STORYMIRROR

Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

ଆଶାର ଅରୁଣ

ଆଶାର ଅରୁଣ

1 min
342


ଜଳେ ଡହଡହ ହୃଦ ପାହାଡ ପଞ୍ଜର

ଅଣଚାଶ ମନ ବନ ପ୍ରଶ୍ବାସ ନିଶ୍ବାସ, 

ନଦନଦୀ ସ୍ରୌତସ୍ବିନୀ ପ୍ରାଣ ସଞ୍ଜିବନୀ

ଅବରୁଦ୍ଧ ସ୍ୱଚ୍ଛନ୍ଦତା ପ୍ରବାହ କ୍ରମଶଃ ।

ପ୍ରଯୁକ୍ତି ଜ୍ଞାନ ବିଜ୍ଞାନ ଜନ ବିସ୍ଫୋରଣ 

ହୁଏ ଦ୍ରୁତ ଅଭିବୃଦ୍ଧି ଭୌତିକ ବିକାଶ, 

ବୃଦ୍ଧିପାଏ ବ୍ଯବଧାନ ବୌଦ୍ଧିକ ସମାଜେ

ଗୁଣାତ୍ମକମାନ କ୍ରମେ ହୋଇ ଯାଏ ହ୍ରାସ ।

ମଧୁର ମମତା ସ୍ନେହ ପ୍ରୀତି ପ୍ରେମାମୃତ

ସୁଶୀତଳ ସବୁଜିମା ହେଉଛି ଉଭାନ ,

ଉତ୍କଟ କାଳିନ୍ଦୀ ତଟେ ପ୍ରଦୂଷଣ ବିଷ ଜ୍ବାଳା

ପୀଡେ ଅବସାଦ ଦୁଃଖ ଅପ୍ରମିତ ଜୀବନ ।

ଉବୁଟୁବୁ ସଂସାରରେ ତୀବ୍ର ହିଂସା ଦ୍ବେଷ 

ଯନ୍ତ୍ର ଦାସ କିଂକର୍ତ୍ତବ୍ଯବିମୁଢ ମଣିଷ ,

ହଳାହଳ ସ୍ବାର୍ଥ ପାଇଁ ପାଗଳ ପ୍ରାୟକ

କରିଚାଲେ ପ୍ରକୃତିର ଧ୍ବଂସ ଓ ବିନାଶ ।

କଳୁୁଷିିତ ପ୍ରିୟ ବନ୍ଧୁ ଆତ୍ମିକ ସମ୍ପର୍କ 

ପୂର୍ବ ପରି ସମର୍ପଣ ନାହିଁ ଆକର୍ଷଣ, 

ହଜିଯାଏ ସୁବିଶ୍ବାସ ଭକ୍ତି ସଦ୍ଭାବନା

କ୍ରୁର ହିଂସ୍ର ଆତଙ୍କରେ ଜୀବନ ଉଚ୍ଛନ୍ନ ।

ଅହଙ୍କାର ବ୍ଯଭୀଚାର ତମସା ଆଚ୍ଛନ୍ନ 

ଅସହାୟ ଏ ମଣିଷ ହୁଏ ଜ୍ଞାନ ଶୂନ୍ଯ, 

ରକ୍ଷାକର ଜଗଦୀଶ ପ୍ରଭୁ ଜଗନ୍ନାଥ 

ଅବତର ଉଦେ ହୁଅ ଆଶାର ଅରୁଣ ।

      


Rate this content
Log in

Similar oriya poem from Tragedy