pranati Mahapatra

Others

3.5  

pranati Mahapatra

Others

ନୂତନ ସମ୍ଭାବନା

ନୂତନ ସମ୍ଭାବନା

3 mins
109



ସବୁବେଳେ କିଛି ନା କିଛି କରିବାର ଆଗ୍ରହ ଥାଏ ମଣିଷର । ନୂତନ ଦୃଷ୍ଟାନ୍ତ ମୂଳକ ସୃଷ୍ଟି ସମାଜ ପାଇଁ ଆବଶ୍ୟକ, ଏକଥା ଭଲ ଭାବରେ ବୁଝି କାମରେ ଲଗାଇ ଥାନ୍ତି ଥାନ୍ତି ଶଙ୍କର୍ଷଣ ବାବୁ୍ । ଅବସର ନେବାର ୮/୯ ବର୍ଷ ପୂର୍ବରୁ ଶଙ୍କର୍ଷଣ ବାବୁ ଗାଁରେ କିଛି ପିଲାଙ୍କୁ ଏକତ୍ରିତ କରି ଗୋଟିଏ ଶିକ୍ଷାନୁଷ୍ଠାନ ଗଢିଲେ । ଦଳିତ, ଅବହେଳିତ, ନିରାଶ୍ରୟ ଅଭାବୀ ପରିବାରରୁ ପିଲାମାନଙ୍କୁ ଆଣି ନିଜ ଅନୁଷ୍ଠାନ ସହ ସାମିଲ କରି ଆଗ୍ରହୀ ଶିକ୍ଷକମାନଙ୍କ ମାଧ୍ୟମରେ ଶିକ୍ଷାଦାନ ଦେଉଥିଲେ । 

ସେମାନଙ୍କ ରହିବା ଖାଇବାର ବନ୍ଦୋବସ୍ତ ବି କରି ଦେଇଥିଲେ । କିଛି କିଛି ଅସହିଷ୍ଣୁ ବ୍ୟକ୍ତି ଏ କାମରେ ଉତକ୍ଷିପ୍ତ ହୋଇ ଶଙ୍କର୍ଷଣ ବାବୁଙ୍କ ନାମରେ ନାନା ଅପପ୍ରଚାର କରିବାକୁ ବି ପଛେଇଲେ ନାହିଁ । 

ସାଗରର ନୀଳ ଜଳରାଶି ସୂର୍ଯ୍ୟଙ୍କ କିରଣରେ ଝଲମଲ ହୋଇ ସିନା ଅପୂର୍ବ ସୁନ୍ଦର ଦିଶେ । ହେଲେ କେତେ ଯେ ଯାତନା, କେତେ ଯେ ଦୁଃଖ ସାଗରର କିଏ ବା ଜାଣେ । ଶଙ୍କର୍ଷଣ ବାବୁ ବି ସେମିତି


ବୟସ ଆସି ୬୦ ଛୁଇଁଲାଣି । ଏପର୍ଯ୍ୟନ୍ତ କିନ୍ତୁ ଘରେ କୁଆଁ କୁଆଁ ଶବ୍ଦ ଶୁଭିଲାନି । ଅବସର ପରେ ସମୟ କେମିତି ବିତେଇବେ ସେଥିପାଇଁ ଯଥେଷ୍ଟ ପୂର୍ବରୁ ବିଦ୍ୟାଳୟ ସହ ଡାକ୍ତରଖାନାଟିଏ କଲେ । କଣ ହେବ ଏତେ ଧନସମ୍ପତ୍ତି । 


ଗାଁର ଶେଷ ମୁଣ୍ଡରେ ଘର, ଘରକୁ ଲାଗି ୫/୬ ଏକର ଘରବାଡି । ଗୋସେଇଁ ବାପା ଜମିଦାର ଥିଲେ । ଅନ୍ୟୁନ ତିରିଶ ଏକର ଜମିବାଡି । ଷାଠିଏ ବର୍ଷ ପୁରିଗଲା । ବଡ଼ ଧୁମଧାମରେ କର୍ତ୍ତବ୍ୟରତ ଅଫିସରେ କର୍ମରତ କର୍ମଚାରୀମାନେ ସସମ୍ମାନେ କିଛି ଉପହାର ଦେଇ ବିଦାୟ ଦେଇଦେଲେ । ଧାରଧାର ଲୁହ ବହି ଯାଉଥିଲା ଆଖିରୁ ଶଙ୍କର୍ଷଣ ବାବୁଙ୍କର । ଦୀର୍ଘ ୪୦ ବର୍ଷ ହେଲା ଘରଦ୍ଵାର, ସୁଖ ଖୁସି ଭୁଲି ନିର୍ଭୀକ ସଚ୍ଚୋଟତାର ସହ କର୍ତ୍ତବ୍ୟ ସମ୍ପାଦନ କରିଥିଲେ । ଶରୀରର ଗୋଟିଏ ଅଙ୍ଗ ହୋଇ ଯାଇଥିଲା । ଆଜି ସେ ଅକ୍ଷମ ହୋଇଗଲେ ବୋଲି ସର୍ବସମ୍ମୁଖରେ ପ୍ରମାଣ କରି ଅବସର ପାଇଁ ଚେତେଇ ଦେଲେ । 


  ସେ ଯାହା ହେଉ ଅନେକ ଦୁଃଖ ନେଇ ଗାଁରେ ପହଞ୍ଚିଲେ । ବିଦ୍ୟାଳୟ, ଡାକ୍ତରଖାନା ସହ ଗୋଟିଏ ଜରାଶ୍ରମ ଦେଖି ଅନେକ ପ୍ରଶ୍ନ ଉଙ୍କି ମାରୁଥିଲେ ବି ଉକ୍ତ ସମୟରେ ନିରବ ରହିଥିଲେ । 


  ତାଙ୍କ ବିରାଟ ବଡ଼ ଖଞ୍ଜାଘରେ ଗୋଟିଏ ମାତ୍ର ବଖରା ତାଙ୍କର । ଏସବୁ ଦେଖି ବି ନିରବ ରହିଥିଲେ ଏବଂ କିଛି ପରିମାଣରେ ଖୁସି ବି ହେଲେ । ଗୋଟିଏ ବି ପିଲାଛୁଆ ନ ଥିବା ଘରେ ସେ ଡିହରେ ୫୦ରୁ ଉର୍ଦ୍ଧ୍ବ ପିଲା ପୁଣି ଗପଗୀତ ଶୁଣାଉଛନ୍ତି ପିଲାମାନଙ୍କର ଜେଜେ ଜେଜେମା ରୂପୀ ୪୨ ଜଣ ବୃଦ୍ଧବୃଦ୍ଧା । ଯାହା ହେଉ ଏକାଦଶ ପଢିଥିବା ପତ୍ନୀ ଏତେ ସବୁ କାମ କରି ଗୋଟିଏ ଖୁସି ଓ ଶାନ୍ତିର ବାତାବରଣ ସୃଷ୍ଟି କରି ପାରିଛନ୍ତି । ମନେ ମନେ ବହୁତ ଖୁସି ହୋଇଗଲେ

ଅନେକ ଦିନ ତଳେ ଗୋଟିଏ ଘଟଣାରେ ଅନେକ କଷ୍ଟ ପାଇଥିଲେ ସେ । ଘର ପଛ ପାଖରୁ ଜରି ପ୍ଲାଷ୍ଟିକ ଗୋଟେଇବା ଅବସ୍ଥାରେ ପତ୍ନୀ ଘରକୁ ନେଇ ଆସିଥିଲେ । 

ପରବର୍ତ୍ତୀ ସମୟରେ ସେ ଝିଅ ବହୁତ କାନ୍ଦିବାରୁ ଗାଁ ଲୋକ ପୋଲିସ କେସ୍ କଲେ ଏମିତି ଅନେକ । 


ଗୋଟିଏ ବିରାଟ ବଡ଼ ବଗିଚା,ଦୋଳି ,ବଡ଼ ପଡିଆ ସବୁ କିଛି ପତ୍ନୀ କରିଛନ୍ତି । ଏଥର ଗୋଟିଏ ମନ୍ଦିର, ଗୋଟିଏ ଭାଗବତ ଟୁଙ୍ଗି କରି ବେଶ ହସଖୁସିରେ ସମସ୍ତଙ୍କ ସହ ରହୁଛନ୍ତି ଶଙ୍କର୍ଷଣ ବାବୁ । ପ୍ରତିଦିନ ୧୨୦ରୁ ଉର୍ଦ୍ଧ୍ୱ ଲୋକଙ୍କ ରୋଷେଇ ହୋଇ ମହାନନ୍ଦରେ ଆନନ୍ଦବଜାରରେ ଖାଇବା ଭଳି ଆନନ୍ଦ ଅନୁଭବ କରନ୍ତି । 


ଅବସର ନେବାର ୨୨ ବର୍ଷ ହୋଇଗଲା । ହେଲେ ନିଜକୁ ଏକା ଭାବି ନାହାଁନ୍ତି କେବେ । ପତ୍ନୀ ଏବେ ୬୫ ବର୍ଷର । ଅନେକ ପରିଶ୍ରମ କରନ୍ତି ଦୁହେଁ । ଏମିତି ଏକ ସମୟରେ ଗୋଟିଏ ପୋଲିସ ଗାଡି ଅଟକିଲା ତାଙ୍କ ଜରାଶ୍ରମ ଆଗରେ । ହଠାତ୍ ପୋଲିସ ଗାଡ଼ି ଦେଖି ଘାବରେଇ ଗଲେ ସମସ୍ତେ । ପୋଲିସ ଗାଡିରୁ ଜଣେ ଝିଅ ଆସି ସମସ୍ତଙ୍କୁ ମୁଣ୍ଡିଆ ମାରିଲେ ଏବଂ ପରିଚୟ ବି ଦେଲେ । ଅଳିଆ ଆବର୍ଜନାରୁ ପ୍ଲାଷ୍ଟିକ ଗୋଟାଉଥିବା ଝିଅ ମୁଁ କଣ୍ଢେଇ । ସେଦିନ ଭୋଜିଭାତ ହସଖୁସିରେ ସେ ସ୍ଥାନରେ ଗୋଟିଏ ଅପୂର୍ବ ମାହୋଲ ସୃଷ୍ଟି ହେଲା । 

ଏହି ଜାଗାର ପିଲାମାନେ ଡାକ୍ତର, ଇଞ୍ଜିନିୟର, ପୋଲିସ ହୋଇ ବାହାରିଲେଣି ଜାଣି ଶଙ୍କର୍ଷଣ ବାବୁ ବେଶ୍ ସନ୍ତୋଷ ପ୍ରକାଶ କରନ୍ତି । 

  ଏମିତି ଜାଗାରୁ ପିଲାଆଣି ମଣିଷ କରିବା ପଙ୍କରୁ ପଦ୍ମ ସୃଷ୍ଟି ହେବା ସହ ସମାନ । 



Rate this content
Log in