PRANATI MAHAPATRA

Others

4.0  

PRANATI MAHAPATRA

Others

ଫେରି ଆସିବ ସତ୍ୟଯୁଗ

ଫେରି ଆସିବ ସତ୍ୟଯୁଗ

3 mins
234



ସାମ୍ପ୍ରତିକ ସମୟରେ ବାସ୍ତବିକ ମଣିଷ ପାଖରେ ଅନେକ ପ୍ରକାର ସୁଗୁଣ ରହିବା ନିହାତି ଆବଶ୍ୟକ।ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରିବା ପାଇଁ ମଣିଷ ପାଖରେ ବୁଦ୍ଧି, ବଳ,ବିଦ୍ୟା,ଅକଲ ଭଳି ସଦଗୁଣ ରହିବା ବାଞ୍ଛନୀୟ ।

        ଅନ୍ୟାୟର ପ୍ରତିବାଦ କରିବାର କଳାକୌଶଳ,ସତସାହସ ସବୁଠାରୁ ଆବଶ୍ୟକ । ଅନ୍ୟାୟ ଅନୀତି ଦୁର୍ନୀତି ଭ୍ରଷ୍ଟାଚାର କୁସଂସ୍କାର ଅନ୍ଧବିଶ୍ୱାସ ଭଳି କଥାକୁ ଖଣ୍ଡନ କରିବା ଏବଂ ମୁକାବିଲା କରିବା ଭଳି ଅକଲ ରହିବା ଦରକାର ପ୍ରତ୍ୟେକ ମଣିଷ ର।

ଆଜି ମୋ କଳ୍ପନାର ତାଜମହଲ ବି ସେମିତି କେତୋଟି ଚରିତ୍ର ପାଇ ଝଲମଲ ହେଉଛି।ଯେଉଁ ଚରିତ୍ର ମାନେ ଆମ କଳ୍ପନାର ଇଲାକାରେ ଆମ ଚତୁଃପାର୍ଶ୍ଵରେ ସେମାନଙ୍କୁ ବଖାଣିବା ପାଇଁ ବ୍ୟସ୍ତ ବିବ୍ରତ କରି ପକାଉଛନ୍ତି।ସେ ଯାହା ହେଉ ଏହି କଳ୍ପନାର ଚରିତ୍ରମାନଙ୍କୁ କଲମ ମୁନରେ ଆଙ୍କିଦେବା ଝିଲମିଲ ରଙ୍ଗର ଶବ୍ବରେ ।ସେଇଭଳି ଚରିତ୍ର ହେଲେ ବାହୁବଳି ଓ ଆଲେକଜାଣ୍ଡାର ।ଯେଉଁମାନେ ଆମର ଅତି ପରିଚିତ ।ଯାହାଙ୍କ ଚରିତ୍ର ସହ ଅଳ୍ପେ ବହୁତେ ସର୍ବେ ଜ୍ଞାତ।ମୁଁ କିଛି ବଖାଣିବି ମୋ ଶୈଳୀରେ ,ମୋ କଲମରେ।

    ବିଭିନ୍ନ ପରିସ୍ଥିତିରେ ଅତିଷ୍ଠ ହୋଇ ବେଳେବେଳେ ମଣିଷ ଅମଣିଷ ହୋଇଯାଏ ତ ବେଳେବେଳେ ଶକ୍ତିଶାଳୀ ମାନବରୁ ମହାମାନବ ପାଲଟି ଯାଏ।ମାନବରୁ ଦାନବ ହୋଇଗଲେ ପୃଥ୍ଵୀ ଧ୍ଵଂସ ଜାଣ।ଯେମିତି ସେହି ପଥର ପଥିକ କଳାପାହାଡ଼।ଯାହାର ସଦ୍ୟତମ ଉଦାହରଣ ଭଗ୍ନ କୋଣାର୍କ ମନ୍ଦିର।କିନ୍ତୁ ମାନବରୁ ମହାମାନବ ହୋଇ ବଳଶାଳୀ ହୋଇ ସବୁ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲଢି ଧରାରେ ଶାନ୍ତ ମଳୟ ବୁହେଇବା ବହୁତ କଷ୍ଟଦାୟକ ହେଲେ ବି ହେଉଛି ସେମିତି କେବେ ନା କେବେ।ସେମିତି ମହାମାନବ ଧରାବତରଣ କରୁଛନ୍ତି ନିଶ୍ଚେ ।ବାହୁବଳି ହୁଅନ୍ତୁ ବା ବିବେକାନନ୍ଦ ।ଅନେକ ଚରିତ୍ର ବି ଦେଖି ବାକୁ ମିଳେ ଆଲେକଜାଣ୍ଡାର ଙ୍କ ଭଳି ଚରିତ୍ର ମାଧ୍ୟମରେ।ମାସିଡୋନିଆ ନାମକ କ୍ଷୁଦ୍ର ରାଜ୍ୟର ରାଜା ଫିଲିପଙ୍କ ପୁତ୍ର ଆଲେକଜାଣ୍ଡାର ।ବାଲ୍ୟକାଳରେ ଆଲେକଜାଣ୍ଡାର ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲଙ୍କ ଠାରୁ ବିଦ୍ୟାଶିକ୍ଷା କରିଥିଲେ ।ପିତା ଫିଲିପଙ୍କ ମୃତ୍ୟୁ ପରେ ମାତ୍ର ୨୦ ବର୍ଷ ବୟସରେ ସିଂହାସନ ଆରୋହଣ କରିଥିଲେ।ସିଂହାସନ ଆରୋହଣ କରିବାର ଅଳ୍ପଦିନ ମଧ୍ୟରେ ଏହି ଦିଗବିଜୟୀ ବୀର ଏସିଆମାଇନର,ପାରସ୍ୟ,ସିରିଆ,ମିଶର ଓ ଆଫଗାନିସ୍ତାନ ଆଦି ଅଞ୍ଚଳ ଜୟ କରିଥିଲେ।ପାରସ୍ୟ ମାନଙ୍କ ଅଧୀନରୁ ମିଶରକୁ ମୁକ୍ତକରି ସେଠାରେ "ଆଲେକଜାଣ୍ଡ୍ରିଆ " ନଗର ସ୍ଥାପନ କରିଥିଲେ। ଗାନ୍ଧାର ରାଜ୍ୟର ରାଜଧାନୀ ତକ୍ଷଶିଳାର ରାଜା ଅମ୍ବି ମଧ୍ୟ ଆଲେକଜାଣ୍ଡାରଙ୍କ ବୀରତ୍ଵ ପାଖରେ ଆତ୍ମସମର୍ପଣ କରିଥିଲେ।ପୌରବ ରାଜ୍ୟର ରାଜା ପୁରୁ ଆଲେକଜାଣ୍ଡାରଙ୍କ ଗତିପଥରେ ପ୍ରତିବନ୍ଧକ ହୋଇ ଠିଆ ହୋଇଥିଲେ।ସେମାନଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା ଯାହାକୁ ହାଇଦାସପେସ୍ ଯୁଦ୍ଧ କୁହାଯାଏ।

ତାଙ୍କ ବୀରତ୍ୱ ଓ ସାହସିକତା ପାଇଁ ତାଙ୍କୁ ଦିଗବିଜୟୀ ବୀର କୁହାଯାଏ ।

ସେହିଭଳି ଚରିତ୍ର ଆଉଜଣେ ବର୍ତ୍ତମାନର ବାହୁବଳି। ବାହୁବଳିର ଅର୍ଥ ଏକ ବଳବାନ ବ୍ୟକ୍ତି । ଏହି ଚଳଚ୍ଚିତ୍ର ଟିର ନିର୍ଦେଶକ ହେଲେ ଏସ୍.ଏସ୍ ରାଜାମୌଳି । ଏହାର ପ୍ରଯୋଜକ ହେଲେ ଶୋବୁ ୟାରଲାଗଡ଼ା ଓ ପ୍ରସାଦ ଦେବିନେନି । ଏହା ତେଲୁଗୁ ଓ ତାମିଲ ଭାଷାରେ ପ୍ରସ୍ତୁତ କରାଯାଇଛି । ଏଥିରେ ଅଭିନେତା ପ୍ରଭାସ୍,ରାଣା ଡାଗୁବାଟି,ଅଭିନେତ୍ରୀ ଅନୁଷ୍କା ସେଠୀ ଓ ତମନ୍ନା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।ସେମାନଙ୍କ ସହିତ ରାମ୍ୟା କ୍ରୀଷ୍ଣନ, ସତ୍ୟରାଜ ସହ କଳାକାର ଭାବେ ଅଭିନୟ କରିଛନ୍ତି । ପ୍ରଥମ ଭାଗରେ ଦ ବିଗିନିଙ୍ଗ କାଳ୍ପନିକ ସହର ମହେସ୍ମତିର ଏବଂ ଏହାର ସମ୍ରାଟଙ୍କର ଏକ ନିଆରା କାହାଣୀ ।

ଥରେ ରାଜମୌଳିଙ୍କ ବାପା କେ.ଭି.ବିଜେନ୍ଦ୍ର ପ୍ରସାଦ ରାଜାମୌଲିଙ୍କୁ ଶିବଗାମୀଙ୍କ ବିଷୟରେ କାହାଣୀ ଶୁଣାଉଥିଲେ । ଶିବଗାମୀ ହେଉଛନ୍ତି ଜଣେ ଏପରି ମହିଳା ଯିଏ ନିଜ ସନ୍ତାନକୁ ହାତରେ ଧରି ନଦୀ ପାର ହୋଇଯାଇଥିଲେ । ଆଉ କିଛି ବର୍ଷ ପରେ ପୁଣି ଥରେ ରାଜା ମୌଲିଙ୍କ ବାପା କଟପା ବିଷୟରେ କହିଥିଲେ । ଏହାକୁ ଅମର ଚିତ୍ରକଥା ଏବଂ ଭାରତର ଇତିହାସ ଏବଂ ପୁରାଣ ସହିତ ମିଳାଇ ରାଜମୌଳି ବହୁବଳିର ରଚନା କରିଥଲେ ।

ଉଭୟ ଦୁଇ ଚରିତ୍ର ବେଶ୍ ଶକ୍ତିଶାଳୀ, ବଳଶାଳୀ, ପ୍ରଭାବଶାଳୀ ମଧ୍ୟ।

ତେଣୁ ଯଦି ଏମାନଙ୍କ ମଧ୍ୟରେ ତୃତୀୟ ବିଶ୍ଵଯୁଦ୍ଧ ହୁଏ, ତେବେ କଣ ହେବ ତାହା ତ ସମସ୍ତେ ଦେଖିବେ।ଯଦି ଧ୍ଵଂସ ତ ଆଉ କେହି ରହିବେ ନାହିଁ, କିନ୍ତୁ ଯଦି ପୁରୁ ଓ ଆଲେକଜାଣ୍ଡାରଙ୍କ ଭଳି ହୁଏ (ଜଣେ ରାଜା ପ୍ରତି ଅନ୍ୟଜଣେ ରାଜାର ବ୍ୟବହାର ଯେପରି ତାହା ପୁରୁ ଆଶା କରନ୍ତି ,ଥିଲା ନିର୍ଭୀକ ପୁରୁଙ୍କ ଉତ୍ତର)ତେବେ ତ ପୁର୍ନବାର ଜଗତରେ ଶାନ୍ତି ପ୍ରତିଷ୍ଠା ହୋଇ ରାମରାଜ୍ୟ ଫେରିଆସିବ ।ସତ୍ୟ ଶାନ୍ତି ଦୟା କ୍ଷମା ଆଧାରରେ ସଂସାର ଚାଲିବ।ସବୁଆଡେ ଶୁଭିବ ହରେକୃଷ୍ଣ ମହାମନ୍ତ୍ର।ଆଧ୍ୟାତ୍ମିକତା ମଧ୍ୟରେ ଫେରି ଆସିବ ସତ୍ୟଯୁଗ।



Rate this content
Log in