STORYMIRROR

Arundhati Jena

Fantasy Others

4  

Arundhati Jena

Fantasy Others

ଆକାଶର ନୀଳ ନିରବତା

ଆକାଶର ନୀଳ ନିରବତା

1 min
229

ଏଇ ଆକାଶର ନୀଳ ନିରବତାକୁ ଦେଖି

ଇଚ୍ଛା ହୁଏ ତା ଭିତରେ ହଜି ଯାଆନ୍ତି କି !

ଭାବନା କେବଳ ଏଠି ମରୀଚିକା ତୁଲ୍ୟ

ସମ୍ପର୍କର ଚାଲେ ଏଠି ଭାରି ମୂଲ ଚାଲ।

ଆକାଶ ଭଳି ବିଶାଳ ଯଦି ହୃଦୟ ହୁଅନ୍ତା

ସମ୍ପର୍କର ସୂତା ଖିଅ ଛିଡି ନ ଯାଆନ୍ତା ।

ଅଭିନୟରେ ଏଠି କେବେ ଜିଅନ୍ତା ସେ ନାହିଁ

ଅନେକ ଯନ୍ତ୍ରଣାକୁ ହୃଦୟରେ ଦେଇ ସେ ଦବେଇ।

ନିଜେ ଜଳିଗଲେ ସୁଦ୍ଧା ପ୍ରଶଂସା ତା ନାହିଁ

କାହା ମୁଖୁ ଭଲ ପଦେ ଶୁଣି ନ ପାରଇ।

ନିଜ ଖୁସି ସବୁବେଳେ ଭୁଲି ସିଏ ଯାଏ

ନିରୀହ ପଣର ଲାଭ ତାର ଉଠାହୁଏ।

ଆକାଶର ବିସ୍ତୀର୍ଣ୍ଣ ବକ୍ଷକୁ ଦେଖି

ଇଚ୍ଛା ହୁଏ କାସ୍ ସିଏ ଯାଆନ୍ତା କି ହଜି।

ଏଇ ଆକାଶର ନୀଳ ନିରବତାକୁ ଦେଖି

ଇଚ୍ଛା ହୁଏ ତା ଭିତରେ ହଜି ଯାଆନ୍ତି କି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy