରଜ୍ଞ ଜ୍ଞାତିଭୋଳେ

ସୁତପୁତ୍ର ପ୍ରତିଜ୍ଞାରେ

ଭୟଭୀତ ଚିତ ଯାରେ

ଚିତ ଚୋର ଚାତୁରୀରେ

ଅବା ରତ୍ନଗର୍ଭାର କୋଳେ

ଲେଖାଥିଲା ହତ ଯାର

ସେକି ଜ୍ୟେଷ୍ଠ ପାଣ୍ଡୁପୁତ୍ର 

କୁରୁକ୍ଷେତ୍ର ପ୍ରତିଜ୍ଞାରେ

ଜୟଦ୍ରୋଥ ବଦ୍ଧ ବେଳେ

ଶକ୍ତିହୀନ ଆଭାକ୍ଷୀଣ

ଭାସ୍କର ପ୍ରଭା ମଣ୍ଡଳେ

ବସୁନ୍ଧରା କମ୍ପନରେ 

ମହାଭାରତର ଖେଳେ

ବୃନ୍ଦାବନେ ଗୋପଲିଳା

କୁରୁକ୍ଷେତ୍ରେ ଧର୍ମଯୋଦ୍ଧା

ସାରଙ୍ଗର ସାମର୍ଥ୍ୟରେ

ପ୍ରଶ୍ନବାଚୀ ଥିଲା କେତେ

ଅଶ୍ୱଥମା ମୃତ ଶୁଣି

ଦ୍ରୋଣ ଚିତ୍ତ ଗଲା ଭଣି

ଚାପ ଗର୍ବ ଚାପି ସେତ

ଗୁରୁଙ୍କୁ କଲା ନିହତ

ଧନଞ୍ଜୟ ବାହୁବଳେ

ଅଚ୍ୟୁତଙ୍କ ଛାୟା ତଳେ

ପୁରୁଷାର୍ଥ ପରମାର୍ଥେ

ମହିମା ମଣ୍ଡଇ କେତେ

ତ୍ରେତୟାର ଶେଷଭାଗେ

ଦ୍ୱାରକାର ଜଳ ମଗ୍ନେ

ଯଶୋଧା ବତ୍ସଳ କାହ୍ନା

ଯେବେଗଲେ ଲଷ୍ମୀ ପୁରେ

ସଭ୍ୟସାଚୀ ମାନଭଙ୍ଗ

କଲୁ ତୁ କପଟିରେ .....!

ଶେଷଇଚ୍ଛା କୃଷ୍ଣଙ୍କର

କ୍ରିଷ୍ଣା ନକରିଲା ପାର

ଗୋପୀବଲ୍ଲବ ଇନ୍ଦ୍ରସୁତ ମଧ୍ୟେ

ଟାଣିଲୁ ଦୀର୍ଘ ପ୍ରାଚୀର

 ଯୁଗ ଚକ୍ର ପରାଭବେ

"ଗାଣ୍ଡିବ" ତୋ ନାମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance