PRANATI MAHAPATRA

Action Inspirational

4.0  

PRANATI MAHAPATRA

Action Inspirational

ଏମିତି ତ ହୁଏ

ଏମିତି ତ ହୁଏ

2 mins
242



ସେ କଳ୍ପିତ ଚେହେରା ହୁଅନ୍ତୁ ଅବା ଚର୍ଚ୍ଚିତ ବ୍ୟକ୍ତିତ୍ଵ ହୁଅନ୍ତୁ ଅଥବା କାହାଣୀର ମୁଖ୍ୟ ଚରିତ୍ର ହୁଅନ୍ତୁ ,ସେହିଭଳି ଚରିତ୍ରର ନାମଧାରୀ ବ୍ୟକ୍ତି ଦୁଇଜଣ ଚାଚା ଚୌଧୁରୀ ଆଉ ଶେରଲକ ହୋମସ।ଆସନ୍ତୁ ଜାଣିବା ଲେଖକଙ୍କ କଳ୍ପନାରେ ଏମାନଙ୍କୁ...


   ଅନ୍ୟର ମଙ୍ଗଳକାରୀ ତଥା ହିତୈଶୀ ଚାଚା ଚୌଧୁରୀ।ଦୁଃଖି ଦରିଦ୍ରଙ୍କ ସେବା କରିବାରେ ସବୁ ଅବସର ସମୟ ଚାଲିଯାଏ ଚାଚାଙ୍କର।ଚାକିରୀ କରୁଥିବା ସମୟରେ ବି ସେ ସେମିତି, କିନ୍ତୁ ନିର୍ଦ୍ଦିଷ୍ଟ ପରିଧି ମଧ୍ୟରେ ସୀମିତ ଥିଲେ।ଏବେ ଅବସର ସମୟ ।ତେଣୁ ନିତ୍ୟକର୍ମ ବାଦ୍ ଯାହା ସମୟ ହୁଏ ସବୁ ସେଇମାନଙ୍କ ପାଇଁ ।ବିନା ପଇସାରେ ବିନା ଡକରାରେ ଚାଚା ହାଜର ।

କିନ୍ତୁ ଏସବୁ ସହ୍ୟ କରି ପାରନ୍ତି ନାହିଁ ଶେରଲକ।ଏକା ପେଷାଦାର ଲୋକ।ହେଲେ ଚାଚା ଅବସର ନେଇଛନ୍ତି, ଶେରଲକ କାର୍ଯ୍ୟରତ।

ଯାହା ହେଉ ସବୁବେଳେ କିଛି ନା କିଛି ଶୀତଳଯୁଦ୍ଧ ଉଭୟଙ୍କ ମଧ୍ୟରେ ଚାଲିଥାଏ।ଚାଚା ଭୃକ୍ଷେପ କରନ୍ତି ନାହିଁ।ଶେଷରେ ଜିତାପଟ ଚାଚାଙ୍କର।

ସବୁବେଳେ ଚାଚାଙ୍କର ଜିତାପଟ ଦେଖି ଦେଖି ଶୁଣି ଶୁଣି ଅଥୟ ଶେରଲକ।ଏଥର ଚିନ୍ତା କଲେ ଚାଚାଙ୍କ ସହ ମିଶି ଲଢେ଼ଇ କରିବେ।ସମସ୍ତେ କହିବେ ଉଭୟେ ମିଶି ଜିତାପଟ ଆଣିଛନ୍ତି।

 

   ଏଥରର ଘଟଣା କିନ୍ତୁ ଅଲଗା ପ୍ରକାରର।ଏମିତି ଥିଲା ଘଟଣାର ପୃଷ୍ଠଭୂମି।ଗାଆଁ ଦାଣ୍ଡରେ ପିଲାମାନେ ଖେଳୁଖେଳୁ ଖୁବ ଜୋରରେ ପାଟିତୁଣ୍ଡ କରନ୍ତି।ପିଲାମାନଙ୍କର ଉଚ୍ଚ ଶବ୍ବରେ ରାମୁକାକା ବିଲେଇର ହାର୍ଟ ଷ୍ଟ୍ରୋକ ହୋଇଗଲା।ତାକୁ ଡାକ୍ତରଖାନାରେ ଚିକିତ୍ସା କରାଗଲା ।କିନ୍ତୁ ବିରାଡ଼ିଟି ଏବେ କୋମାରେ।ଯେତେ ଯାହା ଚିକିତ୍ସା କରିଲେ ବି ବିରାଡିଟି ଆଖି ଖୋଲୁ ନାହିଁ ।ନିଶ୍ଵାସ ପ୍ରଶ୍ଵାସ ଚାଲୁଛି ।ସାଲାଇନ ଲାଗିଛି, ନଳୀରେ ଖାଦ୍ୟ ଖାଉଛି, ବାସ୍ ବିଛଣାରେ ସେମିତି ଶୋଇଛି।ଏକଥାକୁ ନେଇ ରାମୁକାକା ଥାନାରେ ଏତଲା ଦେଇଥିଲେ ଓ ଏତାଲା ଯାଇ କୋର୍ଟ ରେ ପହଞ୍ଚି ଗଲାଣି।ରାମୁକାକା ଯଦିଓ ଏତାଲା ଦେଇ ନ ଥାନ୍ତେ।କିନ୍ତୁ ସେ ପିଲାମାନଙ୍କ ମଧ୍ୟରେ ରାମୁକାକା ସାନଭାଇ ଶରତର ପୁଅ ସୋହନ ଓ ରାମୁକାକା ବଡଭାଇ ଲକ୍ଷ୍ମଣାନନ୍ଦର ପୁଅ ଶୁଭମ ଥିଲେ।ତେଣୁ ରାମୁକାକା ର ବହୁତ ରାଗ ଏମାନଙ୍କ ଉପରେ।ରାମୁକାକା ସ୍ତ୍ରୀ ନେତେଇ ଖୁଡୀ ସମସ୍ତଙ୍କ ପାଖରେ ଯାଇ ବୁଲି ବୁଲି କାନ୍ଦି କାନ୍ଦି କହୁଛି କଣ କରିବି ଲୋ, ମୋ କାଞ୍ଚି ଟା କୋମାରେ ପଡିଛି, ତା ପାଇଁ ଆମ ଘରେ ରୋଷେଇ ବାସ ସବୁ ବନ୍ଦ।ଆମ ପାଟିକୁ ଦାନା ଯାଉନାହିଁ।କେତେ କେଜାଣି ଟଙ୍କା ଖର୍ଚ୍ଚ ହେଲାଣି ହେଲେ, କାଞ୍ଚି ଆଉ ଅନେଇ ପାରୁନାହିଁ ମୋତେ ।ହେ ପ୍ରଭୁ ତାକୁ ଏ ଦଣ୍ଡ ଯିଏ ଦେଇଛି, ଭଗବାନ ତାକୁ କାଞ୍ଚି ଭଳି କରିଦିଅନ୍ତୁ।

ରାମୁକାକା ତ ଏ କେଶ୍ କୋର୍ଟର ସବୁଠାରୁ ବଡ଼ ଓକିଲକୁ ଦେଇଛନ୍ତି ।ସମସ୍ତେ ଜାଣିଲେଣି ଯେ ରାମୁକାକା ଜିତିଯିବ ଆଉ ତାଙ୍କ ଦୁଇଭାଇ, ଦୁଇ ପିଲାଙ୍କୁ ନିଶ୍ଚୟ ସଜା ହେବ ।ଏକଥା କିନ୍ତୁ ଚାଚା ଚୌଧୁରୀ ଙ୍କ କାନରେ ପଡିଲା।ସେ ନିଜେ ଘରେ ବସି ଚିନ୍ତା କଲେ କି ରାମୁକାକା ଧନୀ, ଅଗାଧ ସମ୍ପତ୍ତି ଠୁଳ କରିଛି ସେ ।ଲକ୍ଷେ ଦୁଇଲକ୍ଷ ଫୋପାଡ଼ି ଦେଲେ ଆର ଦୁଇଭାଇ ସଜା ଭୋଗିବା ସୁନିଶ୍ଚିତ।ତେଣୁ ସେମାନଙ୍କୁ ସାହାଯ୍ୟ କରିବା ନିହାତି ଦରକାର।ଚାଚା ଚାଲିଲେ ଲକ୍ଷ୍ମଣାନନ୍ଦ ଓ ଶରତ ଘରକୁ।ସବୁ କଥା ଗୋଟି ଗୋଟି କରି ବୁଝିଲେ ଓ ସେମାନଙ୍କ ପାଇଁ କେଶ୍ ଲଢିବା ପାଇଁ ପ୍ରତିଶ୍ରୁତି ଦେଇ ଆସିଲେ ।ଆରମ୍ଭ ହେଲା ଗୋଟିକ ପରେ ଗୋଟିଏ ତାରିଖ ।ଏପାଖରେ କେଶରେ ଜିତି ପ୍ରଶଂସା ପତ୍ର ନେବାକୁ ଏଥର ଚାଚାଙ୍କ ପାଖରେ ପହଞ୍ଚିଲା।ଚାଚାଙ୍କ ପାଖରେ ପହଞ୍ଚି ଭାରି ମିଠା ମିଠା କଥା କହୁ କହୁ କେଶ୍ ବିଷୟରେ ବି କଥା ହେଲେ ଓ ତାଙ୍କୁ ସହଯୋଗ କରିବେ ବୋଲି ସହମତି ପ୍ରକାଶ କଲେ।


ଚାଲିଲା କେଶ୍।କେଶରେ ଚାଚା ଚୌଧୁରୀ ଓ ଶେରଲକ ଉଭୟେ ଲଢିଲେ ।କିଛି ଦିନ ଏମିତି ଲଢିବା ପରେ ଚାଚା ଚୌଧୁରୀ ଓ ଶେରଲକଙ୍କ ଜିତାପଟ ହୋଇଥିଲା ।ଦୁହେଁ କହିବୁଲିଲେ ସମସ୍ତଙ୍କୁ ଆମେ ଉଭୟ ମିଶି ଲଢିଲୁ ବୋଲି ଜିତାପଟ ଆମର ହୋଇଛି।


ଉଭୟେ ଉଭୟଙ୍କ ମଧ୍ୟରେ ଥିବା ଗ୍ଲାନି ,ଦ୍ଵେଷ ଭୁଲି ଯାଇ ସେଦିନରୁ ସବୁ କଥା ମିଳିମିଶି କଲେ ଓ ଜୟଲାଭ କଲେ ।ତେଣୁ ଆମେ ଆମ ଆମ ମଧ୍ୟରେ ହିଂସା ବାଦ ରାଗ ରୋଷ ରଖି ବିପଦକୁ ଆମନ୍ତ୍ରଣ କରିବା ନାହିଁ କି ଦୁଃଖ କଷ୍ଟରେ ହନ୍ତସନ୍ତ ହେବା ନାହିଁ ।


Rate this content
Log in

Similar oriya story from Action