କଳ୍ପନାର ଗୀତ -୪୨
କଳ୍ପନାର ଗୀତ -୪୨
କହି ପାରେ ନାହିଁ ବେଦନା ମୋହର
ରହିଯାଏ ରାତି ନିଦ
କେତେ ଚାହିଁଥିବି ତୁମ ପାଇଁ ପ୍ରିୟା
ଆସୁଅଛି ଅବସାଦ।
ଆମ୍ବ ତୋଟା ମୂଳେ ନିର୍ଜନତା ବେଳେ
ତୁମେ ଥିଲ ଯେବେ ଦିନେ
ଲାଗୁଥିଲା ମୋତେ କୋଇଲିର ତାନେ
ମନ ଉପବନ ବନେ।
ଏବେ ଯେବେ ଦେଖେ ସେହି ଆମ୍ବ ତୋଟା
କେତେ କଥା କହେ ବସି
ବସନ୍ତ ମଳୟ ବୋହୁଥାଏ ସିନା
ମନ ଯାଏ ନାହିଁ ଭାସି।
ନୂପୁର ବାଜିଲେ ଚମକି ମୁଁ ଯାଏ
ହୃଦୟଟା ଯାଏ ହଲି
ବିରହଟା ମୋର ବୋହିନିଏ ମୋତେ
ସବୁ ଲାଗେ ସ୍ଵପ୍ନ ଭଳି ।
ପ୍ରଶାନ୍ତ କୁମାର ହୋତା