Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmini Parida

Children

3  

Padmini Parida

Children

ଆମ ସ୍କୁଲ ଦିନ

ଆମ ସ୍କୁଲ ଦିନ

1 min
169


  ସ୍କୁଲ ଯାଉଥିଲୁ ଆମେ ଗୋଡି ମାଟି ଉଡାଇ  

  କାଁ ଭାଁ ସାଇକେଲରେ ଜଣେ ଦୁଇଜଣ ଚଢ଼ି  

  ବସ ଅଟୋ ପରମ୍ପରା ନ ଥିଲୁ ତ ଜାଣି !

  ସ୍କୁଲର ଭଲ ମନ୍ଦ ଚିନ୍ତା ଅଭିଭାବକ ନ କରନ୍ତି

  ପାସ ଫେଲ ଚିନ୍ତା ସବୁବେଳେ ଘାରୁ ଥିଲା

  ଶତକଡା (%)ସମ୍ବନ୍ଧଟି ବହୁ ଦୂରେ ଥିଲା !

  ଗଧ ମୂର୍ଖ ଭାବିବେ କି ଏହା ଭାବି

  ଟିଉସନ ହେବା ପାଇଁ ଲାଜ ଲାଗୁଥିଲା

  ସାଇ ଭାଇ ଗୁରୁଜନମାନଙ୍କୁ ଭୟ ଭାରି ଥିଲା!

   ବହି ଭିତରେ ଓସ୍ତପତର ମୟୁରପୁଛ ରେ

  ଭାରି ଧାରଣା ଭଲ ପାଠ ହେବ ବୋଲି !

   ଆଲୁମୁନିୟମ ଟ୍ରଙ୍କ କପଡା ଅଖା ବ୍ୟାଗ

  ଆମର ସେଦିନର ଥିଲା ଖାତା ବହିର ଠିକଣା!

  ନୂଆ କ୍ଲାସରେ ନୂଆ ପୁସ୍ତକରେ ମୋଟା ମାଟିଆ

  କାଗଜର ମଲାଟ ମଡ଼ାଇଵା ଆମ ପାଇଁ

   ବାର୍ଷିକ ଉତ୍ସବରୁ କମ ନଥିଲା !

   ଲାଜ ଲାଗେନାହିଁ ଆମକୁ ପୁରୁଣା

   ବହି ବିକ୍ରି କରି ନୂଆ ବହି କିଣିବା ପାଇଁ

  ବାପା ମା ଉପରେ ନଥିଲା ବୋଝ !

  ମାଡ ଖାଇବା ଆଣ୍ଠେଇବା କାନ ଧରି

   ଏକ ଗୋଡ଼ିଆ କଷ୍ଟ ହେଲେ ମଧ୍ୟ

  ଇଗୋ ପ୍ରୋବ୍ଲେମ ଆମର ନଥିଲା !

  ଘରେ ଏବଂ ସ୍କୁଲରେ ମାଡ଼ ଖାଇବା

  ଦୈନିକଜୀବନର ଏକ ସାଧାରଣ ଘଟଣା

  କିନ୍ତୁ ଭାରି ଖୁସିର ଦିନ ଥିଲା !

  କାଠପଟାର ବ୍ୟାଟ ଜରି କନା ରବର ଟ୍ୟୁବର ବଲ

  ଖାଲି ପାଦରେ କ୍ରିକେଟ ଖେଳିବା ମଜା

  ସାଇକେଲ କେରିୟାରରେ ବସିବୁଲିବା !

  ପକେଟମନି କଣ ଆମେ ଜାଣି ନଥିଲୁ

 ଗଣ୍ଠିଆ ସେଉ ବୁଟ ମିକ୍ସଚର ମୁଡୁକି

 କିମ୍ବା 25 ପଇସା ପାଇ ଆମେ ଖୁସି ହେଉଥିଲୁ !

  ଯୌଥ ପରିବାରରେ ଛୋଟ ଛୋଟ  

 ଆବଶ୍ୟକତା ଶୀଘ୍ର ପୂରଣ ହେଉଯାଉଥିଲା

 ବାସ୍ତବ ଦୁନିଆରେ ଆମେ ସବୁ ରହୁଥିଲୁ !

  ସ୍ମୃତି ଏକ ରୂପା ଜହ୍ନ ଭଳି ଅଭୁଲା ସେ ସ୍ମୁତି

  ମନ ପଡିଲେ ସେ ସ୍କୁଲ ଦିନ କଥା

 ହସ ମାଡ଼େ ସେ ବାଲ୍ୟ ଚପଳତା !

  



Rate this content
Log in

Similar oriya poem from Children