Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gitanjali Pujapanda

Drama Horror Crime

4  

Gitanjali Pujapanda

Drama Horror Crime

ଗୋଟିଏ ରାତି ଭୂତକୋଠି ରେ

ଗୋଟିଏ ରାତି ଭୂତକୋଠି ରେ

6 mins
289


                                              

ଭୂତ କୋଠି ର ନାଁ ଟି ଶୁଣିଦେଲେ ସୁଦୀପ୍ତ ର ଦେହ ଆଜିବି ଶିହରି ଯାଏ ।ସୁଦିପ୍ତ ଥିଲା ତାଆ ବାପା ବୋଉ ଙ୍କର ସାନପୁଅ । ହଷ୍ଟେଲରେ ରୁହେ ବାଣିଜ୍ୟ ସ୍ନାତକର ସେକେଣ୍ଡ ଇୟରପଢୁଥିଲା। କିଛି ଦିନ ପାଇଁ ସହରରୁ ଗାଁ କୁ ଆସିଥିଲା।ଆଉ ଯେତେବେଳେ ଆସେ ସେ ନିଜ ଭିଟାମାଟିକୁ ସାଙ୍ଗ ସାଥି ମେଳା କରି ଡାହୁ ପୁଆ ,କବାଡି, ଖୋଖୋ,ବହୁତ ପ୍ରକାର ଖେଳ ଖେଳି ନାନା ପ୍ରକାର ସାଙ୍ଗସାଥି ମେଳ ସହିତ ଭୋଜି ପୁରା ମଉଜ଼ମଜ଼ଲିସ କରେ ସେ ଗାଁଆ ଦଣ୍ଡ ଟିର ଧୂଳିଧୂସର ସରସର ହୋଇ ଘରକୁ କୁ ଫେରେ। ବୋଉର ଗାଳି ହଇରେ ଦୁଇ ଚାରିଦିନ ହେଲା ଆସିଛୁ ଯେ ଘରେ ଟିକେ ତୋର ଦର୍ଶନ ମିଳୁନି ଖାଲି ବାରବାତା ପରି ବୁଲୁଛୁ !!ସୁଦେପ୍ତ କୁହେ ରହ ମ ଆସିଲି ତ ଘର କୁ ଏବେ!!ବସିବି ସମସ୍ତେ ଙ୍କର ପାଖରେ ଟିକେ ଝାଲମୁଢି ପାଗ କରିକି ଆଣିବୁ ତ ବାରେଣ୍ଡା କୁ ମୁଁ ଯାଉଚି ଜେଜେମା ପାଖକୁ କାଲି ସକାଳୁ ବାହାରି ଯିବି କଲେଜ ହେଲା ।ଜେଜେମାଆ ସଙ୍ଗେ ଟିକେ ପାର୍ଶନାଲ କଥା ଅଛି ।ତତେ ଆଉ କଷ୍ଟ ଦେବିନି ମ  କହି ସୁଦୀପ୍ତ ଚାଲିଗଲା। ବୋଉ ସେପଟୁ ହଁ ତୁ ମତେ କଷ୍ଟ ଦେଇନୁ ମନକୁ ବଡ଼ପିଲା ହେଇ ମତେ ଏସବୁକଥା କହୁଛୁ!!! ଆଉ ଜେଜେମାଆ ତୋର କାହିଁକି?? ଦରକାର ଖାଲି ସାକୁଲି ସୁକୁଲି ପଇସା ନେବା ପାଇଁ । ବୋଉ ତୁ ଆଉ କିଛି କହନା ତୁ ତ ଦେବୁନି ଦେବା ଲୋକ ପାଖ କୁ ଗଲେ ରାଗିଯିବୁ ମୁଁ କଣ କରିବି ??ହଉ ଯାଆ ଆଉ ଦୁଃଖୀ ମୁହଁ ଦେଖନା ମତେ ।ସୁଦୀପ୍ତ ବୋଉ ପଛ ରେ ମୁହଁ ରେ ହସ ଆଣି ଚାଲିଗଲା ।ସେ ଜାଣିଛି ବୋଉ ତାର କାନ୍ଦ କି ଦୁଃଖୀ ମୁହଁ ଜମା ଦେଖି ପାରିବନି ।ରାତି ରେ ଖିଆପିଆ କରି ସକାଳୁ ସକାଳୁ ବାହାରି ପଡିଲା ସହର ଅଭିମୁଖେ।

ହଷ୍ଟେଲ ରେ ପହଞ୍ଚି ସରିବା ପରେ ଗୋଟେ ନୂଆ ଖବର କଲେଜ ସାଙ୍ଗ ମାନଙ୍କ ଭିତରେ ଚାଲେଞ୍ଜ ପଡିଥାଏ।ଗୋଟେ ରାତି ଭୂତ କୋଠି ରେ ଯିଏ ରହିବ ତାକୁ ମିଳିବ ଦୁଇ ହଜ଼ାର ଟଙ୍କା ।ଭୂତକୋଠି ଟି ହଷ୍ଟେଲ ଛାତ ଉପରୁ ବେଶ ଭଲ ଭାବେ ଦିଶୁ ଥାଏ। ରାତି ହେଲେ ସମସ୍ତେ କୁହନ୍ତି ସେଠି ଝିଅ ମାନଙ୍କର କାନ୍ଦ ଶୁଭେ ।ହେଲେ କେହି କେବେ ସେଠି କୁ ଯାଇ ନାହାନ୍ତି। ହଷ୍ଟେଲ ର ୱାର୍ଡନ ସବୁବେଳେ ତାଗିଦ ପିଲାମାନେ ରାତି ସାଢ଼େ ନଅ ସୁଦ୍ଧା ଗେଟ ବନ୍ଦ ହେଇଯିବି ଯିଏ ବାହାର ରହିଲା ତା ଦଣ୍ଡ ହେଲା ।ସେ ଆଉ ନିଜ ରୁମ କୁ ଯାଇପାରିବନି କି ଗେଟ ଭିତରକୁ ଆସିପାରିବନି !!!ସେ କଥା ର ଫାଇଦା ଆଜି ପିଲାମାନେ ନେଲେ ଯେଉଁଟା ତାଙ୍କ ପାଖରେ ବହୁତ ମହାଙ୍ଗା ପଡିଲା। ସୁଦୀପ୍ତ କୁ ମିଶେଇ ଚାରି ଜଣ ସେ ଦିନ କଲେଜ ରୁ କ୍ଲାସ ସାରି ହଷ୍ଟେଲ ଗଲେନି ମାର୍କେଟ ରେ ବୁଲିଲେ ଖାଇଲେ ପିଇଲେ ମାନେ ସିଗାରେଟ ଆଉ ମଦ ମଧ୍ୟ ପିଇ ପୁରା ମାତାଲ ଅବସ୍ଥା ରେ ହଷ୍ଟେଲ କୁ ବାହାରିଲେ। ଜଣେ ତାଙ୍କ ଭିତରୁ କହିଲା ସାଙ୍ଗ ଗେଟଟା ବନ୍ଦ ହେଇଯାଇଛି ରେ ହଷ୍ଟେଲ ର ଚାଲ ଆଜି ଚାଲେଞ୍ଜଟା ପୂରଣ କରିବା ଆଜି କିଏ ଯିବ କି??? ସୁଦିପ୍ତ କହିଲା ସମସ୍ତେ ଯିବା ଯିଏ ରାତି ଯାକ ରହିବ ସେ ହେବ ଚମ୍ପିୟାନ । ରାତି ସେତେବେଳେ କୁ ସାଢେ ଦଶଟା ଚାରି ଜଣ ଯାକ ଭୂତ କୋଠି କୁ ବାହାରିଲେ ଓ ଗେଟ ଟିକୁ ଖୋଲିଲେ ।କେତେ ବର୍ଷ ରୁ ଖୋଲା ନଥିବା ଗେଟ ଟି ଗୋଟେ ଡର ର କର୍କଶ ସ୍ୱରରେ ଖୋଲିଲା ଚାରି ଜଣ ଯାକ ପୁରା ମାତାଲ ତେଣୁ ସେମାନଙ୍କ ଉପରେ କିଛି ପ୍ରଭାବ ପଡି ନଥିଲା ତାପରେ ଠିକ ଏଣ୍ଟ୍ରି କରୁ କରୁ ଏକ କରୁଣ ଚିତ୍କାର ,------କାହାର ଏ କରୁଣ ସ୍ୱର, ???? ଚାରି ଜଣ ଯାକ ଏଇ ଚିତ୍କାର ଶୁଣି ଡରି ଯାଇଥିଲେ। ହେଲେ ଦୁଇ ହଜାର ଟଙ୍କା ଲୋଭ ରେ ସେମାନେ ଆଜି ନିଜ ଜୀବନ କୁ ବାଜି ଲଗାଇ ବାକୁ ଯାଉଥିଲେ |ତା"ପରେ ବର୍ଷା ସହ ଘଡଘଡ ସେଥିରୁ ରକ୍ଷା ପାଇବା ପାଇଁ ଚାରି ଜଣ ମୁଖ୍ୟ ଘରକୁ ପଶିଲେ ।ସୁଦିପ୍ତ ମୁଣ୍ଡ ଟି ଜୋର ରେ ଦୁଆର ରେ ପିଟି ହୋଇଗଲା।ଘରେ ପସୁ ପସୁ ମୁଣ୍ଡ ଚାଳ ବାଜିଲା ପରି ଅବସ୍ଥା ସୁଦିପ୍ତ କହିଲେ ଚାଲ ଆମେ ପଳେଇବା ,,,,,,।

ଅନ୍ୟ ପିଲାମାନେ ତାକୁ ଛିଗୁଲେଇଲା ଭଳି କଥା କହିଲେ। ଆରେ ମାୟା ଟେ କିରେ ଖାଲି ପଳେଇବୁ କହୁଚୁ ଚାଲ ଚାଲ ଭିତରକୁ ।ମୁଖ୍ୟ କବାଟ ଦେଇ ସେମାନେ ଘର ଭିତର କୁ ପସିଯାଇଛନ୍ତି । କବାଟ ଟା କଁ କଁ କଁ ହୋଇ କିଏ ବନ୍ଦ କଲା ପରି ଲାଗିଲା ------ !!!ଚାରି ଜଣଙ୍କ ମୁହଁ ରୁ ଏକାଠି କିଏ କିଏ ବାହାରିଲା ।ହେଲେ ଚାରି ଆଡେ ନିର୍ଜନତା ବହୁତ ଦିନୁ ଖୋଲା ହେଇନଥିବା କୋଠରୀ ରୁ ଆଜି କାହାର ଜୋର ରେ ମିଳିତ ହସ, ----- ପୁଣି ନିର୍ଜନତା, ସାହସ କରି ପିଲା ଗୁଡିକ ସିନା ଚାଲି ଆସିଛନ୍ତି। ହେଲେ ଆଜି ବଡ଼ ବିପଦ ରେ ସମସ୍ତେ ଏକାଠିସାମ୍ନା କରିବାକୁ ଯାଉଛନ୍ତି ,ସେପଟୁ ହା ହା ହା, ପୁଣି ହସ ର ଶବ୍ଦ ପୁଣି କଇଁ କଇଁ କାନ୍ଦ ସେତେବେଳେ କୁ ରାତି ସାଢେଏଗାର ଟା ବାଜି ଥାଏ,। କାନ୍ଥ ରେ ଟଙ୍ଗା ହେଇଥିବା ପେଣ୍ଡୁ ଘଣ୍ଟା ଟି ବାଜି ଉଠିଲା ସମସ୍ତେ ଆଶ୍ଚର୍ଯ୍ୟ କେତେ କାଳ ହୋଇ ବନ୍ଦ ପଡ଼ିଥିବା ଘରେ ଘଣ୍ଟା ଟା କିପରି ଚାଲୁ ଥିଲା ???ଜଣେ କହିଲା ଭାଇ ବୋଧେ ଭୂତ ବଜେଇଦେଲା ଆଉ ଜଣେ କହିଲା ,ହେ ବକବାସ ଭୂତଫୁତ କେହି ନୁହେଁ। ହେଲେ କାହିଁକି ???ଡର ଲାଗୁଛି କିଛି ପଛ ରେ ଆଗରେ ଚାଲିଲା ପରି ଲାଗୁଛି ।ହଉ ଚାଲ ଆଗକୁ ଯିବା କହି ପୁଣି ଡର ଡର ହୋଇ ଆଗକୁ ବଢିଲେ ଚାରି ଜଣ ବିରାଟ କାୟହଲ ହେଲେ ଲାଗୁଥିଲା ଯେମିତି ଗୋଟେ ନୁହେଁ ସାତ ଅଠା ଜଣଙ୍କର ହାତ ତାଙ୍କ ଗୋଡ଼ ଗୁଡିକୁ ଭିଡି ନେଉଛି, ଓଃ!!! କି କଷ୍ଟ -----କିଏ କିଏ ପୁଣି ଚିତ୍କାର ବୁକୁ ଫଟା ଚିତ୍କାର ସବୁ ଚିତ୍କାର ଏକାଠି ହୋଇ ଯାଉଛି,।ଏଥର ସୁଦୀପ୍ତ ଓ ତାର ସାଙ୍ଗ ମାନେ ପୁରା ଡରି ଗଲେ ଏକାଥରେ କେ ମଦ ନିଶା ଛାଡିଗଲା ଜଣେ ସେଥି ମଧ୍ୟ ରୁ ଥରି ଥରି କହିଲା ଲାଇଟର ଅଛି କିରେ।ଆଉ ଜଣେ କହିଲା ହଁ ....ହଁ ...ଥରି ଥରି ଲାଇଟର ପକେଟ ରୁ ବାହାର କଲା ସେ। ହେଲେ ଲାଇଟର ଜଳେଇ ବାକୁ ହାତ ରେ ଶକ୍ତି ନାହିଁ ଯେମିତି କେମିତି ଗୋଟେ ଲାଗୁଥାଏ ଗଳା ଶୁଖି ଯାଉଥାଏ ଆଉ ଦେହ ରେ ଏକ ଡର ର ଶିହରଣ ଖେଳାଉ ଥାଏ ଶୀତ କରୁଥାଏ ହେଲେ ଦେହ ରୁ ଝାଳ ବାହାରୁ ଥାଏ ।ଇତି ମଧ୍ୟ ରେ ଅଧଘଡି ବିତିଯାଇ ଥାଏ। ପେଣ୍ଡୁ ଘଣ୍ଟା ର ଆବାଜ ରେ କାନ ର ପରଦା ଫାଟିଲା ପରି ଲାଗିଲା । ରୋମ ଗୁଡିକ ଟାଙ୍କୁରୀ ଉଠିଲା ପିଲା ଗୁଡିକ ଡର ରେ ପରିସ୍ରା କରି ପକାଇଲେ,। ଜଣେ କହିଲା ଚାଲ ପଳେଇବା ଏକଥା ବୋଧେ କେହି ଶୁଣିଲା ଦେଲା ପରି ଲାଗିଲା ସେମାନଙ୍କୁ। ଘରେ ଥିବା ଖଣ୍ଡିଆଜିନିଷ ଗୁଡିକ ଦୂରଦାର ହୋଇ ଆପେ ଆପେ ତଳେ ପଡ଼ିବାକୁ ଲାଗିଲା। ଏ ଥର ପୁରା ହାର୍ଟଫେଲ ହେବ ପରି ଡର, ସୁଦିପ୍ତ ଜେଜେମାଆ ର କଥା ଟି ମନେ ପଡିଲା ।ସେ ପିଲା ଦିନ ବାରିପଛ ପଟକୁ ଯାଇଥିଲା। ତାକୁ ପିଲା ଦିନେ ଭାରି ଡର ଆମ୍ବ ଗଛ ଉପରୁ ଆମ୍ବ ତୋଳୁଥିବା ସମୟ ରେ ତାକୁ କିଏ ଠେଲିଲା ପରି ଲାଗିଲା। ସେ ଆମ୍ବ କଣ ତୋଳିବ ଏକା ନିଶ୍ୱାସ କେ ଆସି ଜେଜେମାଆ ପାଖରେ ଜେଜେମାଆ କହିଲେ ତାକୁ ---ଆରେ ସିପୁ ଏତେ ଜୋର ରେ କୁଆଡୁ ଆସିଲୁ।ସୁଦୀପ୍ତ କହିଲା ---- ଜେଜେମାଆ ବାଡ଼ିପଟେ ଭୂତ ଅଛି।ଯା ଭୂତ ନା ପ୍ରେତ କିଛି ନାହିଁ, କିନ୍ତୁ ଜେଜେମାଆ ତାର ଭଲ ଭାବରେ ଜାଣିଥିଲେ ଉଦୁଉଦିଆ ବେଳେ କିଛି ଅସୁମାରୀ ଶକ୍ତି, ଗାଁଆ ଆମ୍ବ ତୋଟା ରେ ବୁଲେ।। ମାତ୍ର ପିଲାଟି କୁ ଡର ନା ଲାଗିବା ପାଇଁ ଏକଥା କହିଥିଲେ ଆଉ ଗୋଟେ କଥା ମଧ୍ୟ କହିଲେ ତତେ ଯେତେବେଳେ ଡର ମାଡ଼ିବ ତୁ ସେତେବେଳେ ହନୁମାନଙ୍କୁ ଡାକିବୁ ସେ ସେତେବେଳେ ହସିଦେଇ ଥିଲା ।ହେଲେ ଆଜି ସେ କଥା  ଟି ତାର ମନେ ପଡି ଯାଉଥିଲା କହିଲା ସାଙ୍ଗ ମାନେ ଜେଜେମାଆ କହିଥିଲା ଡର ଲାଗିଲେ ହନୁମାନ ଙ୍କର ନାମ ନେବାକୁ ଚାଲ ତାଙ୍କର ଭଜନ ବୋଲିବା ହେଲେ ତାର ବାଳୁଙ୍ଗା ସାଙ୍ଗ ମାନେ ଥଟ୍ଟା ପରିହାସ ରେ ସେ କଥା ଟିକୁ ଉଡାଇ ଦେଲେ ।ହେଲେ ସେ ମନେ ମନେ ହନୁମାନ ଙ୍କର ନାମ ଜପୁଥାଏ।ତା ମନ ରୁ ଟିକେ ଡର ଥମିବାକୁ ଲାଗିଲା ।କିଛି ସମୟ ପରେ ପୁଣି ଅଶାନ୍ତି ପରିବେଶ ଧୀରେ ଧୀରେ ଗୋଟେ କୋଠରୀ ଆଡକୁ ସେମାନେ ଗଲେ ଛାତି ରେ ଦମ୍ଭ ରଖି ଚାରି ଜଣ ।କୋଠରୀ ର କବାଟ ଟିକୁ କିଏ ବନ୍ଦ କଲା ପରିଲାଗିଲା।ସୁଦିପ୍ତ ର ସାଙ୍ଗ ମାନ ଙ୍କୁ ଡର ଲାଗିଲା।ପୁଣି ହସ ଚାରି ଜଣ ଙ୍କର ଚାରି ପଟେ ଝିଅ ଗୁଡିକ ଶୂନ୍ୟ ରେ ଉଡୁଥିବା ପରି ଲାଗୁଥିଲା ଅଶରୀରି ମାନେ । ସେମାନେ କହିଲେ କିଏ ତମ ସବୁ କୁହ କାହିଁକି?? ଏଠିକି ଆସିଛ ????ଆଜି ଆସିଛଏଠିକି ହେଲେ ଫେରିବାର ବାଟ ସବୁବନ୍ଦ ତୁମ ମାନଙ୍କ ପାଇଁ । ଆମ ଭଳି ଆଜି ତୁମେ ମାନେ ମରିବ। ସୁଦୀପ୍ତ କହିଲେ ନା.... ନା ....ସେମିତି କୁହନି ।ତୁମେ ମାନେ କିଏ ???ତମ ପରିଚୟକଣ??? ପ୍ରେତ ଆତ୍ମା କୁ ପଚାରୁଛୁ ତମେ କିଏ,?? ବଡ ସାହସୀ ଯୁବକ ତୁମେମାନେ ଏଠିକି କେହି ଆମ ମାନଙ୍କର ଭୟ ରେ ଆସୁ ନଥିଲେ। ହେଲେ ତୁମେ ମାନେ କହି .....ପ୍ରେତ ଆତ୍ମା ଗୁଡିକ କାନ୍ଦିବାକୁ ଲାଗିଲେ। ସୁଦିପ୍ତ ଓ ତାସାଙ୍ଗ ମାନଙ୍କ ଦେହରେ ଏବେ ଟିକେ ଚେତା ପଶିଲା ଟିକେ ଡର କମି ଯାଇଥିଲା ।

ଜଣେ ଡାହାଣି କହିଲା ଆମେ ହେଲୁ ପାଞ୍ଚ ଭଉଣୀ ମାଆ ଆମର ପିଲା ଦିନୁ ମରିଯାଇଛି,। ବାପା ଆମର ଗୋଟେ ରାକ୍ଷସ କାମ କିଛି କରେନି ଘରେ ରହି ଆମ ମାନଙ୍କୁ ଦେହ ବ୍ୟବସାୟ ରେ ଲଗାଇ ପଇସା ରୋଜଗାର କରେ। ଆମ ଭିତରୁ ଯିଏ ଅମଙ୍ଗ ହୁଏ । ତାକୁ ବହୁତ ମାରେ ଖାଇ ବାକୁ ଦିଏନାହିଁ।ଏମିତି ବର୍ଷ ବର୍ଷ ବିତି ଯାଇଛି ଆମର ସଭା ସାନ ଭଉଣୀକୁ ମାତ୍ର ବାରବର୍ଷ ହେଇଥିଲା । ତାକୁ ଖାଇବାକୁ ନ ଦେଇ ଦେହ ବ୍ୟବସାୟ ରେ ଲଗାଇବାକୁ ନେଲା ସେ ଅମଙ୍ଗ ହେବାରୁ ତାକୁ ଏମିତି ମାରିଲା ଯେ ତାର ହାତ ଗୋଡ଼ ଭାଙ୍ଗି ଗଲା।ପୋଲିସ ଭୟ ରେ ତାକୁ ଡାକ୍ତର ପାଖକୁ ନେଲାନି ସେରାକ୍ଷସ ।ଆମେ ମାନେ ସବୁବେଳେ ତାକୁ ଡ଼ରିକି ରହୁଥିଲୁ । ଦିନ  ଏତେ କଷ୍ଟ ହେଲା ଯେ ପାଞ୍ଚ ଜଣ ଯାକ ବିଷପିଇ ଆତ୍ମ ହତ୍ୟା କରିଦେଲୁ।ବାପା କୁ ଘରେ ରହିବାକୁ ଡ଼ର ମାଡିଲା। ସେ ଆମର ବିନା ଅନ୍ତିମ ସଂସ୍କାର କରି ଘରୁ କୁଆଡେ ଚାଲିଗଲା। କିଏ କହୁଛି ତାକୁ ପୋଲିସ ନେଇଯାଇଛି, ଭଲ ହେଇଚି ମରୁସିଏ, ବାପା ହେବାର ଯୋଗ୍ୟ ନୁହେଁ ସେ।ଆଜି ବି ଆମର ଶବ ର କାଙ୍କଳ ଗୁଡିକ ଗୋଟିଏ କୋଠରି ରେ ପଡିଛି ।

ବହୁତ କାଳ ଅପେକ୍ଷା ପରେ ଡର ରେ କେହି ଆସିଲେନି ଏଠିକି କହି ସମସ୍ତେ କଇଁ କଇଁ ହୋଇ କାନ୍ଦିଲେ।ବାଳୁଙ୍ଗା ପିଲା ଗୁଡିକ କାହାର କାମ ରେ ଆସିବେ ଭାବି ମନେ ମନେ ଖୁସି ହେଉଥିଲେ ।ଆଉ ସେମାନଙ୍କୁ ଡର ମାଡୁ ନଥାଏ।ସୁଦୀପ୍ତ ତା ସାଙ୍ଗ ମାନେ ଏକା ସ୍ୱର ରେ କହିଲେ ଆମେ ତମର କି ଉପକାର କରିପାରିବୁ????ପ୍ରେତ ଆତ୍ମା ଗୁଡିକ ଏକ ସାଥି ରେ କହିଲେ ଦାହ ସଂସ୍କାର ଆମର କଙ୍କାଳର ବର୍ଷା ବିଜୁଳି ପବନ ରେ ଚାରି ଆଡେ କମ୍ପୁ ଥାଏ। ଆତ୍ମା ଗୁଡିକ ଶୂନ୍ୟ ରେ ଉଡି ଉଡି ଯାଇ ଗୋଟେ କୋଠରି ମଧ୍ୟ କୁ ପ୍ରବେଶ କଲେ। ପାଞ୍ଚ ଟି ଶବର କଙ୍କଳ ପଡିଛି ।ଡରି ଡରି ଚାରି ଜଣ ଯାକ ଗଲେ। ଗୋଟେ ଆବ୍ଜ଼ ଆସିଲା ସବୁ ପୋଡିକି ପାଉଁଶ କରିଦିଅ। ତା'ହେଲେ ଯାଇ ଆମ ଆତ୍ମା ଶାନ୍ତି ହେବ।--- ସୁଦିପ୍ତ ତା ସାଙ୍ଗ ମାନେ ଆଉ ଡେରି ନକରି ଘରେ ପଡ଼ିଥିବା ଶୁଖିଲା ପତ୍ର ସବୁ ଏକାଠି ଜମା କଲେ ଓ ଲାଇଟର ଟିକୁ ମାରି ଦେଲା। ସବୁ ହୁତୁ ହୁତୁ ହୋଇ ଜଳିଗଲା। ଆତ୍ମା ଗୁଡିକ ଆକାଶ ଉପର କୁ ଉଡିଗଲେ।ବାଳୁଙ୍ଗା ପିଲା ଗୁଡିକ ଆଜି ଗୋଟେ ଭଲ କାମ କରିଛନ୍ତି।ତେଣୁ ମନେ ମନେ ଶାନ୍ତି ଅନୁଭବ କରୁଥିଲେ । ଇତି ମଧ୍ୟ ରେ ସିନ୍ଦୁରା ଫାଟି ସାରିଥିଲା। ପିଲା ଗୁଡିକ କୁଆଡେ ଗଲେ ଖୋଜା ଚାଲିଥାଏ ହଷ୍ଟେଲ ରେ ।ହଷ୍ଟେଲ ର ପିଅନ ଦେଖିଲା ବେଳ କୁ ପିଲା ଗୁଡିକ ଭୂତ କୋଠି ରୁ ବାହାରି ଆସୁଥିଲେ ମୁହଁ ରେ ତାଙ୍କର ଡର ପରିବର୍ତ୍ତେ ଆତ୍ମସନ୍ତୋଷ ଥିଲା ହେଲେ ସେ ସେମାନଙ୍କୁ ଦେଖି ଡରି ଦୌଡ଼ି ପଳାଇଲା। ୱାର୍ଡନ କୁ ଖବର ଦେବା ପାଇଁ ।ୱାର୍ଡ ନ ର ଆଶ୍ଚର୍ଯ୍ୟ ର ସୀମା ରହିଲା ନାହିଁ। ସେ ନିଜେ ଦୌଡ଼ିଗଲା ପିଲା ମାନଙ୍କୁ ଦେଖିବା ପାଇଁ।ସୁଦିପ୍ତ ତା ସାଙ୍ଗ ମାନେ ୱାର୍ଡନକୁ ସବୁ କଥା ଟିକି ନିଖି କହିଗଲେ,। ସବୁ ଶୁଣି ଶେଷ ରେ ୱାର୍ଡନ ପିଲା ମାନଙ୍କୁ ବହୁତ ସବାସି ଦେଲା ।ଆଜି ସେ ଭୂତକୋଠି ଟି ଗୋଟେ ସରକାରୀ ଟେଲିଫୋନ ଅଫିସ । ଆଉ ଡର ଭୟ କିଛି ନାହିଁ, ।ପ୍ରେତାତ୍ମା ଗୁଡ଼ାକର ମୁକ୍ତ ହୋଇଯାଇଛିନ୍ତି।ଚାଲେଞ୍ଜ ଟି ସମସ୍ତେ ମିଶିକି ପୁରା କରିଛନ୍ତି ଆଉ ଦୁଇ ହଜାର ଟଙ୍କା ସୁଦୀପ୍ତ ଜେଜେମାଆ ଠାରୁ ଆଣି ଥିଲା ସେ ପଇସା ରେ ଗୋଟେ ଭୋଜି କରି ସାଙ୍ଗ ମାନକୁ ଖାଇବାକୁ ଦେଲା । ସୁଦିପ୍ତ ଆଉ ତାଙ୍କ ସାଙ୍ଗ ମାନ ଙ୍କର ମନ ରେ ସେ ଘଟଣା ଟି ଗୋଟେ ଅଲିଭା ଗାର ହେଇ ରହିଯାଇଛି ଆଜି ପର୍ଯ୍ୟନ୍ତ।



Rate this content
Log in

Similar oriya story from Drama