STORYMIRROR

Er Sachidananda Barik

Others

2  

Er Sachidananda Barik

Others

ଉପହାର

ଉପହାର

1 min
310


`ତମେ ଆସିଲା ପରେ

ଋତୁ ବଦଳିଛି

ବର୍ଷା ଖରା ହେଉ କି ଶୀତ

ମୁଁ କେବଳ ପ୍ରେମ ରେ ଭିଜିଛି


ଏତେ ସବୁ ହେବା

ଜୀବନ ପାଇଁ ଉପହାର ନୁହେଁ ତ ଆଉ କଣ

ପ୍ରେମ କରିବା ଆଉ ପ୍ରେମ ପାଇବା

ସବୁ ଯଦି ଏକସଙ୍ଗେ ମିଳି ଯାଏ ତେବେ

ଜୀବନ ତା କେବଳ ଏକ ଉପହାର ମାତ୍ର


ମୁଁ ହେଇ ନ ପାରେ ଦାମିକିଆ ଉପହାର ଟିଏ କାହା ପାଇଁ

ହୁଏ ତ ମୋ ଉପସ୍ଥିତି କାହା ଜୀବନ ରେ ଆଣି ପାରେ ତତଲା ଝାଞ୍ଜି

ହେଲେ ତୋ ପାଖେ

ମୁଁ ବସନ୍ତ କି ବର୍ଷା ଅବା ମଳୟ

ନା ଆଉ କିଛି

କିଛି ଜାଣିନି


କେବଳ ଏତିକି ଜାଣିଛି

ବର୍ଷା ହେଉ କି ଶୀତ

ମୁ ତୋ ପ୍ରେମ ରେ ଭିଜିଛି


ଆଉ ତୁ କହୁ ଉପହାର କଥା

ତୁ ତ ନିଜେ ଏକ ଅନନ୍ୟ ସୃଷ୍ଟି

ତୋତେ କି ଉପହାର ଦେବି ଯେ

ତୁ ତ ରାତି ରେ ଚାନ୍ଦ

ଦିନରେ ମେଘୁଆ ସୂର୍ଯ୍ୟ

ଆଉ ସଞ୍ଜ ରେ ତରା ଖଚିତ ସ୍ଵପନୀଳ ଆକାଶ


ତମେ ମାଗି ପାର

ଆଉ ମୁଁ ଦେଇ ପାରେ ସବୁକିଛି

ତମେ ହୁଏ ତ ଅସ୍ଵୀକାର କରି ପାର

ସବୁ ଥର ପରି

ମୋ ଘର ପରିବାର ପରେ

ପ୍ରେମ ରେ ପଡିଲା ପରେ

ତମେ ହିଁ ମୋ ପାଇଁ ଶ୍ରେଷ୍ଠ ଉପହାର.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍