Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Romance

2  

Pranati Mahapatra

Romance

ଅମାନିଆ ବୟସ

ଅମାନିଆ ବୟସ

1 min
6.7K


ପ୍ରେମ ପ୍ରଣତି - ୮୯


ପ୍ରେମ ଏକ ଅମାନିଆ ନଈ,

କୂଳ ଖାଇ ବହିଯାଏ ଦିଗହରା ହୋଇ

ପ୍ରେମ ତ ସବୁଜିମା ଭରା ସୌନ୍ଦର୍ଯ୍ୟ,

ବାସ୍ତବ ହେଉ ଅବା ସମ୍ଭାବନା,

କିଛି ଯାଏ ଆସେ ନାହିଁ।


ପ୍ରେମ ସୁନ୍ଦର ସକାଳ,

ଅସରନ୍ତି ଭାବନାର ସୁନେଲି କ୍ଷେତ, ନିଝୁମ ରାତିର ଅସରନ୍ତି

ସ୍ଵପ୍ନର କାହାଣୀ ପେଡି,

ଗୋଟିଏ ପରେ ଗୋଟେ ଦୃଶ୍ୟପଟ

ଦୋଦୁଲ୍ୟମାନ ହେଉଥାଏ।

ପ୍ରେମ ଏକ ମୁଦା ଲଫାଫା,

ମହାଭାରତ ର ଅମାନିଆ

ଭିଜା ଭିଜା ଦୃଶ୍ୟ।



ନ ହେଉ ବାସ୍ତବ,ତଥାପି

ଆଖି ମୁଦି ଦେଖିବାକୁ ଇଚ୍ଛା ହୁଏ,

ଅଭୁଲା ସେ ପ୍ରେମ,

ପ୍ରେମ କରି ସ୍ୱପ୍ନଦେଖି

ଇଛାକୁ ପୂରଣକରିହୁଏ,

ଆତ୍ମା ଶାନ୍ତି ଲଭେ।ଗୋଲାପ ର କଣ୍ଟାରେ କ୍ଷତବିକ୍ଷତ ହେଲେ ମଧ୍ୟ

ଭାରି ଭଲଲାଗେ ଗୋଲାପ କୁ ଧରିବାକୁ,ଛୁଇଁବାକୁ,ଆଉ ମଧୁର

ଚୁମ୍ବନ ଦେବାକୁ।


ପ୍ରେମ ଏକ ମିଛ ମରୀଚିକା;

ପୁଣି ପ୍ରେମ, ବଞ୍ଚିବାର ରାହା,

ପ୍ରେମଜୀବନ ସଉଦାର ଶେଷସମ୍ବଳ,

ସରିଯାଏ ସକାଳ, ପାହିଯାଏ ରାତି,

ସ୍ଵପ୍ନସବୁ ଏଠି କବର ପାଇଯାଏ,

ତଥାପି ବଞ୍ଚିବାର ନୂତନ ଦିଗଥାଏ।


🌹🌹🌹🌹🌹🌹🌹 ପ୍ରଣତି ମହାପାତ୍ର

ବାଲେଶ୍ଵର।🌹🌹


Rate this content
Log in

Similar oriya poem from Romance