STORYMIRROR

Er Sachidananda Barik

Romance Tragedy

3  

Er Sachidananda Barik

Romance Tragedy

ସ୍ଵପ୍ନ ଓ ଜୀବନ

ସ୍ଵପ୍ନ ଓ ଜୀବନ

2 mins
5.0K


ଦୁରୂହ ପ୍ରଶ୍ନଟିଏ

କିନ୍ତୁ ଅଡୁଆ ନୁହେଁ ....

ସ୍ଵପ୍ନ ରେ କିଏ ଆସେ

ସ୍ତ୍ରୀ ନା ପ୍ରେମିକା !!

କେହି ଜଣେ କହିଥିଲେ

ପ୍ରେମ ଥରେ ହୁଏ ଜୀବନରେ

ଆଉ ସବୁ ପ୍ରେମ ପରି ...।

ଠିକ କଥା ତ

ପ୍ରେମ ସ୍ଵତଃସ୍ଫୁର୍ତ୍ତ

ଆଉ ସବୁ ବୁଝାମଣା ମାତ୍ର ...।

ଏମିତି ପ୍ରଶ୍ନରେ ଛାଁ ଛାଁ ଉତ୍ତର ଆସେ

ମନେ ପଡେ କେବଳ ମନର ମଣିଷ ...।

ଏଥିରେ ମନ ଊଣା କରିବାର କିଛି ନାଇଁ

ପରିବାର ଅନୁଶାସନ ଶୃଙ୍ଖଳରୁ ବାହାରି

ନୂଆ ଜାଗାକୁ ଆସିଲେ

ଶୃଙ୍ଖଳ ଟିକେ ହୁଗୁଳା ହୁଏ

ଇଚ୍ଛା ପକ୍ଷୀ ଡେଣା ମେଲେ ...।

ନିଜେ ନିଜେ ପରିସ୍ଥିତିକୁ ସାମ୍ନା କଲା ବେଳେ

ଅନେକ କଥା ରହି ଯାଏ

ପରିବାର ଲୋକଙ୍କୁ କହି ହୁଏନି କି ବୁଝେଇ ହୁଏନି

ବାଧ୍ୟ ହୋଇ ବେଳେ ବେଳେ ମିଛ କହିବାକୁ ହୁଏ

ଏଇ ବ୍ୟସ୍ତତା ଭିତରେ ଶୂନ୍ୟତା ଆଉ ମିଛ ଭିତରେ ସତ

ଅନେକ ଅକୁହା କଥା ବୁଝିବାକୁ ବୁଝେଇବାକୁ

ମନ ଖୋଜେ ଆଉ ଜଣେ ସହୃଦୟ ମଣିଷଟିଏ ..।

ଯାହା ସହ କଟେ

କୈଶୋରରୁ ଯୌବନ

ସ୍ଵପ୍ନ ଦେଖିବା ଆଉ ହରାଇବାରେ

ଭରସା କରିବା ହୃଦୟ ଭାଙ୍ଗିବା

ପୁଣି ଲୁହ ପିଇ ଆଗକୁ ଚାଲିବାରେ ..।

କେତେଜଣଙ୍କ ଭାଗ୍ୟରେ ଥାଏ

ମନର ମଣିଷକୁ ଜୀବନ ସାଥି କରିବାର

ମହାର୍ଘ୍ୟ ମୂହୁର୍ତ୍ତ !!

ସ୍ଵପ୍ନ ଭାଙ୍ଗେ ହୃଦୟ ଭାଙ୍ଗେ

ମନ ଖୋଲି କାନ୍ଦି ପାରେନି ମଣିଷ ...

ତଥାପି କୋଉ କାଢି ହୁଏ ଯେ

ମନର ମଣିଷକୁ ହୃଦୟରୁ..!!

ଉପରକୁ ମନା କଲେ ବି

ସବୁଦିନ ଛାତି ତଳେ ସାଇତା ହୋଇ ରହେ

ଅନେକ କିଛି ଆଉ ମନର ମଣିଷ ..।

ଜୀବନ ମୋଡ ବଦଳାଏ

ପରିସ୍ଥିତି ବି ବେଳେ ବେଳେ ଦାଉ ସାଧେ

ମନେ ପଡେ ପରିବାର ସାଇ ପଡିଶା

ଆଉ ପରିବାର ମାନ ସମ୍ମାନ ...।

ତା ପରେ

ସବୁ ତୁଚ୍ଛ ଲାଗେ

ଅନେକ କିଛି ହଜିଲା ପରି ଲାଗେ

ଖୋଜିବାକୁ ଇଚ୍ଛା ହୁଏନି

ଆଡଜଷ୍ଟ ମୋଡରେ ଜିଇଁବାକୁ

ନିଜତ୍ଵକୁ ବିକି ଦେବାକୁ

ବାଧ୍ୟ ହୁଏ ଅଲିଖିତ ଦସ୍ତାବିଜରେ କରିବାକୁ ସ୍ଵାକ୍ଷର

ବାପା ମାଙ୍କ ବାଧ୍ୟ ସନ୍ତାନ ଯେତେବେଳେ

ଏତେ ଦିନର ପ୍ରେମକୁ ଦୁଃସ୍ଵପ୍ନ ଭାବି

ଭୁଲି ଯିବାକୁ ବାଧ୍ୟ ...।

ଆଉ ଶେଷରେ

ପ୍ରେମର ଘଟେ ଅପମୃତ୍ୟୁ

ସେ ମରେ ନାହିଁ

ତାକୁ ଜୋର କରି ମାରି ଦିଆଯାଏ

ଏକ ଅନାଗତ ଉତ୍ସବକୁ ଆଳ କରି ..।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance