Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shanti Mishra

Classics

2  

Shanti Mishra

Classics

ମିୟୁଜିୟମ୍

ମିୟୁଜିୟମ୍

4 mins
455



ମିୟୁଜିୟମ୍ ଦେଖା ସରିଲା l ପିଲା ମାନକଂ ମନ ବହୁତ ଖୁସି l ସେ ମିୟୁଜିଉମ୍ ଟି ଜଣେ ବହୁ ପୂର୍ବତ୍ତନ ରାଣୀ କଂର ଥିଲା l ତାଂକ ଗହଣା, ବେଶ ପୋଷକ, ବିଭିନ୍ନ ରଂଗର ଯୋତା ଚପଲ ଦେଖି ଝିଅ ମାନଂକ ଆଖି ସେଇଠି ଠାକି ରହିଲା l ଝିଅ ମାନେ ପରସ୍ପର କଥାବାର୍ତା ହେଉଥିଲେ ରାଣୀ କଂର କି ମଜ୍ଜା l ତାଂକ ଶୋଇବା ଘର, ବସିବା ଘର, ସଂଗୀତ ବୋଲିବା ଘର ସବୁ ଦେଖି ଝିଅ ମାନେ ପୁରା ମୁଗ୍ଧ l କାନ୍ଥ ସାରା ରାଣୀ କଂର ବଡ ବଡ ଫୋଟୋ ସହିତ ତା କଂ ପରିବାର ଓ ତାକଂ ପୂର୍ବଜ ମାନକଂର ଫଟୋ ସବୁ ଲାଗିଥିଲା l ଫଟୋ ତଳେ କାନ୍ଥରେ ରାଣୀକଂର ଜୀବନୀ ବିଷୟ ରେ ଲେଖା ଥିଲା l ଝିଅ ମାନେ ସେସବୁ ବିଷୟ ବିଶେଷ ପଢୁ ନଥିଲେ l ବିଭିନ୍ନ ଆଲମିରାରେ ଥିବା ହୀରା, ନୀଳା, ମୋତି, ମାଣିକ୍ୟର ଗହଣା ସବୁକୁ ଦେଖି ଆଖି ସେମାନକଂର ବିସ୍ଫାରିତ l

ସୁବାସିନୀକଂ ଆଖି ବି କିଛି ପରିମାଣରେ ସଂପ୍ରସାରିତ l ସେ କିନ୍ତୁ ଫୋଟୋ ତଳେ ଥିବା ରାଣୀକଂ ଜୀବନୀକୁ ମନ ଧ୍ୟାନ ଦେଇ ପଢୁଥିଲେ l ସାଧାରଣରେ ବେଶ୍ ଚର୍ଚା ହୁଏ ରାଣୀ ଭୋଗ ଠୁ ଆଉ ବଡ଼ ଭୋଗ ଭାଗ୍ୟ ନାହିଁ l ଯିଏ ଟିକେ ସୁଖରେ ରହିଲା ସେ ରାଣୀକଂ ସଂଗେ ନିଜକୁ ତୁଳନା କରେ l ଯିଏ ବି ଟିକେ ସୁନ୍ଦରୀ ହେଲା ଲୋକେ କୁହନ୍ତି ରାଣୀ ପରି ସୁନ୍ଦରୀ l ସତରେ ରାଣୀକଂର କୌଣସି ଥିରେ ତୁଳନା ନାହିଁ ବୋଲି ଲୋକେ ଭାବନ୍ତି l

କିନ୍ତୁ ରାଣୀ ଚନ୍ଦ୍ରାବତୀକଂ କ୍ଷେତ୍ରରେ ଏହା ସେତେ ପ୍ରଜୁଯ୍ୟ ନୁହେଁ l ସତରେ କହିବାକୁ ଗଲେ ସେ ଅସମାନ୍ୟା ସୁନ୍ଦରୀ ଥିଲେ, ଏହା ନିଃସେନ୍ଦେହ l ତାକଂର ପ୍ରତେକଟି ଛବି ତାର ପ୍ରମାଣ l କିନ୍ତୁ ସେ ଯେ ବଡ ଭାଗ୍ୟଶାଳୀ ଥିଲେ ବା ସର୍ବ ସୌଭାଗ୍ୟରେ ଥିଲେ କେବେବି କହିହେବ ନାହିଁ l ତାକଂ ଜୀବନୀ ପଢିଲେ ତାର ପ୍ରମାଣ ଆପେ ଆପେ ମିଳିଯାଏ l ସେ ସବୁ ପଢିଲେ ଆଉ କେହି ରାଣୀ ହେବାକୁ ମନେ କରିବନି କି ରାଣୀକଂ ସହିତ ନିଜର ତୁଳନା କରିବେନି l

ରାଣୀ ଚନ୍ଦ୍ରାବତୀକଂ ରୂପର ଚର୍ଚା ଦୂରଦୂରାନ୍ତରେ ସେତେବେଳେ ବଡ ଚର୍ଚାର ବିଷୟ ଥିଲା l ବହୁ ରାଜକୁମାର ତାକଂର ପ୍ରଣୟ ପ୍ରାର୍ଥୀ ହୋଇ ନିରାଶ ହୋଇଥିଲେ l ସବୁଠାରୁ ଯେ ଯୋଗ୍ୟ ରୁପରେ ଗୁଣରେ ଅତୁଳନୀୟ ହୋଇଥିବ ସେହିପରି ଏକ ରାଜକୁମାରକଂ ସହିତ ଚନ୍ଦ୍ରାବତୀକଂର ବିବାହ ଦେବେ ବୋଲି ମହାରାଜ ପ୍ରତାପଦେବ, ଯିଏ କି ତାକଂ ପିତା ଇଛା କରିଥିଲେ l କିନ୍ତୁ ସେପରି ମନଲାଖି ଯୋଗ୍ୟ ରାଜକୁମାର ତାକୁଂ ମିଳିନଥିଲେ l ବିବାହର ବୟସ ଗଡି ଗଡି ଚାଲିଥାଏ l

ଥରେ ରାଜାକଂ ଦରବାରରୁ ନିରାଶ ଓ ଅପମାନିତ ହୋଇ ଫେରିଥିବା ବିଭିନ୍ନ ଦେଶର ତିନି ରାଜକୁମାର ପରସ୍ପର ଭିତରେ ମନ୍ତ୍ରଣା କରି ପ୍ରତାପଦେବକଂ ଦେଶ ସମୁହ ଭାବେ ଆକ୍ରମଣ କରି ଚନ୍ଦ୍ରାବତୀକୁଂ ନେଇ ଆସିଥିଲେ l ପରିବାରର ଅନ୍ୟ ସମସ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରି ଥିଲେ l

ତାପରେ ସେ ତିନି ରାଜପୁତ୍ରକଂ ମଧ୍ୟରେ ବି ଝଗଡା ହୋଇଥିଲା କିଏ ଚନ୍ଦ୍ରାବତୀକଂ ପାଣି ଗ୍ରହଣ କରିବାକୁ ନେଇ l ଶେଷରେ ତାକଂ ସ୍ବାମୀ ବିଶ୍ବଦେବ ଅନ୍ୟ ଦୁଇ ଜଣ ବନ୍ଧୁକୁଂ ଛଳନାରେ ଖାଇବାରେ ବିଷ ଦେଇ ହତ୍ୟା କରି ଚନ୍ଦ୍ରବତୀକୁଂ ବିବାହ କରିଥିଲେ l କିନ୍ତୁ ଚନ୍ଦ୍ରବତୀ ମୋଟେ ଖୁସି ନଥିଲେ ଏ ବିବାହରେ l ସେ ତାକଂ ସ୍ବାମୀକଂ ଚାଲି ଚଳନ ଓ ବ୍ୟବହାରରେ ବଡ ଅସନ୍ତୁଷ୍ଟ ଓ ଦୁଃଖୀ ଥିଲେ l ବଡ ଅନ୍ୟୟୀ ଅତ୍ୟାଚାରୀ ରଜା ବି ଥିଲେ l ତାଂକ ଶାସନରେ ପ୍ରଜା ମାନେ ମୋଟେ ଖୁସି ନଥିଲେ l ଦୁର୍ଭାଗ୍ୟ ହେଉ ବା ସୌଭାଗ୍ୟ ହେଉ ଚନ୍ଦ୍ରାବତୀକଂର, ସ୍ବାମୀ ତାକଂର ବେଶୀ ଦିନ ବଂଚି ନଥିଲେ l ଏକ ଅଜଣା ରୋଗରେ ପୀଡିତ ହୋଇ ଶେଷ ନିଶ୍ବାସ ତ୍ୟାଗ କରିଥିଲେ l

ଚନ୍ଦ୍ରାବତୀକଂର ଦୁଇ ପୁଅ ଥିଲେ l ସେମାନେ ବାପ ଠାରୁ କିଛି କମ୍ ନଥିଲେ l ବଡ ହେଲା ପରେ ପରସ୍ପର ଭିତରେ ରାଜଗାଦୀ ପାଇଂ ଝଗଡା କରି ପରସ୍ପରକୁ ହତ୍ୟା କରିଥିଲେ l ରାଣୀ ଚନ୍ଦ୍ରାବତୀକଂ ଜୀବନରେ ଦିନେ ବି ସୁଖର ସୁର୍ଯ୍ୟ ବା ଖୁସିର ଚନ୍ଦ୍ର ଉଦୟ ହୋଇ ନଥିଲେ l ସବୁବେଳେ କୁହୁଡି ଘେରା ଜୀବନ l ମଲା ପୂର୍ବରୁ ମୃତ୍ୟୁ ଶଯ୍ୟାରେ ଥିଲା ବେଳେ ସେ ମନ୍ତ୍ରୀକୁଂ ଦାୟୁତ୍ବ ଦେଇ ଯାଇଥିଲେ ତାକଂର ଏ ସମସ୍ତ ଜିନିଷ ମିୟୁଜିୟମ ତିଆରି କରି ସେଥିରେ ରଖି ଦେବାକୁ l ତାକଂ ଜୀବନର ଏ ଦୁଃଖ ଭରା କାହାଣୀକୁ ଜନ ସମାଜ ପାଇଂ ଲେଖି ଦେଇ ଯିବାକୁ l ସେଇ ଜଣିଏ ଲୋକ ତାକଂ ଜୀବନରେ ବିଶ୍ବସ୍ତ ଥିଲେ l ଚନ୍ଦ୍ରାବତୀକଂ କଥା ରକ୍ଷାକରି ସେ ଏ ମିୟୁଜିୟମ୍ ଟି ତିଆରି କରି ଦେଇ ଯାଇଥିଲେ l

ସୁବାସିନୀ ସର୍ବଦା ନିଜ ଭାଗ୍ୟକୁ ନିନ୍ଦା କରୁଥିଲେ l ତାଂକ ବାଲ୍ୟକାଳ ବହୁ କଷ୍ଟରେ ବିତିଥିଲା ଦିନେ ଖାଇଲେ ଦିଦିନ ଉପାସ l ବହୁ କଷ୍ଟରେ ଦି ଅକ୍ଷର ପାଠ ପଢି ଥିଲେ l ସେ ବି ମାମୁଁ ଘର ଦୟାରୁ l ସେଥିପାଇଂ ମାଇଂକଂ ତା ତ୍ସଲ୍ୟ ଦୃଷ୍ଟିର ବି ଶରବ୍ୟ ହୋଇଛନ୍ତି ଅନେକ ଥର l ନିଜର ବହୁ ପ୍ରଚେଷ୍ଟାରେ ପରେ ସେ ମାଧ୍ୟମିକ ସ୍କୁଲର ଇତିହାସ ଶିକ୍ଷୟତ୍ରୀ ହୋଇ ପାରିଥିଲେ l ଆଜି ପିଲାମାନକଂର ଫିଲଡ୍ ଟ୍ରିପ୍ ଥିଲା l ତେଣୁ ତିରିଶ ଜଣ ଛାତ୍ରୀ ଓ ଅନ୍ୟ ଦୁଇ ଜଣ ଶିକ୍ଷୟତ୍ରୀକଂ ସହିତ ସେ ବୁଲି ଆସିଥିଲେ ମିୟୁଜିୟମl ନଚେତ୍ ତାକୁଂ ବେଳ ବା କାହିଁ କୁଆଡେ ଯିବାକୁ l

ସ୍କୁଲରୁ ଫେରିଲେ ଘରେ ରୁଗ୍ଣ ଶାଶୁ, ଦୁଇ ପିଲା ଓ ବଦରାଗୀ ସ୍ବାମିକଂ ସେବାରେ ତାକଂର ସବୁ ସମୟ ଯାଏ l ଆଜି ସ୍କୁଲ କାମର ଆଳରେ ସେ ଗୋଡ କାଢି ବୁଲିବାକୁ ଆସିଗଲେ l ପିଲା ମାନେ କଣ ଶିଖିଲେ ସେ ଜାଣନ୍ତିନି କିନ୍ତୁ ତାକଂର ବଡ ଶିକ୍ଷା ହୋଇଗଲା l ଦୂରରୁ ଅନେକ ଜିନିଷ ସୁନ୍ଦର ଦିଶୁଥିଲେ ବି ପାଖରେ ତାହା ଏତେ ସୁନ୍ଦର ନୁହେଁ l ସେଦିନ ସେ ମିୟୁଜିୟମରୁ ଫେରି ଆସିଲା ପରେ ତାକଂ ଚାରି ବଖରିଆ ଛୋଟିଆ ଚାଳ ଘର ଟି ତାକୁଂ ସ୍ବର୍ଗ ପରି ମନେ ହୋଇଥିଲା l

ଘରକୁ ଆସୁ ଆସୁ ପିଲାମାନେ ବରାଦ କରି ଦେଲେ ଆଜି ମାଛ ଭାତ ଖାଇବେ l ଶାଶୁ ବରାଦ କଲେ ସରବତ୍ ଟିକେ ତାକଂ ପାଇଂ କରିଦେବାକୁ l ସ୍ବାମୀ ଚା ଏବଂ ଆଣି ଥିବା ମାଛକୁ ଭଲ କରି ଝୋଳ କରିଦେବାକୁ କହିଥିଲେ l ଅନ୍ୟ ଦିନ ହୋଇଥିଲେ ଏ ସବୁ କଥା ଶୁଣି ସେ ବିରକ୍ତ ହୋଇଥାନ୍ତେ ମନେ ମନେ l ଆଜି କିନ୍ତୁ ତାହା କିଏ କାନରେ ଅମ୍ବ୍ରୁତ ଢାଳି ଦେଲା ପରି ମନେ ହେଲା l ତାକଂ ଆସିବା ବାଟକୁ ସମସ୍ତେ କେତେ ଆଗ୍ରହର ସହ ଚାହିଁ ରହିଥିଲେ ସତେ l ସେ ପରିବାର ପାଇଂ କେତେ ଯେ ଦରକାରୀ ଜାଣି ତାକୁଂ ବହୁତ ଖୁସି ଲାଗିଥିଲା l ଏଇତ ସୁଖ, ଏଇତ ସ୍ବର୍ଗ l କି ଦରକାର ତାକଂର ସେ ରାଣୀ ଭୋଗ l



Rate this content
Log in

Similar oriya story from Classics