Chittaranjan Nanda

Action Inspirational Others

4  

Chittaranjan Nanda

Action Inspirational Others

ଆକାଶ କଇଁଆ ଚିଲିକା ମାଛ

ଆକାଶ କଇଁଆ ଚିଲିକା ମାଛ

1 min
11


ବନ୍ୟା ବାତ୍ୟାରେ ହଜିଲା ବିଲ

ଦେଖି ପାରିଲିନି ଘରେ ଜାଉ ଓ ତୋରାଣି

ପେଟ ପାଟଣା ତାଡନାରେ ବିତେ,

ଦିନତକ ଯିବ ସମୁଦ୍ର ଢେଉ ଗଣି ଗଣି ।


ମା ର ରୋଗ ଯନ୍ତ୍ରଣାକୁ ଚିହ୍ନି ପାରିଲାନି

ଅର୍ଥ ଲୋଭୀ ଚିକିତ୍ସକ ଯେତେ, 

ମା'ର ଶବ ଉପରେ ଫିଙ୍ଗିଲି ଖଇ,

କଉଡ଼ି ଓ ଖୁଚୁରା ସାଧ୍ୟ ମତେ ।


ଭଗ୍ନୀ ପାଇଁ ଆଖିରେ ଦେଖିଥିଲି ସପନ,

ମୋର ମନ ଥିଲା ସ୍ଵପ୍ନଭରା,

ଯୌତୁକ ନିର୍ଯ୍ୟାତନାରେ ଆଦରିଲା ସେ

ଫାସିଲଗା ଦଉଡିର ସାହାରା ।


କିଛି ମଣିଷ ଈଶ୍ବରଙ୍କ ନାମ ନେଇ

ପ୍ରବଞ୍ଚନା-ପୂଜାପାଠର ନୂଆ ସ୍ୱର,

ହୃଦୟରେ ବୁଣିଲେ ହଳାହଳ ବିଷ

ଯୁଗର ଯେତେ ସବୁ ସୁସଭ୍ୟ ଚତୁର ।


ଅହଂ ଭାବର ଉତ୍ତାପେ ସେମାନେ

ଭିଆଇଲେ କେତେ ଘୃଣ୍ୟ ଦଙ୍ଗାଗୋଳ 

ସେପରି ନିର୍ଦ୍ଦୟ ହୃଦୟ ଆଇନ ଆଖିରୁ

ସହଜେ ଯାଆନ୍ତି ମୁକୁଳି ଚିରକାଳ ।


ଶୁଭିଲା କେବଳ ଭାଷଣରେ ସ୍ୱର

ମାନବତାର ମହାମନ୍ତ୍ର ଜୀବନ ଦର୍ଶନ,

ମୁଁ ରାବିଲି ବାସ୍ତବତାକୁ ଆସି,

ବନ୍ଦ କର ! ବନ୍ଦ କର ଏଇ ପ୍ରହସନ ।


ଦୁଷ୍କର୍ମୀଙ୍କୁ ଶାସନ କଳ ଆଇନ

ପୋଲିସ ଯୋଗାଇ ଘଣ୍ଟ ଘୋଡାଅନ୍ତି,

ନିଜକୁ ଦେଶଭକ୍ତ ବୋଲାଇ ସେମାନେ

ଆଜି ଦେଖ କିପରି ଗରଜୁ ଅଛନ୍ତି ।


ପୁଂଜିପତି ସ୍ୱାର୍ଥରେ ସବୁଜ ବନାନୀ

ନଷ୍ଟ କରି ଭାବନ୍ତି ଖେଳିବ ସବୁଜ କ୍ଷେତ

ନୁହେଁ କି ଆକାଶ କଇଁଆ ଚିଲିକା ମାଛ

ଦେଖିବା ବିଶ୍ୱରେ ଭାରତ ମାଆର ନେତ ।


Rate this content
Log in

Similar oriya poem from Action