ଆଶା
ଆଶା
ମୁଁ ନୀରବ ଶ୍ରୋତାଟେ ,
ପାଏ ଯହିଁ ପ୍ରତ୍ୟକ୍ଷ ଆନନ୍ଦ
ତୁମରି ଶବ୍ଦରେ
ସ୍ଵତଃସ୍ଫୂର୍ତ୍ତ ଆବେଗରେ ।
ଯାହାବି ପ୍ରକାଶ କର ...
ଦୃଶ୍ୟମାନ ବାସ୍ତବର
ଲାଗେ ପ୍ରତିଧ୍ୱନି ,
କାହିଁକିନା ... ପ୍ରତିବର୍ଣ୍ଣ
ପ୍ରାଣକୁ ଜାଗ୍ରତ କରେ ।
ଭାବର ଫାଶରେ
ଏମିତି କେମିତି ...
ବାନ୍ଧି ହୋଇଯାଏ
ତୁମ ଚେତନାର
ପୂର୍ଣ୍ଣତମ ଶାବ୍ଦିକ
ସୈାନ୍ଦର୍ଯ୍ଯ ବୋଧରେ ।
ସେ ପ୍ରତିଟି ଧ୍ବନିରୁ
ଝରୁଥିବା ଭାବର ମାଧୁର୍ଯ୍ଯ ,
ଉତ୍ତୋଳନ କରେ ଆଉ
ସନ୍ନିହିତ ହୋଇଯାଏ ,
ପ୍ରତି କ୍ଷଣ ମର୍ମେ ମର୍ମେ
ଅନୁରାଗେ ଅନୁଭବ କରେ ।
ଇଏ କ'ଣ ପ୍ରେମର ଅର୍ଚ୍ଚନା
ଅବା ଶୁଭ ଅନୁକୂଳ
କେଉଁ ଏକ ସଂପର୍କରେ ,
ଅବା ଇଏ ହୃଦୟର
ପ୍ରଗାଢ ପ୍ରଣୟାନୁରକ୍ତି
ଏ ଶୃଙ୍ଗାରି ଚେତନାରେ ।
