Ambuja Mohanty

Abstract Horror Romance

3  

Ambuja Mohanty

Abstract Horror Romance

ଏକ ଅଜବ ପ୍ରେମ କାହାଣୀ

ଏକ ଅଜବ ପ୍ରେମ କାହାଣୀ

8 mins
284


ହଁ ମତେ ପ୍ରେମ ହୋଇଯାଇଥିଲା ପ୍ରଥମ ବର୍ଷାର ସେହି ଭିଜା ମାଟି ସହିତ, ମୋ ଲାପଟପ୍ ର ସେଇ ୱାଲ ପେପର୍ ରେ ଥିବା ଦୂର ଦିଗବଳୟ ସହିତ ପୁଣି ମୋର ପୂର୍ବ ଜନ୍ମଦିନରେ ମିଳିଥିବା ଉପହାର ସ୍ୱରୂପ କଫି କପ୍ ସହିତ ପୁଣି ମତେ ପ୍ରେମ ହୋଇ ଯାଉଥିଲା ଚେନ୍ନାଇ କାଞ୍ଚିପୁରମ୍ ର ମହିନ୍ଦ୍ରା ୱାଲ୍ଡ ସିଟି ସହିତ। ବେଶୀ ନୁହେଁ ଚାରି ମାସ ହେବ ଆସିଥିଲି ମୁଁ ସେହି ସ୍ଥାନକୁ।


ସ୍ଥାନଟିରେ ଥିଲା ଏକପ୍ରକାର ନୀରବତା ତାହା ମତେ ବାରମ୍ବାର ପ୍ରେମରେ ପକେଇ ଦେଉଥିଲା। ହଁ ମୋର ପ୍ରଥମ ପୋଷ୍ଟିଂ ସେଥି ହୋଇଥିଲା। ଚାକିରୀରେ ଅଳ୍ପ ଦରମାରେ ସେଠାରେ ମୁଁ ଅନାୟସରେ ଚଳି ଯାଉଥିଲି। ଲାଗୁଥିଲା ଯେପରି ସେହି ସ୍ଥାନ ଠିକ ମୋ ପାଇଁ। ସେହି ରାସ୍ତାରେ ସନ୍ଧ୍ୟାବେଳେ ଚାଲି ଚାଲି ଅଫିସ ରୁ ଫେରିଲା ବେଳେ ମୁଁ ଅନୁଭବ କରୁଥିଲି ମୁଁ ସେହି ଗଡର ରାଣୀ ଆଉ ଏହି ସବୁ ମୋର।ସେଠାର ସେହି ସୁନ୍ଦର ରେଲୱେ ଷ୍ଟେସନ ଥିଲା ଖୁବ୍ ଛୋଟ ଯେପରି କିଏ ହାତରେ ଆଙ୍କି ଦେଇଛି ତାର ଖୁବ୍ କମ୍ ଟ୍ରେନ ରହିଲେ ମଧ୍ୟ ତାର ଶୋଭା ରାଜି ଖୁବ୍ ସୁନ୍ଦର୍।ହଁ ଆମର ଯାତାୟତର ଏକ ମାଧ୍ୟମ ଥିଲା ତାହା।


ପ୍ରତ୍ୟେକ ଦିନ ନହେଲେ ମଧ୍ୟ ପ୍ରତ୍ୟେକ ଶନିବାର ରବିବାର ସକାଳୁ ଉଠି ମୁଁ ସେହି ଇଲାକାରେ ପରିଭ୍ରମଣ କରି ଆସେ। କହିପାରିବେ ହାତ ଗୋଡ ଖେଳେଇ ଆସେ।ହେଲେ କେବେ ଦେଖି ନଥିଲି ତାକୁ ସେହି ରେଲୱେ ଷ୍ଟେସନ ରେ । ସେଦିନ ସକାଳ ୫.୩୦ ସେ ବସିଥିଲା ରେଲୱେ ଷ୍ଟେସନ ବାହାରେ।ସେ ଥିଲା ଛ ଫୁଟ ଉଚ୍ଚା ,ସୁନ୍ଦର୍ ସୁଠଳ ଶରୀର ,ରଙ୍ଗ ଶ୍ୟାମଳ ହେଲେ ଖୁବ୍ ସୁନ୍ଦର୍ ଆକର୍ଷଣୀୟ। କେଜାଣି କାହିଁକି ଏକ ମୋହ ଆସି ଯାଉଥିଲା ତାର ରୂପ ଦେଖି।ହୁଏତ କେଉଁ ଏକ ଅଟୋ ଆସିବାର ଅପେକ୍ଷାରେ ।ମୁଁ ଯେମିତି ଆଗରୁ କହିଛି ସେ ସ୍ଥାନ ଟିକିଏ ନିକାଞ୍ଚନ ଥିଲା ତେଣୁ ବେଶୀ କେହି ନଥାନ୍ତି। ତାକୁ ଦେଖିଲା ପରେ ମୁଁ ଭାବିଲି ଯାଇ ପଚାରିବି କି??ହେଲେ କେଜାଣି କାହିଁ ମନ ଅଟକେଇ ଦେଲା ମତେ।ନାହିଁ ଯିବା ଠିକ୍ ନୁହେଁ।ଏଠାରେ ଅନେକ ଲୋକ ଆସନ୍ତି ମୁଁ କଣ ସମସ୍ତଙ୍କୁ ପଚାରେ?? ହେଲେ ଆଶ୍ଚର୍ଯ୍ୟ ସେ ମୋ ଆଡ଼କୁ ଏକ ତିର୍ଯ୍ୟକ୍ ଦୃଷ୍ଟି ଦେଇ କହିଲା "ମାମ ନୀଡ଼ ହେଲ୍ପ"

ମୁଁ କହିଲି କଣ??

କହିଲା ସେ ଇନ୍ଫୋଷିସ୍ କ୍ୟାମ୍ପସ କେତେ ଦୂର ଆଉ କେମିତି ଯିବି??


ମୁଁ ତାକୁ ବାଟ କହିଲି କାରଣ ସେଇଟା ମୋ କମ୍ପାନୀ ଥିଲା କିନ୍ତୁ ସକାଳ ବେଳା କୌଣସି ଅଟୋ ନଥିବା ହେତୁ ସେ ଟିକିଏ ଅସୁବିଧା ପ୍ରକାଶ କରିଲା ଓ ଆମେ ଦୁହେଁ ସ୍ଥିର କରିଲୁ ଯେ ଚାଲି ଚାଲି ଯିବୁ।ତା ହାତରେ ବ୍ୟାଗ୍ ବେଶୀ ନଥିଲା ଗୋଟିଏ ଛୋଟ ଟ୍ରଲି ବ୍ୟାଗ୍ ଓ ଗୋଟିଏ ହ୍ୟାଣ୍ଡ ବ୍ୟାଗ୍।ତାର କରୁଣା ନଜର ମତେ ବାରମ୍ବାର ପ୍ରେମରେ ପକେଇ ଦେଉଥିଲା ।କେଜାଣି ପ୍ରଥମ ନଜରରେ ପ୍ରେମ ହୁଏ ବୋଲି ଶୁଣି ଥିଲି କିନ୍ତୁ ମୋ ସହିତ ହେଉଥିଲା।


ଆମେ ଚାଲି ଚାଲି ଯିବା ଆରମ୍ଭ କରିଲୁ।ସେ ବିହାର ର ଥିଲା ଓ ଏଇଟି ତାର ଦିତୀୟ କମ୍ପାନୀ ଥିଲା ବୋଲି ସେ କହିଲା।ଆମେ ସହଜ ହୋଇଗଲୁ। କ୍ୟାମ୍ପସ ବେଶୀ ପାଖ ନଥିଲେ ମଧ୍ୟ ବେଶୀ ଦୂର ନଥିଲା। ତେଣୁ ଆମେ ଚାଲୁ ଥାଉ।ଏତିକିବେଳେ କେଜାଣି କେଉଁଠୁ ମାଡ଼ି ଆସିଲା ବର୍ଷା ଓ ସେ କହିଲା ଏଠି ଛିଡ଼ା ହେବାକୁ କୌଣସି ସ୍ଥାନ ନାହିଁ ତେଣୁ ବର୍ଷାରେ ଭିଜି ଚାଲିଯିବା ସେ ଏହା ମଧ୍ୟ କହିଲା ଯେ ଏହି ଇଲାକା ନିକାଞ୍ଚନ ଓ ସୁରକ୍ଷିତ ନୁହେଁ ମତେ ଏଠାକୁ ଆସିବା ଅନୁଚିତ।ହେଲେ ସେ କିପରି ଜାଣିଲା ବୋଲି ମୁଁ ତାକୁ ପ୍ରଶ୍ନ କରିଲି ସେ କହିଲେ ମୁଁ ଶୁଣିଛି ଥରେ ଇନ୍ଫୋଷିସରେ ଜଣେ ଯୋଗ ଦେବାକୁ ଆସିଥିଲା ଓ ତାକୁ କିଛି ବ୍ୟକ୍ତି ହତ୍ୟା କରିଥିଲେ।ତାର କାରଣ ଚୋରି ଥିଲା ମୁଖ୍ୟତଃ। ମୁଁ ଶୁଣି ଡରିଗଲି ଟିକିଏ ହେଲେ ମୋର ଭୟ ପ୍ରକାଶ କରି ନଥିଲି।ହୁଏତ ସେ ମଧ୍ୟ ଚୋର ହୋଇଥାଇ ପାରେ। କେଜାଣି କେମିତି ମନ କଥା ସେ ମୋର ପଢି ପାରୁଥିଲା ତେଣୁ କହିଲା ଶୁଣ ମତେ ଅବିଶ୍ବାସ କରିବା ସ୍ବାଭାବିକ କଥା ହେଲେ ମୁଁ ତୁମର କୌଣସି କ୍ଷତି କରିବି ନାହିଁ।ଏହି ଭଳି ଅସୁବିଧା ସମୟରେ ତମେ ମତେ ସାହାଯ୍ୟ କରିଛ ମାନେ ନିହାତି ମୁଁ ତୁମ ପ୍ରତି କୃତଜ୍ଞ।


ମୁଁ ଟିକିଏ ଆଶ୍ବସ୍ତ ହେଲି। ଏହି ଭଳି ଅନେକ କଥା କହିଲେ ସେ ମତେ ତାର ସ୍ବପ୍ନ,ତାର ଜୀବନ,ତାର ପିତାମାତା ଏହି ଭଳି ଆଉ ସେହି ନିଲ୍ ଗିରି ସାମ୍ନାରେ ଦେଖା ହେବ ବୋଲି ସେ ମତେ ଜଣାଇଲା।କାରଣ ସେଇ ସ୍ଥାନ ଖୁବ୍ ସୁନ୍ଦର୍ ଥିଲା ଯେଉଁଠି ମୁଁ ଯାଇ ବସିଥାଏ ପ୍ରାୟତଃ। ମୋ ଘର ସେହି ପାଖରେ ଥିଲା କିନ୍ତୁ ତା ସମ୍ମୋହନ ଏହି ଭଳି ଥିଲା ଯେ ମୁଁ ଆଗକୁ ଆଗକୁ ଯିବାରେ ଲାଗିଲି।ସେ ହସୁଥିଲା। ତାର ରୂପ କନ୍ତି ଆହୁରି ଆକର୍ଷଣୀୟ ଲାଗୁଥିଲା ସେହି ମୁଷଳ ଧାରାରେ ବରଷି ଯାଉଥିବା ବର୍ଷାରେ।


ଏବେ ସେ କହିଲା ଶୁଣ  ଏହି ବର୍ଷା ଅଟକିବ ନାହିଁ ଲାଗୁଛି କ୍ୟାମ୍ପସ ଦେଖା ଯାଉଛି।ତୁମେ ଚାଲିଯାଇ ପାର।ମୁଁ ତୁମକୁ ଛାଡ଼ି ଦେଇ ଆସୁଛି ଚାଲ ତୁମ ଘର ପାଖରେ ।ମନା କରିଲି ନାହି ତାକୁ ମୁଁ।କାରଣ ତାର କଥା ମୋ ପାଇଁ ବେଦ ସଦୃଶ୍ୟ ଥିଲା। ସେ ଯାହା ହେଉ ସେ ପୁନଃ ମତେ ଆସି ଛାଡ଼ି ଦେଇଗଲା ଘର ପାଖରେ ଖାଲି ଗଲାବେଳେ ଏତିକି କହିଲା ନିଜ ଧ୍ୟାନ ରଖ,ଏକୁଟିଆ ଏହି ଇଲାକାରେ ବୁଲିବା ଆଦୌ ସୁରକ୍ଷିତ ନୁହେଁ। ଯନ୍ତ୍ରଚାଳିତ ଭାବରେ ହଁ ଭରି ଦେଲି ମୁଁ।ସେ ଏବେ କହିଲା ଆଚ୍ଛା ତୁମେ ମୋ ନାମ ପଚାରିଲ ନାହିଁ।


ମୁଁ ଟିକିଏ ହତଭମ୍ବ ହୋଇ ପଡିଲି ହଁ ତ।ମୁଁ ତା ନାମ ପଚାରିଲି ନାହିଁ। ସେ କହିଲା ତେବେ ମୁଁ କହିଦେଉଛି। ମୋ ନାମ ହେଉଛି ମୋହିତ, ମୋହିତ କୁମାର। ମୁଁ ହସି କହିଲି ମୁଁ ଲାବନ୍ୟା। ସେ କହିଲେ "ବୋଥ ୟୁ ଆଣ୍ଡ ୟୋର୍ ନେମ ସୁଟ୍ସ୍ ଅନ ୟୁ।" ଟିକିଏ ହସି ଦେଲି ମୁଁ ସେ ମତେ ବିଦାୟ ଦେଇ ଚାଲିଗଲା ।


ସେଦିନ କେବଳ କଳ୍ପନା ରେ ବିତିଗଲା ମୋର । ମନ ଖୋଜୁଥିଲା ତାକୁ, ହଁ ମୁଁ ତା ପ୍ରେମରେ ପଡି ଯାଇଥିଲି। ଶନିବାର ରବିବାର କେମିତି ସରି ସୋମବାର ହେବ ଓ ଆମେ ଦେଖା କରିବୁ ପରସ୍ପର ସହିତ ତାହା ମୁଁ ଅପେକ୍ଷା କରିଥିଲି।ତାର ଦିପତ୍ମେଣ୍ଟ ମଧ୍ୟ ସେ ମତେ କହିଥିଲା। ତେଣୁ ସୋମବାର ସକାଳୁ ମୁଁ ଶୀଘ୍ର ଅଫିସ ଯାଇ ପହଞ୍ଚିଲି। ଲଗିନ୍ କରିଦେଇ ଖାଇବା ପାଇଁ ପହଞ୍ଚିଲି ମୁଁ କାଳେ ତାକୁ ଦେଖିବି ବୋଲି ହେଲେ ମୋର ଉଦ୍ୟମ ବ୍ୟର୍ଥ ହେଲା। ଏହି ଭଳି ଦୁଇ ଦିନ ଚାଲିଗଲା।ମୋ ମ୍ୟାନେଜର ସେହି ସ୍ଥାନର ସବୁଠୁ ପୁରୁଣା ଲୋକ।ସେ ମତେ ଏହି ଭଳି ଲକ୍ଷ୍ୟ କରୁଥାଏ,ଦୁଇ ଦିନ ପରେ ସେ ମତେ କହିଲା "ୱାଟ ହାପେଣ୍ଡ, ୟୁ ଆର୍ ସର୍ଚିଙ୍ଗ ଫର୍ ସମ୍ଥିଂ ଅର୍ ସମ୍ ୱାନ୍"??? ସେ ମୋର ଟିକିଏ ନିଜ ବନ୍ଧୁ ଭଳି ଥିଲା ତେଣୁ ତାକୁ କହିଲି ଆମ୍ ଲୁକିଂ ଫର୍ ମୋହିତ କୁମାର, ଫ୍ରମ

ଆର୍ ଏଣ୍ଡ ଡି ଡିପର୍ତ୍ମେଣ୍ଟ। ଚମକି ପଡ଼ିଲା ସେ ୱାଟ ?


ତାଙ୍କ ଭୟ ଦେଖି ମୁଁ ଚକିତ ହୋଇ ପଡ଼ିଲି।ସେ କହିଲେ

ୱେଟ୍, କମ୍ ହିଅର୍।ଏହା କହି ନିଜ ଲାପଟପକୁ ଦେଖେଇଲେ ସେ।କିଛି ଖୋଜିଲା ପରେ ଗୋଟିଏ ଫଟୋ କାଢି କହିଲେ "ଆର୍ ୟୁ ଟେଲିଂ ଅବାଉଟ ହିମ"

ୟେସ ମୋ ଉତ୍ତର ଥିଲା ।


ସେ କହିଲେ ଦିସ୍ ଗାଏ ହାସ ମର୍ଡରଡ୍ ଲାଷ୍ଟ ୟିଅର୍ ।

ଏହା କହି ସେ ସେହି ଆର୍ଟିକିଲ୍ ଦେଲେ ପଢିବାକୁ। ହଁ ତାହା ପଢିଲା ପରେ ମୋର ଗୋଡ଼ ତଳୁ ମାଟି ଖସିଗଲା ଆଉ ସେହି ପିଲାର ଅନ୍ତିମ ଫଟୋ ମଧ୍ୟ ଠିକ୍ ସେହି ପୋଷାକରେ ଥିଲା ଯେଉଁ ପୋଷାକରେ ସେ ତାକୁ ଦେଖିଥିଲା। ସତରେ ତାକୁ ସବୁ ସ୍ବପ୍ନ ଭଳି ଲାଗୁଥିଲା। ମୁଁ ଅଧାରୁ ଛୁଟି ନେଇ ଯିବା ପାଇଁ ସ୍ଥିର କରିଲି ଆଉ ମ୍ୟାନେଜର ବୋଧେ ବୁଝି ପାରୁଥିଲା କିଛି ନ କହି ଦୁଇ ଦିନ ଛୁଟି ନେଇ ଯିବାକୁ କହିଲା ସେ ମତେ। ରୁମକୁ ଆସିଲି ମୁଁ ହେଲେ ମନ କାହିଁକି ମାନୁ ନଥିଲା ମୋର।ତା ପ୍ରତି ଯେଉଁ ପ୍ରେମ ଆସି ଯାଇଥିଲା ତାହା ବୋଧେ ମତେ ବିଶ୍ୱାସ ନ କରିବାକୁ କହୁଥିଲା ଯେ ସେ ମୃତ।ସେ ଯାହା ହେଉ କେମିତି କେଜାଣି ନିଦ ହୋଇଯାଇଛି ମତେ।ଆଖି ଖୋଲିଲା ରୁମ୍ମେଟ ର ଫୋନ୍ ରେ।ସେ କହିଲା ଆଜି ସେ ଆସିବନି ଘରକୁ ଯାଉଛି ବାଙ୍ଗାଲୋର।ଅକସ୍ମାତ୍ ଯିବାକୁ ପଡିଲା ଓ ରାତି ବେଶୀ ହେଲେ ଯିବାକୁ ଅସୁବିଧା ହେବ ବୋଲି ସେ ତାର ସହକର୍ମୀ ସହିତ ପଲଉଛି ବସ୍ ଷ୍ଟାଣ୍ଡ। ମୁଁ କହିଲି ହଉ ଠିକ୍ ଅଛି। ସେତେବେଳକୁ ସମୟ ପ୍ରାୟ ଆଠଟା ତିରିଶ ହେବ। ମୁଁହ ଧୋଇ ସାରି ମୁଁ ଉଠି ଚାଲିଗଲି ନୀଳଗିରି ସାମ୍ନାକୁ।ସେଠାରେ ଥିବା ଆଡ୍ଡା ଆଉ ଅନ୍ୟ ବଗିଚା ଭଳି ସ୍ଥାନରେ ମତେ ଲାଗୁଥିଲା ଟିକିଏ ଆରାମ। ସେଠାର ଥଣ୍ଡା ପବନ ମତେ କାହିଁକି ବାରମ୍ବାର କହୁଥିଲା ସେ ଏଠି ଅଛି ମତେ ଦେଖୁଚି।ତାର ମୃତ ଖବର ମୋର ପ୍ରଥମ ପ୍ରେମକୁ ଅଧୁରା କରି ଦେଇଥିଲା।


ଧୀରେ ଧୀରେ ସ୍ଥାନଟି ନିକାଞ୍ଚନ ହେବାକୁ ଲାଗିଲା ଦୋକାନ ସବୁ ବନ୍ଦ୍ ହେବାକୁ ଲାଗିଲା।ଅମୂଲ ଆଇସ୍ କ୍ରିମ ପାର୍ଲର କେବଳ ଖୋଲା ଥିଲା। ଏହି ମୁହୂର୍ତ୍ତରେ କେଜାଣି ଦଲକାଏ ପବନ ମୋ ଦେହରେ ବାଜି ଚାଲିଗଲା ଆଉ ମୁଁ ପ୍ରକୃତିସ୍ଥ ହୋଇ ଚାହିଁଲା ବେଳେ ଦେଖିଲି ଦୂର ସେହି ଚମ୍ପା ଗଛ ମୂଳରେ ଥିଲା ସେ।ଏବେ କିନ୍ତୁ ଚମକି ପଡ଼ିଲି ମୁଁ। ଭୂତ କଥା ବହି ଆଉ ଫିଲ୍ମ୍ ଛଡା ସତରେ କେବେ ହୃଦୟଙ୍ଗମ କରି ନଥିଲି ମୁଁ ତେଣୁ ମତେ ଖୁବ୍ ଡର ଲାଗୁଥିଲା।ସେ ଏବେ ମତେ ପାଖକୁ ଡାକିଲା,ମୁଁ କିନ୍ତୁ ଗଲିନି ,ସେ ହସିଲା ଓ ଧୀର ପାଦରେ ଆସି ମୋ ଠାରୁ ଟିକିଏ ଦୂରରେ ବସିଲା।


ମୁଁ କହିଲି ତମେ ଭୂତ???

ସେ ମୁଣ୍ଡ ହଲେଇ କହିଲା ନା ଭୂତ ନୁହେଁ ଅଶରିରୀ।

ମୋର ଶରୀର ଭୟରେ ଶିହରୀ ଉଠିଲା ସେ କହିଲା ଡରିବାର କିଛି ନାହିଁ।ମୁଁ କେବଳ ତମକୁ ସଚେତନ କରିବାକୁ ଆସିଥିଲି।ତମେ ଯାହା ଶୁଣିଛ ସବୁ ସତ୍ୟ,ସେମାନେ ମତେ ନୃଶଂସ ଭାବେ ହତ୍ୟା କରିଥିଲେ କେବଳ କିଛି ପଇସା ଆଉ ଅଳଙ୍କାର ପାଇଁ କିନ୍ତୁ ସେଦିନ ଠାରୁ ମୁଁ ସମସ୍ତଙ୍କୁ ସଚେତନ କରିବାକୁ ଚେଷ୍ଟା କରେ।ଅନେକ ହୋଇ ଯାଆନ୍ତି।ତୁମକୁ ଅନେକ ଥର ସଚେତନ କରିବାକୁ ଚେଷ୍ଟା କରିଥିଲି କିନ୍ତୁ ଏହା ସମ୍ଭବ ହେଲାନି।ତୁମକୁ ଦେଖିବାର ଗୋଟିଏ ସମ୍ମୋହନ ମତେ ବାନ୍ଧି ଦେଉଥିଲା ଆଉ ମୁଁ ଅଟକେଇ ପାରୁ ନଥିଲି ନିଜକୁ।ହେଲେ ମୁଁ ଅସରିରୀ ଓ ତୁମକୁ ଏମିତି କେତେଦିନ ଦେଖୁଥିବି।ଆମ ପ୍ରେମ କେବେ ସଫଳ ହୋଇପାରିବ ନାହିଁ ତେଣୁ ଏହି ବୃଥା ଚେଷ୍ଟା କରି ତୁମ ଜୀବନ କୁ ମୁଁ ବିପଦରେ ପକେଇବା ପାଇଁ ଭାବି ପାରିଲି ନାହିଁ।ତେଣୁ ଶେଷରେ କାଲି ତୁମ ସାମ୍ନାକୁ ଆସିଲି ହେଲେ ତୁମ ଆଖିରେ ମଧ୍ୟ ମୋ ପ୍ରତି ସମାନ ଭଲ ପାଇବା ଦେଖିଲି।ହେଲେ ମୁଁ ଥିଲି ଉପାୟଶୂନ୍ୟ। ତେଣୁ ମୁଁ ତୁମକୁ ସଚେତନ କରେଇ ମୋର ସଂପୂର୍ଣ୍ଣ ସତ୍ୟ କହି ଚାଲିଗଲି।ଆଜି ତୁମେ ମୋ ବିଷୟରେ ଜାଣିଲା ପରେ ହୁଏତ ଟିକିଏ ବିଚଳିତ ହୋଇ ପଡ଼ିଚ କିନ୍ତୁ ଏତିକି କହିବି ତୁମେ ସୁରକ୍ଷିତ ରୁହ ସେତିକି ମୋର ଆଶା। ମନରେ କୌଣସି ଭୟ ଆଦି ରଖିବନି ମୁଁ ତୁମକୁ କେବେ ଡରେଇବି ନାହିଁ ।


ମୁଁ ଚୁପ୍ ଥିଲି ଆଖିରୁ ଅଜାଣତରେ ଧାର ଧାର ଲୁହ ଗଡୁଥିଲା କିନ୍ତୁ ମୁଁ ଉପାୟ ଶୂନ୍ୟ ଥିଲି କାରଣ ସେ ଥିଲା ଅଶରୀରି।ସେ କହିଲା ମୁଁ ଚାଲି ଯାଉଛି ବସ୍ ଏତିକି ପ୍ରାର୍ଥନା କରିବି ତୁମକୁ ଯେପରି ମୋର ଆଗାମୀ ଜନ୍ମରେ ନିଶ୍ଚିତ ପାଏ ଜଣେ ବନ୍ଧୁ, ପ୍ରେମିକା ଓ ପତ୍ନୀ ହିସାବରେ। ଏହା କହି ସେ ଉଠି ଚାଲିଗଲା ଓ ଅନ୍ଧାରରେ ମିଳେଇ ଗଲା କୁଆଡେ। ମୁଁ ସେଠାରୁ ଆସି ମୋ ମ୍ୟାନେଜର କୁ ଫୋନ୍ କରି ସବୁ ସତ କଥା କହିଲି ଓ ବାଙ୍ଗାଲୋର କୁ ବଦଳି ପାଇଁ ଜଣେଇଲି। ସେ ମୋ କଥାରେ ରାଜି ହେଲା।

ସେଦିନ ସେହି ଇଲାକା ଛାଡ଼ିବା ବେଳେ ରାତ୍ରୀରେ ଯେତେବେଳେ ମୁଁ ଷ୍ଟେସନ୍ ଆଡ଼କୁ ଯାଉଥିଲି ସେତେବେଳେ ତାର ଛାୟା ଦେଖିଲି ସେ ହସୁଥିଲା ଯେପରି ସେ ଖୁସି ଅଛି ମୋର ଏଠାରେ ରହିବାର ଭୟ କେଜାଣି ତାକୁ ବିବ୍ରତ କରୁଥିଲା ଆଉ ଆଜି ସେ ଖୁସି ଜଣା ପଡୁଥିଲା।ମୁଁ ଚାଲି ଯାଇଥିଲି ଆଉ ତାର ସେହି ଚେହେରା ମତେ ଖୁବ୍ ପାଖରୁ ଦିଶୁଥିଲା। ସତରେ ଏମିତି କେବେ ମତେ ପ୍ରେମ ହୋଇ ପାରିବ ବୋଲି ମୁଁ ଭାବି ନଥିଲି।

ଆଜି ଅନେକ ବର୍ଷ ପରେ ...ଜୀବନ କିପରି କଟିଗଲା ହୁଏତ ମୁଁ ନିଜେ ଜାଣି ପାରିଲି ନାହିଁ। ପଞ୍ଚଷଠି ବୟସ କିଭଳି କଟିଗଲା ତାହା ମୋ ପାଇଁ ଆଶ୍ଚର୍ଯ୍ୟର ବିଷୟ ଥିଲା।ହଁ ମୁଁ ବିବାହ କରିଲି ନାହିଁ। ମୋହିତ ଙ୍କୁ କେବେ ଦେଖିନି ସେହି ଦିନ ଠାରୁ ହେଲେ ଆଜି କାହିଁକି ଇଛା ହେଉଛି ଦେଖିବାକୁ। ସେହି ସ୍ଥାନକୁ ପୁନଃ ଆସିଚ ମୁଁ ଗୋଟିଏ କମ୍ପାନୀର ଭି ପି ହୋଇ ।ଆଜିକାଲି ସେହି ସ୍ଥାନ ନିକାଞ୍ଚନ ନାହିଁ। ବରଂ ଗୋଟିଏ ବଡ଼ ଟାଉନ ହୋଇଗଲାଣି ସେହି ଥଣ୍ଡା ପବନ ଆଉ ମାଟିର ବାସ୍ନା ମିଳୁନାହିଁ। ମୋହିତ କଣ ଥିବେ??? ନା ସେ ବି ଚାଲି ଯାଇଥିବେ ଏହି ଜନସଂଖ୍ୟା ଭିଡ଼ରେ ନିଜକୁ ଦୂରେଇ ନେଇ।


ରବିବାର ଭୋର ପାଞ୍ଚଟା...

ପୁଣି ଉଠି ନିଜର ଟ୍ରାକ ଡ୍ରେସ ରେ ବାହାରିଲି ମୁଁ।ହଁ ସ୍ଥାନ ଆଉ ବେଶୀ ଶୁନଶାନ୍ ନାହିଁ ହେଲେ ମଧ୍ୟ ସେହି ସ୍ଥାନ ତାର ସ୍ୱତନ୍ତ୍ରତା ବଜାୟ ରଖିଛି।କେଜାଣି ଗୋଟିଏ ନୂଆ ପୁଲକ ମନରେ ଆଙ୍କି ହୋଇ ଯାଉଛି।ଷ୍ଟେସନରେ ପହଞ୍ଚିଲା ବେଳକୁ ପ୍ରାୟ ଭିଡ଼ ହୋଇଛି। ଏହାକୁ ଦେଖି ଫେରି ଆସିଥିଲି ମୁଁ ହେଲେ ଏତିକିବେଳେ କୁଆଡୁ ଥିଲା ବର୍ଷା ବାଡେଇ ଦେଇଗଲା ଚାରିଆଡେ। ସମସ୍ତେ ଆଶ୍ରୟ ପାଇଁ ଚାଲିଗଲେ ହେଲେ ମୁଁ ସେହି ବର୍ଷାରେ ଭିଜି ଭିଜି ଚାଲି ଚାଲି ଫେରୁଥିଲା ବେଳେ ପଛରୁ ଶୁଣିଲି ଲାବନ୍ୟା ...କେତେ ଥର କହିଛି ତୁମେ ଏକା ଆସିବନି ମତେ ଡର ଲାଗେ କାଳେ ତୁମର କିଛି ହୋଇଯିବ।ଆଖିରେ ଅଶ୍ରୁ ଆସିଗଲା ମୋର ଓ ପଛକୁ ଚାହିଁ ଦେଖିଲି ମୁଁ ହଁ ମୋହିତ ଠିକ୍ ସେହି ଭଳି ଦିଶୁଥିଲା।ନା ତାଙ୍କୁ ବାର୍ଦ୍ଧକ୍ୟ ଛୁଇଁ ପାରିଛି।ତାଙ୍କୁ ଦେଖି ହୃଦୟ ମୋର ପୁରି ଉଠିଲା ମୁଁ କହିଲି ତୁମକୁ ଅପେକ୍ଷା କରିଛି ମୁଁ ଅନେକ ବର୍ଷ ହେବ ଆଜି ତୁମର ସେହି ଗୋଟିଏ ମାତ୍ର ଦେଖା ପାଇଁ ଆତ୍ମା ତୃପ୍ତ ମୋର ଏହା କହିଲା ବେଳକୁ ମୋର ଆଖି ଅବଶ ହୋଇ ପଡ଼ିଲା ଓ ମୁଁ ନିଜର ସଂଜ୍ଞା ହରେଇ ବସିଲି ଏହା ପରେ ନିଜକୁ ନିଜେ ମୁଁ ପାଇଲି ଗୋଟିଏ ସୁନ୍ଦର୍ ମହଲରେ ଯେଉଁଠି କେବଳ ଶାନ୍ତି ବିରାଜ ମାନ କରୁଥିଲା। ହେଲେ ଆଶ୍ଚର୍ଯ୍ୟର କଥା ମୁଁ ଦିଶୁଥିଲି ଖୁବ୍ ସୁନ୍ଦର,ଯେପରି ଷୋହଳ ବୟସି ଏତିକି ବେଳେ ମୁଁ ହତାଟ ଆବିଷ୍କାର କରିଲି ମୋହିତ ମୋ ପଛରେ ଆସି ଛିଡା ହୋଇଥିଲେ ଏବଂ ମୋର କାନ୍ଧରେ ହାତ ରଖି କହିଲେ ଆମର ଏକାଠି ହେବା ସମୟ ଆସିଛି । ମୁଁ ଜାଣେନି ଏହି ପ୍ରେମ କିଭଳି ଥିଲା କିନ୍ତୁ ଗୋଟିଏ ମିଶାଲ ନିଶ୍ଚିତ ଦେଇଗଲା ଦୁନିଆ କୁ।

ମୁଁ ଟିକିଏ ହସିଲି ଓ ଦୁହେଁ ହାତ ଧରା ଧରି ହୋଇ ଚାଲିଗଲୁ ଏକ ବାଦଲ ମୟ ସୃଷ୍ଟିକୁ।

ତହିଁ ଆରଦିନ ସକାଳୁ ... ଖବର କାଗଜରେ ମୁଖ୍ୟ ଖବର ଥିଲା।

"ଭି ପି ଅଫ ଟେକ୍ନୋ ମାନିଆ ହାଜ ପାସଡ ଆୱେ ଇନ୍ ଏ ହାଟାଟକ ଇନ୍ ଦ ସେମ୍ ପ୍ଲେସ ଦି ଇନ୍ଫୋଷିସ ଗାଏ ହାଜ ଡେଡ ଇସ୍ ଇଟ୍ ହାର୍ଟ ଆଟକ ଅର ଘୋଷ୍ଟ ଆଟକ ???"

ହେଲେ ଏହି ଭଳି ମନ ମତାଣିଆ କାହାଣୀ ଶୁଣିବାକୁ ଲାବନ୍ୟା ନଥିଲା ।



Rate this content
Log in

Similar oriya story from Abstract