Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambuja Mohanty

Drama Romance

4  

Ambuja Mohanty

Drama Romance

ଏକ ସୁଖଦ ଚିତ୍ର

ଏକ ସୁଖଦ ଚିତ୍ର

6 mins
238


ମୋର ଗୋଟିଏ ଚିତ୍ର ଆଙ୍କିଦେବୁ?? ଅନେକ ବାର ପ୍ରଶ୍ନ କରେ ଦେବାଶିଷ କୁ ସ୍ଵାତୀ??

ହଁ କାହିଁକି ନୁହଁ ତୁ ଅପେକ୍ଷା କର ମୁଁ ବଡ଼ ହେଲେ ବଡ଼ ଚିତ୍ରକର ହେବି ଆଉ ତୋର ସବୁଠାରୁ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ଦେବି।

ଖୁବ୍ ଖୁସି ହୋଇ ଯାଏ ସ୍ଵାତୀ.. ବର ବର୍ଷର ଦୁଇ ଛୁଆ ସ୍ଵାତୀ ଆଉ ଦେବାଶିଷ.. ଏକା ସ୍କୁଲରେ ପଢନ୍ତି। ଦେବାଶିଷ ବାପା ଖୁବ୍ ଧନୀ ଆଉ ସ୍ଵାତୀ ର ବାପା ଜଣେ ସରକାରୀ ଚାକିରିଆ ଓ ସେ ମଧ୍ୟବିତ୍ତ ପରିବାରର। ହେଲେ ଏହି ତାରତମ୍ୟ ଦୁହିଁଙ୍କୁ ଅଲଗା କରି ଦେଇନି କେବେ..ଦୁହେଁ ଖୁବ୍ ଅନ୍ତରଙ୍ଗ ବନ୍ଧୁ। ବୋହୁ ବୋହୁକା ଖେଳିଲା ବେଳେ ସବୁବେଳେ ସ୍ଵାତୀ ଦେବାଶିଷ ର ବୋହୁ ହୁଏ ଆଉ ଓଢ଼ଣା ଉଠେଇ ଯେତେବେଳେ ସ୍ଵାତୀ ର ମୁହଁକୁ ମିଛିମିଛିକା ଦେଖେ ଦେବାଶିଷ ଖୁବ୍ ଖୁସି ହେଇ ଲାଜେଇ ଯାଏ ସେ। ସତରେ ଖୁବ୍ ସୁନ୍ଦର ଥିଲା ସ୍ଵାତୀ ପିଲାବେଳୁ ଜଣା ପଡୁଥିଲା ତାର ସୌନ୍ଦର୍ଯ୍ୟ ସ୍ଵର୍ଗର ଅପସରାଙ୍କୁ ମାତ ଦେବ। ଦେବାଶିଷ ଖୁବ୍ ସୁନ୍ଦର ଚିତ୍ର ଆଙ୍କେ... ତାର କ୍ୟନଭାସରେ ଯେତେବେଳେ ସେ ସୁନ୍ଦର ସିନେରି ମାନକୁ ଆଙ୍କି ଦିଏ ଲାଗେ ଯେପରି ଏହା ଜୀବନ୍ତ..।ଦିନ ପରେ ଦିନ ଗଡି ଚାଲେ ଆଉ ସାଙ୍ଗରେ ସ୍କୁଲ୍ ପରେ କଲେଜରେ ସ୍ବପ୍ନ ଦେଖୁଥିବା ଏହି ଦୁଇ ବନ୍ଧୁ

କିନ୍ତୁ ସ୍ଵାତୀ ବାପାଙ୍କ ବଦଳି ହେବା ପରେ ଦୂରେଇ ଯାଇଥିଲେ ପରସ୍ପର ଠାରୁ।ମନରେ ନେଇ ଅନେକ ସ୍ମୃତି ଦୁହେଁ କେବଳ ଦୁହିଁକୁ ଝୁରି ହେଉଥିଲେ ହେଲେ କେବେ ଦେଖା ପାଇ ନଥିଲେ।


ଆଜି ଅନେକ ବର୍ଷ ବିତି ଯାଇଛି।ଦେବାଶିଷ ସାମନ୍ତରାୟ ଜଣେ ସୁପ୍ରସିଦ୍ଧ ଚିତ୍ରକର।ତାଙ୍କର ତୂଳୀରେ ଗଢି ତୋଳନ୍ତି ସେ ଅନେକ ଜୀବନ୍ତ ଚିତ୍ର ସବୁ। ନୂଆ ଟେ୍ନୋଲୋଜୀରେ ସେ ଆଙ୍କିଦିଅନ୍ତି ଚିତ୍ର ସବୁ। ବେଳେ ବେଳେ ଲାଗେ ଦୁଇଟି ପୁଅ ଝିଅ ପାଖରେ ବସିଛନ୍ତି।ଜଣେ ଅନ୍ୟ ଜଣକ ଚିତ୍ର ଆଙ୍କୁଚି। ଝିଅ ଦେଖୁଛି ଦୁର ଦିଗବଳୟରେ ଆଉ ପୁଅ ଝିଅକୁ। ଏହି ଭଳି ଅନେକ ଚିତ୍ର। ତାଙ୍କର ପ୍ରତ୍ୟେକ ପେଣ୍ଟିଂ ରେ ଦେଖା ଯାଏ ଏକ ବିରହ ବେଦନା।


ଆଜି ଦେବାଶିଷ ଗୋଟିଏ ଅନାଥାଶ୍ରମକୁ ନିମନ୍ତ୍ରିତ ଅତିଥି।ସେଠାରେ ଖୁବ୍ ବିଶେଷ ପ୍ରତିଭା ମାନେ ଅଛନ୍ତି। ସେଠାରେ ଅନେକ ପିଲା ଅଛନ୍ତି।ସମସ୍ତେ ବିକଳାଙ୍ଗ। କିଏ କହି ପାରେନି କିଏ ଶୁଣି ପାରେନି। କିଏ ଦେଖି ପାରେନି।।ଏହି ଭଳି ଅନେକ...ମଞ୍ଚ ସଜା ହୋଇଛି ଆଜି ଦେବାଶିଷ ସାମନ୍ତରାୟ କିଛି ଉଦବୋଧନ ମୂଳକ ଭାଷଣ ରଖିବେ। ଏହି ଶିଶୁଙ୍କ ଉଦ୍ଦେଶ୍ୟରେ। ସମସ୍ତେ ଆସିଲେ।ଆସର ଆରମ୍ଭ ହେଲା। ମୁଖ୍ୟ ଅତିଥି ମଞ୍ଚ ଗ୍ରହଣ କରିଲେ ଆଉ ଏହି ସମୟରେ ଜଣେ ନାରୀ ଆସିଲେ ବେଶୀ ବୟସ ନୁହେଁ ସମ ବୟସ୍କ ହେବେ ଦେବାଶିଷଙ୍କର। ହେଲେ ଏସିଡ ମାଡ଼ ହୋଇଛି ତାଙ୍କର ମୁହଁରେ କାନରେ। ସମ୍ପୂର୍ଣ ମୁହଁ କ୍ଷତି ନହେଲେ ମଧ୍ୟ ଗାଲ ଓ କାନ ସହ ବେକର କିଛି ଅଂଶ କ୍ଷତ ହୋଇଛି। ହେଲେ ବି ସେ ଲାଗୁଛନ୍ତି ଖୁବ୍ ଅପରୂପା। ଫୁଲ ତୋଡା ଆଣି ହାତରେ ଦେଲେ ସେ ଦେବାଶିଷ ଙ୍କ ଓ ବତି ଜଳେଇବା ପାଇଁ ମହମବତୀ। କିନ୍ତୁ କେଜାଣି କାହିଁ ଗୋଟିଏ ଆପଣାର ଲୋକ ଭଳି ପ୍ରତିତ ହେଉଥିଲେ ସେ। ଚୁପ୍ ରହିଲେ ଦେବାଶିଷ ଆଉ ସେହି ସଭାରେ ଯୋଗ ଦେଇ ନିଜର ଉଦବୋଧନ ମୂଳକ ଭାଷଣ ଦେଇଥିଲେ।


ସଭା ସାଙ୍ଗ ହେଲା ଆଉ ଫେରି ଆସିଲେ ଦେବାଶିଷ। ହେଲେ ସେହି ନାରୀଙ୍କ ଚେହେରା ତାଙ୍କ ମନକୁ ଆୟତ କରି ବସିଥିଲା।ପ୍ରଥମ ଥର ପାଇଁ ପିଲାଦିନର ସେହି କୁନି ସ୍ଵାତୀ କୁ ଭୁଲି ସେ ଅନ୍ୟ କେଉଁ ନାରୀ ପାଇଁ ଆକୃଷ୍ଟ ହୋଇ ପଡ଼ିଥିଲେ। ହେଲେ ସେ ଏହି ପରି ଏସିଡ ମାଡ଼ର ଶିକାର ହେଲେ କିଭଳି।କେଜାଣି କାହିଁ ଏକ ଅଜଣା ଗତାୟୁ ତାଙ୍କୁ ବାଧ୍ୟ କରିଲା ସେ ନାରୀଙ୍କ ବିଷୟରେ ଆଉ ଟିକିଏ ନିକଟରୁ ଜାଣିବାପାଇଁ।ତେଣୁ ସେହି ଅନାଥଶ୍ରମର ଫୋନ ଆଉ ସବୁ ତଥ୍ୟ ଆଣିଲେ ସେ। 

ତହିଁ ଆରଦିନ ସକାଳୁ ଆଉ ବିଳମ୍ବ ନ କରି ନିଜ ଚାକର କୁ କହି ଅନେକ ଉପହାର ଆଉ ଖାଇବା ଆଦି ପ୍ୟାକ୍ କରି ବାହାରି ପଡ଼ିଲେ ସେ ସେହି ସ୍ଥାନକୁ। 


ସମୟ ଏଗାରଟା ପ୍ରାୟ ହୋଇ ଯାଇଥିଲା ପହଞ୍ଚିଲା ବେଳକୁ। ସେ ଦେଖିଲେ ରବିବାର ହେତୁ ସବୁ ପିଲାମାନେ। ଅଗଣାରେ ବସି ନିଜ ରୁଚି ଅନୁଯାୟୀ ସବୁ କାମ କରୁଛନ୍ତି ଆଉ ପାଖରେ ଅଛନ୍ତି କିଛି କର୍ମକର୍ତ୍ତା ତା ଛଡା ଅନେକ ନାରୀ।ଏତେ ଭିଡ଼ରେ ମଧ୍ୟ ଆଖି

ଖୋଜୁଥିଲା ସେହି ଲଳନା ଙ୍କୁ..। କୁଆଡେ ଗଲେ ସେ। ହଁ ଏତିକି ବେଳେ ବାହାରି ଆସିଲେ ସେ ଭିତରୁ ଆଉ ତାଙ୍କ ପଛରେ ଦୁଇଜଣ ଲୋକ ଗୋଟିଏ ବଡ ପ୍ଲେଟ ଉଠେଇ। ଏବେ ସେ କହିଲେ ଟନ ଟନ ମାମ ଆଣିଛନ୍ତି ଆଜି ହାଲୁଆ ସମସ୍ତଙ୍କ ପାଇଁ।ପିଲା ମାନେ ଖୁସିରେ ପାଟି କରିଥିଲେ। ଆଉ ଏହି ସମୟରେ ପ୍ରବେଶ କରିଲେ ଦେବାଶିଷ।ତାଙ୍କୁ ଦେଖି ସମସ୍ତେ ଯେତିକି ଚକିତ ହୋଇ ଗଲେ ସେତିକି ଖୁସୀ ମଧ୍ୟ। ଏବେ ସେ ନିଜ ହାତରେ ଆଣିଥିବା ଉପହାର ମାନଙ୍କୁ ଦେବାକୁ ଲାଗିଲେ ସେହି ପିଲା ତଥା କର୍ମ କର୍ତ୍ତା ମାନଙ୍କୁ। ଶେଷରେ ଯାଇ ପହଞ୍ଚିଲେ ସେ ସେହି ଲଳନାଙ୍କ ପାଖରେ।ଆଉ ହାତରେ ଧରେଇ ଦେଲେ ଉପହାରଟି। ହେଲେ ସେ ମନା କରି କହିଲା ନା କୌଣସି ବଡ଼ ଲୋକଙ୍କ ଠାରୁ ଦାମୀ ଉପହାର ନିଏ ନାହିଁ ମୁଁ, ତା ଛଡ଼ା ମୁଁ ଏଠାର କର୍ମ କର୍ତ୍ତା ନୁହେଁ।ମୁଁ ମଧ୍ୟ ଆପଣଙ୍କ ଭଳି ଏଠାରେ ସମୟ ବ୍ୟତୀତ କରିବାକୁ ଭଲ ପାଏ। ତେବେ ମୋର ଏହି ବଡ଼ ଲୋକି ଦେଖେଇବାର କୌଣସି ଇଛା ନଥିଲା ସତରେ କେବଳ ଗୋଟିଏ ଉପହାର ତା ପୁଣି କର୍ମ କର୍ତ୍ତା ଭାବି ଆଣିଥିଲି। କ୍ଷମା କରିବେ..

ସ୍ମିତ ହାସ୍ୟ ଦେଲା ସେ ଝିଅଟି...ଆଉ ଚାଲିଗଲା। ତା ଯିବା ବାଟକୁ ଚାହିଁ ରହିଥିଲେ ଦେବାଶିଷ।ଏହି ଭଳି ଅନେକ ସମୟ ଯିବା ଆସିବା ଲାଗି ରହିବା ହେତୁ ଧୀରେ ଧିରେ ସେହି ନାରୀ ଆଉ ଦେବାଶିଷ ବନ୍ଧୁ ହେବାକୁ ଲାଗିଲେ। ଦିନେ ସେହି ଅନାଥଶ୍ରମର ପାଖରେ ଥିବା ଗୋଟିଏ ସୁନ୍ଦର ଝରଣା କୂଳରେ ବସିଥିଲେ ଦୁହେଁ ଆଉ ଦେବାଶିଷ ପଚାରିଲେ ତେବେ ତୁମେ ଆଉ ମୁଁ ବନ୍ଧୁ ହେଲେ ଆଶ୍ଚର୍ଯ୍ୟ କଥା ଆମେ କେବେ ପରସ୍ପର ନାମ ଆଦି ପଚାରି ନାହୁଁ।

ସେ ହସି କହିଲା ଆପଣଙ୍କୁ କିଏ ନ ଜାଣେ..

ତେବେ ତୁମ ପରିଚୟ...??

ମୋ ନାଁ ସ୍ଵାତୀ...

ଚମକି ପଡିଲେ ଦେବାଶିଷ.. ଅତୀତ ଆସି ତାଙ୍କ ଦୁଆରେ ଦସ୍ତାବିଜ୍ ରଖିଲେ ପୁନଃ । ଏହି ସ୍ଵାତୀ ଯେ ତାଙ୍କ ସ୍ଵାତୀ ନୁହେଁ ତ ଆଉ ଯଦି ନୁହେଁ ତେବେ ସେ ସ୍ଵାତୀ ସହିତ ଅନ୍ୟାୟ କରୁଛନ୍ତି। ଏହି ଆକର୍ଷଣ କେବଳ ସ୍ଵାତୀ ପାଇଁ ଉଦ୍ଦିଷ୍ଟ।ଏହି ପ୍ରେମ କେବଳ ସ୍ଵାତୀ ର ତଥାପି ଜଣେ ବନ୍ଧୁ ହିସାବରେ ସେ ଜାଣିବାକୁ ଇଛା କରିଲେ କାହିଁକି ଏପରି ହେଲା ଆଜି ତାଙ୍କ ସହ??କାହିଁକି ଏସିଡ ପକାଇ ତାଙ୍କର ଏହି ଚେହେରା କୁ ବିକଟାଳ କରି ଦିଆଗଲା। 

ସେ ଏବେ କହିଲେ ଆଛା ସ୍ଵାତୀ ଯଦି କିଛି ମନେ ନ କର ତେବେ କହି ପାରିବ ତୁମର ଏହି ପରି ଅବସ୍ଥା ପଛରେ କିଏ??କିଛି ପୁରୁଣା ପ୍ରେମ, ପ୍ରେମିକ,ଶତ୍ରୁତା....

ଟିକିଏ ହସି ଉଠିଲା ସ୍ଵାତୀ ଆଉ କହିଲା କିଛି ନୁହେଁ..ଗୋଟିଏ ଭୁଲ୍ ବୁଝାମଣା.. ମାନେ????ଆଶ୍ଚର୍ଯ୍ୟ ହୋଇ କହିଲା ଦେବାଶିଷ

ହଁ ..ସ୍ଵାତୀ ଯୋଡୁଥାଏ..ଆମେ ଗୋଟିଏ ମଧ୍ୟବିତ୍ତ ପରିବାରର ଭୁବନେଶ୍ୱର ରେ ରହୁ ଥିଲୁ..ହେଲେ ବାପାଙ୍କ ସେଣ୍ଟ୍ରାଲ ଗଵର୍ନ୍ମେଣ୍ଟ ଚାକିରି ପାଇଁ ବଦଳି ଆଦି ହେଉଥାଏ ଆଉ ଆମେ ବଦଳି ହୋଇ ଚାଲି ଆସିଲୁ ଦିଲ୍ଲୀ...ହଁ ଏଠାରେ ସବୁ ନୂଆ...ନୂଆ ସହର.. ନୂଆ ବନ୍ଧୁ...କିଛି ପୁରୁଣା ବନ୍ଧୁଙ୍କୁ ଛାଡ଼ି ଅବଶ୍ୟ ଆସିଥିଲି ତେଣୁ ଖୁବ୍ ଦୁଃଖ ଥିଲା ମନରେ।ନୂଆ ସ୍କୁଲ୍ ଆଉ ନୂଆ ଜାଗାରେ ମୋର ଗୋଟିଏ ବନ୍ଧୁ ହେଲା ତାର ନାମ ଗାୟତ୍ରୀ..ମୋର ଗୋଟିଏ ପୁରୁଣା ଘନିଷ୍ଠ ବନ୍ଧୁକୁ ଛାଡ଼ି ଆସିଥିଲି ଯେହେତୁ ଗାୟତ୍ରୀ କୁ ପାଇ ଟିକିଏ ଦୁଃଖ ଲାଘବ ହେଲା ମୋର। ସେତେବେଳେ ମୁଁ ନବମରେ ପଢୁଥାଏ। ଆଉ ଗାୟତ୍ରୀ ସହ ଏହି ବନ୍ଧୁତା ନିଜ ଭଉଣୀ ଭଳି ଗଢି ଉଠିଲା। ଆମେ ଏକାଠି ଖାଉ ପିଉ,ପାଠ ପଢ଼ୁ ଆଉ ମୋର ସେହି ପୁରୁଣା ବନ୍ଧୁ ବିଷୟରେ ଢେର ଗଳ୍ପ କରେ ମୁଁ। ଏମିତି ଦିନ ବିତିଗଲା ଆଉ ସ୍କୁଲ୍ ରୁ କଲେଜ୍ ଆସି କେତେବେଳେ ଗ୍ରାଜୁଏସାନ ରେ ପହଞ୍ଚି ଗଲୁ। ହେଲେ ଦିନେ ଜାଣିବାକୁ ପାଇଲୁ ଯେ ଗାୟତ୍ରୀ କୁ କେହି ଜଣେ ପ୍ରେମ କରୁଛି।ଆଦୌ ଭଲ ପିଲା ନୁହେଁ,ନିଶାଖୋର,ଗଞ୍ଜୋଡ ଆଉ ମଦୁଆ।ସେ ବିଭିନ୍ନ ଅଶ୍ଳିଳ କମେନ୍ତ୍ ମଧ୍ୟ କରେ ।ଆଉ ଅନେକ ଥର ଗାୟତ୍ରୀ ତା ପ୍ରେମକୁ ପ୍ରତ୍ୟାଖ୍ୟାନ କରିଛି । ସେଦିନ ବର୍ଷା ଉଠେଇ ଥାଏ ଆଉ ଆମେ ଦୁହେଁ ଏକା ଭଳି ପୋଷାକ ପିନ୍ଧି ବାହାରି ଥାଉ କଲେଜ୍।ସେ ପିଲା ମଧ୍ୟ ଆମକୁ ଠିକ୍ ଲକ୍ଷ୍ୟ କରିଥାଏ।ଆଉ ରାସ୍ତାରେ ଗଳ୍ପ କରି ଦୁହେଁ ଚାଲି ଚାଲି ଯାଉଥାଉ କଲେଜରୁ ଘରକୁ ଏତିକି ବେଳେ ବର୍ଷା ହେବାର ସମ୍ଭାବନା ଦେଖି ଗାୟତ୍ରୀ କହିଲା ଏଠି ଟିକିଏ ଆଗରେ ମଲ୍ ଅଛି ଚାଲ ଯିବା ଭିତରକୁ ବର୍ଷା କମିଲା ଯିବା ମୁଁ ମଧ୍ୟ ସମ୍ମତି ଦେଲି । ଆଉ ଆମେ ଧୀରେ ଧୀରେ ମଲ୍ ଆଡ଼କୁ ଅଗ୍ରସର ହେଉଥାଉ। ଗାୟତ୍ରୀ ରାସ୍ତା ଆଡ଼କୁ ଚାଲିଥାଏ ମୁଁ ଏପଟକୁ। ଏତିକି ବେଳେ ତାର ପାଦରୁ ଚପଲ ଖସି ଗଲା ଆଉ ସେ ତଳେ ବସି ପଡିଲା ଓ ମୋ ମୁହଁରେ ମୁଁ ଅନୁଭବ କରି ବସିଲି କିଛି ପାଣି।ପାଣି ଏତେ କୁଆଡେ ଆସିଲା ଭାବୁ ଭାବୁ ମୁହଁ ବୁଲେଇ ଦେଲି ଆଉ ମୋ ମୁହଁ ବେକ କାନରେ କିଛି ପାଣି ପଡି ଜଳିବା ଆରଂଭ ହେଲା।ଡରିଗଲି ମୁଁ ଆଉ ମୁହଁକୁ ଜାବୁଡି ଧରି ଚିଲେଇବକୁ ଲାଗିଲି। ଗାୟତ୍ରୀ ଉଠି ପଡ଼ି ମୋ ଅବସ୍ଥା ଦେଖି ମତେ ହସ୍ପିଟାଲ୍ ନେଇଗଲା।ବାପା ମୋର ଏହି ଅବସ୍ଥା ଦେଖି ହୃଦଘାତରେ ପରଲୋକ ଗମନ କଲେ।ଆଉ ମାଆ ଅର୍ଦ୍ଧ ପାଗେଳୀ।ଠିକ୍ ସେ ବେଳେ ବେଳେ ଜାଣି ପାରେନି ମତେ।ଆଉ ଅପେକ୍ଷା କରିଥାଏ ମୁଁ କେବେ କଲେଜରୁ ଫେରିବି।

ଦେବାଶିଷ ଅଟକେଇ ଦେଇ କହିଲେ ତେବେ ଦୋଷୀ ଧରା ପଡିଲା ନା ନାହିଁ।

ହଁ ସେ ଧରା ପଡ଼ିଲା ଆଉ ଜଣା ପଡ଼ିଲା ଯେ ସେ ଗାୟତ୍ରୀ ପାଇଁ ଚାଲ୍ କରିଥିଲା ହେଲେ ଶିକାର ହେଲି ମୁଁ। ସେ ଯାହାହେଉ।ଗାୟତ୍ରୀ ଏବେ ବିବାହ ପରେ ଆମେରିକାରେ ଆଉ ମୋର ଅଧିକାଂଶ ସମୟ ଏଠାରେ ବିତେ। 

ଆଛା ତେବେ ତୁମେ ତୁମ ପୁରୁଣା ବନ୍ଧୁଙ୍କ କଥା କହିଲନି କିଛି।କେବେ ଦେଖା ହୋଇଛି ପୁଣି। ।ଟିକିଏ ହସି କହିଲେ ସ୍ଵାତୀ ସେ ..

ତା ନାମ ଦେବାଶିଷ... କଲ୍ଟିବେଟ ଗ୍ରୁପ ଅଫ ଇଣ୍ଡଷ୍ଟ୍ରି ମାଲିକ ସେ।ହଁ ପିଲାବେଳେ ତାର ପିତା ଥିଲେ ଏବେ ସେହିଁ ଥିବ।ଖୁବ୍ ଭଲ ଚିତ୍ର ଆଙ୍କେ।ନଦୀ ନାଳ ଗଛ ଲତା ସିନେରୀ। ଆପଣଙ୍କର ଆଉ ତାର ଏହି ଦୁଇଟି ଜିନିଷ ସମାନ। କଲେଜ୍ ବେଳେ ଭାବିଥିଲି ତାକୁ ଦେଖା କରିବି ଆଉ ଗାୟତ୍ରୀ କୁ ନେଇ ଓଡ଼ିଶା ଯିବି ହେଲେ ମୋର ଏହି ଚେହେରା ଦେଖିଲା ପରେ ଆଉ ତାକୁ ଦେଖିବାକୁ ଇଛା ହେଲାନି। ହଁ ପ୍ରେମ କରୁଥିଲି ମୁଁ ତାକୁ ।ତା ଖୁସି ଆଉ ସୁଖ ମୋର କାମ୍ୟ। ଏତେ ବଡ ଲୋକ ମୋ ଭଳି ଅସୁନ୍ଦର ଝିଅ ସହ ଆଦୌ ଭଲ ଦିଶିବ ନାହିଁ ।

କିଏ କହିଲା...କହି ଉଠିଲା ଦେବାଶିଷ.. ତାର ଏହି କଥାରେ ବୁଲି ଚାହିଁଲା ସ୍ଵାତୀ...ଆଖିରେ ଆଖିଏ ଲୁହ ଦେବାଶିଷ ର।

ତୁ କଣ ଭାବୁଛୁ.??ତତେ ମୁଁ ଖୋଜିନଥିବି।କେତେ ଦିନ ରାତି ଉଜାଗର ହୋଇ ତୋର ପିଲାଦିନର ସେହି ଛବି ଆଙ୍କି ନଥିବି। କିଏ କହିଲା ମୁଁ ଜଣେ ଧନୀ ବାପର ପୁଅ।ମୁଁ ନିଜ ନାମରେ ନାମିତ।ନିଜ ପରିଚୟରେ ପରିଚିତ।କେବଳ ତୋର ସେଇ ଗୋଟିଏ ଛବି ଆଙ୍କି ତତେ ଦେଖେଇ ପାରିବି ବୋଲି। ଆଜି ଦ ଦେବାଶିଷ ସାମନ୍ତରାୟ କେହି ନୁହେଁ ତୋର ସେହି ପିଲାଦିନର ଦେବାଶିଷ ବୋଲି ଜାଣିଲେ କଣ କରିବୁ ସ୍ଵାତୀ।ଆଖିରେ ଥିଲା ଆଖିଏ ଲୁହ ଓ ଛାତି ରେ ଛାତିଏ କୋହ। ହେଲେ ତୁ???କହିଲା ସ୍ଵାତୀ ହଁ ମୁଁ କେତେ ଖୋଜିଛି ତତେ ହେଲେ ଏହିପରି ଆଜି ପାଇବି ଜାଣି ନଥିଲି।

ସ୍ଵାତୀ :ହେଲେ ମୋର ଏହି ଅସୁନ୍ଦର ଚେହେରାକୁ ନେଇ ତତେ ସମର୍ପଣ କରିବାକୁ ଇଚ୍ଛା ନାହିଁ ମୋର

ଦେବାଶିଷ: ପାଗେଳି ତୁ... ଏ ରୂପ ଚେହେରା ଆଦି କ୍ଷଣସ୍ଥାୟୀ। ହେଲେ ମନର ଭଲପାଇବା ଆଉ ଆବିଳତା,ସ୍ନେହ ଆଦି ଦୀର୍ଘଦିନ ପାଇଁ। ଯଦି ରୁପହିଁ ସବୁ କିଛି ତେବେ ମାଆ କାଳୀଙ୍କୁ କେହି ପୂଜା କରିନଥାନ୍ତେ। ତୁ ସେମିତି ଅଛୁ।ଠିକ୍ ଅବୁଝା କୁନି ଶିଶୁ ଯାହାକୁ ମୁଁ ହିଁ ବୁଝେଇ ପାରିବି।ହସୁଥିଲେ ଦୁହେଁ ଆଖିରୁ ଝରି ଯାଉଥିଲା ଆନନ୍ଦାଶ୍ରୁ ଆଉ ପ୍ରଭା ଦୂର ଦିଗବଳୟରେ ଅସ୍ତ ହେଇ ଯାଉଥିଲେ।ଆଉ ଠିକ୍ ଗୋଟିଏ କାନଭାସ ଭଳି ତାଙ୍କର ଏହି ସୁଖଦ ପରିସମାପ୍ତି ତଥା ମହାମିଲନ ହେଉଥିଲ



Rate this content
Log in

Similar oriya story from Drama