ଖଟିରେ ପ୍ରେମ
ଖଟିରେ ପ୍ରେମ
ବଜାର ଭିଡରେ ଠିଆ ହୋଇ ସାଙ୍ଗ ମାନଙ୍କ ସହ ଚାହା ପିଇଲା ବେଳେ
ଚାଲି ଯାଉଥିବା ତରୁଣୀର ସୁନ୍ଦରତାରେ ମୁଗ୍ଧ ହୋଇ
ଦିଗବଳୟର ଶେଷ ମୁଣ୍ଡ ଯାଏଁ ଅନାଉ ଅନାଉ
କାହା କଟାକ୍ଷରେ ସମ୍ବିତ ଫେରିଲା ବେଳକୁ
ଚାହା ପାଣି ହୋଇ ସାରିଥାଏ
ତଥାପି ସେ ସୁନ୍ଦରତାର ଉଷ୍ମତା ମନରେ ଥାଏ
ତା ରୂପଲବଣ୍ୟକୁ ଚର୍ଚା କରୁ କରୁ
ଆଉ କପେ ଚାହାବି ସରି ସାରି ଥାଏ
ୟାଭିତରେ ଆଉ ଜଣେ ସୁନ୍ଦରୀ ଆମ ପରିଧିକୁ ଡେଇଁ ଗଲାବେଳେ
ଆମେବି ପଛ କଥା ଭୁଲି ପୁଣି ସୁନ୍ଦରତାରେ ବିଭୋର
ୟେବି ତ ଗୋଟିଏ ପ୍ରେମ
ଯାହା ଭିତରେ ଖୋଜି ହୁଏ ସବୁଦିନ ଯୌବନ
ଅଳ୍ପ ଦେଖରେ ହଜି ଯିବାଟା ବି ଗୋଟେ ପ୍ରେମ