Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanuja Meghamala

Romance Fantasy

3  

Sanuja Meghamala

Romance Fantasy

ଭିନ୍ନ ଏକ ଗଳ୍ପ

ଭିନ୍ନ ଏକ ଗଳ୍ପ

10 mins
551


ଶାରଦୀୟ ନିର୍ମଳ ଆକାଶ । କାଶ ତଣ୍ଡି ଫୁଲ ର ସମ୍ଭାର ରେ ହସି ଉଠୁଛି ପରିବେଶ ।  ପବନ ରେ ଥିରି ଥିରି ଦୋଳି ଝୁଲୁଛନ୍ତି ଫୁଲମାନେ । ତୋଫା ଜହ୍ନ ଆଲୁଅ ରେ ବାହାରଟା ପରିଷ୍କାର ଆଉ ଶାନ୍ତ ବି ଲାଗୁଚି ।ସରିତା କୁ ଖୁବ୍ ଭଲ ଲାଗେ ନୀରବରେ ଏକା ଏକା ଏ ସବୁ ମନ ଭରି ଉପଭୋଗ କରିବାକୁ। କିନ୍ତୁ ଆଜି ସେ ଅନ୍ୟ ମନସ୍କ । ଏଇ ବେଳରେ ଅଭୁଲା ଅତୀତ ମଥା ପିଟୁଚି ତା ଛାତି ତଳେ।

କହି ହେଉନି କି ସହି ହେଉନି। କାହାକୁ ବା କହିବ ମନ ତଳର  ଗୋପନ କଥା। ମିଲି ଅପା....ଏତେ ରାତି ସେ ତ ଶୋଇ ଥିବ । ଆଖିକୁ ନିଦ ନାହିଁ ।ଉଚିତ୍ ଅନୁଚିତ୍ ର ଲକ୍ଷ୍ମଣ ରେଖା ପାଖରେ ସେ ବନ୍ଧା ପଡ଼ିଛି। ଯାହାକୁ ଭଲ ପାଇଛି ,ପରିବାରର ସମ୍ମାନ ଦୃଷ୍ଟିରୁ ସ୍ଵୀକାର କରିପାରିନି କି ଅସ୍ବୀକାର ମଧ୍ୟ କରିପାରୁନି । ଦ୍ଵନ୍ଦ ଭିତରେ ରହି କିଛି ସ୍ଥିର ବି କରି ପାରୁନି।

ଏଇ କିଛି ଦିନ ହେଲା ଘର ଭିତରେ ତାର ବିବାହକୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା କିଛି କଥା କାନରେ ବାଜିଲେ ବି ସେ ଏତେ ବ୍ୟସ୍ତ ନ ଥିଲା । ଆଜି ରାତ୍ରୀ ଭୋଜନ ସମୟ ରେ ମା’ ଆସନ୍ତା କାଲି ପୁଅ ଘର ଦେଖି ଆସିବେ ସେଥି ପାଇଁ ତାକୁ ପ୍ରସ୍ତୁତ ରହିବା ଓ ଅନ୍ୟ କୌଣସି ପ୍ରୋଗ୍ରାମ ନ ରଖିବାକୁ କହିଲେ। ଯାହାକୁ ନେଇ ଏକ ପ୍ରକାର ଶୀତଳ ଯୁଦ୍ଧ ହୋଇଗଲା ।ସେ ଏବେ ବିବାହ କରିବାକୁ ପ୍ରସ୍ତୁତ ନୁହେଁ, ଆଉ କିଛି ଦିନ ଯାଉ ତା ପରେ ବିବାହ କରିବ ଏବେ ତା ସାଙ୍ଗ ମାନେ କେହି ବାହା ହୋଇ ନାହାନ୍ତି, ଏଇ ମାତ୍ର ଚାକିରି କରିଛି ,କିଛି ଦିନ ଯାଉ । ବିଭିନ୍ନ ପ୍ରକାର କଥା କହି ପ୍ରସ୍ତାବ ଟାଳି ଦେବା ପାଇଁ ଆରମ୍ଭ କଲା ମାତ୍ର ମା କହିଲେ ଏମିତି କଣ ମାନେ ଅଛି ଦେଖିଦେଲେ ସମସ୍ତେ ରାଜି ହେଇ ଯିବେ, ପୁଅ - ଝିଅ ଥିଲେ ପ୍ରସ୍ତାବ ପଡ଼େ ତିନିଟା ପାଞ୍ଚଟା । କଉ ନୂଆ କଥା କହିଲୁ ମା’, ଝିଅ ଜନମ ତ  ପର ଘରକୁ ।   ଝିଅ ମାନେ କେତେ ବେଳେ ବଡ଼ ହେଇ ଯାନ୍ତି ଜଣା  ପଡ଼େ ନି । ଝିଅକୁ ଠିକ୍ ସମୟ ଓ ଠିକ୍ ପାତ୍ର ରେ ରେ ବାହା ଦେବାକୁ ସବୁ ବାପା ମା’ ଚାହାନ୍ତି। ଆମ ର ପସନ୍ଦ ତାଙ୍କର ପସନ୍ଦ ,ଉଭୟ ରାଜି ହେଲେ କଥା ଆଗକୁ ବଢିବ । ଏମିତି ରେ ବହୁତ ସମୟ ଲାଗେ । ବାହାଘର କଣ ଖେଳ ଘର ହେଇଚି, ଚାରି ଆଡକୁ ଦେଖି ଚାହିଁ କରିବାକୁ ପଡେ । ସରିତା ଅଭିମାନ ରେ କହି ପକେଇଲା, ଆଳୁ, ସାରୁ ପରିବା ଗରାଖ ବାଛି ବାଛି ନେବେ ଆମ ପସନ୍ଦ ଅପସଂଦ ର କିଛି ମୂଲ୍ୟ ନାହିଁ। ବାପା ପରିସ୍ଥିତିକୁ ସମ୍ଭାଳି ଧୀରେ କହିଦେଲେ ମୋଟେ ନୁହେଁ ମୋ ପରୀ ପାଇଁ ରାଜ କୁମାର ମାନଙ୍କର ଲମ୍ବା ଲାଇନ ଲଗେଇଦେବି, ହଇଓ କ’ଣ ଭାବୁଛ କି ? ମୋ ଝିଅ ପରା.. କ’ଣ ତମ ପରି ହେଇଚି ନା କ’ଣ?  କୋଉ ଯୁଗରେ ଅଛ କେଜାଣି? ମାଆ ମୁହକୁ ହାଣ୍ଡି ପରି କରି ଖାଇବା ଟେବୁଲ୍ ରୁ ଉଠି ଯାଉ ଯାଉ କହିଲେ ନାକ କାଟିଲେ ଜାଣିବ । ଝିଅ ଗେଲହା ତ ପାଣି ପରି ବୋହି ଯାଉଚି । ଯାହା ମନ ହଉଚି କର ବାପ ଝିଅ, କିଏ ମନା କରୁଚି । ବାପା ତାକୁ ଚାହିଁ କହିଲେ ହଉ ମା ଏଥର ତୋ ମା କଥାରେ ରାଜି ହେଇ ଯା'। ତୁ ପୁଅର ବୟୋ-ଡାଟା ଓ ଫଟୋ ଦେଖ୍ । ତୋର ମତାମତା ଜଣେଇବୁ । ତୋ ପସନ୍ଦ ନ ହେଲେ ଆଗେଇ ବାନି । ପୁଅ ଘର ତାଙ୍କ ନିଜ ଆଡୁ ପ୍ରସ୍ତାବ ଦେଇ ବାଧ୍ୟ କରୁଛନ୍ତି, ମନା କରିବାକୁ ଇଚ୍ଛା ହେଲାନି । ପୁଅଟା MBA କରିଛି, ଭଲ ଚାକିରି କରିଛି, ଗୋଟେ ବୋଲି ପୁଅ । ବାପାଙ୍କ ମନର ଖୁସିଟାକୁ ସେ ଅନୁଭବ କରି ପାରୁଥିଲା। ସେ ଜାଣେ ସବୁ ବାପା ମା’ ନିଜ ପିଲାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କଥା ଚିନ୍ତା କରନ୍ତି । ଛୁଆଙ୍କ ଖୁସି ପାଇଁ ଦିନ ରାତି ଏକ କରି ଦିଅନ୍ତି ସେ ଝିଅ ହେଉ କି ପୁଅ ,ସେମାନଙ୍କ ପାଖରେ ସବୁ ସମାନ । କିଛି ନ କହି ନୀରବ ରହିଲା, ତାକୁ ଜଣା ଏ ସବୁ ବାପା ହିଁ ବୁଝିଚନ୍ତି ଆଉ ମା’ କଥା କହି ସହଜରେ ଖସିଯିବା କଥା । ସେ ବି ତ ସେମିତି ବାପା ମାଆଙ୍କ ମନରେ ଦୁଃଖ ଦେବାକୁ ଚାହେଁନି । ଅଜବ ପରିସ୍ଥିତି ରେ ପଡ଼ି ଥିଲା ସରିତା । ମନ ଓ ବିବେକ ଭିତରେ ପ୍ରତି ମୁହୂର୍ତ୍ତ ରେ ସଂଘର୍ଷ ଚାଲିଥିଲା । ଯଦିଓ ସେ   ଭିକିକୁ ମନେ ମନେ ପସନ୍ଦ କରୁଥିଲା । ତଥାପି ନିଜ ଉପରେ ନିୟନ୍ତ୍ରଣ ଥିଲା ତାର । ଆଦ୍ୟ ଯୌବନର ପ୍ରଥମ ପ୍ରେମ କଣ୍ ସହଜ ରେ ଭୁଲି ହୁଏ? ସବୁ ପ୍ରେମ ବି ସଫଳ ହୁଏନି.। ତା ମାନେ ନୁହେଁ ପ୍ରେମକୁ ଅସ୍ବୀକାର କରାଯିବ । ଭଲ ପାଇବା କେତେବେଳେ ଓ କେମିତି ହେଇ ଯାଏ, କେହି ଜାଣି ପାରେନି। ସେଥି ପାଇଁ ଭିକିର ଭଲ ପାଇବାକୁ ସମ୍ମାନ ର ସହିତ ସ୍ଵୀକାର କରି କିଛି ସମୟ ଦେଇଚି I

ତା ମୁହଁ ଉପରେ ପବନରେ ଉଡି ପଡୁଥିବା ଚୁଟି ଗୁଡ଼ିକୁ ସଜାଡୁ ସଜାଡୁ ସେ ଫେରି ଯାଉଥିଲା ବିଗତ ଦିନକୁ।

କେତେ ସୁନ୍ଦର ସେ ଦିନ ନା ଚିନ୍ତା ନା ଦୁଃଖ ଖାଲି ଖାଇବା ପିଇବା, ମସ୍ତି ହିଁ ମସ୍ତି । ପୁଣି ସେ ଦିନ ଫେରି ଆସନ୍ତା କି?

ଓଠ ଧାର ରେ ହସ ଟିକେ ଖେଳି ଗଲା।ସେ ସମୟ ଓ ସବୁ ଘଟଣା ଗୁଡ଼ିକ କାଗଜ ଫର୍ଦ୍ଦ ପରି ଘର ସାରା ଯେମିତି ଉଡି ବୁଲୁ ଥିଲେ। ସବୁ ପିଲାଙ୍କ ପରି ମାମୁଁ ଘର ଗାଁ, ଅଜା ଆଈ ତାର ଅତି ଆପଣାର । ସବୁ ଠାରୁ ବଡ ନାତୁଣୀ ସେ, ସବୁ କଥାରେ ଆଗ ଖୋଜା, ଆଇ ଯେମିତି ପେଟ ଭିତରେ ଶୁଆଇ ଶାଢ଼ୀ କାନି ଘୋଡେଇ ଗପ କହିବା ଆରମ୍ଭ କରିବ ନିଦଟା ଆଖିକୁ ମାଡି ବସିବ ଜଣା ପଡ଼େ ନାହିଁ । ଆଉ ଅଜା ହାତ ଧରି ଗାଁ ଦାଣ୍ଡ ଦୋକାନ ବଜାର ସବୁ ଆଡେ ନେଇ ଯିବେ। ସେମିତି ଗାଆଁ ନଈ ଓ ମିଲି ଅପା ପ୍ରତି ତାର ମଧ୍ୟ ଭାରି ଦୁର୍ବଳତା । ମାମୁଁ ଘର ଗଲେ ମିଲି ଅପାକୁ ଘଡ଼ିଏ ଛାଡ଼ି ଦିଏନି । ନଈ ପାଣି ରେ ଗୋଡ଼ ବୁଡ଼େଇ, କେତେ ପାଣି ବଢୁଛି, କମିଛି ମାପିବା ...ହାତରେ ପାଣି ଚବ ଚବ୍ କରିବା ଭାରି ମଜା ଲାଗେ। ନଈରୁ ଗାମୁଛା ରେ ଚୁନା ମାଛ ଧରିବା ରେ ଭାରି ଆନନ୍ଦ । ନଈ କୂଳ ରେ ଛୋଟ ପଥର ଉପରେ ବସି ଅଳ୍ପ ଭିଯିବା, ଇସ୍...କି ମଜା ....ସମୟ ଜଣା ପଡେନି । ଆଉ ଯାହା କଲେ ବି ମିଲି  ଅପା ସବୁବେଳେ ପାଖେ ପାଖେ ଥିବ ଛୋଟ ବେଳ ଠୁ ସ୍କୁଲ ଛୁଟିହେଲା ମାନେ ସେ ମାମୁଁ ଘର ନ ଯିବା ପର୍ଯ୍ୟନ୍ତ ସମସ୍ତଙ୍କୁ ନାକେଦମ କରି ଦେଉଥିଲା ।    ମାମୁଁ ଘରେ ଦଶ ହରା ଗୋଟେ ବଡ଼ ପର୍ବ ।କେତେ ପୁରୁଷରୁ ମାଆ ଦୁର୍ଗା ପରିବାର ର ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଇ ଆସୁଛନ୍ତି । ସେତେ ବେଳେ ସାନ ଅଜା ଆଈ,ସବୁ ମାମୁଁ ମାଉସୀ ମାନେ ଆସନ୍ତି, ଅନ୍ୟାନ୍ୟ ବନ୍ଧୁ ବାନ୍ଧବ ଆସନ୍ତି। ପୂଜା, ଭୋଜି ଭାତ ଖିଆ ପିଆ ଗହଳ ଚହଳ ଲାଗି ରହି ଥାଏ । ବହୁତ୍ ମଜା ହୁଏ । ପ୍ରାୟ ଚାରି ବର୍ଷ ତଳେ ଏମିତି ଏକ ପାର୍ବଣ ସମୟରେ ମାମୁଁ ଘରକୁ ଯାଇଥିଲା ସରିତା । ଜେଜେମା ଦେହ ଖରାପ ଯୋଗୁ ମାଆ ବାପା ଯାଇ ପାରି ନ ଥିଲେ ଏକୁଟିଆ ସେ ଯାଇଥିଲା । ମାଉସୀ ମାଇଁ ମାନେ ପୂଜା ରୋଷେଇ ଆଦି ରେ ବ୍ୟସ୍ତ, ମାମୁଁ ମଉସା ମାନଙ୍କର ଗପ ଓ ତାସ ଖେଳ ରେ ସମୟ କଟେ । ତେଣୁ ସେ ଛୁଆ ମାନଙ୍କ ନେତୃତ୍ୱ ନେଇ ବେଶ୍ ମଜା କରୁଥିଲା । କେବେ ନଈ ପଠା ତ୍ କେବେ ଗାଁ ମନ୍ଦିର, ସମସ୍ତଙ୍କୁ ଏକାଠି କରି ଖାଇବା ଶୋଇବା ଦାୟିତ୍ଵ ନେଇଥିଲା ମୂରବୀ ସାଜି । ଏଥର ମିଲି ଅପାଙ୍କ ମାମୁଁ ପୁଅ ଭିକି ଭାଇ ପ୍ରଥମ କରି ଆସିଥିଲେ ଗାଁକୁ, ଆଗରୁ ବହୁତ୍ ଶୁଣିଛି ମିଲି ଅପା ଠାରୁ ତାଙ୍କ ବିଷୟ ରେ। ଭିକି ଭାଇ ଭଲ ପଢନ୍ତି, ଗୀତ ଗାଆନ୍ତି, ସ୍କୁଲ ଓ କଲେଜ ସ୍ତରୀୟ ଅନେକ ପ୍ରତି ଯୋଗିତା ଜିତିଛନ୍ତି ଇତ୍ୟାଦି   ଇତ୍ୟାଦି  ସବୁ ଭଲର ସମାହାର ... ମିଲି ଅପା ଭାଷାରେ ।ସେ ଆଗରୁ ମିଲି ଅପାକୁ ଚିଡାଏ, ତା ମାନେ ତୋ ଭାଇ  ଅନ୍ୟ ଗ୍ରହରୁ ଆସିଚନ୍ତି । କେହି ତାଙ୍କ ସହିତ ସରି ନୁହେଁ । ଥରେ ମିଲି ଅପା ତୋ ଭାଇକୁ ମୁଁ ଆସିଲା ବେଳେ ଡାକି ଦେ, ଦେଖିବା ତୋ ଭାଇ କେମିତି ହିରୋ । ତାକୁ ଲାଗିଲା ମିଲି ଅପା ଜାଣି ଜାଣି ଭିକି ଭାଇଙ୍କୁ ଡାକିଛି। ମିଲି ଅପା ଉଭୟଙ୍କ ପରିଚୟ କରାଇ ଦେଲେ ମିଲି ଅପା ଠାରୁ ଶୁଣି ଶୁଣି ତାକୁ, ଲାଗୁଥିଲା ସେ ସବୁ ଜାଣିଚି ଭିକି ଭାଇଙ୍କ ବିଷୟରେ । ଭିକି ଭାଇ ରୀତିମତ ତାକୁ ଟିଉ ସନ କରିବା ଆରମ୍ଭ କରିଦେଲେ । ନା କ’ଣ?, କଉଠି ରହୁଚ, କ’ଣ କରୁଚ ,ପସନ୍ଦ ଅପସନ୍ଦ, ଯେମିତି ସାକ୍ଷାତ କାର ଚାଲିଛି ବା କନ୍ୟା ଦେଖା ଚାଲିଛି। ସେ ଚିଡିକି ପଳେଇ ଆସିଲା । ପ୍ରଥମ ଦେଖା ରେ କିଏ ଏତେ କଥା ପଚାରେ, ଭାରି ଫୁଟାଣୀ, ଆତ୍ମଗର୍ବୀ ପିଲାଟେ, ଆଉ ଜମା ଭେଟି ବନି ବୋଲି ମନେ ମନେ ସ୍ଥିର କଲା ।  ସେ ମିଲି ଅପା ଘରକୁ ଆଉ ଗଲାନି, ମିଲି ଅପା ଡାକିଲେ ବି । ହଠାତ୍ ତା ପରଦିନ ନଈ କୂଳରେ ସାନ ଭାଇ ଭଉଣୀ ମାନଙ୍କୁ ଧରି ଖେଳୁଛି, ଦୂରରୁ ଚକଡ଼ି ଉପରୁ ଖୁବ୍ ସୁନ୍ଦର ଗୀତ ର ସ୍ଵର ଶୁଣା ଗଲା, ତା ପାଦଟା ସ୍ଵତଃ ସେପଟକୁ ଧାଇଁ ଗଲା, ସେ ବି ଗୀତ ଟାକୁ ଗୁଣୁଗୁଣୁ ହୋଇ ଗାଇ ପାଖ ରେ ପହଞ୍ଚି ଗଲା । ଦେଖିଲା ପଶ୍ଚିମ ଆକାଶ ରେ ଅସ୍ତ ସୁର୍ଯ୍ୟର ରକ୍ତିମ ଆଭାକୁ ଯେମିତି ମନ ଭରି ଉପଭୋଗ କରି ଗୀତ  ଗାଉଛନ୍ତି  ଭିକି ଭାଇ। । ତା ପାଟିରୁ ବାହାରି ଆସିଲା ବାଃ ଆପଣ ଏତେ ସୁନ୍ଦର ଗୀତ ଗାଆନ୍ତି । ଭିକି ଭାଇ କିନ୍ତୁ ପୁରା ଗୀତ ମନସ୍କ ଥିଲେ। ସେ ଜୋରରେ ତାଳି ମାରିଲା । ଭିକି ଭାଇ କହିଲେ, ତମେ ହଠାତ୍ ଏଠି .. କଣ ରାଗ  କମିଲା । ସେ ଅପ୍ର ତିଭ ହୋଇ କହିଲା ନା ମୁଁ ରାଗିବି କ’ଣ ପାଇଁ ? କିଛି ଯଦି ନ ଭାବି ବେ ଆଉ ଗୋଟେ ଗୀତ ଗାଇ ଦିଅନ୍ତୁ ପ୍ଳିଜ୍ । ଆପଣ ବହୁତ୍  ଭଲ ଗାଉଛନ୍ତି । ତା ଅନୁରୋଧ ରକ୍ଷା କରି ପୁଣି ଗାଇଲେ ଭିକି । କହିଲେ ଏ ଗାଆଁର ପରିବେଶଟା ପ୍ରକୃତରେ    କେତେ ଭଲ।  ପାହାଡ ନଈ ସବୁ ମନକୁ ବାନ୍ଧି ରଖିଚି । ମୁଁ ଭାବିଛି କାଲି ଫେରି ଯିବି । ହଠାତ୍ ଚମକି ପଡ଼ିଲା ରିତୁ,ପାଟିରୁ ବାହାରି ପଡ଼ିଲା କ’ଣ ପାଇଁ? ମୋ ପାଇଁ ମିଲି ଆଉ ତମେ ଭଲରେ ମିଶି ପାରୁନ, ତମେ ତା ସହିତ କଥା  ହଉନ ମିଲି କହୁଥିଲା । ଆପଣ ଭୂଲ୍ ଶୁଣିଛନ୍ତି ସେମିତି କିଛି ନୁହେଁ, ପୂଜା ପାଇଁ ଘରେ ଆଈକୁ ସାହାଯ୍ୟ କରୁଚି, ମାଆ ଆସିନି ତ ସେଥିପାଇଁ ବାହାରି ହଉନି । ଆପଣ ଯିବେନି ପ୍ରଥମ ଥର ପାଇଁ ଆମ ଗାଆଁକୁ ଆସିଛନ୍ତି ଏମିତି ଚାଲିଗଲେ ଭଲ ଲାଗିବ ନାହିଁ, ମୋତେ ଦୋଷୀ  ପରି ଲାଗିବ ମୁଁ ନିଜକୁ କ୍ଷମା କରି ପାରିବିନି । ତା ଆଖିରେ ଲୁହ ଭର୍ତ୍ତି ହେଇଗଲା, ସେ ଆଉ କିଛି କହି ପାରିଲାନି । ଆଖିର ଲୁହକୁ ହାତରେ ପୋଛି ପୋଛି ଫେରି ଆସିଥିଲା । ତା ପରଦିନ ସକାଳୁ ସେ ଖାଲି ଘର ଓ ବାହାର ହେଉଥିଲା । ମିଲି ଅପା ଘରକୁ ଚାହିଁ ତା ଆଖି ଖୋଜୁ ଥିଲା ଭିକିକୁ ।କାହାକୁ ପଚାରି ପାରୁ ନ ଥିଲା । ମା' ଙ୍କ ପାଖରେ ଦି ପ୍ରହର ଭୋଗ ଲାଗି ପୂର୍ବରୁ ଆଈ ମିଲି ଅପା ବୋଉଙ୍କୁ ଡାକିବାକୁ କହିଲେ, ଗୋଟେ ଡ଼ିଆଁ ରେ ସେ ମିଲି ଅପା ଘରେ ହାଜର। ଏଣେ ତେଣେ  ଦେଖେ ତ ତା’ ନଜର ଭିକି ଭାଇ ଉପରେ ପଡ଼ିଗଲା । ତା ମୁହଁଟା ଉଜ୍ଜ୍ୱଳ ହେଇଗଲା । ଭିକି ଇଶାରାରେ ପାଟିରେ ହାତ ଦେଇ ଚୁପ୍ ରହିବାକୁ କହିଲେ ଆଉ ସେ ବାଧ୍ୟ ଶିଶୁଟେ ପରି ମାନିନେଲ । ଅପରିଚିତରୁ , ପରିଚୟ କଥା ବାର୍ତ୍ତା, ମିଳା ମିଶା, ହସ ଖୁସିର ସମ୍ପର୍କ କେତେ ବେଳେ ଗଭୀର ଆନ୍ତରିକତାର, ରୂପ ନେଇଥିଲା, ଜଣା ପଡିଲାନି । ତା ଭିତରର ଦୁର୍ବଳତାକୁ ଖୁବ୍ ଅନୁଭବ କରିପାରୁଥିଲା ସରିତା । ମଝିରେ ମଝିରେ ଲୁଚେଇ ଲୁଚେଇ ଦେଖୁଥିଲା ଭିକି ଭାଇକୁ । ଆଉ ଥରେ ଥରେ ଧରା ପଡିଗଲେ ଦୁଇ ଜଣ ଯାକ ଅପ୍ରତିଭ ହୋଇଯାଇଥିଲେ । ତାକୁ ଭିକି ଭାଇ ଖୁବ୍ ଚିଡାଉଥିଲେ । ସେ ଥରେ ଥରେ ଲାଜ ରେ ବି କାନ୍ଦି ପକାଏ, ଭିକି ଭାଇ ବୁଝେଇବେ କଣ ଆହୁରି କୁହନ୍ତି ତମେ କାନ୍ଦିଲେ ଆହୁରି ସୁନ୍ଦର ଦିଶୁଚ ତମ ପ୍ରିୟ ନଈ ପରି, ଛଳ ଛଳ ଆଉ ଚଳ ଚଞ୍ଚଳ ।ସେ ଅଭିମାନ ରେ ମିଛ ରାଗ ଦେଖେଇ ମୁହଁ ମୋଡ଼ି ଦିଏ । ସମୟ ଜମା ଜଣା ପଡି ନଥିଲା ଛୁଟି ସରି ଆସୁଥିଲା । ସେଦିନ ସଂଜ ହେଇ ଆସିଲାଣି ମିଲି ଅପା ଓ ସେ ତର ତର ହୋଇ ନଈ କୁଳରୁ ଫେରିଲା ବେଳେ ଭିକି ଭାଇ ତା କାନ ପାଖରେ ଆସ୍ତେ କରି ଆଇ ଲଭ୍ ୟୁ କହିଲା ବେଳେ ହଠାତ୍ ତା ଗୋଡ଼ ଦିଇଟା ଅଟକି ଗଲା,ସେ ସ୍ଥାଣୁ ହୋଇ ଛିଡା ହୋଇଗଲା, ଏମିତି ଆଶା କରି ନ ଥିଲା । କିଛି କହି ପାରିଲାନି। ଆଖି ବୁଜି ଦଉଡ଼ି ଗଲା । ସତ କହିବାକୁ ଗଲେ ତା ମନ ର ଦୁର୍ବଳତା କୁ ସେ ଜଣେଇବାକୁ ଚାହୁଁ ନ ଥିଲା ।  ରାତି ସାରା ନିଦ ହେଲାନି, ଯାହା ହେଲେ ବି ବାପା ମା’ଙ୍କ ମନରେ କଷ୍ଟ ଦେବାକୁ ଚାହୁ ନ ଥିଲା, ବରଂ ନିଜ ଇଚ୍ଛାକୁ ଭୁଲି ଯିବା ଉଚିତ ।ତେଣୁ ସେ ନିଷ୍ପତ୍ତି ନେଇଗଲା ମନା କରିଦେବ, ସମୟ ଦେଖି ଭିକିଭାଇଙ୍କୁ କହିଲା,ଆପଣ ବୁଝିପାରିବେ ନି, ଗୋଟେ ଝିଅ ପାଇଁ ପ୍ରେମ ଏତେ ସହଜ ନୁହେଁ ।  ବାପା, ମା’ ପରିବାର ପରେ ସମାଜ ସବୁକୁ ସମ୍ମାନ ଦେବାକୁ ପଡେ । ମୋ ପାଇଁ ନିଜର କ୍ଷଣିକ ଦୁର୍ବଳତା ବା ଏ ଭଲ ପାଇବା ଠାରୁ ବାପା ମା’ଙ୍କ ସ୍ନେହ ଭଲ ପାଇବା ଅଧିକ ମୂଲ୍ୟବାନ। ମୁଁ ଝିଅ ହିସାବ ରେ ମୋ ବାପା ମା’ଙ୍କୁ କଷ୍ଟ ଦେବାକୁ ଚାହିଁବି ନି । ମୋତେ କ୍ଷମା କରିଦେବେ ବୋଲି ମୋର ଆଶା । ଯେଉଁ ସମ୍ପର୍କ ଗୁରୁଜନଙ୍କ ଆଶୀର୍ବାଦ ରେ ହୁଏ ତାହା ବହୁ ଦିନ ତିଷ୍ଠି ରୁହେ । ଭଲ ପାଇବା ଗୋଟେ ପବିତ୍ର ଅନୁଭବ । ଯଦି ସତରେ ଭଲ ପାଆନ୍ତି, ଏବଂ ଆମ ସଂପର୍କ ର ଏକ ନାମ ଦେବାକୁ ଚାହାନ୍ତି ଅପେକ୍ଷା କରନ୍ତୁ ପଢ଼ା ସରିବା ଯାଏଁ ।ଘରକୁ ପ୍ରସ୍ତାବ ନେଇ ଆସିବେ, ବାପା ମା’ଙ୍କ ସମ୍ମତି ନେଇ ଯାହା କିଛି କରିବି ।  ମୋ ପରିବାର ମୋ ପାଇଁ ସବୁ କିଛି । ତେଣିକି ଆପଣ ଯାହା  ଉଚିତ୍ ମନେ କରିବେ । ମୁଁ ଅପେକ୍ଷା କରିବି ନିଶ୍ଚୟ । ଆପଣ ଯାହା ନିଷ୍ପତ୍ତି ନେବେ ମିଲି ଅପାକୁ ଜଣାଇଦେବେ।  ମିଲି ଅପା ସହିତ ଦେଖା ହେଲେ ମିଲି ଅପା କୁହେ ତା ଭାଇକୁ ଅପେକ୍ଷା କରିବାକୁ । କିନ୍ତୁ ଭିକି ନିଜେ କିଛି କହି ନାହାନ୍ତି ତା ପରେ ଏ କଥା ଆଉ କେହି ଜାଣନ୍ତି ନାହିଁ । ମିଲି ଅପା ଠାରୁ ଜାଣିଚି ଭିକି ଆଉ କେବେ ଗାଆଁକୁ ଯାଇ ନାହାନ୍ତି । ୟା ଭିତରେ ଚାରି ବର୍ଷ ହୋଇଗଲାଣି,କିଛି ବି ସମ୍ପର୍କ ଉଭୟଙ୍କ ଭିତରେ ନାହିଁ, ତଥାପି ମନେ ମନେ ଅପେକ୍ଷା କରିଛି ସରିତା । ଭଲ ପାଇବା ଏମିତି ଭୁଲି ହୁଏନି, କି ସହଜରେ ପ୍ରକାଶ କରି ହୁଏନି । ଭଲ ପାଇବା ରେ ତ୍ୟାଗ ଥାଏ ପ୍ରତୀକ୍ଷା ଥାଏ ସବୁଠୁ ବଡ଼ କଥା ବିଶ୍ୱାସ ଓ ପରସ୍ପରକୁ ବୁଝି ପାରିବାର ଦକ୍ଷତା । ଭଲ ପାଇବାରେ ନିରବତା ହିଁ କଥା କୁହେ, ଯିଏ ବୁଝି ପାରେ ସଫଳ ହୁଏ। ଯିଏ ବୁଝି ପାରେନି ପ୍ରକୃତ ଭଲ ପାଏନି। ଆଗକୁ ପ୍ରଭୁଙ୍କର ଯାହା ଇଚ୍ଛା ଥିବ ବୋଲି ସ୍ଥିର କରି ଶୋଇ ପଡ଼ିଲା।

ସକାଳୁ ସମସ୍ତେ ଚଳ ଚଞ୍ଚଳ । ଫୁରୁସତ୍ ମିଳୁନି କାହାକୁ କଥା ପଦେ ହେବାକୁ । ମାଆ କେତେ ଗୁଡ଼ିଏ ରଙ୍ଗ ବେରଙ୍ଗ ଶାଢ଼ୀ ବାହାର କରିଛନ୍ତି ତା ପାଇଁ। ସବୁ ଗୁଡା ଉପରେ ପକେଇ ଥରେ ଥରେ ଏପଟ ସେପଟ କରି ଦେଖି ପକାଉଛନ୍ତି, କେଉଁଟା ବେଶୀ ମାନୁଛି । ସେ ଯେମିତି ଗୋଟେ ପ୍ରାଣ ହୀନ ନିର୍ଜୀବ କଣ୍ଢେଇ ।ଏମିତି ମୁଣ୍ଡ ବାନ୍ଧିଲେ ମାନିବ ସେମିତି ଶାଢ଼ୀ ପିନ୍ଧିବ, ଆଖିରେ କାଜଲ ଓଠରେ ଲିପି ଷ୍ଟିକ । ସେ ବିଗିଡି ଯାଇ କହିଲା ଆଉ ଦି ଚାରି ଜଣଙ୍କୁ ଡାକିଲୁନି । ତାର ସହିବାର ସୀମା ଯେମିତି ଟପି ଯାଉଚି । ଘର ଛାଡ଼ି ପଳେଇ ବାକୁ ମନ ହେଲା । ପ୍ରଥମ ଥର ପାଇଁ ଭାବିଲା ଆ ଠାରୁ ଶହେ ଗୁଣ ଭଲ ନିଜ ପସନ୍ଦରେ ବାହା ହେବା । ନିର୍ଦ୍ଦିଷ୍ଟ ସମୟ ରେ କୁଣିଆ ଆସି ଘରେ ପହଞ୍ଚି ଗଲେଣି, ମା’ ବାପା ଚଳ ଚଞ୍ଚଳ, ଚାଲୁ ନାହାନ୍ତି ତା ଯେମିତି ଦୌଡୁ ଛନ୍ତି ଆଉ ସରିତାର ପାଦଟା ଅଟକି ଯାଉଚି ଓଠ ଶୁଖି ଯାଉଚି ପାଟିରୁ କଥା ବାହା ରୁନି । ସେ ମୂକ ଓ ବଧିର ପାଲଟି ଯାଇଛି।

ମୁହଁ ଟେକି ଚାହିଁ ପାରୁନି, ଯେମିତି ଆଖିରୁ ଆଷାଢ଼ ଶ୍ରାବଣ ଏକାଥରେ ବହିଯିବ । ପୁଅ ମାଆ କହିଲେ ଆଜି କାଲି ଝିଅ ଗୁଡା କେତେ କଥା  ପଚାରି ବୁଝୁଚନ୍ତି, ପାଠ ପଢିଚୁ  ଚାକିରି ବିଁ କରିଛୁ ,ଏତେ ଡର କ’ଣ? ଯାହା ଜାଣିବାକୁ ଚାହୁଁଚୁ ସିଧା ପଚାରି ବୁଝି ନେ। ଆମ ଅମଳଗଲାଣି, ବାପା ମା’ ଯୋଉଠି କହିବେ ଯେମିତି କହିବେ ସେଇଠି ବାହା ହବ । ବିଲକୁଲ୍ ଭୂଲ, ନିଜ ପସନ୍ଦ ର ପିଲା ବାଛିବାର ଅଧିକାର ତୁମର ଅଛି । ପୁଅ ମା’ କହିଲେ ଝିଅ ପୁଅ ଟିକେ କଥା ହେଇଗଲେ ଭଲ ହେବ । ସେମାନେ ଚଲିବେ ଘର ସଂସାର କରିବେ । ଆମେ ତାଙ୍କ ଘରେ ଅତିଥି। ସେ ମା’କୁ ଖାଲି ଥରେ ଚାହିଁଲା, ଯେମିତି ଗିଳି ପକେଇବ ....କେତେ ସ୍ମାର୍ଟ୍ ଆଉ ମର୍ଡର୍ଣ୍ଣ ଦେଖେଇ ହଉଚି  ସ୍ତ୍ରୀଲୋକଟା । ଝାଡି ଦେବାକୁ ମନ ହଉଥିଲା । ଫିର୍ ଭି ଚୁପ୍ ରହିଲା। ସେ ଠିକ୍ କରି ସାରିଥିଲା ପସନ୍ଦ ନୁହେଁ କହି ଆଉ କିଛି ଦିନ ଗଡ଼େଇ ଦେବ ଏବଂ ମିଲି ଅପା ଠାରୁ ଭିକି ଭାଇ ନମ୍ବର ଆଣି  କଥା ହେବ ଶେଷ ଥର ପାଇଁ ।

ତା ରୁମ୍ ରେ  ଅଲଗା ପୁଅ ଝିଅ ବସିବା ବ୍ୟବସ୍ଥା ହେଇଚି, ପୁଅ ଟିପ୍ରଶ୍ନର ଉତ୍ତର ତଳକୁ ମୁହଁକରି ଅନାଗ୍ରହରେ ଦେଇ ଚାଲିଛି, ଥରେ ବି ମୁଣ୍ଡ ଟେକି ପୁଅକୁ ଚାହିଁ ନାହି । ପୁଅଟି ଏଥର କହିଲା ଆପଣଙ୍କର ମୋ ବିଷୟରେ ଯାହା ଜାଣିବାର ଅଛି ପଚାରନ୍ତୁ । ସେ ନାହିଁ କରି ଉଠି ଯାଉଚି, ଶୁଭିଲା ଟିକେ ବସ ରିତୁ । ମୁଁ ଏତିକି ବେଳେ ଭିକିର ଫୋନ ବାଜି ଉଠିଲା. ଆଉ ସେ କହିଲେ ହଁ ମିଲି, ମୁଁ ଆସିଲି ଯେ ତୋ ସାଙ୍ଗ ମୋତେ ଚିହ୍ନି ପାରୁନି । ସ୍ଵପ୍ନ ଦେଖିଲା ପରି ବସି ପଡ଼ିଲା ସରିତା ମୁଣ୍ଡ ଉଠେଇ ଦେଖିଲା ଭିକି ଭାଇ ବିଶ୍ୱାସ ହେଉନି ତାକୁ ତା’ ମୁହଁରୁ ଖୁସିଟା ସ୍ପଷ୍ଟ ବାରି ହୋଇ ଯାଉଚି, ଆପଣ ତାକୁ ଫୋନଟା ଧରେଇ ଦେଇ ଭିକି କହିଲେ କଥା ହୁଅ । ମିଲି ଅପା କହିଲା କେମିତି ଲାଗିଲା.. ମୋ ପ୍ଲାନ ରିତୁ । ତାକୁ ଅଭିମାନରେ ସରିତା କହି ପକେଇଲା ତମ ସହିତ ଜମା କଥା ହେବିନି । ତମେ ମୋତେ କିଛି ନ ଜଣେଇ ଏତେ ବାଟ ଆଗେଇଚ ତମକୁ ଜମା ଛାଡିବିନି । କଥା ନ ହ ପଛକେ ମୋ ଭାଇ ପସନ୍ଦ ତ । ହଁ ବୋଲି ସଂକ୍ଷିପ୍ତରେ କହିଲା । ମିଲି ଫୋନ ରଖ ଆଗ ତୋ ମଜ୍ଜନୁ ସହିତ ଭଲରେ କଥା ହେଇ ଯା’ ।

ଏଥର କହିବା ଆରମ୍ଭ କଲା ସରିତା - ଆପଣ ଥରେ ବି ପଚାରି ବୁଝି ନାହାନ୍ତି ମୁଁ କିପରି ଅଛି ଏତେ ଦିନ । ଭିକି କହିଲେ ମୁଁ ଭଲ ପାଇଛି ତମକୁ । ତେଣୁ ତମ କଥାକୁ ସମ୍ମାନ ଦେଇ ଦୂରରେ ରହି ସମୟ ଓ ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଛି, ମିଲି ଠାରୁ ତମ ଖବର ପଚାରି ବୁଝିଛି । କିନ୍ତୁ ତମେ ମୋ ଖବର ରଖିଛ, ଅନେକ ସମୟରେ ତମକୁ ଟିକେ ଦେଖିବା ପାଇଁ ତମ କଲେଜ ଆଗରେ କେତେ ଚକର୍ କାଟିଛି ଜାଣ !  ଏବେ ମୁଁ ପାସ କରିଛି ତ ଏଥର ରାଜି ତ କ’ଣ କହୁଚ । ବୁଝିଲ ରିତୁ ପ୍ରକୃତ ଭଲ ପାଇବା କେବେ ହଜି ଯାଏନି ଆଖିରୁ ବାହାରି ମନ ତଳେ ସବୁଦିନ ପାଇଁ ରହିଯାଏ । ତମେ କୁହ ତମେ ଭୁଲି ପାରିଚ ? ନା ' ସଂକ୍ଷିପ୍ତ ଉତ୍ତର ଥିଲା ରିତୁର ।  କିନ୍ତୁ ଆମେ ଯଦି ଭେଟି ପାରି ନ ଥାନ୍ତେ ସବୁଦିନ ପାଇଁ ଏଇ ଭଲ ପାଇବା କ’ଣ ରହି ଥାଆନ୍ତା । ଏକ୍ସପେରିମେଣ୍ଟ୍ କରିବା କି? ରିତୁ ଚିଲେଇ ଉଠିଲା ନା ବାବା ଆଉ ନାହିଁ ବହୁତ ହେଲା । ଦୁଇ ଜଣ ଯାକ ଏକ ଥରେ ହସି ଉଠିଲେ । ଭିକି କ’ଣ ଭାବୁଥିଲେ ରିତୁ କହିପାରିବ ନି ତାକୁ ଲାଗୁଥିଲା ଆକାଶଟା ତା ହାତ ମୁଠାରେ । ଦୁନିଆର ସବୁ କିଛି ମିଳିଯାଉଚି । ବିଶ୍ୱାସ କରିପାରୁନି ନିଜକୁ ଆସ୍ତେ କରି ଚିମୁଟି ଦେଲା ସ୍ଵପ୍ନ ଦେଖୁନି ତ । ଥରେ ଥରେ ସ୍ଵପ୍ନଟା ସତ, ଆଉ ସତଟା ବି ସ୍ଵପ୍ନ ପରି ଲାଗେ ।


Rate this content
Log in

Similar oriya story from Romance