STORYMIRROR

Er Sachidananda Barik

Others

2  

Er Sachidananda Barik

Others

ନିଷିଦ୍ଧ ଭାବନା

ନିଷିଦ୍ଧ ଭାବନା

1 min
11.6K


ମୁଁ ଜାଣି ଜାଣି ପସି ଆସିଛି ତମ ଇଲାକା ଭିତରକୁ

ନିଅ ,ମୁଁ ସମର୍ପି ଦେଉଛି ନିଜକୁ ତମ ପାଖେ

ଝୁଣି ଝୁଣି ଖାଇ ଯାଅ ମୋତେ

ମୋ ଉପରେ ଚଢ଼ି ଯାଅ

ଖିନ ଭିନ କର

ବଳାତ୍କାର କର

ନ ହେଲେ ଆଙ୍କି ଦିଅ

ଦେହ ସାରା ପ୍ରେମ ସ୍ପର୍ଶ …

ଯାହା ବି କରୁଚ କର

ମୁଁ ଆଜି ରାତି କ ପାଇଁ ତମର..

ତମେ ଲଭ ଆତ୍ମ ତୃପ୍ତି

ହସ ବିଜୟିନୀର ହସ

ରାତି ପହିବା ଆଗରୁ

ତମ ଆଦିମ ଇଚ୍ଛାର ଜବନିକା ପଡୁ

ଆଉ ମୋତେ ଫିଙ୍ଗି ଦେଇ ଯାଅ ଦୁଆର ସେପାଖେ

ୟୁଜ ଆଣ୍ଡ ଥ୍ର ଗ୍ଲାସ ପରି

ପଡି ଥିବି ତମ ଲାଳ ସ୍ବେଦ ଆଉ ବାସ୍ନାକୁ ଆଘ୍ରାଣ କରି

କିଛି କାଳ

ଆଉ କିଏ ମୋ ଦେହକୁ ମକଚି ନ ଦେଲା ଯାଏଁ...


Rate this content
Log in