ଆମ ଗଣତନ୍ତ୍ର ଆମରି ହାତରେ
ଆମ ଗଣତନ୍ତ୍ର ଆମରି ହାତରେ
ଜାନୁଆରୀ ଛବିସି ଆମ ଚିର
ସ୍ମରଣୀୟ ହୋଇ ରହିଲା,
ଏଇ ଦିବସ ରେ ଆମ ସମ୍ବିଧାନ
ପ୍ରଣୟନ ହୋଇ ଥିଲା।
ସମ୍ବିଧାନର ଜନକ ଭୀମ ରାଓ
ଆମ୍ବେଦକର ହେଲେ,
ସାରା ଦେଶ ପାଇଁ ଶାସନ ବ୍ୟବସ୍ଥା
ସୁଦୁଢ କରି ଦେଲେ।
ସମ୍ବିଧାନରେ ଆମ ଅଧିକାର କଥା,
ବର୍ଣନା ହୋଇଲା।
ସାମାଜିକ ଠାରୁ ରାଜନୀତିକ କଥା
ସବୁ ଲିଖିତ ରହିଲା।
ରାଜ ତନ୍ତ୍ର ନୁହେଁ ଏବେ ଗଣ ତନ୍ତ୍ର
ସବୁଠି ଚାଲୁ ଅଛି,
ଆମ ଦେଶ ସର୍ବ ବୃହତ ଗଣତନ୍ତ୍ର
ରୂପେ ପରିଚିତ ହୋଇଛି।
ଆମ ଗଣ ତନ୍ତ୍ର ଆମରି ହାତରେ
ସେ କଥା କେବେ ଭୁଲିବା ନାହିଁ ,
ଲୋକ ଶାସନ ସବୁଠି ଚାଲୁ ଅଛି
ରାଜ ନୀତି ଏଠି ପଦବୀ ପାଇଁ।
ନିର୍ବାଚନ ବେଳେ ଭୋଟ ଦେବାକୁ
ଭୁଲି ଯିବା ନାହିଁ,
ଆମ ଭୋଟ ପାଇଁ ଗଣତନ୍ତ୍ର ଶାସନ
ଦେଶ ରେ ହୋଇବ ଭାଇ।
ଆସ ସର୍ବେ ଉପଯୁକ୍ତ ଶାସକକୁ ଭୋଟ
ଦେଇ ଆମେ ବାଛିବା,
ଅନ୍ୟାୟ ଦୁର୍ନିତି ଦୁରେଇ ଯିବାକୁ
ଆମେ ମାଧ୍ୟମ ହୋଇବା।
ମଦ ମାଂସ ଖାଇ କେବେ ଆମେ
ଫସି ଯିବା ନାହିଁ ଭାଇ,
ନୋଟ ଲୋଭ ରେ ପଡି ଭୋଟ ଦିଅନା
ହାତ ଯୋଡି କହୁଛି ବୁଝାଇ।
ଆସ ଗଣ ତନ୍ତ୍ର ପାଇଁ ସୁ ଶାସକ ଟିଏ ବାଛିବା,
ପ୍ରଗତି ପଥରେ ଯିବା ତ୍ରିରଙ୍ଗା ଉଡାଇ ଦେବା।
