STORYMIRROR

Basanta Mishra

Tragedy

3  

Basanta Mishra

Tragedy

ଆସିଥିଲ ତୁମେ

ଆସିଥିଲ ତୁମେ

1 min
179

     


ଆସିଥିଲ ତୁମେ ଜୀବନକୁ ମୋର

ସଞ୍ଜୁଆ ତାରାଟେ ହୋଇ

ଉଭେଇଗଲ ଗୋ ସପନ ଦେଖାଇ

କୁଆଁତାରା ରୂପ ନେଇ


ଫଗୁଣ ଫଗୁରେ ଭିଜାଇବା ପାଇଁ 

କଥା ମୋତେ ଦେଇଥିଲ

ଫଟା ବାଦଲର ଅବୁଝା ସୁଅରେ

ଭାସିବାକୁ ଛାଡିଗଲ


ଏତେ ଦୁଃଖ କିଆଁ ଦେଇଗଲ ମୋତେ

କେଉଁ ଅପରାଧ ପାଇଁ।

ଆସିଥିଲ ତୁମେ ଜୀବନକୁ ମୋର

ସଞ୍ଜୁଆ ତାରାଟେ ହୋଇ।୧ା


ବିରହ ଢେଉର ଆଘାତକୁ ସହି

ଶିଳା ପାଲଟିଛି ମୁହିଁ

ଦିନ ଦିନ ଧରି ପଡି ରହିଅଛି

ତୁମରି ପରଶ ପାଇଁ


ଜାଣେନି ଜୀବନେ ତୁମ ସାଥେ ଆଉ

ଦେଖା ହୋଇବ କି ନାହିଁ।

ଆସିଥିଲ ତୁମେ ଜୀବନକୁ ମୋର

ସଞ୍ଜୁଆ ତାରାଟେ ହୋଇ।୨ା


        



Rate this content
Log in

Similar oriya poem from Tragedy