Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trupti Paikaray

Drama Tragedy

3  

Trupti Paikaray

Drama Tragedy

ପ୍ରେମର ମାହେନ୍ଦ୍ର ବେଳା

ପ୍ରେମର ମାହେନ୍ଦ୍ର ବେଳା

11 mins
7.4K



ସେଦିନ ସୋନାଲ କେମିତି ଅନ୍ୟମନସ୍କ ଥାଏ, ଖାଲି ବାଲକୋନୀରୁ ବେଡ଼ରୁମ ଆଉ ବେଡ଼ରୁମରୁ ଡ୍ରଇଂରୁମ, ହେଲେ ତI ମନ କାହିଁ କେଜାଣି କୋଉଠି ଲାଗୁନଥିଲା, କେମିତି ଗୋଟେ ବିଚଳିତ ହେଇପଡୁଥିଲା, ଆଖିରୁ ଲୁହଗୁଡାବି ତI ବୋଲ ମାନୁନଥିଲେ I କାଳେ ପଲ୍ଲଵଙ୍କର କିଛି ହେଇଗଲା କି, କାଳେ ପଲ୍ଲଵ କୁଆଡେ ଚାଲିଗଲେ କି, ପଲ୍ଲଵଙ୍କ ଦେହ ଖରାପ ହେଲା କି, ଏସବୁ ଭାବିଭାବି ସେ ଅଧର୍ଯ୍ୟ ହେଇପଡୁଥିଲା I ପୁଣି ନିଜକୁ ପ୍ରଶ୍ନ କରିଚାଲୁଥିଲା,

"ମୁଁ କାହିଁ ପଲ୍ଲଵ ପାଇଁ ଏତେ ବ୍ୟସ୍ତ ହେଉଛି"? ସେ ତ ମୋର କେହିବି ନୁହେଁ, କି ମୁଁ ବି ତ ତାଙ୍କର କେହି ନୁହେଁ, ହେଲେ ଗୋଟେ ଅଜଣା ମଣିଷ ପାଇଁ ମୁଁ କାହିଁ ଏତେ କାନ୍ଦୁଚି" I ଆଜିକୁ ୮ ଦିନ ହେଇଗଲା ପଲ୍ଲଵଙ୍କ କୌଣସି ଖବର ନାହିଁ I "ହଁ, ମୁଁ ତାଙ୍କୁ ମନ କରିଥିଲି ମତେ ଆଉ ଫୋନ ନ କରିବାକୁ, ମୋ ଠାରୁ ଯେତେ ସମ୍ଭବ ଦୂରରେ ରହିବାକୁ, ହେଲେ ସବୁଥର ସେ ଦୁଇଦିନ ହେଇଗଲେ ପୁଣି କିଛି ଗୋଟେ ବାହାନାରେ ଫୋନ କରନ୍ତି ଆଉ ମେସେଜ ସେଣ୍ଡ କରନ୍ତି, ସେଥିପାଇଁ ମୁଁ ତାଙ୍କୁ ହଜାର ଥର କହିଛି I ହେଲେ, ପଲ୍ଲଵ ମାନିବା ଲୋକ ନୁହଁନ୍ତି, ପୁଣି ସେମିତି ଫୋନ ଆଉ ମେସେଜ ଚାଲେ, ଆଉ ତାଙ୍କ ଶବ୍ଦ ମାୟାରେ ଯିଏ ପଡ଼ିଯିବ ସେଥିରୁ ମୁଁ କଣ ଆଉ କିଏ ହେଲେ ବି ମୁକୁଳି ପାରିବନି I ପଲ୍ଲଵ ଯଦି ଜଣେ ଚୋର, ଡକାୟତ, ବଦମାସ କି ନିହାତି ମନ୍ଦ କିସମର ଲୋକ ହେଇଥାନ୍ତେ ହୁଏତ ମୁଁ ତାଙ୍କୁ ଅନ୍ୟ ଉପାୟରେ ଦୁରେଇ ଦେଇଥାନ୍ତି ଆଉ ସେ କେବେ ସାହସ କରିନଥାନ୍ତେ ମୋ ସାମ୍ନାରେ ଠିଆ ହେବାକୁ I ହେଲେ ପଲ୍ଲଵ ଜଣେ ନିଆରା ମଣିଷ ଥିଲେ, ଭାରି ଭଲ ଆଉ ଭଦ୍ର ସେ, ମୋ ଜାଣିବାରେ କାହାକୁ ରାଗିକି କଥା ପଦେ ବି କୁହନ୍ତିନି, କାହା ସହ ଶତ୍ରୁତା ନଥାଏ, ନିଜ କାମରେ ସବୁବେଳେ ବିଜି ରହୁଥିବା ଲୋକ I ଆଜି ଦିଲ୍ଲୀ ତ କାଲି କଲିକତା ସବୁବେଳେ ବାହାରେ ଆଜି ୟୁନିଅନ ମିଟିଂ ତ, କାଲି ସେମିନାର I ମତେ ବି କେବେକେବେ ଦେଖି ଭାରି ବ୍ୟସ୍ତ ଲାଗେ, ମୁଁ କହିପକାଏ ଏତେ କାମ କଲେ ଦେହ ଖରାପ ହେଇଯିବ, ତେଣୁ ନିଜ ଯତ୍ନ ନେବ" I


ଯେବେଠାରୁ ପଲ୍ଲବ ସହ ବନ୍ଧୁତା ଆରମ୍ଭ ହେଲା ତାଙ୍କର, ସେବେଠାରୁ ପ୍ରତିଦିନ ସକାଳୁ ଉଠି ରାତିଯାଏ କୁଆଡେ ଗଲେ, କଣ ଖାଇଲେ,କଣ କଲେ ଟିକିନିଖି ସବୁ ମେସେଜ କରନ୍ତି ପଲ୍ଲଵ, କେବେ ଷ୍ଟେସନ ତ କେବେ ଏଆରପୋର୍ଟ ରୁ ସେଲ୍ଫି,I ସୋନାଲ କେବେକେବେ କହିଦିଏ, "ପଲ୍ଲଵ ଏସବୁ ମତେ କାହିଁ ପଠାଉଛ? ତୁମେ ଯୁଆଡେ ଗଲେ, ଯାହାକଲେ ସେସବୁ ସବୁବେଳେ ମତେ କହିବା କଣ ଦରକାର"? ସେତେବେଳେ କିଛି ନକହି ଚୁପ ହେଇଯାନ୍ତି, ସତରେ ଯେମିତି କିଛି କହିବାକୁ ଚାହାନ୍ତି, ହେଲେ ସେ ଅଧିକାର ଯେମିତି ତାଙ୍କୁ ମିଳିନି I ତାପରେ ଗୁମସୁମ ହେଇ ରହିଯାନ୍ତି I ସୋନାଲ କହିଦିଏ, ହେଲେ ବହୁତ ବହୁତ ଖରାପ ଲାଗେ ତାକୁ ଯେତେବେଳେ ସେ ତାଙ୍କୁ ହର୍ଟ କଲାବୋଲି ଭାବି ଦିଏ I କିଛି ସମୟ ପଲ୍ଲଵ ଚୁପ ରୁହନ୍ତି, ହେଲେ ପୁଣି ଆରମ୍ଭ ହେଇଯାଏ ତାଙ୍କୁ ମେସେଜ, ମୁଁ କଣ ଖାଇବି, ଏମିତି ପ୍ରୋବ୍ଲେମ ହେଲା, ସେମିତି କାମ ହେଲା, ସବୁ କଥା ସତେ ଯେମିତି ସୋନାଲ ତାଙ୍କର ଅତି ନିଜର ମଣିଷ କେହି I


ଗୋଟେ ଅଫିସିଆଲ ମିଟିଂରେ ସୋନାଲ ପ୍ରଥମ ଥର ପାଇଁ ଭେଟିଥିଲେ ପଲ୍ଲବଙ୍କୁ ସେଦିନ ପଲ୍ଲଵ ସେ ମିଟିଂର ଚିଫ ଗେଷ୍ଟ ହେଇ ଆସିଥିଲେ, ସେ ଜଣେ ସମାଜର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ, ଏକାଧାରରେ ଜଣେ ପ୍ରଫେସର, ଗବେଷକ, ଲେଖକ, ସାମ୍ବାଦିକ ଏମିତି ତାଙ୍କର ଅନେକ ପରିଚୟ I ସେବେଠାରୁ ସୋନାଲ ତାଙ୍କୁ ଜାଣିଛି, ତାପରେ ସେମାନେ ଫୋନ ଆଉ ସୋସିଆଲ ମେଡିଆରେ ପରସ୍ପର ସହ କଥାହୁଅନ୍ତି I ସୋନାଲ ପଲ୍ଲବଙ୍କୁ ନିଜର ଜଣେ ବହୁତ ଭଲ ସାଙ୍ଗ ଭାବେ ଭାବିନେଇଥିଲା, ସୋନାଲ ନିଜକୁ ବହୁତ ଭାଗ୍ୟବାନ ଭାବୁଥିଲା ପଲ୍ଲବଙ୍କ ପରି ବନ୍ଧୁ ପାଇ ଯିଏ ତାର ସୁଖଦୁଃଖ ସବୁ ପଚାରି ବୁଝୁଥିଲେ, କେତେ ତାର କେୟାର କରୁଥିଲେ I

ପଲ୍ଲଵ ଆଉ ସୋନାଲ ଦିଜଣ ଏତେ ଭଲ ସାଙ୍ଗ ଥିଲେ ବି ତାଙ୍କ ଭିତରେ ସେମିତି କିଛି ଖରାପ ସମ୍ପର୍କ ନଥିଲା, ପଲ୍ଲଵବି ସୋନାଲକୁ ବହୁତ ଭଦ୍ରାମିର ସହ କଥା ହୁଅନ୍ତି I ହେଲେ ଦିଜଣ ଦିଜଣଙ୍କୁ ନେଇ ଏତେ ଅଭ୍ୟସ୍ତ ହେଇଯାଇଥିଲେ ଜଣଙ୍କର ଆଉ ଜଣଙ୍କ ବିନା ସମୟ ବିତୁନଥିଲା I ପଲ୍ଲଵ ଏତେ ଭଲ ମଣିଷ ଦେଖି ସୋନାଲ ବି ତାଙ୍କଠାରୁ ନିଜକୁ ଦୁରେଇ ରଖି ପାରୁନଥିଲା I ପଲ୍ଲଵ ସୋନାଲ ଠାରୁ ବୟସରେ ବହୁତ ବଡ ହେବେ, ସେ ବିବାହିତ ଆଉ ଦୁଇଟି ପିଲାର ବାପା ମଧ୍ୟ I ତଥାପି ବି ପଲ୍ଲଵ ଥିଲେ ଖୁବ ଏକୁଟିଆ, ନିରବ ଆଉ ନିସଙ୍ଗ ଜୀବନ ତାଙ୍କର ତାଙ୍କୁ ପ୍ରତିଦିନ ଧୋକା ଦେଉଥିଲା I ପତ୍ନୀ ସାରିକା ବହୁତ ବଡଘର ଝିଅବୋଲି ସେ ସବୁବେଳେ ପାର୍ଟି, କ୍ଲବ ଆଉ କିଟି ପାର୍ଟିରେ ବ୍ୟସ୍ତ ରୁହନ୍ତି, ସବୁବେଳେ ତାଙ୍କର ଚାକଚକ୍ୟପୂର୍ଣ୍ଣ ଜୀବନ ଦରକାର ଥିଲା, ପଲ୍ଲଵଙ୍କ ଶାନ୍ତ, ସରଳ ଆଉ ନିରାଡ଼ମ୍ବର ଜୀବନ ଶୈଳୀ ତାଙ୍କୁ ଟିକେ ବି ପସନ୍ଦ ନଥିଲା I ସବୁବେଳେ ଟଙ୍କା,ପଇସା, ଗାଡି ଆଉ ବ୍ରାଣ୍ଡେଡ କପଡା, ଗହଣା ଏସବୁଭିତରେ ସମୟ କଟିଯାଏ I ପଲ୍ଲଵଙ୍କ ସହ ତାଙ୍କର କୌଣସି ସମ୍ପର୍କ ବି ନଥାଏ I ସାରାଦିନ ସେ ବାହାରେ ସାଙ୍ଗସାଥି, ଶପିଂ ଆଉ ପାର୍ଟି ସାରି ଫେରିଲା ବେଳକୁ ପ୍ରାୟ ରାତି ହେଇଯାଏ I ପଲ୍ଲଵ ବି ନିଜ କାମ ସାରି ଘରେ ପହଞ୍ଚନ୍ତି ତାଙ୍କ ଯଥେଷ୍ଟ ପୂର୍ବରୁ I ପଲ୍ଲଵ ସାରିକାଙ୍କୁ ବହୁତ ଭଲ ପାଆନ୍ତି, ତାଙ୍କୁ ଟିକେ ବି କିଛି କୁହନ୍ତିନି, ତାଙ୍କର ଯାହା ଯେତେବେଳେ ଦରକାର ସବୁ ଆଣିଦିଅନ୍ତି I ହେଲେ ସାରିକା ସବୁବେଳେ ପଲ୍ଲବଙ୍କୁ ଅଣଦେଖା କରନ୍ତି, କେତେବେଳେ ଟିକେ ତାଙ୍କ ପାଖରେ ବସନ୍ତିନି କି ଭଲମନ୍ଦ କଥା ଦିପଦ କୁହନ୍ତିନି I


ଏସବୁ ଭିତରେ ପଲ୍ଲଵ ବି ଖୁବ ଏକୁଟିଆ ପଡିଯାଇଛନ୍ତି I ସାରିକା ତାଙ୍କୁ ମନଇଛା ବାହାରେ ବୁଲନ୍ତି, ମନ ହେଲେ ରୋଷେଇ କରନ୍ତି ତ ନହେଲେ କେବେକେବେ ବାହାରୁ ଅର୍ଡର କରିଦିଅନ୍ତି, ପଲ୍ଲଵ କେବେକେବେ ନିଜ ହାତରେ ରୋଷେଇ କରି ଖାଆନ୍ତି, ସବୁବେଳେ ନିଜ ରୁମ ଭିତରେ ଏକଏକା, ନିଜ କାମ ଆଉ ସେ ଦୁହେଁ I ନିଜକୁ ବହୁତ ଏକୁଟିଆ ଅନୁଭବ କରନ୍ତି, ନିସଙ୍ଗ ଜୀବନ ତାଙ୍କର ଦିନକୁଦିନ ଆହୁରି କଷ୍ଟକର ହେଇପଡୁଥିଲା I ଦେହ ଖରାପ ହେଲେ ବି ଆହାଃ କହିବାକୁ ପଡେ କେହି ନଥାଏ I ନିଜ ଅଫିସ କାମରେ କେବେକେବେ ବାହାରକୁ ଗଲେ ସେ ସାରିକାଙ୍କୁ ଡାକନ୍ତି ସାଙ୍ଗରେ ଯିବାକୁ, ହେଲେ ସେ ବାହାନ ଦେଖେଇ ମନାକରି ଦିଅନ୍ତି I ପଲ୍ଲଵଙ୍କ ଖାଇବା ଠାରୁ ଆରମ୍ଭ କରି ପିନ୍ଧିବା ଆଉ କାମ କରିବା ସାରିକାଙ୍କୁ କିଛି ପସନ୍ଦ ହୁଏନି I ଆଜିକାଲି ପ୍ରତିଦିନ ସେ ପଲ୍ଲବଙ୍କ ସହ ଝଗଡା କରୁଛନ୍ତି I ପାର୍ଟି, କ୍ଲବ ଆଉ ଡ୍ରିଙ୍କ ଏସବୁ ଭିତରେ ସେ ପୁରା ପଥଭ୍ରଷ୍ଟ ହେଇଯାଇଛନ୍ତି, ପଲ୍ଲଵ କିଛି ନକହିଲେ ବି ମନ ଭିତରେ ଏସବୁ ଚାପି ରଖିଥାନ୍ତି, ଏସବୁ ତାଙ୍କୁ ମାନସିକ ଦୁଶ୍ଚିନ୍ତା ବଢ଼ାଇ ଚାଲିଥାଏ I ପଲ୍ଲବଙ୍କୁ ନିଜ ଅଫିସିଆଲ କାମ ସାରି ନିଜ ପିଲାମାନଙ୍କ ପାଠପଢା ବି ଦେଖନ୍ତି ଆଉ ଘର ଭଲମନ୍ଦ ସବୁ ବୁଝନ୍ତି I ହେଲେ ସାରିକାଙ୍କ ସେସବୁକୁ ନେଇ କୌଣସି ସହଯୋଗ ବି ନଥାଏ I ଏସବୁ ଭିତରେ ପଲ୍ଲଵ ଅଣନିଶ୍ୱାସୀ ହେଇପଡୁଥିଲେ I ସବୁବେଳେ ଚୁପଚାପ ହେଇ ଉଦାସ ରହୁଥିଲେ, କେବେକେବେ ସାରିକା ତାଙ୍କୁ କୁହନ୍ତି ମୋ ଇଛା ମୁଁ ଯେମିତି ବଞ୍ଚିବି, ତମର ଯଦି ଦରକାର ତମେ ଆଉ କାହାକୁ ନେଇ ରହିପାର I ଏସବୁ ଦିନକୁ ଦିନ କଷ୍ଟକର ହେଇପଡୁଥିଲା ପଲ୍ଲଵଙ୍କ ପାଇଁ,ସେ ନିଜ ନିସଙ୍ଗ ଜୀବନ ଭିତରେ ସେମିତି କଷ୍ଟେମାଷ୍ଟେ ବଞ୍ଚିଚାଲିଥିଲେ, ହେଲେ ସୋନାଲ ଯେବେ ଠାରୁ ତାଙ୍କ ସାଙ୍ଗ ହେଇଚି ସେବେଠାରୁ ସେ ବହୁତ ଖୁସି ଅଛନ୍ତି, ଏହି ଅଜଣା, ଅଚିଂହା ସମ୍ପର୍କ ଦିନକୁ ଦିନ ଯେମିତି ତାଙ୍କୁ ବହୁତ ନିଜର ଲାଗୁଛି I ସୋନାଲ ସତରେ ଯେମିତି କେହି ତାଙ୍କର ଅତି ନିଜର, ସୋନାଲ ସହ ଦିନେ କଥା ନହେଲେ ସେ ପାଗଳ ହେଇଯାନ୍ତି, ଯଦି ସୋନାଲ ଟିକେ ମେସେଜ ରିପ୍ଲାଏ ଦେବା ଡେରି ହେଇଯାଏ, ସେତେବେଳେ ପଲ୍ଲଵ ପାଗଳ ପରି ହୁଅନ୍ତି, ଫୋନ ଆଉ ତାପରେ ମେସେଜ ପରେ ମେସେଜ ସେଣ୍ଡ କରି ଚାଲନ୍ତି, କିଛି ମନ୍ଦ କଥା ନା କୌଣସି ଖରାପ କଥା, ନା ପ୍ରେମର ପରିଭାଷା ନା ସୋନାଲ ଠାରୁ କିଛି ପାଇବାର ଆଶା I ବାସ ସୋନାଲ ଖାଇଲା କି ନାହିଁ, ରେଷ୍ଟ ନେଲା କି ନାହିଁ,ତା ଦେହ ଠିକ ଅଛି କି ନାହିଁ ଏସବୁ କଥା I ସୋନାଲ ଧୀରେଧୀରେ ଅନୁଭବ କଲା ତାଙ୍କୁ ସମ୍ପର୍କ ଦିନକୁ ଦିନ ବେଶି ନିବିଡ ହେବାରେ ଲାଗିଛି, ତେଣୁ ସେ ପଲ୍ଲବଙ୍କୁ ବହୁତ ଥର କହିଛି ପଲ୍ଲଵ "ତୁମେ ମୋ ପାଇଁ ଏତେ ବ୍ୟସ୍ତ ହୁଅନି ପଲ୍ଲଵ", ଏତେ ମେସେଜ ସେଣ୍ଡ କରିବା ଦରକାର ନାହିଁ, ଏସବୁ କହିଲେ ପଲ୍ଲଵ କାନ୍ଦନ୍ତି ଫୋନ ରେ ଆଉ ଲମ୍ବାଲମ୍ବା ମେସେଜ ସେଣ୍ଡ କରନ୍ତି "ସୋନାଲ ଏଇ ଦୁନିଆରେ ମୋର କେହି ନିଜର ବୋଲି ନାହାନ୍ତି, ମୁଁ ବହୁତ ଏକୁଟିଆ ସୋନାଲ, ତମେ ବି ମତେ ତମ ସାଙ୍ଗ ଭାବୁନ, ମୁଁ ତମକୁ ସୋନାଲ କେବେ କିଛି ସେମିତି ଖରାପ ଇଣ୍ଟେନସନ ରଖି କଥା ହଉନି" I ଏସବୁ ଶୁଣି ସୋନାଲ ଆଉ କିଛି କହିପାରନ୍ତିନି, ସେ ବି ତ ଗୋଟେ ମଣିଷ ଆଉ ତାର ବି ତ ଗୋଟେ ହୃଦୟ ଅଛି, ସେ ବି ତ ଏକୁଟିଆ ନିଜ ଜୀବନ ସହ ଷ୍ଟ୍ରଗଲ କରିକରି ଚାଲୁଥିବା ଗୋଟେ ଇଂଡିପେନଡେଣ୍ଟ ଲେଡି I ସେ ବି ପଲ୍ଲବଙ୍କ ତାହା ପ୍ରତି ଥିବା ସ୍ନେହଶ୍ରଦ୍ଧା ଆଉ ସମ୍ମାନ ଦେଖି ପଲ୍ଲବଙ୍କୁ ଭୁଲି ପାରୁନଥିଲା , ପଲ୍ଲଵବି ସୋନାଲକୁ ପାଇ ଟିକେ ବଞ୍ଚିବା ଶିଖୁଥିଲେ ଆଉ ନିଜ ନିସଙ୍ଗ ଜୀବନରୁ କିଛି ଖୁସି ଆଉ ସ୍ମୃତି ସାଉଁଟିବାକୁ ବାହାରିଥିଲେ I


ପଲ୍ଲଵ ଦିନକୁଦିନ ସୋନାଲକୁ ନେଇ ପାଗଳ ପରି ହେଇପଡୁଥିଲେ, ସାରିକାଙ୍କ ଦୂରତ୍ୱ ତାଙ୍କୁ ବୋଧେ ସୋନାଲର ବହୁତ ନିକଟତର କରୁଥିଲା, ସେ ଜାଣିଥିଲେ ସେ ସୋନାଲର କେବେ କିଛି ଖରାପ କରିବେନି, କାରଣ ସେ ତାକୁ ବହୁତ ଭଲପାଆନ୍ତି, ସେ ସୋନାଲକୁ ନିଜ ପରିବାର ମଣିଷ ପରି ବ୍ୟବହାର କରନ୍ତି, କେବେକେବେ ସୋନାଲ ଅଫିସରୁ ଫେରିବା ଲେଟ ହେଇଗଲେ ନିଜ ଗାଡିନେଇ ପହଞ୍ଚିଯାନ୍ତି ସୋନାଲ ହଜାର ମନାକଲା ପରେବି I ସେ ସୋନାଲକୁ କୁହନ୍ତି ସୋନାଲ ତମେ ରାତିରେ ଏକୁଟିଆ ଘରକୁ ଫେରିବନି କେବେ ଆଉ ନିଜ ରାଣ ପକେଇ କୁହନ୍ତି "ଟିକେ ଲେଟ ହେଲେ ମତେ କଲ କରିବ, ହେଲେ ଏକୁଟିଆ ଯିବନି, ଆଜିକାଲି ଏକୁଟିଆ ଝିଅ ଟେ ସୁରକ୍ଷିତ ନୁହେଁ I ସୋନାଲ ଦେହ ଖରାପ ହେଲେ ଶୁଣି ତାକୁ ହସ୍ପିଟାଲ ନେଇଯାନ୍ତି I ଆଉ ସୋନାଲ ବି ଏସବୁ ଭିତରେ ପଲ୍ଲଵକୁ ନେଇ ତା ହସଖୁସିର ଜୀବନ କାଟିଚାଲୁଥିଲା I କେତେ ସୁନ୍ଦର ଥିଲା ସେ ଜୀବନ, ଅସରନ୍ତି ଭଲ ପାଇବା, କେତେ ମିଠାମିଠା କଥା, କେତେ ଗପ, ଥଟ୍ଟା ଆଉ ମଜାମଜା କଥା, ତ ସହ ନୂଆନୂଆ ଟପିକ ଉପରେ ଆଲୋଚନା, ସମୟ କେତେବେଳେ ସରିଯାଏ, ରାତିସାରି ଦିନ ହେଇଯାଏ, ପୁଣି ଦିନ ସରି ରାତି ଆସିଯାଏ କିଛି ବି ଜଣ ପଡ଼େନି I କେବେକେବେ ଛୁଟିଦିନରେ ସେମାନେ ବାହାରକୁ ପଳାନ୍ତି ବୁଲିବାକୁ ଆଉ ସାଙ୍ଗ ହେଇ ଖାଆନ୍ତି I ହେଲେ ସେମାନଙ୍କ ଭିତରେ କିଛି ବି ଖରାପ ସମ୍ପର୍କ ନଥାଏ, ଏସବୁ ଭିତରେ ଦୁହେଁ ଦୁହିଁଙ୍କ ଜୀବନ ବିଷୟରେ ଅନେକ କିଛି ଜାଣିସାରିଥିଲେ I କେବେକେବେ ପଲ୍ଲଵ ସାରିକାଙ୍କ କଥା କହି ବହୁତ କାନ୍ଦନ୍ତି ସୋନାଲ ଆଗରେ, ସୋନାଲ ତାଙ୍କୁ ବହୁତ ବୁଝାଏ, କେମିତି ସାରିକାଙ୍କୁ ସେ ବୁଝେଇବେ ତାଙ୍କୁ ଭଲ ବାଟକୁ ଆଣିବେ ଦୁହେଁ ମିଶି ଅନେକ ପ୍ଲାନ କରନ୍ତି, ହେଲେ ସାରିକା ତାଙ୍କ ଜିଦିରେ ଅଟଳ I ଏସବୁ ଭିତରେ ପଲ୍ଲଵ ଆଉ ସୋନାଲଙ୍କ ବନ୍ଧୁତା ଆହୁରି ବଢିଚାଲିଥିଲା I


ଏହି କିଛିଦିନ ତଳେ ଦିନେ ହଟାତ ପଲ୍ଲବଙ୍କ ଫୋନ ଆସିଲା, ସେ ବହୁତ କାନ୍ଦିଲେ, କାରଣ ସାରିକା ତାଙ୍କ ସହ ଝଗଡା କରି ତାଙ୍କୁ ଠେଲିଦେଲି ଆଉ ସେ ଡୋରରେ ପିଟି ହେଇ ତାଙ୍କ ହାତ ଖଣ୍ଡିଆ, ସେ ଫୋନରେ ଏତେ କାନ୍ଦୁଥିଲେ ଯେ ସୋନାଲ ତାଙ୍କୁ ତୁନି ନକରିବା ଯାଏ ଫୋନ ବି ରଖିପାରିଲାଣି, ସେଦିନ ପଲ୍ଲଵ ସୋନାଲକୁ କେତେ କାକୁତିମିନତୀ ହେଇ କହିଲେ "ସୋନାଲ ତମେ ମୋ ସହ ଟିକେ ସେମିତି କଥା ହୁଅ ଫୋନ ରେ , ମତେ ଟିକେ ଭଲ ଲାଗୁଛି, ନହେଲେ ମୁଁ ମରିଯିବି" I ଏସବୁ ଶୁଣି ସୋନାଲ ବି କାନ୍ଦିଲା ଆଉ ସେଦିନ ରାତିପହିଗଲା କଥା ହେଇହେଇ, ସୋନାଲ କେତେ କଣ ଚେଷ୍ଟା କରିଲା ପଲ୍ଲଵଙ୍କ ମୁଡ଼ ଚେଞ୍ଜ କରିବାକୁ I ଏମିତି ଦୁଇଜଣଙ୍କ କାହାଣୀ ପୃଷ୍ଠା ପରେ ପୃଷ୍ଠା ଲେଉଟି ଚାଲିଥିଲା I


ପଲ୍ଲଵ ଦିନକୁ ଦିନ ଆହୁରି ଭାଙ୍ଗିପଡୁଥିଲେ, ଛୋଟବେଳୁ ମା'ବାପାଙ୍କୁ ହରାଇ କେତେ କଷ୍ଟରେ ବଡ ହେଇଛନ୍ତି, ବନ୍ଧୁବାନ୍ଧବ ଆଜିକାଲି କିଏ କାହାର, ସମସ୍ତେ ନିଜ ଜୀବନରେ ବ୍ୟସ୍ତ, ସାଙ୍ଗସାଥିଙ୍କ ଆଗରେ ଏସବୁ କଥା ବେଳେବେଳେ କହି ପାରନ୍ତିନି, ଘର ଆଉ ପରିବାର ଥିଲେ ବି ନଥିଲା ପରି I ବହୁତ ଚେଷ୍ଟା ପରେ ବି ସେ ସାରିକାଙ୍କୁ ବଦଳାଇ ପାରିଲେନି, ଏହି ନିସଙ୍ଗ ଜୀବନ ତାଙ୍କୁ ବହୁତ ଦୁଃଖଦେଉଥିଲା I ଆଉ ସୋନାଲର ଟିକେ ସ୍ନେହ ତାଙ୍କ ଜୀବନର ଏକମାତ୍ର ଆଶା ଥିଲା I ସୋନାଲ ଆଉ ପଲ୍ଲଵ ଦିନକୁ ଦିନ ପରସ୍ପରର ଆହୁରି ନିକଟତର ହେଉଥିଲେ I ପଲ୍ଲଵ ଜାଣିଥିଲେ ସେ କେବେ ଏମିତି କିଛି କରିବେନି ଯେମିତି ସୋନାଲ ସାରା ସମାଜ ଆଗରେ ଅପମାନିତ ହେବ ଆଉ ସୋନାଲ ବି ଠିକ ସେମିତି ଭାବୁଥିଲା ଯେ ସେ ଏମିତି କିଛି କରିବନି ଯେଉଁଥିରେ ପଲ୍ଲଵ ବଦନାମ ହେବେ I ଦୁହେଁ ଦୁହିଁଙ୍କ ଭଲପାଇବାକୁ ନେଇ ବେଶ ସଂଯତ ଥିଲେ I ସୋନାଲ ବି ଚାହେଁ ପଲ୍ଲଵଙ୍କ ପାରିବାରିକ ଜୀବନ ପୁଣି ହସଖୁସିରେ ଭରିଯାଉ I ହେଲେ ଯେଉଁ ପ୍ରେମ ଦୁହିଁଙ୍କ ଭିତରେ ଆରମ୍ଭ ହେଇଥିଲା ଦୁହିଁଙ୍କୁ ଆଉ ଅଛୁପା ନଥିଲା I ହେଲେ ସୋନାଲ ସେସବୁକୁ ଅଣଦେଖା କରିବାକୁ ଚାହୁଁଥିଲା, ସେ ଚାହୁଁଥିଲା ପଲ୍ଲବଙ୍କ ଘର କେମିତି ସଜାଡିହେଇଯାଉ, ସେଥିପାଇଁ ସେ ପଲ୍ଲଵଙ୍କୁ ଅନେକଥର ଦେଖାଦିଏନି,କେବେକେବେ ତାଙ୍କ ଫୋନ ରିସିଭ କରେନି ଆଉ ମେସେଜର ଉତ୍ତର ବି ଦିଏନି, ଆଉ ଚୁପଚାପ ହେଇ କାନ୍ଦିକାନ୍ଦି ରୁହେ, ଆଉ ସେପଟେ ପଲ୍ଲଵ ପାଗଳହେଇ ଆସି ପହଞ୍ଚି ଯାନ୍ତି ସୋନାଲ ପାଖରେ I

ଏମିତି ଦିନେ ସଞ୍ଜ ନଇଁ ଆସୁଥାଏ, ହଟାତ ପଲ୍ଲଵ ଆଉ ସାରିକାଙ୍କ ପୁଣି ଜୋରସେ ଝଗଡା ଆଉ ସେଥିରେ ସାରିକା କିଛି ଗୋଟେ ଭାରି ଜିନିଷରେ ପଲ୍ଲବଙ୍କୁ ମାରିଥାନ୍ତି, ତାସହ ନିଜ ନଖରେ ଖଣ୍ଡିଆ କରିଦେଇଥାନ୍ତି, ପଲ୍ଲଵଙ୍କ ଦେହସାରା ଖଣ୍ଡିଆ, ରକ୍ତବି ବାହାରି ପଡୁଥାଏ I ସାରିକା ପଲ୍ଲବଙ୍କୁ ଘରୁ ବାହାରିଯିବାକୁ କହିଲେ ଆଉ କହିଲେ ସେ ତାଙ୍କଠାରୁ ଡିଭୋର୍ସ ଚାହାନ୍ତି I ପଲ୍ଲଵ ଯେତେ କବାଟ ବାଡେ଼ଇଲେ ବି ସେ ଆଉ ଖୋଳିଲେନି, ପଲ୍ଲଵ କାନ୍ଦିକାନ୍ଦି ଶେଷରେ ସେଇ ରକ୍ତାକ୍ତ ଆଉ କ୍ଷତାକ୍ତ ଶରୀର ଆଉ ମନନେଇ ପହଁଚିଲେ ସୋନାଲ ପାଖରେ, ସେଦିନ ରବିବାର ଆଉ ସୋନାଲର ବି ଅଫିସ ବନ୍ଦ ଥାଏ, ସେ ପଲ୍ଲଵଙ୍କୁ ଏମିତି ଅବସ୍ଥାରେ ଦେଖି ଆଉ ନିଜକୁ ସମ୍ଭାଳିପାରିନଥିଲା ଆଉ ବହୁତ କାନ୍ଦିଲା, ଶେଷରେ ତାଙ୍କୁ ଡାକ୍ତରଖାନା ନେଇକି ଗଲା, ନିଜ ହାତରେ ମେଡ଼ିସିନ ଲଗେଇଦେଲା ପଲ୍ଲଵଙ୍କ ଦେହରେ, ଆଉ ପଲ୍ଲଵଙ୍କୁ ଘରକୁ ଯିବାକୁ କହିଲା, ହେଲେ ପଲ୍ଲଵ କେମିତି ଯିବେ ସାରିକା ଯେ ତାଙ୍କୁ ଘରୁ ବିଦା କରିଦେଇଛନ୍ତି I ସେ କହିଲେ ହଁ ସୋନାଲ ଯାଉଛି ସାରାରାତି କୋଉଠି ଟିକେ ବାହାରେ ମୁଣ୍ଡ ଗୁଞ୍ଜିବି, ମୋ ଘର କବାଟ ମୋ ପାଇଁ ବନ୍ଦ I ଏସବୁ କହି ସେ ବାହାରିଆସିଲାବେଳକୁ ହଟାତ ସୋନାଲ ତାଙ୍କ ହାତ ଧରି ତାଙ୍କୁ ଅଟକାଇଲା ଆଉ କହିଲା "ପଲ୍ଲଵ ତୁମେ ଏମିତି ଅବସ୍ଥାରେ ଏ ରାତିରେ ଆଉ କୁଆଡେ ଯିବ, ବରଂ ମୋ ରୁମରେ ରହିଯାଅ, ଆଉ ମୁଁ ଡ୍ରଇଂ ରୁମରେ ଶୋଇଯିବି I ପଲ୍ଲଵ ଚାହୁଁନଥିଲେ ରହିବାକୁ,ଆଉ ସୋନାଲ ବି ତାଙ୍କୁ ଏମିତି ଅବସ୍ଥାରେ ଛାଡି ପାରୁନଥାଏ I ତେଣୁ ପଲ୍ଲଵ ରାତିରେ ସେଠି ରହିଲେ I ପ୍ରେମ ଏମିତି ଏକ ଆବେଗ, ଏକ ଅନୁଭବ ଯାହା ଥରେ ଆରମ୍ଭ ହେଲେ ସରେନି, ଆହୁରି ଗଭୀର ହେଇଚାଲେ, ସେଥିରେ କେତେଯେ ତୃପ୍ତି ସେଇ ମନ ଖାଲି ବୁଝେ, ଜଣେ ଆଉ ଜଣଙ୍କ ପାଇଁ ପାଗଳ, ଜଣଙ୍କ ଦୁଃଖରେ ଆଉ ଜଣେ କାନ୍ଦେ, ସେମିତି ସୋନାଲ ବି ପଲ୍ଲବଙ୍କୁ ଏମିତି ଅବସ୍ଥାରେ ଦେଖି ଆଉ ନିଜକୁ ସମ୍ଭାଳି ପାରୁନଥାଏ, ପଲ୍ଲଵଙ୍କୁ ଦେହ ଟିକେଟିକେ ଉଷୁମ ଲାଗୁଥାଏ, ବୋଧେ ଜ୍ୱର ପୁରାଇ ଆସୁଥାଏ, ସୋନାଲ କହିବା ଆଉ ମେଡ଼ିସିନ ନେଇ ପଲ୍ଲଵଙ୍କ ପାଖରେ "ଆଜି ସେ ପଲ୍ଲବଙ୍କୁ ନିଜ ହାତରେ ଖୁଆଇଦେବ ଭାବି ପଲ୍ଲବଙ୍କ ପାଖରେ,ଆଉ ପଲ୍ଲଵଙ୍କ ଆଖିରେ ଧାରଧାର ଲୁହ, ସୋନାଲକୁ ନିଜ ପାଖକୁ ଟାଣିଧରି କହିଲେ, "ସୋନାଲ, ତମକୁ ଛାଡି ମୁଁ ଆଉ ଗୋଟେ ମୁହୂର୍ତ୍ତ ବି ବଞ୍ଚିପାରିବିନି, ମୁଁ ମରିଯିବି, ମତେ ତମେ ଛାଡି କୁଆଡେ ଯିବନି ସୋନାଲ କୁହ, ଏତିକିରେ ସୋନାଲ ପଲ୍ଲବଙ୍କ ଓଠରେ ନିଜ ଆଙ୍ଗୁଠି ଚାପିରଖି ଆକଟ କରି କହିଲା ଏମିତି କଥା ଆଉ କେବେ କହିବନି ପଲ୍ଲଵ I

ଏସବୁ ଭିତରେ ବର୍ଷାପଡିବା ବି ଆରମ୍ଭ ହେଇଗଲାଣି, ଆଉ ରାସ୍ତା କଡରେ ଫୁଟିଥିବା ମିଠାମିଠା ଫୁଲର ବାସ୍ନା ଆଉ ଥଣ୍ଡାଥଣ୍ଡା ପବନ କେତେବେଳେ ପଲ୍ଲଵ ଆଉ ସୋନାଲ ଦୁହେଁଦୁହିଁଙ୍କୁ ଆଲିଙ୍ଗନ କରି ସେ ଅକୁହା କୋହ ଆଉ ମନର ବେଦନା ଗୁଡାକୁ ପରିପ୍ରକାଶ କରୁଥିଲେ ଆଉ ପଲ୍ଲଵ କହି ଚାଲିଥିଲେ, ସୋନାଲ ମୁଁ ତମକୁ ଛାଡି ବଞ୍ଚିପାରିବିନି, ଆଉ ସୋନାଲ ବି ଠିକ ତାର ପ୍ରତିଉତ୍ତର ଦେଇ କହିଚାଲିଥିଲା, ପଲ୍ଲଵ ତମେ ମତେ ଛାଡି କୁଆଡେ ଯିବନି ପ୍ରମିଶ କର" I ତାପରେ ପଲ୍ଲଵ ସୋନାଲଙ୍କୁ ନିଜଆଡ଼କୁ ଚାପିଧରି ସୋନାଲ ଓଠରେ ଚୁମ୍ବନ ଦେଇଥିଲେ, ଆଉ ସୋନାଲ ବି ନିଜକୁ ସେଥିରୁ ଆଉ ମୁକୁଳାଇ ପାରିନଥିଲା, ଦୁହେଁ ଦୁହିଁଙ୍କ ବାହୁରେ ବେଶ ଆରାମରେ ପରସ୍ପର ପରସ୍ପରକୁ ଚୁମ୍ବନ ଦେଇଚାଲିଥିଲେ I ପଲ୍ଲଵ କହିଥିଲେ ସୋନାଲ ଏହା ବୋଧେ ଆମ ପ୍ରେମର ମାହେନ୍ଦ୍ରବେଳା,ଏଇ ମୁହୂର୍ତ୍ତକୁ ମୁଁ ସବୁବେଳେ ମୋ ହୃଦୟରେ ସାଇତି ରଖିବି, ମରିବାଯାଏ, ଆଉ ସୋନାଲ ବି ପଲ୍ଲବଙ୍କୁ ନିଜ ଛାତିରେ ଜାବୁଡି ଧରି କହିଥିଲା "ହଁ ପଲ୍ଲଵ ଏଇଟା ବୋଧେ ଆମ ପ୍ରେମ ପାଇଁ ମାହେନ୍ଦ୍ରବେଳା" I ଏମିତି ରାତି ପାହିଗଲା, ଆଉ ପ୍ରେମର ମାହେନ୍ଦ୍ରବେଳା ବି ଚାଲିଗଲା ଇ ହଟାତ ସୋନାଲ ନିଜକୁ ଏସବୁ ପାଇଁ ଦୋଷୀ ମାନି ପଲ୍ଲଵଙ୍କୁ କହିଲା "ପଲ୍ଲଵ ଏସବୁ ଯାହା ହେଲା ସେସବୁ ପାପ, ତୁମେ ଆଜିଠାରୁ ମୋ ସହ ଆଉ କେବେ ବି କଥା ହେବନି, ତମେ ବିବାହିତ, ତମେ ତମ ସଂସାରକୁ ସଜାଡି କି ରୁହ, ହେଲେ ମତେ ଆଉ ଡିଷ୍ଟର୍ବ କରନି, ତମେ ମୋ ଠାରୁ ଦୂରେଇଯାଅ ପଲ୍ଲଵ, ସେଦିନ ସୋନାଲ ବହୁତ ଯୁକ୍ତି କରିଥିଲା ପଲ୍ଲଵଙ୍କ ସହ ଆଉ ତାଙ୍କୁ ମନାକରିଲା ଆଉ କେବେ ବି ତାଙ୍କ ଜୀବନରେ ନ ଆସିବାକୁ I ପଲ୍ଲଵ ପଦଟିଏ ବି କିଛି କହିନଥିଲେ, ସେ ବି ବୋଧେ ଅନୁତାପ କରୁଥିଲେ, ଯୋଉ ସୋନାଲକୁ ସେ ଆଜିଯାଏ ଛୁଇଁବି ନଥିଲେ ଆଜି ଏସବୁ କେମିତି ହେଇଗଲା, ସେ ନିଜକୁ ନିଜେ ଧିକ୍କାର କରୁଥିଲେ ଆଉ ଗୋଟେ ନିରୀହ ଶିଶୁ ପରି କିଛି ନକହି ସେଠାରୁ ଚାଲିଗଲେ, ସେଠାରୁ ୫୦ କିଲୋମିଟର ଦୂରରେ ଥିବା ନିଜ ଫାର୍ମହାଉସକୁ, ନା ସୋନାଲ ପାଇଁ ଆଉ ମେସେଜ ନା ଫୋନ, ଏମିତି ୮ ଦିନ ବିତିଗଲା, ସୋନାଲ ଏପଟେ ପଲ୍ଲବଙ୍କୁ ମନାକରିଛି ତା ସହ କଥା ହେବାକୁ ହେଲେ ମନେମନେ ବହୁତ କାନ୍ଦୁଚି, ପଲ୍ଲଵ ବିନା ସେ କେମିତି ବଞ୍ଚିବ ସତରେ, ସାହସ କରି ପଲ୍ଲଵକୁ ଫୋନ କରିଛି, ହେଲେ ପଲ୍ଲବଙ୍କ ଫୋନ ବନ୍ଦ ଆଉ ତା ମନ ପାପ ଛୁଇଁଛି, ସେ ବି ୮ ଦିନ ହେଲା ନା ଠିକ ରେ ଖାଉଛି ନା ଶୋଉଛି, ହେଲେ ଆଉ ପଲ୍ଲଵର ନା ଫୋନ ଆସିଲା ନା ମେସେଜ, ସେପଟେ ସାରିକା ତାଙ୍କୁ ଘରୁ ବାହାର କରିଦେଇଛନ୍ତି ଆଉ ଡିଭୋର୍ସ ପାଇଁ କହିବି ସାରିଛନ୍ତି, ଏପଟେ ସୋନାଲ ତାଙ୍କୁ ନିଜ ଜୀବନରୁ ସବୁଦିନ ପାଇଁ ବିଦାକରିଦେଇଛି, ସେ ବି ସୋନାଲ ସହ ଠିକ କରିନାହାନ୍ତି, ଆଉ ସେ ସୋନାଲକୁ ଛାଡି ରହିବି ପାରିବେନି, କି ସୋନାଲ ଡିଷ୍ଟର୍ବ ବି କରିବେନି I ଏସବୁ ଭିତରେ ସେ ଅଣନିଶ୍ୱାସୀ ହୋଇପଡିଛନ୍ତି, ଆଉ ବଞ୍ଚିବାକୁ ତାଙ୍କର ଇଛା ନାହିଁ, ଶେଷରେ ସେ ନିଜ ନିଜ ପକେଟରେ ଥିବା ସେଇ ବିଷ ବୋତଲ ବାହାର କରି ଆଉ କିଛି ନଭାବି ପିଇଦେଲେ ପଲ୍ଲଵ ଆଉ ମାତ୍ର କିଛି ସମୟ ଭିତରେ ସେ ସାରିକା ଆଉ ସୋନାଲ ସମସ୍ତଙ୍କ ଜୀବନରୁ ବହୁତ ଦୁରକୁ ଚାଲିଯାଇଥିଲେ I ତାପର ଦିନ ସକାଳେ ଏହି ଖବର ସବୁଆଡେ ବ୍ୟାପି ଯାଇଥିଲା, ଆଉ ସୋନାଲ ବି କିଛି ସମୟ ପୂର୍ବରୁ ତାଙ୍କ ପଲ୍ଲବଙ୍କ ମୋବାଇଲକୁ ଫୋନ ଲଗାଇଥିଲା, ହେଲେ ବନ୍ଦ I ମାରିବା ପୂର୍ବରୁ ଗୋଟେ ସୁଇସାଇଡ ନୋଟ ବି ଲେଖିଦେଇ ଯାଇଥିଲେ ପଲ୍ଲଵ "ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହେଁ' I ସୋନାଲ ହଟାତ ଟି.ଭି ନିଉଜ଼ରୁ ଜାଣିଲା ତା ପଲ୍ଲଵ ଆଉ ଏହି ଦୁନିଆରେ ନାହିଁ, କାନ୍ଦିକାନ୍ଦି ତଳେ ଲୋଟିପଡିଲା ସୋନାଲ ଆଉ ପାଗଳୀ ପରି ସେମିତି କାନ୍ଦିକାନ୍ଦି ସେଇଠି ପଡ଼ିରହିଲା, ପଲ୍ଲଵ ବିନା ସେ କେମିତି ବଞ୍ଚିବ, ସୋନାଲ ସାଙ୍ଗମାନେ ଆସି ତାକୁ ବହୁତ ବୁଝାଇଲେ, ଶେଷରେ ସୋନାଲ ଅସୁସ୍ଥ ହେଇପଡିଲା ଆଉ କିଛିଦିନ ନଖାଇ ନା ପିଇ ବେଡ଼ରେ ପଡ଼ିରହିଲା, ପଲ୍ଲଵ ମୃତ୍ୟୁ ପାଇଁ ନିଜକୁ ଦାୟୀ କରୁଥିଲା ସୋନାଲ, ଯଦି ସେଦିନ ସେ ପଲ୍ଲଵଙ୍କୁ ଯିବାକୁ କହି ନଥାନ୍ତେ କି ତାକୁ ଭୁଲିବାକୁ କହିନଥାନ୍ତେ ପଲ୍ଲଵ ଏସବୁ କରିନଥାନ୍ତେ, ଏସବୁ ଭାବିଭାବି ସୋନାଲ ତା ମାନସିକ ଭରସ୍ୟାମ ହରାଇ ବସିଲା ଆଉ ଶେଷରେ ତା ସାଙ୍ଗମାନେ ତାକୁ ନେଇ ଡାକ୍ତରଖାନାରେ ଭର୍ତି କରିଦେଲେ କାରଣ ତା ଅବସ୍ଥା ଦିନକୁଦିନ ଖରାପ ହେବାରେ ଲାଗିଲା I ପଲ୍ଲଵ ଯିବାର ୩ ବର୍ଷ ହେଇଗଲାଣି ଆଉ ସୋନାଲ ଆଜି ପାଗଳଖାନାରେ, ହେଲେ ଯାହାକୁ ଦେଖିଲେ ସେ ପଲ୍ଲଵ କଥା ପଚାରେ I


Rate this content
Log in

Similar oriya story from Drama