ସମୟ ସହ ତାଳ
ସମୟ ସହ ତାଳ
ଅଭାବୀ ପରିବାର ହେଉ ବା ନ ହେଉ ମନଜାଣି ଖାଇବାକୁ ଗଣ୍ଡେ ଦେଉଥିଲା ସେ ।ହାତକୁ ଦିହାତ କରିବା ପରଠାରୁ ସବୁଥିରେ ପୂର୍ଣ୍ଣଛେଦ ପଡିଗଲା ସତେ ଯେମିତି।ଉଟୁଳି ପୁଟୁଳି ବାନ୍ଧି ପଳେଇଲେ ।ଯେମିତି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
କିଛି ବର୍ଷ ଭିତରେ ମାଟି ଘର ପାଣି ଖାଇ ଭୁଷୁଡି ପଡିଲା ତଳେ।ବାକି ଯାହା ଥିଲା ତାକୁ ଧରି ବି ପଳେଇଲେ।ଆଉ ଗୀତ ବସା ହେଉନାହିଁ କି ଗୁହାଳରେ ଗୋରୁଗାଈ ରହୁ ନାହାଁନ୍ତି।ନା ଶ୍ରାଦ୍ଧ ମୌଳାରେ କାହା ପାଦ ପଡୁଛି।
ଅଗିରାକୁ ବାଇଗଣ ଫୋପାଡ଼ିବା ପରି ଯେନତେନ ଗଣ୍ଡେ ଖାଇବାକୁ ଦେଇ ବାରକଥା ଶୁଣେଇ ଦିଏ ବୋହୁ।ମନକୁ ଯିଏ ଚିହ୍ନି ପାରୁନାହିଁ ମନଜାଣି କଣ ଖାଇବାକୁ ଦେବ।
କହିବ ବା କାହାକୁ? ପ୍ରାୟ ସବୁରି ଘରର ଏ ନିତିଦିନିଆ କଥା।ଜମିବାଡ଼ିରେ ଯଦି ଝିଅର ଭାଗ ଅଛି ତ ସେଠାରେ କଥା ପଡୁଛି ସେମାନେ କିଏ ଯେ ସେମାନଙ୍କ ନାମ ରହିଛି ଏ ଜମିରେ ଇତ୍ୟାଦି।
ଆଜିକାଲି ସମୟରେ ଏମିତି ଅଘଟଣ କାହିଁକି।ଆଗେ ତ ଏମିତି ନ ଥିଲା।ଶାଶୁଶଶୁର ଦେଖିଲେ ବୋହୁ ଚାରିହାତ ଛିଟିକି ପଡୁଥିଲା।ପ୍ରାଣରେ ଭୟ ଥିଲା।ଏବେ ତ ଶାଶୁଶଶୁର ଘରକୋଣରେ କୁକୁର ଠାରୁ ଆହୁରି ହିନୀମାନ ।
ପୁଅମାନେ ଉତ୍ତର ଦିଅନ୍ତି ସମୟ ସହ ତାଳ ଦେଇ ଆଗକୁ ଆଗେଇବାକୁ ପଡୁଛି ତ।