STORYMIRROR

Er Sachidananda Barik

Tragedy

3  

Er Sachidananda Barik

Tragedy

ଜୀବନ ଆଉ ପ୍ରେମ

ଜୀବନ ଆଉ ପ୍ରେମ

1 min
357


ପ୍ରେମ ସରେ...!!

ନା..

ପ୍ରେମ ଜୀବନ ସହ ବାରମ୍ବାର ହୁଏ

ସେ ଚୁପ ହେବା କୁ କହେ

ମୁଁ ରହି ପାରେନି

ତାର ବି ହଜାରେ ପ୍ରଶ୍ନ

ନ ପଚାରିଲେ କହେନି..


ପ୍ରେମ ମାପି ହୁଏ !!

ବେଳ କାହିଁ ଯେ ମାପିବାକୁ

ପ୍ରେମ ରେ ରହିବା କୁ ଭଲ ଲାଗେ

ମାପିବାରେ କିଏ ସମୟ ନଷ୍ଟ କରିବ ଯେ

ତା ସହ ଗୋଟିଏ ମୁହୂର୍ତ୍ତ ବି ମୂଲ୍ୟବାନ

ପ୍ରେମ ସରେ କୋଉଠି ଯେ ମୁଁ ମାପିବି

ଯେତେ ଥର ଭାବିଛି

ଯେତେ ଥର ଦେଖିଚି

ଯେତେଥର ରାତି ଅଧରେ

ସ୍ୱପ୍ନ ଦେଖୁ ଦେଖୁ ନିଦ ଭାଙ୍ଗିଛି

ତାକୁ ଇ ଖୋଜିଛି

ତାକୁ ପଚାରିଛି

କିନ୍ତୁ ସେ ବୁଝି ପାରେନି

ଏମିତି ରେ ବି ଜୀବନ କୁ କୋଉ ବୁଝି ହୁଏ ଯେ

ଯେତେ ଥର ଲାଗେ ବୁଝିଛି ବୋଲି

ପର ମୁହୂର୍ତ୍ତରେ ଅବୁଝା ଲାଗେ


ବେଳେ ବେଳେ ଭାବେ

ଆଉ କିଛି ପଚାରିବି ନାହିଁ

ସେ ତ ଜୀବନ ମୋ ଜୀବନ

ମୋ ପାଖେ ଥାଉ

ଅନ୍ତଃତ ବଞ୍ଚି ଯିବି ବାକି ଆୟୁଷ

ହେଲେ ସେ ଆସିଲେ

ନିଜକୁ ଆୟତ୍ତ ରେ ରଖି ପାରେନି



ଏତେ ସବୁ ପରେ ବି

ଡରି ମରୁ ଥାଏ

ଜୀବନ ଛାଡି ଯିବନି ତ !!

ସେମିତି ହେଲେ

ତାକୁ ଖୋଜିବି କୋଉଠି

ରହିବି କେମିତି

ସବୁ ଅଚଳ ହେଇ ଯିବ

ଜୀବନ କଣ ଏତେ ସହଜ

ଯାହାକୁ ମୁହୂର୍ତ୍ତେ ନ ଭାବିଲେ

ମୁଁ ରହି ପାରେନି

ମୁଁ ତା ବିନା ବଂଚି ପାରିବି କେମିତି

ଦେହ ମନ ଆଶା ଆକାଂକ୍ଷା

ଜୀବନ ବିନା କିଏ ବଞ୍ଚିଛି ଯେ ମୁଁ ବଞ୍ଚିବି

ଝୁରି ଝୁରି ମରିଯିବି...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy