ଆବିର୍ଭାବ ପ୍ରେମମୂର୍ତ୍ତି
ଆବିର୍ଭାବ ପ୍ରେମମୂର୍ତ୍ତି


ହଳଦିଆ ଗୋରୀ ମନ ଫୁଲପରୀ
ହସମୁଖ ତୋଫା ଜହ୍ନ
ଫଗୁଣର ରଙ୍ଗ ବୋଳି ହୋଇ ଦେହେ
ନାଚେ ଛନ୍ଦେ ଛମ ଛମ ।
ପକ୍ଷକୁ ମେଲାଇ ନୀଳ ଆକାଶରେ
ଉଡି ବୁଲେ ସ୍ୱଚ୍ଛନ୍ଦରେ
ଆନନ୍ଦ ଉତ୍ସାହେ ମୁକ୍ତ କଣ୍ଠେ ଗୀତ
ଗାଏ ସେ ପଞ୍ଚମ ସ୍ବରେ ।
ସୁମନ ସୁବାସେ ହୁଏ ଆକର୍ଷିତ
ସୁମଧୁର ତାର ଆଶା
ଭ୍ରମି ବୁଲୁଥାଏ ଫୁଲରୁ ଫୁଲକୁ
ଗୁଞ୍ଜି ଗୁଣୁଗୁଣୁ ଭାଷା ।
ବିଭୋର ମୋ ପ୍ରାଣ ବୁଝି ତ ପାରେନା
ଫଗୁଣର ମଧୁ ଛନ୍ଦ
ନୀଳ ମୋ ସ୍ବପନ ନିରେଖି ନୀଳିମା
ଭରିଦିଏ ଶବ୍ଦେ ରଙ୍ଗ ।
ଗୁନ୍ଥି ଶବ୍ଦ ଫୁଲେ ଜୟ ବର ମାଲ୍ଯ
ସଯତ୍ନେ ରଖେ ସାଇତି
ଖୋଜେ ମନପରୀ ସଂଗୋପେ ହୃଦୟେ
ଆବିର୍ଭାବ ପ୍ରେମ ମୂର୍ତ୍ତି ।