STORYMIRROR

Er Sachidananda Barik

Others

3  

Er Sachidananda Barik

Others

ସ୍ମୃତି

ସ୍ମୃତି

1 min
14.3K


କେହି ଜଣେ କହିଥିଲେ

ସ୍ମୃତି ସେ ତ ପାଉଁଶ ତଳ ର ନିଆଁ ….

ସତେ ତ ...

ଦିକି ଦିକି ଜଳୁଥାଏ ଅହରହ

କେବେ ଲିଭେନି

ଯେବେ ଲିଭେ

ଜୀବନ ପ୍ରାୟ ସରିଯାଏ

ଜୀବନର ମୋଡ ବଦଳି ଯାଏ …

ସ୍ମୃତି ତ ଜୀବନ୍ତ

ଗଭୀର ମନ ତଳେ

ସର୍ବଦା ପ୍ରାଣବନ୍ତ

କେବେ ଭୁଲିବାର ନୁହେଁ ....

ଏ ଜୀବନ ପୃଷ୍ଠା ରେ ଅନେକ ସ୍ମୃତି

ସବୂଦିନ ଯୋଡି ହେଉଥାଏ

ପ୍ରାୟ ସବୁତକ ସତେଜ ଆଉ ଜଳଜଳ

ଜଞ୍ଜାଳ ରୁ ଟିକେ ଫାଙ୍କା ପାଇଲେ

ଧସେଇ ପସନ୍ତି ଅବଚେତନ ମନ ଭିତରକୁ

କିଛି ଖୁସି ଦିଏ

କିଛି ଆଖିରୁ ଲୁହ ଝରାଏ

କିଛି ଆକ୍ତାମାକ୍ତା କରେ

କିଛି ଅନୁଭବ ର ଛାପ ଛାଡି ଯାଏ

କିଛି ନିଜକୁ ଅନୁତପ୍ତ କରାଏ

ଆଉ କିଛି ଦୀର୍ଘଶ୍ଵାସ ଭିତରେ ହଜି ଯାଏ ...

ତମ ସହ ବିତୁଥିବା ବିତିଥିବା

ପ୍ରତିଟି ମୂହୁର୍ତ୍ତ ଚିକ୍ ଚିକ୍ ଜଳ ଜଳ

ଜୀବନ୍ତ ଚିରକାଳ

ଆଉ ସବୁ ମନେ ପଡନ୍ତି

ଚିକ୍ ଚିକ୍ ନ ହେଲେ ବି

ଶିତୁଆ ସକାଳର କୁହୁଡି ଆଚ୍ଛାଦିତ



Rate this content
Log in