Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soumya Shubhadarshinee

Drama

4  

Soumya Shubhadarshinee

Drama

ପରମ୍ପରା

ପରମ୍ପରା

3 mins
221


  ନୂତନ ଅଧ୍ୟାୟ ଟିଏ ଲେଖିବାର ନିଆରା ପରମ୍ପରା ଜରୁରୀ ଆଜିର ସମୟରେ ।


 ଶୁଆ ରଙ୍ଗର କୁର୍ତ୍ତା ପାଇଜାମା ଭଲ ଲାଗୁଛି ବାପାଙ୍କୁ । ବହୁତ ଧର୍ଯ୍ୟ ସହକାରେ କେଶ ରଙ୍ଗେଇଛି  'ସ୍ମାର୍ଟ ଲୁକ ' ସାଲୁନ୍ । ଆଜି ନିଜେ ବସି ସେ ହେୟାର ଡ୍ରେସର ପିଲାକୁ ବତେଇଛି କାଇଦା । ଅଳ୍ପ କେଶ ଗହବା ଲାଗୁଛି ଆଖିକୁ । ସେ ଏକଦମ ନୂଆ ଦିଶୁଛନ୍ତି ଆଜି । 


  ନନ୍ଦିନୀ ଆଣ୍ଟି ଆହୁରି ଚମତ୍କାର । ରାଣୀ ରଙ୍ଗଟା ବେଶ ମାନୁଛି ତାଙ୍କୁ । କେବେ ଚୁଡ଼ି ପିନ୍ଧୁ ନଥିବା ହାତ ଯୋଡିକରେ ମେଞ୍ଚେ ଚୁଡ଼ି ଚମତ୍କାର ଦିଶୁଛି । ବିଉଟି ପାର୍ଲର ବାଲି ଦିଦି କମାଲ କରିଦେଇଛି, ଚିହ୍ନି ହେଉନି ତାଙ୍କୁ ଜମା । 

ଡେକୋରସନ୍ ଟା ସହରର ସବୁଠାରୁ ନିଆରା ଲାଗୁଛି କାରଣ କେବଳ ଆଉ କେବଳ ଫୁଲରେ ସଜା ହେଇଛି ମଣ୍ଡପ । ଶୋଭନର ଆର୍ଟିଷ୍ଟିକ ସେନ୍ସ ମାନିବାକୁ ପଡିବ । 


  ବଡ଼ କମୁନିଟି ହଲଟି ଆଜି ବୋହୂ ବେଶରେ ସଜେଇ ହେଇଚି ଖାସ ବାପାଙ୍କ ପାଇଁ । ଆପାର୍ଟମେଂଟର ସବୁ ସଦସ୍ୟ ଆମନ୍ତ୍ରିତ ହେଇଛନ୍ତି କୌଣସି ଉପହାର ନ ଆଣିବାର କଣ୍ଡିସନ୍ ସହ । କେବଳ ନିରୋଳା ଆନନ୍ଦ ନେବେ ଆଉ ସ୍ୱାଦିଷ୍ଟ ଭୋଜନ କରିବେ । ଆଶୀର୍ବାଦ ବି ଲୋଡ଼ା ନାହିଁ । ଏବେ ଲୋଡ଼ା କେବଳ ଟିକେ ଅତ୍ମୀୟତା । ବାସ ବାକି ଜୀବନ ସୁଖରେ ବିତିଯିବ ସେଇଥିରେ ।

   ସବୁ ଥିବା ଜୀବନରେ ଆଜି ଆତ୍ମୀୟତା ଟିକକ ଅମୂଲ୍ୟ ହେଇଯାଇଛି । ଅତୀତର ମଣିଷ ଭାରି ଦରିଦ୍ର ଥିଲା ଧନରେ କିନ୍ତୁ ଅମାପ ସମ୍ପତ୍ତି ଥିଲା ମନରେ । ନିଜପଣର ମିଠା ଛୁଆଁରେ ବାନ୍ଧି ରହିଥିଲା ଜୀବନ । କିଏ ନିଜ କିଏ ପର ବୁଝି ହେଉନଥିଲା । ଶୋଭନର ହଲ୍କା ମନେଅଛି ଜେଜୀ ଆଉ ଜେଜେଙ୍କ ଗାଁ, ତା'ର ଆଉ ଗାଁ 

ଟିଏ କାହିଁ ?........


  ରାଜଧାନୀର ଜୀବନ; ଜନ୍ମ ଏଇଠି ଆଉ ଜୀବନକାଳ ବି ଏଇଠି ବାପାଙ୍କର । ତା'ର ତେଣୁ ଗାଁଟିଏ କାହିଁ !...... 


 ହଁ ଜେଜେଙ୍କ ଗାଁ, ଭାରି ସବୁଜ, ଏକଦମ ସତେଜ । ସେଠି ଯେଉଁ ଗାଦି ଗୋସେଇଁଙ୍କ ମଠରେ ଖଣ୍ଡେ ମାର୍ବଲ ଫଳକ, ସେଇଠି ଖୋଦେଇ ହେଇ ରହିଛି ଜେଜେଙ୍କ ନାଁ । ମନେ ପଡ଼ନ୍ତି ଏବେବି । ସେ କୁଆଡେ ମାର୍ବଲ ଫଳକ ଦାନ କରିଥିବା ଏକମାତ୍ର ମଣିଷ ଥିଲେ ସାରା ଅଞ୍ଚଳରେ । ବାପା ଅନେକ ଥର କହିଥିବେ ଏଇ ପ୍ରସଙ୍ଗ । ଏବେ ଘରର କୋଣ ଅନୁକୋଣରେ ମାର୍ବଲ । କିନ୍ତୁ ସେଥିରେ କାହିଁ ସେଇ ଆକର୍ଷଣ ? ବସ୍ତୁର ପ୍ରାବଲ୍ୟ ହୁଏତ ମୂଲ୍ୟହୀନ କରିଦିଏ ତା'ର ସୌନ୍ଦର୍ଯ୍ୟ। 


  ଠିକ ସେମିତି ଆଜି ଜୀବନରେ ପ୍ରତିପତ୍ତି, ଅର୍ଥ, ଗର୍ବ, ଅହଙ୍କାର ସବୁ ଅଛି କିନ୍ତୁ ଆତ୍ମୀୟ ନାହାଁନ୍ତି !..........


 ଅତୀତରେ ଏସବୁ କିଛି ନଥିଲା କିନ୍ତୁ ଗୋଛାଏ ଆତ୍ମୀୟ ଘେରି ରହୁଥିଲେ । ଜୀବନର ଭିନ୍ନ ସଙ୍ଗୀତ ଶୁଭୁଥିଲା । ଏକ୍ଳା ଘରର ନିଶବ୍ଦତା ଛାତିରେ ଭୟର ବିଗୁଲ ବଜେଇବାର ନଜିର ନଥିଲା କେବେବି ।


 ଜେଜେଙ୍କ ଚାକିରୀ ଜୀବନରେ ହଜାରେ ଘାତ ପ୍ରତିଘାତ ପରେ ମଧ୍ୟ ଜୀଇଁବାର ମୋହ ତୁଟି ନଥିଲା ଖାସ ଗାଁ ପାଇଁ । କୁଆଡେ ସେଠି ତାଙ୍କ ଷଠି ଘର ଥିଲା ଆଉ ସମାଧି ସେଇଠି ହେବା ଜରୁରୀ । ସେଇ ମୋହରେ ବିତିଥିଲା ଶେଷ ଜୀବନ । କିନ୍ତୁ ବାପା ଏକା ହେଇଗଲେ ବୋଉ ଯିବା ପରେ । 


ହୃଦଘାତ ପରର ଜୀବନ ବଡ଼ ଅବିଶ୍ୱାସୀ । ସୁସ୍ଥ ହେଇ ଫେରିବା ଆଉ ସୁସ୍ଥ ଜୀବନ ଜୀଇଁବା ଭିତରେ ଢେର ପାର୍ଥକ୍ୟ । ବୁଝେଇ କହିଦେଲେ ଡାକ୍ତର । ମୃତ୍ୟୁ କି ଆମର ଅଧିନ ? ସେ ବଡ଼ ମନୁଆ । ଯାହାର ଯିବାର ନଥିବ ସେଇଙ୍କୁ ନେଇଯିବ ଆଉ ଯିଏ କାମନା କରିବ ତାଙ୍କୁ ଛାଡିଯିବ । ବାପାଙ୍କର ଦୁଇଥର ହେଇଗଲା ଷ୍ଟ୍ରୋକ ତଥାପି ଜୀବନ; ଘଷରା, ବେସୁରା, ଅଲୋଡା .......!


  ଟେକ୍ସାସ୍ ରୁ ଆସିବା, ଡାକ୍ତରଖାନା ଚକ୍କର କାଟିବା, ଘରେ ଯତ୍ନ ନେବା ଆଉ ଫେରିବା ସମୟ ଆସିଲେ ଗୁଡ଼େ ମାନସିକ ଅଶାନ୍ତି ନେଇ ସନ୍ତୁଳି ହେବା । ଏଇଟା କି ଜୀବନ ! ବାପାଙ୍କୁ ଏକୁଟିଆ ଛାଡିବା ଅସମ୍ଭବ । ଏତକ ବୁଝିବା ପରେ ନିଷ୍ପତ୍ତି ନେବା ଜରୁରୀ ହେଇଯାଇଥିଲା ଏଥର । ଶୋଭନ ବ୍ୟତୀତ ଆଉ କେହି ଥାନ୍ତା ଭଲା ତେବେ ହୁଏତ ଭିନ୍ନ ହୁଅନ୍ତା ଚିତ୍ର । କିନ୍ତୁ ଆଜିର ସମୟର ଗୋଟିଏ ପିଲା ତେଣୁ ଜୀବନର ଗତି ଠିକ ଏମିତି ।

  

ଜେଜେ ଆଉ ଜେଜୀ ଚାଲିଯାଇଥିଲେ ଗୋଟେ ପରିପୂର୍ଣ୍ଣ ଜୀବନ ଜୀଇଁ । ବାପା କିନ୍ତୁ ଅସହାୟ ହେଇଗଲେ । ଶୋଭନ ସହ ବିଦେଶରେ ନିଜକୁ ସହଜ କରିପାରିଲେ ନାହିଁ ବା ଏକାକୀ ଏଠି ସୁସ୍ଥ ରହିପାରିଲେ ନାହିଁ । କ'ଣ କରିବା ଉଚିତ ଶୋଭନର ?... ଏଇ ପ୍ରଶ୍ନକୁ ପିଠି କରି ଚାଲିଯିବାର ଅର୍ଥ ବୃଦ୍ଧାଶ୍ରମ । କିନ୍ତୁ ସେଠି ଜୀବନ କେତେ ସାବଲୀଳ ?......


 ଶୋଭନ ବାପାଙ୍କୁ ବୁଝେ ନିଜଠୁ ଅଧିକ । ସେ ଭଲ ପାଆନ୍ତି ତାଙ୍କ ହାତଗଢା ପୃଥିବୀ । ବାଲକୋନିର ଫୁଲ ସମାବେଶ ଆଉ ଛକ ମୁଣ୍ଡ ଘୁଗୁନି ବରା । ଭଲ ପାଆନ୍ତି କଲୋନୀର ଶିବ ମନ୍ଦିରର ସକାଳ ଆଉ ସନ୍ଧ୍ୟା ଆରତୀ । କେତେ ସମୀଚିନ ତାଙ୍କୁ ଏକଦମ ବୃନ୍ତ ଚ୍ୟୁତ କରି ଏକ ଭିନ୍ନ ପୃଥିବୀରେ ଥାପି ଦେବା ? ବରଂ ଆଜିର ସିଦ୍ଧାନ୍ତ ବେଶ ଭଲ । ଏକ ଭିନ୍ନ ପରମ୍ପରା ହେଉ ପଛେ କିନ୍ତୁ ନିଶ୍ଚିତ ଏକ ସକରାତ୍ମକ ଭବିଷ୍ୟତର ସୂର୍ଯ୍ୟୋଦୟ ।


   ନନ୍ଦିନୀ ଆଣ୍ଟି ଠିକ ବାପାଙ୍କ ଭଳି ଏକାକୀ । ଜଣେ କୁଶଳୀ ସହଯାତ୍ରୀ ହେବାର ସମସ୍ତ ଯୋଗ୍ୟତା କିନ୍ତୁ ତାଙ୍କ ପାଖରେ । ସେ ଡାକ୍ତର ଓ ବାପା ତାଙ୍କ ପେସେଣ୍ଟ । ଏଇ ସମ୍ପର୍କରେ ଏକ ସ୍ୱୀକୃତିର ମୋହର ନୂତନ ପରମ୍ପରାଟିଏ ତିଆରୁ, ଏଥିରେ ନିଶ୍ଚିତ ସଭିଙ୍କର ମଙ୍ଗଳ ।  



Rate this content
Log in

Similar oriya story from Drama