Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Koushik Lenka

Romance Classics

4.3  

Koushik Lenka

Romance Classics

ଭଲ ପାଅ ଥରେ ମିଛରେ ମିଛରେ

ଭଲ ପାଅ ଥରେ ମିଛରେ ମିଛରେ

4 mins
259



ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଆଉ ପାଖାପାଖି ଦୁଇମାସ ବାକିଥାଏ। ସମୀର ଆଉ ସିମରନ୍ ଦୁହେଁ ଏକା ଶ୍ରେଣୀର। ସମୀର ଥିଲା ଜଣେ ମଧାବୀ ଛାତ୍ର, ବାପା ଜଣେ ହାଇସ୍କୁଲ ହେଡ଼ମାଷ୍ଟର। ସିମରନ୍ ସମୀର ତୁଳନା ରେ ଟିକେ କମ୍ ମେଧାବୀ ଥିଲା। ଆଜିର ଯୁଗରେ high standard business man ବୁଝଉଥିବା ଲୋକମାନଙ୍କ ମଧ୍ୟରୁ ସିମରନ୍ ର ବାପା ଥିଲେ ଜଣେ। ଅଧୁନା ପୁଅ ଝିଅଙ୍କ ସମ୍ପର୍କକୁ ଆଖି ଆଗରେ ରଖି ସମୀର ଆଉ ସିମରନ୍ ପଢ଼ୁଥିବା ସ୍କୁଲରେ ପୁଅ ଝିଅଙ୍କ ଭିତରେ କଥା ବାର୍ତ୍ତା ନଥିଲା। ସେ ନିୟମ ଆଉ ଅନୁଶାସନରୁ ସମୀର ଆଉ ସିମରନ୍ ବା କେମିତି ବାଦ୍ ପଡ଼ିଥାଆନ୍ତେ। ସମସ୍ତେ ସେ ନିୟମରେ ଅଭ୍ୟସ୍ତ ଥିଲେ।

   ଟେଷ୍ଟ ପରୀକ୍ଷାର ବେଳ। ଈଂରାଜୀ ବିଷୟର ପରୀକ୍ଷା। ଏକ ବିସ୍ତୃତ କୋଠରୀ, ସେଥିରେ ପୁଣି ମହାନ୍ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଫଳକ ଲାଗିଥାଏ। ସମୟ ଅବଧି ମାତ୍ର ଦୁଇଘଣ୍ଟା ତିରିଶ ମିନିଟ୍ (୨.୩୦ଘ.)। ନିସ୍ତବ୍ଧ ରଜନୀର ଝିଙ୍କାରୀ ର ଶବଦ ପରିଥିଲା ପରୀକ୍ଷା ହଲ୍ ର ଗମ୍ଭୀରତା। କେବଳ ପ୍ରଶ୍ନପତ୍ରର ଲେଉଟା ଆୱାଜକୁ ଛାଡ଼ିଦେଲେ ଆଉ ନାଁ କୌଣସି ଶବଦ ସେ ପରୀକ୍ଷା ମେଘନାଦ ପାଚେରୀକୁ ପଶିପାରୁଥିଲା ନାଁ ଯାଇପାରୁଥିଲା।

       ସମୀର ପରୀକ୍ଷା ହଲର ସଭା ପଛପଟେ କାନ୍ଥକୁ ସ୍ପର୍ଶ କରି ବସିଥାଏ। ଆଉ ସିମରନ୍ ଘନ କୃଷ୍ଣ ହୀରକ ପରି ଚମକି ଉଠୁଥିବା କଳାପଟ୍ଟା ଆଗରେ ବସିଥାଏ। ବାସ୍ତବତା ର ଆଇନା ଯାହା ପ୍ରତିଫଳନ କରେ, ସମୀର ସିମରନ୍କୁ ଦେଖିଛି କେତେବେଳେ ନାଁ ଯେତେବେଳେ ଶ୍ରେଣୀରେ କିଛି ପ୍ରଶ୍ନର ଉତ୍ତର ସିମରନ୍ ଦେଉଥାଏ। ସିମରନ୍ ବି ସମୀରକୁ ଦେଖିଛି କେତେବେଳେ ନାଁ ଯେତେବେଳେ ପେରେଡ଼ ଅଭ୍ୟାସ ରେ ସମୀର କମାଣ୍ଡ ହିସାବରେ କମାଣ୍ଡ ଦିଏ। ମନିଟର ହିସାବରେ ଶ୍ରେଣୀ ପିଲାଙ୍କୁ ତାଗିଦ୍ କରେ।

      ପରୀକ୍ଷା ଶେଷ। ସ୍କୁଲ ଘଣ୍ଟା ଏବେ ପରୀକ୍ଷା ହଲ ଛାଡ଼ିବାକୁ ଇଙ୍ଗିତ ଦେଇସାରିଲାଣି। ସମସ୍ତେ ଯିଏ ଯେମିତି ଯିବାକୁ ଲାଗିଲେଣି। ସମୀର ପ୍ରଶ୍ନ ପତ୍ରକୁ ଧରି ଖୁବ୍ ଅନ୍ୟମନସ୍କ। ସିମରନ୍ ପ୍ରଶ୍ନପତ୍ରକୁ ଧରି ତଳକୁ ମୁହଁ କରି ଦେଖି ଦେଖି ଯିବା ରାସ୍ତା ରେ। ସମୀର ଆଉ ସିମରନ୍ ଭିତରେ ଦୂରତା କମିବାକୁ ଲାଗିଥାଏ। କେହି ଆଗକୁ ଚାହୁଁନଥାନ୍ତି।

      ଯିଏ ଯାହାର ପ୍ରଶ୍ନପତ୍ର ଧରି ଆଗଉ ଥାଆନ୍ତି। କିଏ ମାର୍କ ହିସାବ କରିବାରେ ବ୍ୟସ୍ତ ତ ଆଉ କିଏ କଉଟା ଆସିଲାନି ତା' ପାଇଁ ଭାରା କ୍ରାନ୍ତ। ସବୁଠୁ ବଡ଼ କଥା ଥିଲା ଦୁହେଁ ଦୁହିଁଙ୍କ ଆଡ଼କୁ ଚାଲିଚାଲି ଆସୁଥିଲେ। ଅର୍ଧନତମସ୍ତକ ହୋଇ ପାହୁଣ୍ଡ ପାହୁଣ୍ଡ ଆଗଉଥାଆନ୍ତି ଦୁହେଁ। ହଠାତ୍ ଏକ ଶକ୍ତ ଧକ୍କା ଆଉ କେହି କାହାକୁ ଦେଖିବା ଜାଣିବା ଆଗରୁ ଏକ ସ୍ୱରରେ ସେଇ ପାଶ୍ଚାତ୍ୟ ର ବନ୍ଧନ ସ୍ୱର "sorry "

       ବାହାରେ ନିଦାଘର ଝାଞ୍ଜି। ସ୍କୁଲ ହତା ଭିତରେ ଝାଉଁ ବନମାଳା ଗୀତ ଗାଇବାକୁ ଲାଗିଲେଣି। ସମୀର ସିମରନ୍କୁ ଅପଲକ ନୟନରେ ଚାହିଁ ରହିଥାଏ। ସିମରନ୍ ତଳେ ପଡ଼ିଥିବା ପ୍ରଶ୍ନପତ୍ରକୁ ଉଠାଇ, ଲାଜକୁଳୀର ଅହମିକା ପରି ସମୀରକୁ ଉଠିବା ପାଇଁ ହାତ ବଢ଼ାଏ। ସମୀରର ସ୍ଥିରତା କେବେଠୁ ଭାଙ୍ଗି ସାରିଥାଏ। ଭାବ ଆଉ ଭାବନା, ଚିନ୍ତା ଆଉ ଚେତନାର କେବେଠୁ ମଞ୍ଜୁଳ ପରିପ୍ରକାଶ ଘଟିସାରିଥାଏ। ପ୍ରେମର ପିଆଲା, ବନ୍ଧନର ଏକତାରା ଧୂନ୍ ଯେମିତି ସମୀର ଆଉ ସିମରନ୍ କୁ ଅଥୟ,ଅଧିର ଆଉ ବିଭୋର କରିସାରିଥାଏ।

       ସିମରନ୍ ଏବେ ଦୁଇତାଲା କୋଠାଘରୁ ଫେରିବା ବାଟ ରେ। ସମୀର କିଂକର୍ତ୍ତବ୍ୟବିମୂଢ଼, ଆଉ ସିମରନ୍ ପଛରୁ ଶୁଣେ "ଟିକେ ଶୁଣିବ"। ସିମରନ୍ ଅଟକିଯାଏ। ଯେମିତି ସିମରନ୍ ଏଇପଦକ ଶୁଣିବାକୁ ଅପେକ୍ଷା କରିଥିଲା। ଆଉ ତା' ପରେ ସିମରନ୍ ବୁଲି ପଛକୁ ଚାହେଁ। ସମୀର ଯେମିତି କିଛି କହିବାକୁ ଚେଷ୍ଟା କରୁଥିଲା ହେଲେ ଭୟ ସହ ଭାବନାର ଅନ୍ତଃସ୍ରୋତ ମିଶିଯାଉଥିଲା। ପୁଣି ସିମରନ୍ ପଚାରେ କ'ଣ ହେଲା - ସମୀର ଏଥର ଦୃଢ଼ମନ, ଭାବନାର କଳାମେଘ ମାନଙ୍କୁ ଅଟକାଇ କହିଲା ; ସେଇ କେଇପଦ ଅଭୁଲା କଥା,ଯାହା କହି ପ୍ରେମ ର ସଙ୍ଗୀତ ଲେଖିବା ଆରମ୍ଭ ହୁଏ। ଅସମ୍ଭବ ସମ୍ଭବ ଭଳି ଲାଗେ, ଗୋଧୂଳି ର ଫିକା କିରଣ ଚନ୍ଦ୍ରମା ର ଆସିବା ଇଙ୍ଗିତ ପ୍ରଦାନ କରେ ସେଇ "I LOVE YOU".

        ସିମରନ୍ ପ୍ରତ୍ୟୁତ୍ତରରେ ଦେଇଥିଲା ଏକ ମୃଦୁ ସ୍ମିତହାସ୍ୟ। ସମୀର ପାଇସାରିଥିଲା ତା'ର ଉତ୍ତର। ଲାଗୁଥିଲା ସେ ପ୍ରଥମଥର ପାଇଁ ଜିଣିନେଇଛି କାହାର ମନ। ହୃଦୟର ଏକ ଅଫୁରନ୍ତ ଆକର୍ଷଣ, ଲାଗିଲା ଯେମିତି ନିଦାଘରେ ଆସିଛି ଇନ୍ଦ୍ରଧନୁର ଫୁଆର। ଧିରେ ଧିରେ ବଢ଼ିବାକୁ ଲାଗେ ସମୀର ଆଉ ସିମରନ୍ ର ଲୁଚି ଲୁଚି ଦେଖା କରିବା ଆଉ କେଇପଦ କଥା ହେବା। ସମୀରର ଘରୁ ଆସିବା ବାଟ ଗୋଟେ ଥାଏ ଆଉ ସ୍କୁଲରେ ପହଞ୍ଚିବାର ବେଳ ଟିକେ ଅଲଗା ଥାଏ। ସମୀରର ପ୍ରେମର ସମ୍ବୋଧନର ଉତ୍ତର ସିମରନ୍ ମଧ୍ୟ ଦିନେ ସମୀରକୁ କହି ଦେଇଥିଲା।

       ସମୟର ରୁକୁଣା ରଥ ଗଡ଼ିଚାଲିଥାଏ। ଦଶମ ଶ୍ରେଣୀ ପରୀକ୍ଷା ସରିବାକୁ ଲାଗିଲା। ଧିରେ ଧିରେ ଦୂରତା ଆଉ ପ୍ରତିକୂଳତା ବନ୍ଧୁ ବାନ୍ଧିଲେ। ପରୀକ୍ଷା ଫଳ ବାହାରିବା ପରେ ଦୁହିଁଙ୍କର ଖୁବ୍ ଭଲ ମାର୍କ ଥାଏ। ମନ ବି ପ୍ରଫୁଲ୍ଲ ରହିବା ସ୍ୱାଭାବିକ। ଅର୍ଥର ମାପକାଠିରେ ସମୀର ବାପାଙ୍କ ଉପଦେଶ କ୍ରମେ ଗାଆଁ କଲେଜରେ ପଢ଼ିବାକୁ ଲାଗେ। ଆଉ ସିମରନ୍ ରାଜଧାନୀ କଲେଜରେ। କଲେଜରେ ଛୁଟି ପଡ଼ିଲେ ସିମରନ୍ ର ସମୀର ସହ ନୟାପଲ୍ଲୀ ଛକରେ ଦେଖା ହୁଏ। ଅନେକ ପ୍ରଶ୍ନ ମାଳାର ସମ୍ଭାର ଭିତରୁ ଜୁଆର ଭଳି ଯାହା ଆଗେ ମନ ସିନ୍ଧୁକରେ ବାଡ଼ାଏ ସେ ବିଷୟରେ ଦୁହେଁ କଥା ହୁଅନ୍ତି। ଧିରେ ଧିରେ ଦୂରତା ସମୀର ଆଉ ସିମରନ୍ ଙ୍କ ଭିତରେ ଗଭୀରତା ର ଅନ୍ତରାୟ ସୃଷ୍ଟି କରିବାକୁ ଲାଗିଲା।

      ବାଲିମାଠିଆରୁ ସବୁ ବାଲି ବୋହିଯିବା ଭଳି ଦୁଇବର୍ଷ ଚାହୁଁ ଚାହୁଁ ବିତିଗଲା। ଆଉ ସିମରନ୍ ର ବାପା ରାଜଧାନୀ ର ଏକ ଘରୋଇ ଈଞିନିୟରିଙ୍ଗ୍ କଲେଜ ରେ ନାମ ଲେଖାଇଲେ। ଆଉ ସମୀରର ଈଛାକୁ ବଳି ନ ଦେଇ ସମୀରର ବାପା ମଧ୍ୟ ରାଜଧାନୀ ର ସମାନ କଲେଜ ରେ ନାମ ଲେଖାଇଦେଲେ।

       ସମୀରର ମନ ନୀଳ ଆକାଶର ବିହଙ୍ଗ ପରି ଘୁରିବୁଲୁଥାଏ। ସେ ସିମରନ୍ ପଢ଼ୁଥିବା କଲେଜରେ ନାମ ଲେଖାଇବାପରେ ଖୁବ୍ ଉଲ୍ଲସିତ। ସୁ ସଜ୍ଜିତ ଇଞିନିୟରିଙ୍ଗ କଲେଜ। ସମୀର ସିମରନ୍ କୁ ଦେଖି ପଛପଟୁ ଡାକିଲା ଆଉ ତା' ପରେ ସିମରନ୍ ଯେମିତି ଭୁଲିଯାଇଥିଲା ଅତୀତର ସାଉଁଟା ସ୍ମୃତିକୁ।

       ସିମରନ୍ ଅଟକିଥିଲା ସତ ହେଲେ ସମୀର ତା' ପାଖରେ ପହଞ୍ଚିବା ବେଳକୁ ସିମରନ୍ କହିଥିଲା ଯେମିତି ଆଉ କେବେ ବି ତା'ର ନାମକୁ ତା ମୁହଁରେ ନ ଧରୁ ସେଭଳି ସେ ତାଗିଦ୍ କଲା। ସମୀର ଯେତେବେଳେ ଭଲପାଇବାର କଥା ଦୋହଲଉଥିଲା, ସେତେବେଳେ ସିମରନ୍ କହିଲା ଏସବୁ ମିଛ ଥିଲା।

       ସମୀରର ସାଙ୍ଗ ବିନୋଦ୍ ସମୀର ର personal diary ଲୁଚି ପଢ଼ୁଥିଲା ଆଉ ଯାହାର ପ୍ରଥମ ଅନୁଶୀର୍ଷକରେ ଏଇ ପୁରା ଘଟଣାବଳୀ ବିସ୍ତୃତ ଭାବେ ବର୍ଣ୍ଣିତ ଥିଲା। ଆଉ ଶୀର୍ଷକ ର ନାମ ଥିଲା

       " ଭଲ ପାଅ ଥରେ ମିଛରେ ମିଛରେ"

  

      


Rate this content
Log in

More oriya story from Koushik Lenka

Similar oriya story from Romance