STORYMIRROR

Kishore Nayak

Children

3  

Kishore Nayak

Children

ଆ.... ଲୋ ମୋର ବଣି

ଆ.... ଲୋ ମୋର ବଣି

1 min
24

ଶିଶୁ ଓ କିଶୋରମାନଙ୍କ ପାଇଁ କବିତାଟିଏ 


ଆ.... ଲୋ ମୋର ବଣି 

ମାଆଠୁ ମାଗି ମିଠା ପିଜୁଳି 

ଦେବି ଲୋ ତୋତେ ଆଣି 

ଆ.... ଲୋ ମୋର ବଣି ll

ଗଛ ଡାଳରେ ଏକାକୀ ବସି 

କରୁଛୁ କିଆଁ ତୁଇ 

ଆ.... ମୋ ପାଶେ ମନ ହରଷେ 

ରହିବା ସାଙ୍ଗ ହୋଇ ll

ଏକାଠି ମିଶି ଖେଳିବା ଆମେ 

ହେବରେ ଭାରି ମଜା 

ବାପା ଆଣିବେ ହାଟରୁ କିଣି 

ତୋ' ପାଇଁ ଛେନାଗଜା ll

ସାଙ୍ଗ ହୋଇଣ ପାଠଶାଳାକୁ 

ଯିବା ଲୋ ପାଠ ପଢି 

ପଛରେ ମୋର ବସି ତୁ ଯିବା 

ସାଇକେଲରେ ଚଢି ll

ରୂପା ଥାଳିରେ ଦେବି ଲୋ ଭାତ 

ସୁନା ଗିନାରେ ପାଣି 

ରୁଷିଲେ ତୁଇ ଦେବି ଲୋ ତୋତେ 

ସରଗ ଚାନ୍ଦ ଆଣି ll

ବିଛାଇ ଦେବି ତୋ' ପାଇଁ ଶେଯ 

ଶୋଇବୁ ଖୁସି ମନେ 

ମୋତେ ତୁ ଛାଡି ଯିବୁନି କେବେ 

ଉଡି ତୁ ଘୋର ବନେ ll

ଏଇ କଥାକୁ ଭାବିଣ ଟୁନି 

ବଣି ପାଖକୁ ଗଲା 

ଟୁନିକୁ ଦେଖି ବଣି ଚଢେଇ 

ଫୁର୍ କି ଉଡ଼ିଗଲା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children