Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

PRANATI MAHAPATRA

Children Stories Children


4  

PRANATI MAHAPATRA

Children Stories Children


ନୂଆ ଦିଗଦର୍ଶନ

ନୂଆ ଦିଗଦର୍ଶନ

4 mins 323 4 mins 323

     

ଶୈଶବ ବୟସରେ ହସକୌତୁକ ଓ ଖେଳକୁଦରେ ସମୟ ଅତିବାହିତ କରୁଥିବା ପିଲାମାନେ ବୁଝି ପାରନ୍ତି ନାହିଁ ବଡ଼ମାନଙ୍କର ଖଳନୀତିକୁ। ଖୁବଶୀଘ୍ର ଅନ୍ୟକୁ ଆପଣେଇ ନେଉଥିବା କୁନିକୁନି ନିର୍ମାୟା, ନିଷ୍ପାପ ଫୁଲକଢି ଏମାନେ।ସମାଜର ବାଡ଼ ବନ୍ଧ ଏମାନଙ୍କ ପାଖରେ ହାର ମାନିଯାଏ।ସମାଜର ଆକଟ କିଛି କାମ କରି ନ ଥାଏ କୁନି କଳିକାମାନଙ୍କ ପାଖରେ । ସେମାନଙ୍କ ଭଳି ସମସ୍ତେ ବୋଲି ସେ ଚିନ୍ତା କରିଥାନ୍ତି। ତେଣୁ ସେମାନଙ୍କ ଦୃଷ୍ଟିରେ ସବୁ ସୁନ୍ଦର ଓ ପବିତ୍ର। କେତୋଟି କୁନିକଳିକା ପ୍ରସ୍ଫୁଟିତ ପୂର୍ବରୁ ବି ବୃନ୍ତଚ୍ୟୁତ ହୋଇ ଯାଇଥାନ୍ତି ସେମାନଙ୍କର ଏହି ନୀରିହ ନିଷ୍ପାପ ପଣିଆ ପାଇଁ। ଆଉ କେତେ ଜଣ ବି ସମାଜ ଆଢୁଆଳରେ ରହିଯାଇଥାନ୍ତି। ମୋ ଦୃଷ୍ଟିରେ ଆଜି ସେମିତି କେତୋଟି ନିଷ୍ପାପ ଚରିତ୍ରର ଅବତାରଣା...


        ଖୁବ୍ ଖୁସି ଆନନ୍ଦରେ ଦିନ ସବୁ ଅତିବାହିତ କରୁଥିଲେ ରାଜୁ, ରିଙ୍କି, ସୋମା, ଯାଦୁ ଓ ପିକେ । ପାହାଡର ଶେଷ ସୀମାରେ ଘର ଏମାନଙ୍କର । ବାପା ଡିକୋ ଓ ମାଆ ରିବୋ ଖୁବ ପରିଶ୍ରମ କରନ୍ତି ନିଜ ପିଲାମାନଙ୍କ ପାଇଁ। ସୁନ୍ଦର ସ୍ଵପ୍ନ ଦେଖନ୍ତି ସେଇ ପିଲାମାନଙ୍କୁ ନେଇ।ସେଥିପାଇଁ ଅକ୍ଲାନ୍ତ ପରିଶ୍ରମ କରନ୍ତି।ଦୁହେଁ ଦରଜୀ କାମକରି । ସହରରେ ପୋଷାକ ବିକ୍ରିକରି ପରିବାର ପ୍ରତିପୋଷଣ କରିଥାନ୍ତି। ପିଲାମାନେ ତ ସବୁ ଛୋଟ ଛୋଟ। ସେମାନେ ବା କଣ ବୁଝିବେ ବାପା ମାଆଙ୍କ ପରିଶ୍ରମର ମୂଲ୍ୟ। ହସି ଖେଳି ଖାଇ ପିଇ ସମୟ ଅତିବାହିତ କରିବା ସେମାନଙ୍କ କାମ। ସେମାନଙ୍କ ମଧ୍ୟରୁ ଯାଦୁ ଓ ପିକେ ଟିକେ ବଡ଼। ଦୁହେଁ ଜାଆଁଳା ଭାଇ। ଦିନେ ବାପାଙ୍କ ସହ ସହର ଯିବାକୁ ଜିଦ କଲେ। ଅନନ୍ୟୋପାୟ ହୋଇ ବାପା ସେମାନଙ୍କୁ ବି ସାଥିରେ ନେଲେ । ସହରର ଯେଉଁ ଯେଉଁ ଜାଗାରେ ବାପା ପୋଷାକ-ପତ୍ର ଦିଅନ୍ତି ଦେଲେ କିନ୍ତୁ ଭିଡ଼ ଭିତରେ ବାପାଙ୍କ ହାତ ଛାଡି ଦେଇଥିଲେ ପିଲା ଦୁଇଟି ।


ବାପା ଯେତେ ଖୋଜିଲେ ବି ଆଉ ପିଲାମାନଙ୍କୁ ପାଇଲେ ନାହିଁ । ଆଉ ଗୋଟିଏ ବଡ଼କଥା ସହରରେ ଲୋକମାନେ ବି ଡିକୋର ଭାଷା ବି ବୁଝି ପାରିଲେ ନାହିଁ। ଅନେକ ଦିନ ଖୋଜାଖୋଜି ପରେ ଡିକୋ ଘରକୁ ଏକା ଫେରିଲେ ।ପିଲାମାନଙ୍କୁ ନ ଦେଖି ମାଆ ରିବୋ ବହୁତ ଦୁଃଖ ପ୍ରକାଶ କଲେ। ଅନ୍ୟ ପିଲାମାନେ ବି ଭାଇମାନଙ୍କୁ ନ ପାଇ ମନ ଦୁଃଖରେ ରହିଲେ।


 ଏଣେ ଯାଦୁ ଓ ପିକେ ବାଟଭୁଲି ବାପାଙ୍କୁ ନ ପାଇ ବହୁତ କାନ୍ଦିଲେ। ବାଇଆ ପାଗଳା ପରି ଖାଲି ଏଣେତେଣେ ଖୋଜି ହେଲେ। ଏମାନଙ୍କୁ ଦେଖି କେହି କେହି ଅନ୍ୟ ଦେଶର ଜନ୍ତୁ ଜାନୁଆର ବୋଲି ଲୋକମାନେ ଭାବି ଟେକାପଥର ଫୋପାଡିଲେ । ଜୀବନ ବିକଳରେ ଦୁଇ ଭାଇ ଧାଇଁ ଧାଇଁ ଗୋଟିଏ ଗଛ ମୂଳରେ ବସିଲେ ।ସେତେବେଳକୁ ଦିନ ଯାଇ ରାତି ହେଲାଣି । ଭୟରେ ପିଲା ଦୁଇଟି ଏକପ୍ରକାର ନିଶ୍ଚୁପ ହୋଇ ଯାଇଥିଲେ । ଏହି ସମୟରେ ପିଲା ଦୁଇଟି ଦେଖିଲେ ଦୂରରେ ଗୋଟିଏ ଆଲୋକ ଜଳିବାର ।


ଭୋକ ତ ବହୁତ ହେଉଛି, ଦୁହେଁ କଥା ହୋଇ ଆଲୋକ ଆସୁଥିବା ଦିଗ ଆଡକୁ ଗଲେ । ଘର ବାହାରେ ଥାଇ ଭିତରର ଦୃଶ୍ୟ ଦେଖିବାକୁ ଲାଗିଲେ । ଭିତରେ ଦୁଇଜଣ ବୃଦ୍ଧବୃଦ୍ଧା, ଯେଉଁମାନେ ଚାଲିବାକୁ ବି ସକ୍ଷମ ନୁହଁନ୍ତି, ମସିଣାରେ ଶୋଇ ରାତିର ଖାଦ୍ୟ କଣ ଖାଇବେ ବୋଲି ବିକଳ ହୋଇ କଥା ହେଉଥିଲେ । ଏହି ସମୟରେ ଏ ଦୁଇ ଭାଇ ବାହାରେ ଥାଇ ଭିତରକୁ ଯିବାକୁ ଅନୁମତି ମାଗିଲେ।ସେମାନେ ବି ଅନୁମତି ପ୍ରଦାନ କଲେ । ଭିତରକୁ ଦୁଇଭାଇ ଯାଇ ସେମାନଙ୍କ ସମସ୍ତ କଥାଏ କହିଲେ, ବୃଦ୍ଧବୃଦ୍ଧା ଦୁହେଁ ଦୁଃଖ ପ୍ରକାଶ କଲେ ଶୁଣି ସାରି।


ସେଠାରେ ରହିବାକୁ ଅନୁମତି ଦେଲେ । ବୃଦ୍ଧବୃଦ୍ଧାଙ୍କର ନିର୍ଦ୍ଦେଶ ମତେ ରୋଷେଇ କରି ଚାରି ଜଣ ଯାକ ଖିଆପିଆ କରି ଶୋଇଲେ । ତହିଁ ପରଦିନଠାରୁ ଏ ପିଲା ଦୁହେଁ ସେମାନଙ୍କର ସବୁ କାମ ଧନ୍ଦା କରି ସେମାନଙ୍କୁ ଖୁସି କରିଦେଲେ । ସେଦିନରୁ ସେଠାରେ ଦୁଇ ଭାଇ ବୃଦ୍ଧବୃଦ୍ଧାଙ୍କର ପୁଅ ଭଳି ରହିଲେ । ପ୍ରକୃତରେ ବୃଦ୍ଧବୃଦ୍ଧା ଦୁହିଁଙ୍କର ଗୋଟିଏ ଅଦ୍ଭୁତ ଶକ୍ତି ଥିଲା। କିନ୍ତୁ ବୟସାଧିକ କାରଣରୁ ଓ ତାଙ୍କ ସେବା ଶୁଶ୍ରୁଷା ନ କରିବା ପାଇଁ ତାଙ୍କ ପିଲାମାନେ ତାଙ୍କୁ ଆଣି ଜଙ୍ଗଲରେ ଛାଡ଼ି ଦେଇ ଯାଇଥିଲେ। କିନ୍ତୁ ଏହି ପିଲାଦୁଇଟିଙ୍କ ବିଶ୍ଵାସୀ ପଣିଆର ସଦୁପଯୋଗ କରି ସେମାନେ ସମସ୍ତେ ଖୁସିରେ ରହିଲେ ।ଏକଦା ବୃଦ୍ଧବୃଦ୍ଧା ଦୁହେଁ ସେମାନଙ୍କ ଅସଲି ବିଦ୍ୟା ଏହି ପିଲାଦୁଇଟିଙ୍କୁ ପ୍ରଦାନ କରିବାକୁ ଚାହିଁଲେ। ବିଦ୍ୟାଟି ଥିଲା ଏୟା ଯେ, ପିଲା ଦୁଇଜଣ ନିଜ ପରିଶ୍ରମ ବଳରେ ଯାହା ଇଚ୍ଛା କରିବେ, ତାହା କରିପାରିବେ । ଯେମିତି ମାଟିରେ ଘର ତୋଳିବା ଆରମ୍ଭ କଲେ ଖୁବ କମ୍ ସମୟ ମଧ୍ୟରେ ଆପେଆପେ ବିରାଟ ପ୍ରାସାଦ ଠିଆ ହୋଇଯିବ। କ୍ଷେତରେ ଗୋଟିଏ ଚୋଟ ହାଣିବାକୁ ଗଲେ କ୍ଷେତସାରା ଖୋଳା ହୋଇ ଯାଏ । ନିଜ ବିଦ୍ୟା ବୁଦ୍ଧି ବଳରେ ସେମାନେ ସେ ଜାଗାରେ ଗୋଟିଏ ସୁନ୍ଦର ଅଞ୍ଚଳ କରିଦେଲେ।ଘର, ଚାଷଜମି, ପୋଖରୀ, ବଗିଚା ଇତ୍ୟାଦି ତିଆରିକରି ବୃଦ୍ଧବୃଦ୍ଧା ଦୁହିଁଙ୍କ ସେବାଶୁଶ୍ରୁଷା କରି ରହିଲେ। ଦୁଇଭାଇ ବି ବଡ଼ ହୋଇ ଗଲେଣି । ସବୁ କାମ ଖୁସି ମନରେ କରନ୍ତି । ଏମିତି ଏକ ରାତିରେ ବୃଦ୍ଧବୃଦ୍ଧା ଦୁହେଁ ପିଲାଦୁଇଟିଙ୍କୁ ପାଖକୁ ଡାକି ଶେଷ ସମୟ ତାଙ୍କର ହୋଇ ଗଲାଣି ବୋଲି କହି ଶୋଇଗଲେ । ଆଉ ସକାଳକୁ ଉଠିଲେ ନାହିଁ।ବୃଦ୍ଧବୃଦ୍ଧା କହିଥିବା ଭଳି ପିଲାଦୁଇଟି ଦାହ ସତ୍କାର କଲେ । ଏବେ ସେ ଘରେ ସେହି ପିଲାଦୁଇଟି ରହିଲେ । ଦୁହେଁ ନିକଟସ୍ଥ ସହରକୁ ଯିବାକୁ ବାହାରିଲେ କୌଣସି ଏକ କାମରେ । ଦୁହିଁଙ୍କର ଦୁଇଟି ଘୋଡ଼ା ଥାଏ। ଘୋଡ଼ା ଚଢ଼ି ସହରକୁ ଯାଉ ଯାଉ ବାଟରେ ଶୁଣିଲେ ଗୋଟିଏ ଶବ୍ଦ।ଶବ୍ଦ ଶୁଣି ଦୁଇଭାଇ ଯେମିତି ଆଶ୍ଚର୍ଯ୍ୟ ହୋଇଗଲେ ।କେହି ତାଙ୍କୁ ଡାକୁଥିଲା ଯାଦୁ ଭାଇ, ପିକେ ଭାଇ । ଦୁଇ ଭାଇ ସେଇଠି ଓହ୍ଲାଇ ଏଣେ ତେଣେ ଚାହିଁଲେ । ଏତେ ବେଳକୁ ଦୁଇଟି ପିଲା ଆସି ଏମାନଙ୍କୁ କୁଣ୍ଢେଇ ଧରିଲେ । ଏ ଦୁଇଭାଇ ତାଙ୍କୁ ତାଙ୍କ ଭାଇଭଉଣୀ ବୋଲି ଚିହ୍ନିଲେ ।କିନ୍ତୁ ଏତେ ବଡ଼ ଯାଦୁ ଓ ପିକେ କେମିତି ହେଲେ ବୋଲି ଆର ଦୁଇ ଭାଇ ପଚାରିଲେ । ପ୍ରକୃତରେ କିଛି ଭଲକାମ କରିବା ପାଇଁ ବୃଦ୍ଧବୃଦ୍ଧା ଦୁହେଁ ଏ ଦୁଇ ଭାଇଙ୍କୁ ବଡ଼ କରିଦେଇଥିଲେ । ସେ ଯାହା ହେଉ ସେଦିନ ରାତିରେ ବାପା ଓ ଦୁଇଭାଇ ଏ ଦୁଇଭାଇଙ୍କର ପାଖରେ ରହି ସବୁ କଥା ଶୁଣିଲେ । ପିଲାଦୁହିଙ୍କୁ ପାଇ ବାପା ବହୁତ ଖୁସି ହୋଇଗଲେ । ସମସ୍ତେ ମିଶି ନିଜ ଘରକୁ ଗଲେ, ସବୁ ପିଲା ମିଶି ବହୁତ ଖୁସି ହୋଇଗଲେ ଆଉ ଅନ୍ୟ ଭାଇଭଉଣୀମାନେ କହିଲେ ଯାଦୁ ଓ ପିକେ ଆମ ହଜିଯାଇଥିବା ଭାଇ । ଦୁଇ ଭାଇ ସେଦିନ ଠାରୁ ସେ ବୃଦ୍ଧବୃଦ୍ଧା ରହୁଥିବା ଘରକୁ ପ୍ରାସାଦ ଭଳି କରି ସହରରେ ବୁଲି ବୁଲି ଅବହେଳିତ ବାପାମାଆଙ୍କୁ ଆଣି ସେହି ପ୍ରାସାଦରେ ରଖି ସେମାନଙ୍କ ମୁହଁରେ ହସ ଫୁଟେଇବାକୁ ଲାଗିଲେ । ସମସ୍ତେ କହିଲେ ଯାଦୁ ଓ ପିକେ ହଜିଯାଇଥିବା ଦୁଇ ଭାଇ ସମାଜକୁ ନୂଆ ଦିଗଦର୍ଶନ ଦେଉଛନ୍ତି ।


Rate this content
Log in