Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

PRANATI MAHAPATRA

Others


3  

PRANATI MAHAPATRA

Others


ଉଦ୍ଧାର ସମ୍ପଦ

ଉଦ୍ଧାର ସମ୍ପଦ

2 mins 148 2 mins 148

   


ମଣିଷ ମାତ୍ରେ ହିଁ ଲୋଭ ମୋହଗ୍ରସ୍ତ ହୁଏ । କାରଣ ଷଢ଼ରିପୁ ବଳବତ୍ତର ସର୍ବଦା ମନୁଷ୍ୟ ଶରୀରରେ । ତେଣୁ ଲୋଭ ମୋହ ତାର ରହିବ ହିଁ ରହିବ । ପରଧନ ପାଖରୁ ଆରମ୍ଭ କରି ଗୁପ୍ତଧନ ଯାଏ । ଏ ଧରା ଶେଷ ହେବ, ଯେତେବେଳେ ଲାଳସା ଜାଗ୍ରତ ଜୀବଟି ସେଇ ମାଟିରେ ଲୀନ ହୁଏ । ପ୍ରକତି ମଣିଷର ବିଭିନ୍ନ ପ୍ରକାରର । ସେ ଜଗତ ସ୍ଵାର୍ଥରେ ହେଉ ବା ନିଜ ସ୍ଵାର୍ଥରେ । ଜଗତ ସ୍ଵାର୍ଥରେ ସେଭଳି ଏକ ଅମୂଲ୍ୟ ଗୂପ୍ତଧନର ସନ୍ଧା ମିଳିଛି ମୋର କଳ୍ପିତ ଚରିତ୍ର ଶକ୍ତିଶାଳୀ ଶକ୍ତିମାନକୁ । 


  ମହାଶକ୍ତିଶାଳୀ ଶକ୍ତିମାନ ଅବିଳମ୍ବେ ସମସ୍ତ ସମସ୍ୟାକୁ ସମାଧାନ କରିଦିଏ । ଏଥରର ପୃଷ୍ଠଭୂମି...


ରାମାନୁଜନ ଆଉ ଶକ୍ତିମାନ । ଦୁହେଁ ବଳିଷ୍ଠ ଯୋଦ୍ଧା, ଅସମ୍ଭବ ପରାକ୍ରମୀ । ଏକଦା ଦେଶରେ ଅନାହାର, ମରୁଡ଼ି, ବାତ୍ୟା, ବନ୍ୟା ଭଳି ନାନାଦି ସମସ୍ୟା ପହଞ୍ଚିଲା । ଏସବୁର କାରଣାନ୍ତେ ହିମାଳୟ ପାଦ ଦେଶରେ ଥିବା ତ୍ରିକାଳଦର୍ଶୀ ଭଗବାନଙ୍କ ପାଖକୁ ଯିବାର ଆବଶ୍ୟକ ହେଲା । ଯିଏ ଏ ତଥ୍ୟ ପ୍ରଦାନ କରିଥିଲେ, ତାଙ୍କ ମୁତାବକ ସେଠାକୁ ଯିବା ବ୍ୟକ୍ତି ଖୁବ ବଳଶାଳୀ ହେବା ଓ ବୁଦ୍ଧିମାନ ହେବା ଦରକାର । ତେଣୁ ଦେଶ ପକ୍ଷରୁ ଜଣଙ୍କ ନାମ ସମସ୍ତଙ୍କ ନଜରକୁ ଆସିଲା । ସେ ହେଲେ କଳ୍ପିତ ଚରିତ୍ର ଶକ୍ତିଶାଳୀ ଶକ୍ତିମାନ । ଯାହାଙ୍କୁ ସପ୍ତଋଷି, ତେର ତପସ୍ଵୀଙ୍କ ବରଦାନର ଶୁଭାର୍ଶୀବାଦ ରହିଛି । ତେଣୁ ସମସ୍ତଙ୍କ ସହମତିରେ ଶକ୍ତିମାନକୁ ଆମନ୍ତ୍ରଣ କରି ହିମାଳୟ ଯିବାକୁ ଅନୁରୋଧ ରହିଲା ସମସ୍ତଙ୍କ ତରଫରୁ । 


ଦେଶ ତଥା ଜାତିର ଉନ୍ନତି ପାଇଁ ଶକ୍ତିମାନ ସର୍ବଦା ନିଜକୁ ନିୟୋଜିତ କରେ । ସେଥିପାଇଁ ସେ ଆଗ୍ରହ ସହକାରେ ସ୍ଵୀକୃତି ପ୍ରଦାନ କଲେ । ଏବଂ ହିମାଳୟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଦୀର୍ଘ ୧୫/୨୦ ଦିନ ପରେ ହିମାଳୟରୁ ଫେରି ସମସ୍ତ ଵୃତ୍ତାନ୍ତ ନିଜ ଦେଶର ମୁନିଋଷି ମହତ ଜନଙ୍କୁ କହିଲେ । ସବୁ କଥା ମଧ୍ୟରୁ ଗୋଟିଏ ହେଲା ଗୋଟିଏ ଟାପୁରେ ଗୋଟିଏ ମାତ୍ର ଘର,ଗୋଟିଏ ଘରେ ଗୋଟିଏ ମାତ୍ର ଲୋକ, ସେହି ଲୋକ ହେଲେ ଗୋଟିଏ ମହିଳା । ସେ ମହିଳାଙ୍କ ସ୍ଵାମୀଙ୍କ ମୃତ ଦେହ ସେଠାରେ ପଡିଛି । ଯିଏ ସେ ମୃତ ଦେହକୁ ଛୁଇଁବ ସେ ନିଜେ ମରିବା ସହ ମହିଳା ବି ମରିବେ । କାରଣ ମୃତ ଦେହକୁ ଧରି ମହିଳା ଜଣକ ବସିଛନ୍ତି । ତେଣୁ ଆଜିଯାଏ ଶବ ସତ୍କାର ହୋଇ ପାରୁନି । ସେ ଶବ ତଳେ କୁବେର ସମ୍ପତ୍ତି ଠୁଳ ହୋଇ ରହିଛି । ସେ ଟାପୁକୁ ଯିବା ପାଇଁ ସେଭଳି ଚତୁର ଓ ଶକ୍ତିଶାଳୀ ବ୍ୟକ୍ତି ଆବଶ୍ୟକ । ଯିଏ କି ଅକ୍ଳେଶରେ ସମ୍ପାଦନ କରି ପାରିବେ । 


  ଏଥିପାଇଁ ତ ଶକ୍ତିମାନ ଏକଦମ ପ୍ରକୃତ ଚରିତ୍ର,ହେଲେ ଗୋଟିଏ ଅସୁବିଧା ଥିଲା କି ଶବକୁ ଛୁଇଁ ପାରିବ ହେଲେ ବୁଢୀକୁ ବା ମହିଳାଙ୍କୁ ଛୁଇଁବ ନାହିଁ । ଯିଏ ଛୁଇଁବେ ସେ ମରିଯିବେ । ସେଥିପାଇଁ ଦୁଇଜଣ ଚତୁର ସର୍ବଶକ୍ତିମାନ ବ୍ୟକ୍ତିତ୍ଵ ଦରକାର । 


ଏଥିପାଇଁ ରାମାନୁଜନ ଭଳି ଚରିତ୍ରଙ୍କ ଆବଶ୍ୟକ । ଶବଦାହ ପରେ ସେହି ଶବ ତଳେ ଅମାପ ସମ୍ପତ୍ତିକୁ ଦେଶ ସ୍ଵାର୍ଥରେ ବିନିଯୋଗ କରାଯାଇ ପାରିବ । ଆଉ ତା ପରେ ଦେଶର ଯେତେ ପ୍ରକାର ବିପଦ ଟଳିଯିବ । 


  ସମସ୍ତ ପ୍ରକାର ସୁବନ୍ଦୋବସ୍ତ ସହ ଶକ୍ତିମାନ ଓ ରାମାନୁଜନ ସେହି ସମ୍ପଦର ସନ୍ଧାନରେ ବାହାରିଲେ । ସେଠାରେ ପହଞ୍ଚି ସେମାନେ ଖୁବ୍ ଚତୁରତାର ସହ ଶବକୁ ମହିଳାଙ୍କ ଠାରୁ ଦୂରେଇ ଦେଲ । ରାମାନୁଜନ ମନ୍ତ୍ରଶକ୍ତି ପ୍ରଭାବରେ ମହିଳାଙ୍କୁ ସମ୍ମୋହିତ କରିଦେଲେ ଏବଂ ଶକ୍ତିମାନ ଖୁବ ଜୋରରେ ଫୁଙ୍କି ଶବଠାରୁ ମହିଳାଙ୍କୁ ଅଲଗା କରିଦେଲେ । ତାପରେ ଚଟାପଟ ଶବ ସଂସ୍କାର କରିଦେବାରୁ ମହିଳା ଜଣକ ବି ମରିଗଲେ, ଉଭୟଙ୍କ ସଂସ୍କାର ପରେ ଗୁପ୍ତ ସମ୍ପଦ ସହ ରାମାନୁଜନ ଓ ଶକ୍ତିମାନ ଫେରିଲେ । ଦେଶର ସମସ୍ତ ପ୍ରକାର ଦୁଃଖ କ୍ଲେଶ ଭଳି ବିପତ୍ତି ହଟିଗଲା । 





Rate this content
Log in