ଆମେ ଭଲ ସାଙ୍ଗ
ଆମେ ଭଲ ସାଙ୍ଗ
ମୋର ବି ଦିନ ଥିଲା
ଥିଲି ମୁଁ ବହୁତ ଗେହ୍ଲା
ଗାଉଥିଲି କ୍ରିଂ କ୍ରିଂ ଗୀତ,
ସବୁ ଆଙ୍ଗୁଠିର ଶୋଷ
ପାଇବାକୁ ମୋ ପରଶ
କାହିଁ ଗଲା ସେ ସୁଦିନ ମିତ।
ସମୟ ବଦଳି ଗଲା
ପିଲେ ହୋଇଲେ ପତଳା
ପୃଥୁଳ ମୁଁ ହୋଇଛି ପୃଥକ,
ସେକ୍ସି ଓ ସୁନ୍ଦର ଫୋନ
କ୍ଷଣେ କିଣିନିଏ ମନ
ତା ପାଇଁକି ବଳିଲା ସଉକ।
ସିଏ ଆଜିକାଲି ପିଲା
କେତେ ନାଟ କେତେ ପାଲା
କେତେ ଆପ୍ କ୍ୟାମେରାରେ ସଜ
କିନ୍ତୁ କାହିଁ ସେ ଶକତି
ପୁରୁଣା ଯୁଗର ଗତି
ଭିତର ପଚା ଉପରଟା ତାଜା।
ଛାଡ ଏ ବୃଥା ଲଢେଇ
ଏଥିରେ କି ଲାଭ ନାହିଁ
କାମ ଆମ ମାନବର ସେବା,
ମୁଁ ରହୁଅଛି ଘରେ
ସେ ରହିବ ପକେଟରେ
ଆମେ ଏବେ ଭଲ ସାଥି ହେବା।