ଆସିଗଲା ଭାଇ ପରବ ରଜ
ଆସିଗଲା ଭାଇ ପରବ ରଜ
ଆସିଗଲା ଭାଇ ପରବ ରଜ l
ଧରିତ୍ରୀ ମାତାର ଅପୂର୍ବ ସାଜ ll
ଅପୂର୍ବ ପରବ ଆମ ଉତ୍କଳେ ll
ପରବ ପାଳନ୍ତି ଆବୃଦ୍ଧ ବାଳେ ll
ଓଡ଼ିଆ ଅମେ ତ ଭାରି ବଢ଼ିଆ l
ପରବ ପାଳୁଛୁ ଜାତି ଜାତିଆ ll
ବାରମାସେ ଆମ ତେର ପରବ l
ଜଗନ୍ନାଥ ଆମ ଇଷ୍ଟ ବାନ୍ଧବ ll
ରଜ ଆସିଗଲା ରଜ ଆସିଲା l
ବରଡାଳେ ରଜଝୁଲି ଲାଗିଲା ll
ଯାଆ ରଜଝୁଲି ଯାଆରେ ଉଡ଼ି l
ପରି ରାଇଜରୁ ଆଣିବୁ ଚୁଡ଼ି ll
ଝୁଲି ଡାକ ଦେଲା ରଅଟ ରଟ l
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ll
ସପତା ଘରରେ ତାଆସ ପଡ଼ି l
ଆମ୍ବ ଗଛ ଛାଇ ରଜ ବାଗୁଡ଼ି ll
ବୋହୁ ଘରୁ ଭାର ଆମ୍ବ ପଣସ l
ପାନ ଖାଇଯିବ ସଜନୀ ଆସ ll
ପ୍ରବାସରୁ ଆସିଛନ୍ତି ମୋ କାନ୍ତ l
ଶୁଣ ଶୁଣ ମୋର କେଳୁ ସାଆନ୍ତ ll
ଏମିତି ପରବ ଜଗତେ କାହିଁ l
ପରବ ମାଟି ମୋ ଉତ୍କଳଭୂଇଁ ll
ରଜ ଶେଷହେଲା ମେଘ ବରଷା l
ରଜସ୍ଵଳା ଭୂଇଁ ସର ସରସା ll
ଆସ ଲଗାଇବା ପାଦପ ମାମୁଁ l
ନଡ଼ିଆ ପଣସ ରସାଳ ଜାମୁ ll
ଗଙ୍ଗା ଜଳେ ବସୁମତୀ ସ୍ନାହାନ l
ତୋ ପଦେ ନମଇଁ ଦୀନ ସନ୍ତାନ ll
