ଦୁର୍ମୁଲ୍ୟ ହସ
ଦୁର୍ମୁଲ୍ୟ ହସ
ବର୍ତ୍ତମାନ ଏହି ଅର୍ଥସର୍ବସ୍ଵ ଜଗତରେ ଦୁର୍ମୁଲ୍ୟ ପ୍ରାୟ ପ୍ରତୀୟମାନ ହସ ।ସବୁରି ମୁଖରୁ ଉଭାନ ହୋଇଗଲାଣି ଧୀରେ ଧୀରେ ।ଚାହିଁଲେ ବି କେହି ହସୁ ନାହାଁନ୍ତି ।କିନ୍ତୁ କିଛି ଟିଭି ଧାରାବାହିକ ଓ ଚର୍ଚ୍ଚିତ ଚେହେରାମାନେ ସାମ୍ପ୍ରତିକ ସମୟର ମଣିଷ ମାନଙ୍କର ସୁସ୍ଥ ସୁନ୍ଦର ଜୀବନଧାରଣ ନିମିତ୍ତ ଏହି ହସକୌତୁକକୁ ଆପଣେଇ ପରସି ଦେଉଛନ୍ତି ହସ ପସରା ଆମ ସମ୍ମୁଖରେ ।ଯାହା ଦେଖି ଇଚ୍ଛା ନ ଥିଲେ ବି କେତେବେଳେ କେମିତି ଆମେ ହସି ଦିଅନ୍ତି ,ଯାହା ଆମ ମନୋରଞ୍ଜନର ଖୋରାକ ଯୋଗାଉଛି।
ସେହିଭଳି ଚର୍ଚ୍ଚିତ କୌତୁକିଆ ଚରିତ୍ର କୁ ଆମ ପିଲାମାନେ ଦେଖି ଦେଖି ନିଜ କଥା ବ୍ୟବହାର ମାଧ୍ୟମରେ ଲୋକମାନଙ୍କ ପାଖରେ ବାଣ୍ଟିବା ଆରମ୍ଭ କରି ଦେଲେଣି ।ଏହି ହସ କୌତୁକିଆ କଥା ଭିତରେ କିଛି ଶିକ୍ଷଣୀୟ ବାର୍ତ୍ତା ବି ଭରି ଦେଉଛନ୍ତି ସେମାନେ ।
ଯେତେବେଳେ ରାମବାବୁ ମୋବାଇଲ ଖୋଲି ବସନ୍ତି ପୁଅ ଶୁକୁଟା ସବୁବେଳେ ଜିଦି ଧରେ ନଟିଆ କମେଡି ଦେଖିବା ପାଇଁ।ଅନନ୍ୟୋପାୟ ହୋଇ ବିରକ୍ତ ଭାବ ଦେଖାଇ ବାଧ୍ୟହୋଇ ଗୋଟିଏ ଦେଖେଇ ଥାନ୍ତି ।ତା ପରେ ଏବେ ସ୍କୁଲ ବି ବନ୍ଦ ।କଣ କରିବ ଯେ ପିଲାଟି।ତା'ର ଦୌରାତ୍ମ୍ୟ ବି ବଢି ଯାଇଛି ୟା ଭିତରେ।
ଦିନରେ ଗୋଟିଏ ଦୁଇଟା ଦେଖୁଥିଲା ,ଏବେ ତିନି କି ଚାରିଟା ଦେଖିଲାଣି ।ଆଉ ସେ ଯେତେବେଳେ ଦେଖୁଥିବ ତ ହସିହସି ଗଡି ଯାଉଥିବ ।ଆଉ ଡାକି କରି ବାପା ବୋଉଙ୍କୁ ବି କହୁଥିବ ।
ଏହି ସେଦିନର ସେ ହୋଲି ବେଳର କଥା ପରା ।ସମସ୍ତେ ରଙ୍ଗ ସାଲୁବାଲୁ ହୋଇ ପୋଖରୀକୁ ଗାଧେଇବା ପାଇଁ ଯାଇଥାନ୍ତି।ଶୁକୁଟା ବି ଯାଇଛି ।ନିଧି ନନା ଯତା ଗାଈକୁ ଗାଧୋଇ ଦେଉଛି ତ କିଏ ବାସନ ଧୋଉଛି ,ତା ସହ ତିନି ଚାରି ଘର ଲୁଗା ଆଣି ଯଦୁସେଠୀ ତା ବୋଉ ଦୁହେଁ ସୋଢା ପକେଇ ଲୁଗା କାଚୁଥିଲେ ।ଏସବୁ ଶୁକୁଟା ଉପରେ ଥାଇ ଦେଖୁଥାଏ ।ତା ମନ ଆନ୍ଦୋଳିତ ହେଲା।
ସେ ପୋଖରୀ ତୁଠରେ ଠିଆ ହୋଇ ଗୁଲୁରୁ ଗୁଲୁରୁ ହୋଇ ଥଙ୍ଗେଇ ଥଙ୍ଗେଇ ଡାକିଲା ସମସ୍ତଙ୍କୁ....
ଭାଇମାନେ ଟିକେ ଶୁଣ,ସମସ୍ତେ ଏଇଠିକୁ ଟିକେ ଆସ।ମୁଁ ଗୋଟିଏ କଥା କହିବି ।ସମସ୍ତଙ୍କ ଭଲ ପାଇଁ ଗୋଟିଏ ମଞ୍ଜ କଥା କହିବି ।ଶୁଣ ଶୁଣ ତା କଥା ଶୁଣି କେହି କେହି ଆସିଲେ ତ କେହି ନ ଶୁଣିବା ପରି ପୋଖରୀ ପାଣି ରେ ଗାଧେଇଲେ ।
କିଛି ଲୋକ ଆସିଲା ପରେ ଶୁକୁଟା କହିଲା ,ଜାଣିଛ ସମସ୍ତେ ଆମ ଗାଁରେ ସବୁବେଳେ ହଇଜା ,ଜାଦୁ କାଛୁ କୁଣ୍ଡିଆ ପରି ରୋଗ କାହିଁକି ଲାଗି ରହୁଛି କାହିଁକି ଆମ ଗାଁରେ ମଶା ମାଛି ଭଣଭଣ ସବୁବେଳେ ହେଉଛନ୍ତି।ଲୋକମାନେ ସବୁବେଳେ ଏମିତି ରୋଗବୈରାଗ ଦୁଃଖ କଷ୍ଟ କାହିଁକି ଭୋଗୁଛନ୍ତି? କାହିଁକି ହେଉଛି କେହି କିଛି ଚିନ୍ତା ବି କରୁ ନାହାଁନ୍ତି।ମୁଁ କିନ୍ତୁ ଜାଣିଛି ।
ସଦେଇ ଦାଦା କହିଲେ କିରେ କାହିଁକି ଶୁକୁଟା ।କହ କଣ ଜାଣିଛୁ ।
ଶୁକୁଟା କହିଲା - ଦାଦା ଦେଖ, ଏହି ପୋଖରୀ ପାଣିକୁ ।ଏଇଠି ଗାଈଗୋରୁ ଗାଧେଇଲେ,ମଇଳା ଲୁଗାପଟା ସଫା କରାଯାଉଛି,ଅଇଁଠା ବାସନକୁସନ ସଫା କରାଯାଉଛି ,ସେହି ପାଣିରେ ଆମେ ଗାଧୁଆ ପାଧୁଆ କରୁଛନ୍ତି ପୁଣି ଧୁଳି ବାଲି,ପତର ଯତର ପଡୁଛି ।ସବୁ ପରେ ଆମେ ଏହି ପାଣି ନେଇ ଘରେ ରୋଷେଇ ବାସ କରୁଛନ୍ତି ।ତେଣୁ ଏଭଳି ଅପରିସ୍କାର ପାଣିରେ ଗାଧେଇବା ଯୋଗୁଁ କାଛୁ କୁଣ୍ଡିଆ ସହ ଏହି ପାଣିରେ ରୋଷେଇ କରି ଖାଇବା ଯୋଗୁଁ ହଇଜା ଭଳି ମହାମାରୀର ଶିକାର ଆମେ ହେଉଛନ୍ତି ।
ଯଦି ଆମ ପୋଖରୀକୁ ଆମେ ପରିସ୍କାର ପରିଛନ୍ନ ରଖିବା ତେବେ ଏଭଳି ରୋଗର ଶିକାର କେବେ ହେବା ନାହିଁ କି ମୃତ୍ୟୁ ମୁଖରେ ପଡିବା ନାହିଁ ।
ଆରେ ବାହାରେ ମଳତ୍ୟାଗ, ପୋଖରୀରେ ସ୍ନାନ ସୌଚ, ଦଳ ଭର୍ତ୍ତି ପାଣିରେ ରୋଷେଇ କରି ଏଭଳି ଜଳକୁ ବ୍ୟବହାର କଲେ ରୋଗ ଆମକୁ ଆଦର କରିବ।ସେ ରୋଗ ପରା ଆମ ଗାଆଁରେ ଘର କରି ରହିଗଲାଣି ।ଏମିତି ହେଲେ ତାକୁ କଣ ଆମେ ତଡି ପାରିବା ।ସେ ଘରଲୋକ ହୋଇ ରହିଯିବ ସବୁଦିନ ପାଇଁ ।ତାକୁ ତଡିବାକୁ ହେଲେ ଗାଆଁ ଗଣ୍ଡା,ରାସ୍ତା ଘାଟ,ନାଳନର୍ଦ୍ଦମା ଓ ଗାଁ ପୋଖରୀ ସଫା ସୁତୁରା ରଖିବାକୁ ହେବ ।
ଆସ ଆମେ ସଚେତନ ହେବା
ସଭିଙ୍କ ମୁଖେ ହସ ଫୁଟାଇବା,
ଆମ ଗାଆଁ ଆମ ପରିଚୟ
ସ୍ଵଛ ରଖି କରିବା ଜୟଜୟ ।
ସମସ୍ତେ କହିଲେ ଆରେ ବାଃ ଶୁକୁଟା ,ଏତେ ଛୋଟ ପିଲାଟିଏ କେତେ ବଡ଼ କଥା କହି ସମସ୍ତଙ୍କ ଆଖି ଖୋଲିଦେଲା ।
ନାହିଁ ଆଜ୍ଞା, ମୁଁ ଯେଉଁ ନଟିଆ କମେଡି ଦେଖୁନିକି ,ସେଥିରେ ପରା ଏହି ସବୁ ଭଲଭଲ କଥା ଅଛି ।ମଜା ପାଇଁ ଦେଖୁଛି ସତ ,ହେଲେ ଯଦୁ ଦଦେଇ ଝିଅକୁ ମୁଁ ଭାରି ଭଲପାଏ।ମୋ ବାପା କହିଛନ୍ତି ଦଦେଇ କୁ କହି ଆମ ଲାଇନ କ୍ଲିଅର କରିଦେବେ ।ଆପଣଙ୍କୁ ଏତେ ସବୁ ଭଲ କଥା କହିଲି, ମୋ ତରଫରୁ ଟିକେ ସହଯୋଗ କରି ଆମ ଲାଇନ କ୍ଲିଅର କରିବେ।
କାହିଁକି ନା ଲିଲି ମୋର ବହୁତ ପସନ୍ଦ ତ ।