STORYMIRROR

Kishore Nayak

Tragedy

4  

Kishore Nayak

Tragedy

"ଆଶା ଓ ଅତୀତ "

"ଆଶା ଓ ଅତୀତ "

1 min
11

ଏଠି ବଞ୍ଚିବାକୁ ହୁଏ ବର୍ତ୍ତମାନକୁ ନେଇ 

ନିଜ ସହ ଘଟି ଚାଲିଥିବା ପ୍ରତିଟି ମୁହୂର୍ତ୍ତ 

ସୁଖ-ଦୁଃଖ, ହସ-କାନ୍ଦ, ଭଲ-ମନ୍ଦ ଦେଇ 

ସମୟର ନୀରବତା ଭିତରେ 

ଦିନ ସବୁ ସରିଯାଏ ଆଗାମୀର ପରିଚୟ ଦେଇ 

ଅତୀତ ଚାଲିଯାଏ ତା' ବାଟରେ 

ସମୟର ଅଦୃଶ୍ୟ ପଥରେ 

ନିଜ ଆଖି ପାହାନ୍ତାରେ 

ଯେତେ ଚେଷ୍ଟା କଲେବି ଆଉ ସେ ଫେରେନା 

ହାତ ବଢ଼େଇଲେବି ଆଉ ପାଏନା 

ନିଜଠୁ ଦୁରେଇଯାଏ ଦୂରକୁ ଦୂରକୁ ଅନେକ ଦୂରକୁ 

ଲୁଚିଯାଏ ଦୂର ଦିଗବଳୟରେ ସ୍ମୃତିଟିଏ ହୋଇ 

ଭାବନାର ପରିରାଇଜରେ ଅମରତ୍ୱ ଲାଭ କରି 

ଅନ୍ତରର ବିଷ୍ପାରିତ କୋହରେ 

ଖାଲିତାକୁ ଭାବିବାଟା ସାର ହୁଏ ଏଇ ମନର ନିଭୃତ କୋଣରେ 

ଆଖିରୁ ଦୁଇ ଟୋପା ଲୁହ ଝରାଇ l

ହେଲେ ଆଶା କ'ଣ ସରେ ନା ମରେ 

ସେ ସବୁବେଳେ ଚିର ସବୁଜ ଚିର ଅବାରିତ 

ଏଇ ମଣିଷ ହୃଦୟର ଅବ୍ୟକ୍ତ କୋଣରେ 

ବସା ବାନ୍ଧି ରହିଥାଏ ଅତୃପ୍ତି ଆଉ ଅବଶୋଷ ନେଇ 

ଟିକେ ତୃପ୍ତି ଆଉ ପରିତୋଷର ପରିପୂରିତ ପ୍ରତୀକ୍ଷାରେ 

ଅନେକ ସଂଘର୍ଷ ଆଉ ଅସଫଳତା ଭିତରେ 

ତଥାପି ସେ ହାର ମାନେନା, ଥକି ପଡ଼େନା 

ଚାଲିଥାଏ ଚିର ଉଜ୍ଜୀବିତ ହୋଇ 

ଏ ଦେହ ଥିବାଯାଏ,ମୃତ୍ୟୁ ଶଯ୍ୟାରେ ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ l



Rate this content
Log in

Similar oriya poem from Tragedy