STORYMIRROR

Er Sachidananda Barik

Tragedy

3  

Er Sachidananda Barik

Tragedy

ମୋ ଗାଁ ଏବେ ସହର ସହର ଲାଗୁଛି

ମୋ ଗାଁ ଏବେ ସହର ସହର ଲାଗୁଛି

2 mins
20.6K


ମୋ ଗାଁ ଏବେ ସହର ସହର ଲାଗୁଛି

କଚ୍ଚା ରାସ୍ତା ସବୁ ପକ୍କା ହେଉଛି

ଘଞ୍ଚ ଜଙ୍ଗଲ ସବୁ ପତଳା ହେଉଛି

ନିର୍ଜନତାର ଭୟ ସବୁ

ଆସ୍ତେ ଆସ୍ତେ ଅପସରି ଯାଇ

ନୂଆ ନୂଆ ଦୋକାନ ବଜାର ହେଉଛି ...

ମୋ ଗାଁ ଏବେ ପ୍ରଗତି ପଥ ରେ ଧାଉଁଛି

ମିଞ୍ଜି ମିଞ୍ଜି ଡିବି ଆଲୁଅ ସବୁ

ଏବେ ବଦଳି ଯାଇଛି

ଶହେ ୱାଟ ବଳବ ଏବେ

ଏଲ.ଇ.ଡି ର ଜାଗା ନେଇଛି ...

ଆଗରୁ ଚା ଟିକେ ମିଳୁ ନ ଥିଲା ଛକ ଜାଗା ରେ

ଏବେ ସକାଳ ସଞ୍ଜ ରେ

ଖାଇବା ପସରା ମେଳୁଛି

ଭାତ ପଖାଳ କୁ ଆଦରି ଥିବା ଗାଁ ଲୋକେ ଏବେ

ଚାଓମିନ ରୋଲ ଖାଉଛି …

ଆଗରୁ ଶୁନଶାନ ଲାଗୁଥିବା

ଛକ ବଜାର ଏବେ

ରାତି ଅଧ ଯାଏଁ ଗହଳି ଗହଳି ଲାଗୁଛି ...

ମୋ ଗାଁ ଏବେ ସହର ଆଡକୁ ଧାଉଁଛି

ସହରୀ ଜିନିଷ ସବୁ

ଏବେ ମୋ ଗାଁ ରେ ଅଧାରୁ ଅଧିକ ମିଳୁଛି

ନୂଆ ନୂଆ ଏ.ଟି.ଏମ ନାମିଦାମୀ ଦୋକାନ ଖୋଳୁଛି

ଆଗରୁ କଳା ଧଳା ଟିଭି ଦେଖୁଥିବା ମୋ ପୂର୍ବଜ

ଏବେ ଡିଜିଟାଲ ଇଣ୍ଡିଆ କଥା କହୁଛି ...

ମୋ ଗାଁ ଏବେ ସହର ସହର ଲାଗୁଛି

ପିଲା ଠୁ ବୁଢା

ସମସ୍ତଙ୍କ ହାତରେ ମୋବାଇଲ

ଆଗରୁ ପଞ୍ଚାଯତ ଯାଉଥିବା ବୁଢା ଅଜା ଏବେ

ସରକାରୀ ଯୋଜନା ସବୁ ଟିପ ଅଗ ରେ ଜାନୁଛି

ଭଗବତ ଟୁଙ୍ଗି ଏବେ

ଚାଳ ରୁ ଛାତ ହେଉଛି

ଦେବାଳୟ ସବୁ ଏବେ ମନ୍ଦିର ମନ୍ଦିର ଲାଗୁଛି ...

ମୋ ଗାଁ ରେ ଅନେକ କିଛି ଅଛି

ମନ୍ଦିର ମସଜିଦ ଅଛି

ଭାଇଚାରା ଅଛି

ଏଠି ଈଦ ବକରୀଦ ମହାଳୟା ଦୁର୍ଗାପୂଜା କାଳୀପୂଜା

ବର୍ଷ ବର୍ଷ ଧୂମ ଧାମ୍ ରେ ପାଳିତ ହେଉଛି

ଏଠି ନାଇଁ ଦଙ୍ଗା ନାଇଁ ମନ ଫଟାଫଟି

ସୁରୁଖୁରୁ ରେ ସବୁ ଚାଲିଛି

ସବୁ ବଦଳିଛି ସମୟ ର ଅବହାୱା ରେ

ହେଲେ ମୋ ପିଲାଦିନ ଆଉ ଅନେକ ସ୍ମୃତି

ଏବେ ବି ତାଜା ତାଜା ଲାଗୁଛି

ମୋ ଗାଁ ଏବେ ସହର ଆଡକୁ ଧାଉଁଛି ....


Rate this content
Log in

Similar oriya poem from Tragedy