Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମା'
ମା'
★★★★★

© Soumya Shubhadarshinee

Drama Tragedy

4 Minutes   7.0K    15


Content Ranking

କାନନ ପଚାରୁଥିଲା

" କୁହ ମାଡାମ୍ କିଏ ତୁମେ ? କି କାମ ଅଛି ମୋ ଠି ?''

ଏକମାତ୍ର ପୁଅର ଜୀବନ ରକ୍ଷା ଲାଗି ସଂଜୀବନୀର ସନ୍ଧାନ କରିବା ପରେ ତା' ଭିତରେ ଥିଲା ଏକ ଅଜବ ଭୟ । କଣ କହିବ ଶ୍ୱେତା କାନନକୁ ? ଖୁବ୍ କଷ୍ଟ ବୁଝେଇବା ଗୋଟେ ୬ ବର୍ଷ ପୁରୁଣା ସମ୍ପର୍କ ବିଷୟରେ ଯାହାକୁ କେବେ ଜିଇଁ ନାହିଁ ଏଇ ମା' ଟି !

କିନ୍ତୁ ଅଛି କି ଆଉ କିଛି ବିକଳ୍ପ ? ନା' କେବଳ ଏଇ କାନନ ହିଁ ଏବେ ତା' ଅଂଶୁର ଜୀବନ ରକ୍ଷା କରିବାର ଶେଷ ସମ୍ଭାବନା ।

ଶ୍ୱେତା ଖୁବ୍ ବିକଳ ସ୍ୱରରେ କହିଲା , " ସ୍ଵର୍ଣ୍ଣ କମଳ ହସ୍ପିଟାଲରେ ଆଜିକୁ ୬ ବର୍ଷ ପୂର୍ବେ , ତୁମେ ପୁଅଟିଏ ଜନ୍ମ ଦେଇଥିଲ ମନେ ଅଛି ନା ତୁମର ?"

କାନନ ବିସ୍ଫାରିତ ନେତ୍ରରେ ଦେଖିଲା ଯେମିତି ଦେଖୁଛି ଗୋଟେ ଭୂତ । ଆଉ କହିଲା, " କଣ କହିଲେ ମୋ ପୁଅ , ମୁଣ୍ଡ ଖରାପ ହେଇଯାଇଛି କି । ମୋର କେହି ପୁଅ ନାହିଁ "। ଶ୍ୱେତା କହିଲା ଅସହାୟ ସ୍ୱରରେ ," ଡାକ୍ତର ମିନତୀ ମ୍ୟାମ୍ ଙ୍କ ମାଧ୍ୟମରେ ତୁମେ ହେଇଥିଲ ମୋ' ଅଂଶୁର ମା' , ପ୍ଲିଜ ମନା କରନା"। କାନନ ମନା କଲା " ନାଇଁ ମାଡାମ୍ ତୁମେ ଭୁଲ ଜାଗାକୁ ଆସିଛ । ମୁଁ ତ ଏବେ ବାହା ହେଇଛି । ମୋର ପୁଅ ନାହିଁ" !

ଶ୍ୱେତା କାନ୍ଦିଲା , ବିକଳ ହେଇ କହିଲା ," କାନନ , ତୁମ ପୁଅ ବହୁତ ଅସୁସ୍ଥ । ତା'ର ଚିକିତ୍ସା ଲାଗି ତୁମର ସାହାଯ୍ୟ ଲୋଡ଼ା । ମନା କରନି ତୁମେ ଜାଣ ସବୁ ।" କାନନ କିନ୍ତୁ ମନା କଲା ତାର କେହି ପୁଅ ନାହିଁ । ଚାଲି ଯିବାକୁ କହିଲା ଶ୍ୱେତାକୁ ତା' ସୁରକ୍ଷିତ ପୃଥିବୀରୁ ।

ଶ୍ୱେତାର ନିଷ୍ପ୍ରାଣ ସ୍ୱର ବାରମ୍ବାର କହୁଥିଲା, " କାନନ , ଅଂଶୁ ତୁମ ପୁଅ , ସେ ଆଜି ଅସୁସ୍ଥ ତୁମ ବିନା ଆଉ କେହି ବଞ୍ଚେଇ ପାରିବେ ନାହିଁ ।"

*********

ଅଂଶୁ ଅସୁସ୍ଥ , ଶ୍ୱେତାର ଏକମାତ୍ର ପିଲା , ତା ବିନୟର ସନ୍ତକ । କିନ୍ତୁ ବିନୟ ତାକୁ ଧୋକା ଦେଇ ଚାଲିଯାଇଛନ୍ତି ଏକାକୀ କରି ଏଇ ବିଶାଳ ପୃଥିବୀରେ । ନିଜ ସହ ଅହ ରହ ସଂଘର୍ଷରେ ଶ୍ୱେତା ....

" ବିନୟ ତୁମେ କାହିଁକି ଚାଲିଗଲ ? ଦେଖ ମୁଁ ଏବେ କଣ କରିବି? କେମିତି କରିବି ଅଂଶୁର ଚିକିତ୍ସା । ତାକୁ ତୁମର ଆବଶ୍ୟକତା ଆଜି ଖୁବ୍ । ତୁମେ ଅପହଞ୍ଚ ଇଲାକାରେ ଆଉ ମା ତା'ର ଅଜଣା ପୃଥିବୀରେ ।

*******

ପରିଚିତ ପୃଥିବୀରେ ନିଜ ଅପତ୍ୟର ମୋହ ବହୁତ ବେଶି । କୌଣସି ବିକଳ୍ପ ନାହିଁ ତାର । ସୁନ୍ଦରୀ ସ୍ତ୍ରୀ ଆଉ ସୁଯୋଗ୍ୟ ମଣିଷ ମିଶି ସମ୍ପୂର୍ଣ୍ଣ ହୁଏନି ଗୋଟେ ପରିବାର , ସେଠି ପିଲାଟେ ଦରକାର । ଶ୍ୱେତା ଅଳି କରୁଥିଲା ବିନୟ ପାଖେ । ନିଜର ସୃଜନ ସାମର୍ଥ୍ୟ ନାହିଁ ଜାଣିବା ପରେ ଶ୍ୱେତା ଜିଦ୍ କରୁଥିଲା 'ସରୋଗେଟ୍ ମଦର୍' ପାଇଁ। ବିନୟ କିନ୍ତୁ ଚାହୁଁଥିଲେ ଗୋଟେ ଅନାଥ ପିଲା ।

"ଦେଖ୍ ସିଲୁ ସେ ବ୍ୟବସ୍ଥା ସହଜ ନୁହେଁ। " କରିହେବ ମାନୁଛି କିନ୍ତୁ କାହିଁକି ? ଆମର ପିଲାଟେ ଦରକାର ଆମେ ଚେତନା ସଂସ୍ଥାରୁ ନେଇ ପାରିବା ।ଶ୍ୱେତା କିନ୍ତୁ ଚାହୁଁ ଥିଲା ବିନୟଙ୍କର ପିଲା । ଗୋଟେ ଅନାଥ ପିଲା କେବେ ବିନୟଙ୍କର ନୁହେଁ !! ବିନୟ ହାରି ଯାଇଥିଲେ ଶ୍ୱେତାର ଜିଦ୍ ଆଗରେ । ଆଉ ଆସିଥିଲା ଅଂଶୁ କେବଳ ବିନୟଙ୍କର । ସୁଖି ହେଇଥିଲା ଶ୍ୱେତା । ଭରି ଯାଇଥିଲା କଣ୍ଢେଇ ଘର । ଅପତ୍ୟର ଆକର୍ଷଣ ସତେ ଖୁବ୍ ମୋହାଛନ୍ନ କରେ ମଣିଷକୁ । ବିନୟ ବି ତ ଥିଲେ ଅଫୁରନ୍ତ ସମ୍ଭାବନା ଭିତରେ । ବିଜ୍ଞାନକୁ ମନେ ମନେ ଦେଉଥିଲେ ଅଜସ୍ର କୃତଜ୍ଞତା । ସୁଖ ଆଉ ଶ୍ୱେତା କିନ୍ତୁ ଥିଲେ ସମାନ୍ତରାଳ ପଥରେ । ସେମାନଙ୍କ ମିଳନ ଥିଲା ଖୁବ୍ ଦୁରୂହ । ବିନୟ ଗୋଟେ ଦୁର୍ଘଟଣାରେ ଚାଲିଗଲେ ଅପ୍ରତ୍ୟାଶିତ ଭାବରେ। ଶ୍ୱେତାର ପୃଥିବୀରୁ ହଜିଗଲା ସୁଖର ଠିକଣା ।

ଚାଲିଥିଲା ଜୀବନ ଗୋଟେ ବାଧ୍ୟ ବାଧକତା ଭିତରେ । ଶ୍ୱେତା ଥିଲା ଅଂଶୁର ସାହାରାରେ । ବିନୟଙ୍କ ସନ୍ତକର ମୋହରେ । ଆଉ ଆଜି ସେଇ ଅଂଶୁ ଅସୁସ୍ଥ । କ୍ୟାନ୍ସର କବଳିତ ଛୋଟ ପିଲାର ସୁସ୍ଥତା ପାଇଁ ଲୋଡ଼ା 'ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ'। କିନ୍ତୁ ବାପା କି ମା' ହିଁ ସାମର୍ଥ୍ୟ କରିବାକୁ ସାହାଯ୍ୟ । ବିନୟ ତ' ନାହାନ୍ତି ଆଜି ରହିଛି କେବଳ ମା' ର ସମ୍ଭାବନା...

ଶ୍ୱେତା ସେଇ ମା'ର ସନ୍ଧାନରେ ବାରମ୍ବାର ଯାଉଥିଲା 'ସ୍ଵର୍ଣ୍ଣକମଳ' ହସ୍ପିଟାଲ । ମିନତୀ ମ୍ୟାମ୍ ଅଂଶୁର ସୃଷ୍ଟି କାରିଣୀ । ତାଙ୍କୁ ପଚାରୁଥିଲା

ଶ୍ୱେତା ସେ ସରୋଗେଟ୍ ମା' ର ଠିକଣା । ସେଇ ଠିକଣା ମିଳିଗଲା ପରେ ତା ଆଗରେ ବିରାଟ ଅନ୍ଧଗଳି । ସେଇ ମା' ଟି କେଉଁ ଅବସ୍ଥାରେ ଥିବ ? କିପରି ଗ୍ରହଣ କରିବ ଶ୍ୱେତାକୁ ଆଉ ଅଂଶୁକୁ ? ସେ କଣ ଅଂଶୁ ପ୍ରତି ଥିବ ମୋହରେ ? ଏମିତି ଅଗଣିତ ପ୍ରଶ୍ନର ଚକ୍ରବୁହ୍ୟ ମଝିରେ ଅସହାୟ ଶ୍ୱେତା । କିନ୍ତୁ କଣ ହାରି ଯିବାକୁ ହେବ ତାକୁ ? ନା କେବେ ନୁହେଁ ସମ୍ଭାବନାର ଦରଜା ବାଡେଇବାକୁ ହେବ ନିଶ୍ଚିତ ।

*******

ଶ୍ୱେତା ଗଲା ଅଶୋକ ନଗର ବସ୍ତିକୁ । ଖୋଜିଲା ଅଂଶୁର ମା' କୁ । ବହୁତ ଖୋଜିଲା କିନ୍ତୁ ବସ୍ତି କଣ କାହାର ଠିକଣା ! ବସ୍ତି ତ ଗୋଟେ ପ୍ରବାହ ଆସୁଥିବା ଆଉ ଚାଲି ଯାଉଥିବା ମଣିଷଙ୍କର । ସେଠି କେହି ଚିରସ୍ଥାୟୀ ନୁହେଁ ! ଶ୍ୱେତା କିନ୍ତୁ ସନ୍ତାନର ଜୀଵନ ପାଇଁ କରୁଥିଲା ଭାଗ୍ୟ ଓ ଭଗବାନ ସହ ସଂଘର୍ଷ । ସେଠି ମିଳିଲା 'ବନୁ' ପାନ ଦୋକାନୀ । କହିଲା ଜାଣେ ସେ କାନନକୁ, ବାହା ହେଇ ଅନ୍ୟ ସହରରେ ଏବେ । ଶ୍ୱେତା ସେଇ ପାନ ଦୋକାନୀକୁ କିଛି ଅର୍ଥର ପ୍ରଲୋଭନ ଦେଖାଇ ହାସିଲ କଲା କାନନର ଠିକଣା । ମିଳିଲା ନୂଆ ଠିକଣା କିନ୍ତୁ ସାଥିରେ ଥିଲା ନୂଆ ଭୟ

'' ବାହାଘର ହେଇଯାଇଥିବା ଝିଅର କଣ ଅତୀତକୁ ସ୍ୱୀକାର କରିବାର ସାହସ ଥିବ ?" କିନ୍ତୁ ସେଇଟା ଥିଲା ଅନ୍ତିମ ଆଶାର କିରଣ ଶ୍ୱେତା ପାଖରେ । ଶ୍ୱେତା ଗଲା ନିଜ ମା' ପଣର ଅସହାୟତାକୁ ନିଜର ଆୟୁଧ କରି ନିୟତି ସହ ଲଢ଼ିବାକୁ ।

*******

ଶ୍ୱେତା କହୁଥିଲା ତା' ସ୍ୱାମୀ ବିନୟ ଆଜି ଆଉ ନାହାନ୍ତି । ସେ ଥିଲେ ବଞ୍ଚେଇ ପରିଥାନ୍ତେ କିନ୍ତୁ ଆଜି କାନନ ଛଡା ଆଉ କେହି ନାହିଁ ଅଂଶୁ ପାଇଁ । ମା' ହିଁ ଲୋଡ଼ା । ଶ୍ୱେତା ବିକଳ ହେଉଥିଲା, " ତୋ ପୁଅକୁ ବଞ୍ଚେଇ ଦେ କାନନ, ମୋର ଆଉ କେହି ନାହିଁ । ତୁ ତା' ମା" । ଜୋରରେ କାନ୍ଦି , ହାତ ଧରି ଏକରକମ ନେହୁରା ହେଉଥିଲା ।

ସବୁ ଶୁଣି ନୀରବ ଥିଲା କାନନ , କିଛି ବି କହିଲା ନାହିଁ । କେବଳ ସ୍ଥାଣୁ ହେଇ ବସିଥିଲା । ମନର କାନ୍ଭାସ୍ ରେ ଉଦ୍ଭାସିତ ହେଉଥିଲା ଗୋଟେ ସଦ୍ୟଜାତ ଶିଶୁର ଛବି । କଅଁଳ ଦେହରେ କୁନି କୁନି ହାତ ପାଦ, ସଜଳ ଆଖି, ଗୋଲାପି ଗାଲ, ନାଲି ଓଠ , ଗୋଛାଏ କେଶ । ଡାକ୍ତର ମନା କରିଥିଲେ , "ନା କାନନ ତୁମେ ଦେଖନି ସେ ତୁମର ନୁହେଁ " ...

ଛାତିରେ ଜଡେଇ ନେବାର ସୁଯୋଗ ବି ଦେଇ ନଥିଲେ ,କାଳେ ମୋହ ଲାଗିଯିବ । ଛାତିରେ ପଥର ରଖି ଭୁଲି ଯିବାକୁ ହେଇଥିଲା ତାକୁ । କାନ୍ଦୁଥିଲା ସେ ହୁଏତ ଭୀଷଣ ଭାବରେ ଭିତରେ ଭିତରେ ମା'ର ହୃଦୟ ନେଇ ।

କିନ୍ତୁ ତଥାପି ନୂଆ ବାହା ହେଇ ନିଜର ଘର ସଂସାର ଗଢୁଥିବା ଗୋଟେ ନାରୀ ନିଜ ଅତୀତର ସ୍ୱୀକୃତି ବିହୀନ ଆଦେଖା ପିଲା ପାଇଁ କଣ କରିବ ସେ ସିଦ୍ଧାନ୍ତ ଥିଲା ବହୁତ କଷ୍ଟ । ହେଲେ , ମା' ଟେ ଯେ ସବୁବେଳେ ମା'......

ନୀରବ କାନନ ଯେ ସାହାଯ୍ୟ କରିବନି, ବୁଝିଗଲା ଶ୍ୱେତା ! ବିଷାଦଗ୍ରସ୍ତ କ୍ଲାନ୍ତ ପାଦ ନେଇ ଯିବାକୁ ବାହାରିଲା । ଜୀଵନ ଯୁଦ୍ଧରେ ପରାଜିତ ମଣିଷର ଅସହାୟତା ନେଇ ସେ ଥିଲା ଅସମ୍ଭବ ଭାବେ ବିକ୍ଷୀପ୍ତ । ଜଣା ନଥିଲା କଣ କରିବ ଏବେ !!

କିନ୍ତୁ କିଛି ଦୂର ଯାଇ ଶୁଣିଲା କାନନର ସ୍ୱର , " ମ୍ୟାଡାମ୍ ଟିକେ ରୁହନ୍ତୁ .....

ସୌମ୍ୟା

କାନନ ଶ୍ୱେତା ପିଲା

Rate the content


Originality
Flow
Language
Cover design

Comments

Post

Some text some message..