STORYMIRROR

Er Sachidananda Barik

Others

3  

Er Sachidananda Barik

Others

ଘର

ଘର

1 min
234



ଘର

ଏକ ମନ୍ଦିର

ଯେଉଁଠି ରହନ୍ତି ମୋ ଚଳନ୍ତି ଇଶ୍ଵର


ଘର

ଏକ ପରିବାର

ଯେଉଁଠି ଅଛି ସ୍ନେହ ରାଗ ରୁଷା

ଆଉ ମାନ ଅଭିମାନ

ସମ୍ପର୍କଟେ ରକ୍ତର

ଭାବଟିଏ ପ୍ରେମର


ଘର

ଏକ ଆକର୍ଷଣ

ହେଇଥାଉ ପଛେ ଝାଟି ମାଟି

ନ ଥାଉ ପଛେ

ବିଳାସର ଅନେକ ସାମଗ୍ରୀ

ତଥାପି

ଆରମ ସେରହି ହୁଏ

ସ୍ଵପ୍ନ ଟିଏ ଦେଖି ହୁଏ

ନିବିଡତାର


ଘର

ଏକ ସ୍ମୃତି

ଦୁନିଆରେ ଯେଉଁଠି ଥିଲେ ବି

ଅନାବିଳ ଆକର୍ଷଣ ଟେ ଥାଏ

ଛୁଟି ହେଲେ ମନେ ପଡେ ଘର

ଏକାନ୍ତରେ ମନେ ପଡେ ଘର


ଘର

ଯେଉଁଠି ମିଳେ

ମା ଆଉ ଭଉଣୀ ହାତରନ୍ଧା

ମସଲା ଥାଉ କି ନ ଥାଉ

ପାଟିକୁ ସୁଆଦ

ହୋଟେଲ ଠୁ ବି ସ୍ଵାଦିଷ୍ଟ ଖାଇବା


ଘର

ଏକ ଭାବନାପ୍ଳୁତ ନଈ ଟିଏ

ଘଟଣାବଳୀ ସମ୍ବଳିତ

ଅନେକ ଜଟିଳ ସମ୍ପର୍କର


ଘର

ଯହିଁ ଜଣା ପଡେ ନହିଁ

କି ଦିନ କି ରାତି

ସମୟ କଟି ଯାଏ

ସକାଳର ଖରା ପୋଉଁ ପୋଉଁ

ଜଳଖିଆ ଖାଇ

ଆଉ ଥରେ ଗାଧେଇକି ଖାଉ ଖାଉ

ଆସି ସାରିଥାଏ ସଞ୍ଜ

ସଞ୍ଜ ଧୂପ ଦେଇ

ଚା ପିଉ ପିଉ

ହୋଇ ସାରିଥାଏ ରାତି


ଘର ଅଛି ବୋଲି

ଅବଶୋଷ ଥାଇ ବି ହସି ହୁଏ

ମା ଅଛି ବୋଲି

ଦୁଃଖ କୁ ପତେଇ ହୁଏ ଛାତି

ଭାଇ ଟିଏ ଅଛି ବୋଲି

ଅଭିମାନ କୁ ଝାଡି ହୁଏ

ଭଉଣୀ ଟିଏ ଅଛି ବୋଲି

ସ୍ଵପ୍ନକୁ ବାଣ୍ଟି ହୁଏ

ଆଉ ସମସ୍ତଙ୍କୁ ନେଇ

ଚାରିକାନ୍ଥର ଘର ଟିଏ ଅଛି ବୋଲି

ଜୀବନରେ ରସ ଥାଉ କି ନ ଥାଉ

ପରିବାର ପାଇଁ ସରସ କରି

ଜୀବନ କୁ ବାରମ୍ବାର ଜିଇଁ ହୁଏ ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍