ଆଦରିବା ପୁରୁଣା ସ୍ମୃତି
ଆଦରିବା ପୁରୁଣା ସ୍ମୃତି
କାହିଁକିରେ ଧନ ଅବୁଝା ହେଉଛୁ
ଶୁଣୁନୁ ମା'ର କଥା
ଖେଳନା ପାଇଁକି ଉଦାସ ବଦନ
ନଦେଇ ପାରିଣ ବ୍ୟଥା ।
ଖେଳନା କଣ୍ଢେଇ ତୋ ହାତେ ଭଣ୍ଡେଇ
ଘର କାମେ ଥାଏ ବ୍ୟସ୍ତ
ଆଜି ସେହି ସୁଖ ସ ସୁବିଧା ଲିଭିଛି
କରୋନା କରିଛି ଗ୍ରସ୍ତ ।
ଜୀବନ ବଞ୍ଚିଲେ ଐଶ୍ଵର୍ଯ୍ୟ ବଞ୍ଚିବ
ଏହା ତ ନିରାଟ ସତ୍ୟ
କ୍ଷଣିକ ଆନନ୍ଦ ଉପଭୋଗ୍ୟ ପାଇଁ
ତ୍ୟାଗ କରିବା କି ମର୍ତ୍ତ୍ୟ ।
ଲୁଡୁ ପଶାପାଲି କଉଡିର ଖେଳ
ପୁରୁଣା ହୋଇଛି ସିନା
ସେହି ଏବେ ସାଥି ଜୀବନ ସାରଥୀ
କରନା ଅବମାନନା ।
ସମୟ ସାଙ୍ଗରେ ତାଳ ଦେଇ ଯିଏ
ଚଳୁଥାନ୍ତି ଏ ସଂସାରେ
ଜୀବନ ଯୁଦ୍ଧରେ ନିଶ୍ଚୟ ଜିତିବେ
ସୌଭାଗ୍ୟକୁ ଧରି କରେ ।
