STORYMIRROR

Er Sachidananda Barik

Others

3  

Er Sachidananda Barik

Others

ଚାଲ ଦୀପଟିଏ ଜାଳିବା

ଚାଲ ଦୀପଟିଏ ଜାଳିବା

1 min
14.2K


ଚାଲ ଦୀପଟିଏ ଜାଳିବା

ଦୀପାବଳି ପାଳିବା

ସଞ୍ଜ ନଇଁ ଗଲେ

ବଡ ମାନେ ପୟା ଖଣ୍ଡେ ଖଣ୍ଡେ ଧରି

ବଡବଡୁଆ ଡାକିଲା ବେଳେ

ପୟା କାଠିରେ ନିଆଁ ଲଗେଇ

ଚକୋଲେଟ ବମ୍ ତାଳ ଫୋଟୋକା

ନଡିଆ ବାଣରେ ନିଆଁ ଲଗେଇ

ଶବ୍ଦ କୁ ଉପୋଭୋଗ କରିବା

ଘର ବାହାରେ ସାହି ପିଲା ସାଙ୍ଗେ

ନିଜ ପାରିବା ପଣିଆ ଜାହିର କରିବା ....

ସେଦିନ ସିନା ସମସ୍ତେ ମିଶି ଗୋଟେ ରାବଣ କୁ ମାରିଥିଲେ

ଏବେ ଆମ ପାଳି

ଏ ଜୋକ ପୋକ ମାନଙ୍କୁ ରାବଣ ମନେ କରି

ଢୋ ଢା ଫୁଟେଇ

ଆମେ ବି ରାବଣ ମାରିବା ....

ମା କାଳୀ ସିନା ଓଲ୍ହେଇ ଆସିବେ ଧରାକୁ

ଶତ୍ରୁ ବିନାଶ ପାଇଁ

କାଳ ରାତ୍ରିର ରୂପ ନେଇ

ଚାଲ ଘରେ ବାହାରେ ଦୀପ ଜାଳି

ଆଲୋକ ମାଳା ରେ ସଜେଇ

ଆଲୋକିତ କରି

ତାଙ୍କୁ ସ୍ଵାଗତ କରିବା

ଚାଲ ଦୀପଟିଏ ଜଳିବା

ପୋଡି ଯାଉ ଅମଣିଷପଣିଆ

ଚାରି ଆଡେ ପ୍ରକମ୍ପିତ ହେଉଥିବା ବାଣ ଶବ୍ଦ ରେ

ଆଣନିଶ୍ବାସୀ ହେଇ ସନ୍ଦେହଟା ମୃତ୍ୟୁବରଣ କରୁ

ବାଣ ଧୂଆଁରେ

ସମସ୍ତେ ସମସ୍ତଙ୍କୁ ବୁଝାନ୍ତୁ

ଆଲୋକମାଳାରେ ସୁନ୍ଦର ଦିଶୁଥିବା ଏ ଧରା ପରି

ସୁନ୍ଦର ହେଉ ସମ୍ପର୍କ

ନୂଆ ସକାଳଟେ ଉଇଁବା ପୂର୍ବରୁ

ସାଥେ ତାର ନେଇ ଯାଉ ସବୁ

ଲୋକଙ୍କଠୁ ଅହମିକା ଆତ୍ମବଡିମା ଅସୂୟା ଭାବକୁ

ସକାଳଟା ନୂତନତ୍ଵର ଭାବ ନେଇ

ମଣିଷ ପଣିଆର ଅଙ୍କୁରୋଦ୍ଗମ ହେଉ

ମଣିଷ ହୃଦୟରୁ ...


Rate this content
Log in