STORYMIRROR

pranati Mahapatra

Drama Inspirational

3  

pranati Mahapatra

Drama Inspirational

ସେହି ସେ ଗବ୍ବର

ସେହି ସେ ଗବ୍ବର

2 mins
191


ଆଖି ଆଗରେ ନାଚି ଉଠୁଥିଲା ସେହି ଘଟଣା ସବୁ ।ନିଜକୁ ସବୁବେଳେ ଗବ୍ବର ସିଂ ବୋଲାଉଥିବା ଚର୍ଚ୍ଚିତ ଚେହେରା ଗବ୍ବର ସିଂହ।ହେଲେ ଚାଲାକ ବୋଲାଉଥିବା ଏହି ଗବ୍ବର ସିଂହ ଅନେକ ସମୟରେ ନିଜ ଠାରୁ ନିଜେ ହାରିଯାଏ ତ କେତେବେଳେ ଚକମା ଦେଖେଇ ସମସ୍ତଙ୍କୁ ଭୁଆଁ ବୁଲାଏ।ଆଉ ଏଥିପାଇଁ ଯେ ଗବ୍ବର କେତେ କଷ୍ଟ ନ ପାଏ ,ସେକଥା କେବଳ ସେ ହିଁ ଜାଣେ।କାରଣ ସେ ପରା ଅନୁଭବି।


ଗବ୍ବର ମୋ ଅନୁଭବରେ...

ବେଶ୍ ହସଖୁସି ମିଜାଜର ସାଧାରଣ, ନିପଟ ମଫସଲ ଅଞ୍ଚଳର ପିଲାଟିଏ।ଜଙ୍ଗଲରୁ କାଠ କାଟି ଆଣି ବାଆ ତାର ସହରରେ ବିକ୍ରି କରି ଯାହା ଆଣେ ସେଥିରେ ଚାରି ପ୍ରାଣୀ ସୁଖେ ଦୁଃଖେ ଚଳି ଯାଆନ୍ତି।ଜଙ୍ଗଲ ସେମାନଙ୍କର ଭାତହାଣ୍ଡି ।ଜଙ୍ଗଲୀ ଛତୁ,କୁକୁଡ଼ା, ଜଙ୍ଗଲଜାତ ଫଳମୂଳ, ଜଙ୍ଗଲ କଡେ କଡେ ନାନା ଜାତିର ଚାଷବାସ କରି ଗୁଜୁରାଣ ମେଣ୍ଟେଇ ଥାନ୍ତି।

କୁଆଡୁ କେଜାଣି ଦଳେ ବାବୁ ଆସି ଗବ୍ବରର ବାଆକୁ କେତେ କଥା କଣ ସବୁ କହି ଭୁଲେଇ ଭାଲେଇ କି କି କାମ କରିବାକୁ ଖଡଖଡିଆ ନୋଟ ଦେଇ ଚାଲିଗଲେ।ବାଆ ବି ତାର ଟଙ୍କା ପାଇ ବେଶ ଖୁସି।ଅନେକ ଦିନ ପରେ ବାବୁମାନେ ଆସିଲେ।ଜଙ୍ଗଲରୁ କିଛି କାଠ ପାଇଁ ଗବ୍ବର ବାଆ ନନ୍ଦୁକୁ କହିଲେ।ନନ୍ଦୁ ସାଙ୍ଗେ ସାଙ୍ଗେ ଯାଇ ଆଠ ଦଶଟା ଗଛ କାଟି ଶୋଇଦେଲା।ବାବୁମାନେ ଗାଡିରେ ଲଦି କାଠ ସହ କେତେଟା ବାରହା, ହରିଣ, କୁଟୁରା ବି ସହର ନେଇଗଲେ।ଏମିତି ଏମିତି ଦୁଇ ଚାରି ଦିନରେ ବାବୁମାନେ ଆସି ଗାଡ଼ି ବୋଝେଇ ଜିନିଷ ନେଇ ଯାଆନ୍ତି। ତା ସହ ଜଙ୍ଗଲୀ ଜନ୍ତୁ ଜାନୁଆରକୁ ମାରି ଖାଇବା ସହ ଦିନେ ନନ୍ଦୁ ସ୍ତ୍ରୀ ଉପରେ ଆଖି ପକେଇଲେ।ନନ୍ଦୁ ବିରୋଧ କରିବାରୁ ନିସ୍ତୁକ ପିଟିଲେ ଏବଂ ଥାନା ପୋଲିସ ର ଧମକ ଦେଇ ଚାଲିଗଲେ।ପୁଣି କିଛି ଦିନ ପରେ କାଠ ଇତ୍ୟାଦି ନେବା ସମୟରେ ସତକୁ ସତ ପୋଲିସ ଗାଡ଼ି ଧରିଲା।ସେତେବେଳେ ନନ୍ଦୁ କାଠ ବୋଝେଇ କରୁଥିଲା ସତ ,ବାବୁମାନେ କେମିତି ଚାଲାକ ଦେଖେଇ ଖସି ଗଲେ। ପୋଲିସ ନନ୍ଦୁ ପଛେ ପଛେ ଗୋଡେଇ ପାଇଲେ ନାହିଁ ସିନା ,ସେଦିନରୁ ନନ୍ଦୁ ସହ ତା ପରିବାର ଓ ଜଙ୍ଗଲର ଅନ୍ୟ ଲୋକ ମାନଙ୍କୁ ଥାନାକୁ ନେବାକୁ ଖୋଜି ଚାଲିଲା।ହେଲେ ଏହି ନୀରିହ ଜଙ୍ଗଲବାସୀ ସବୁବେଳେ ଏଠାରେ ସେଠାରେ ଲୁଚିଲେ ।ଲୁଚି ଲୁଚି ବଞ୍ଚିଲେ ।ଧୀରେ ଧୀରେ ପ୍ରତିବାଦର ସ୍ଵର ଉଠେଇଲେ ଏବଂ ସେମାନଙ୍କ ମୁଖ୍ୟ ଇତ୍ୟାଦି ବାହାରିଲେ।ଏ ଗବ୍ବର ହେଉଛି ସେମାନଙ୍କ ମୁଖ୍ୟ।ସେ ସବୁବେଳେ ନିଜର ସୁରକ୍ଷା ସହ ଆତ୍ମୀୟ ସ୍ଵଜନଙ୍କ ସୁରକ୍ଷା ବ୍ୟବସ୍ଥା କରିଲା।ଏଥିପାଇଁ ଅନେକ ଲୋକଙ୍କୁ ଆତ୍ମରକ୍ଷା କୌଶଳ ଶିଖାଇ ପୋଖତ ଲଢୁଆ ବୀର କରିଦେଲା ।ଧୀରେ ଧୀରେ ଏମାନଙ୍କ ଆଧିପତ୍ୟ ବିସ୍ତାର ଚାଲିଲା।ଏମାନଙ୍କୁ ଧରିବାକୁ ପୋଲିସ ଭୟ କଲା ।ଏମାନେ ପୋଲିସକୁ ଭୟ କଲେ।ବିଭିନ୍ନ ମାରଣାସ୍ତ୍ର ଗବ୍ବର ଓ ସାଥି ପାଖରେ ରଖିଲେ ।ପୋଲିସ ଯେତେ କୌଶଳ କଲେ ବି ଗବ୍ବରକୁ କେହି ଧରି ପାରିଲେ ନାହିଁ।ଗବ୍ବର ଧୀରେ ଧୀରେ ହିଂସ୍ର ହୋଇଗଲା ।ପୋଲିସ ସେଥିପାଇଁ ଜୟ ଓ ଭୀରୁ ଭଳି ଲୋକଙ୍କୁ ନିଯୁକ୍ତି କଲା ।ଗବ୍ବର ଏବେ ବୁଢା ହୋଇ ଗଲାଣି ସତ ।ହେଲେ ନା ତାକୁ କେହି ଧରି ପାରନ୍ତି ନା କେହି ତା ରହିବା ଠିକଣା ପାଆନ୍ତି।ଏବେବି ତା ଜାତି ଭାଇର ସୁରକ୍ଷା ପାଇଁ ନିଶ ଫୁଲେଇ ଚିତ୍କାର ଛାଡେ।ତାର ଏ ପାଟିରେ ଜଙ୍ଗଲ ପଶୁପକ୍ଷୀ ବି ନୀରବ ହୋଇ ଯାଆନ୍ତି ।ପ୍ରତିଶୋଧ ର ଲେଲିହାନ ଶିଖା ଦାଉ ଦାଉ ହୋଇ ଜଳୁଥାଏ ।


ସରକାରଙ୍କ ତରଫରୁ ପୋଲିସ ବାହିନୀଙ୍କ ସହ ମିଶି ଏକ ବଡ଼ ଧରଣର ବୈଠକ କରି ସିଆଇଡିଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରସ୍ତାବ ରଖିଛନ୍ତି ।ସିଆଇଡି ବି ପ୍ରତିଶ୍ରୁତି ଦେଲେ ଗବ୍ବରକୁ ନିଶ୍ଚୟ ଧରି ଆରେଷ୍ଟ କରିବେ,ଏବଂ ଉଚିତ ନ୍ୟାୟ ବିଚାର ପାଇଁ ସରକାରଙ୍କୁ ନିବେଦନ କରିଥିଲେ।ଦେଖାଯାଉ ସିଆଇଡି ଗବ୍ବରକୁ ଧରିବାରେ ସକ୍ଷମ ହେଉଛନ୍ତି କି ନାହିଁ।

#ନନଷ୍ଟପ୍ ନଭେମ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama