STORYMIRROR

pranati Mahapatra

Horror Inspirational

3  

pranati Mahapatra

Horror Inspirational

ନିଖୋଜ ଏଯାବତ

ନିଖୋଜ ଏଯାବତ

1 min
171

 

ଜୀବନରେ ସାଇତା ସମ୍ପତ୍ତି ହେଉଛି ଜ୍ଞାନ । ସବୁ ତ ହଜିଯିବ, ଚୋରି ହୋଇ ଯିବ। ଜ୍ଞାନ କିନ୍ତୁ ସୁରକ୍ଷିତ। ଯେଉଁ ଜ୍ଞାନ ପାଇଁ ମଣିଷ ଆଜି ଚନ୍ଦ୍ରରେ ବସବାସ କରିବା ପାଇଁ ଯୋଜନା କରୁଛି। ବୈଜ୍ଞାନିକ ପଦ୍ଧତିରେ ନିଜ ବୁଦ୍ଧି ଜ୍ଞାନ କୌଶଳ ଅବଲମ୍ବନ କରି ଅସାଧ୍ୟ ସାଧନ କରିପାରୁଛି। ନିଜ ଜ୍ଞାନ କୌଶଳ ବଳରେ ତଥା ସାହସରେ ଅନ୍ୟ ଗ୍ରହ, ଗ୍ରହରେ ଥିବା ବିଭିନ୍ନ ବସ୍ତୁ ତଥା ଅନ୍ୟ ଗ୍ରହରେ ଥିବା ଜୀବଜନ୍ତୁଙ୍କୁ ନେଇ ବିଭିନ୍ନ କଳ୍ପନା କରିବାରେ ସଫଳ ହୋଇ ପାରିଛି।


ସେହିଭଳି ଚରିତ୍ର ହେଉଛି ଆମ କଳ୍ପନାରେ ଥିବା କ୍ରିସ।

ଅବାସ୍ତବ କାମ କଥାବସ୍ତୁକୁ ବାସ୍ତବ ରୂପରେ ରୂପାନ୍ତରିତ କରାଯାଇଛି ଏହି ଚରିତ୍ର ମାଧ୍ୟମରେ।ଏସବୁର ମୂଳରେ ଜ୍ଞାନ ହିଁ ମୁଖ୍ୟ। ଏହି ଜ୍ଞାନ ଓ ବୁଦ୍ଧିକୁ ପାଇବା ପାଇଁ ବିପକ୍ଷଦଳ ଜୋରଦାର ଉଦ୍ୟମ କରି ଅପହରଣ କରିନେଇଛନ୍ତି ତଥାକଥିତ ଚରିତ୍ରକୁ।


ପ୍ରକୃତରେ ଭାରତୀୟ ମାନେ ବେଶ୍ ଜ୍ଞାନୀ, ଗୁଣୀ । ନୂତନ ପଦ୍ଧତି, ନୂଆ ନୂଆ ସୂତ୍ର ବାହାର କରିବାରେ ଧୁରନ୍ଧର ।କିନ୍ତୁ ଖୁବ୍ ସରଳ, ଶାନ୍ତ ଏବଂ ବିଶ୍ଵାସୀ। ସେଥିପାଇଁ ସର୍ବଦା ଅନ୍ୟର ଚକ୍ରବ୍ୟୁହ ମଧ୍ୟରେ ଫସି ଯାଆନ୍ତି।

ଏହାର ଅନେକ ଉଦାହରଣ ଅଛି। ଯେମିତି ଭାରତ ଆକ୍ରମଣ, କଳାପାହାଡ଼ର ଭାରତ ଧ୍ଵଂସ ବିଧ୍ଵଂସର ନମୁନା । କ୍ରିସ ମାଧ୍ୟମରେ ସେମିତି କିଛି ସଚେତନତା ସୃଷ୍ଟି କରାଯାଇଛି।

ସେମିତି ଏକ ଉଦାହରଣ ସହ ଛୋଟ କଥା ଟିଏ ମୋର।

ବିଭିନ୍ନ ଜ୍ଞାନ କୌଶଳ ମାଧ୍ୟମରେ ବର୍ତ୍ତମାନର ସତସତିକା କ୍ରିସ ଅନେକ କିଛି ବାହାର କରିଛି। ଯେମିତି ପାଣିରେ ମୋଟର ସାଇକେଲ ଚାଲିବା। ଯେତେବେଳେ ଏକଥା ସାରା ଜଗତ ଜାଣିଗଲା, ଖୁସିରେ ଆତ୍ମହରା ହୋଇଗଲେ ସମସ୍ତେ ।


ସେଥିପାଇଁ ତାଙ୍କୁ ଆଓ୍ଵାର୍ଡ ଦେବା ପାଇଁ ଡକାହୋଇଥିଲା ।କ୍ରିସ ବହୁତ ଖୁସିରେ ସଜବାଜ ହୋଇ ବାହାରି ଗଲା ଷ୍ଟେସନ । ହେଲେ ଆଠଦିନ ହୋଇ ଗଲା ଘରକୁ ନ ଫେରି ବାରୁ ସମସ୍ତେ ଖୋଜିଲେ। ଉପର ମହଲରୁ ଖବର ଆସିଲା ସେ ସ୍ଥାନକୁ କ୍ରିସ ଯାଇ ନ ଥିଲା ସେଦିନ।

ଆଉ ସେଦିନ ଠାରୁ କ୍ରିସ ନିଖୋଜ ଏଯାବତ....!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror