ଭୋକ
ଭୋକ
ଭୋକର ମହତ ପଚାରିବ ଯଦି
କହିବ ଜଣେ ଯେ ଦୁଃଖି
କେତେ ହନ୍ତ ସନ୍ତ ଭୋକର ଜ୍ବାଳାରେ
ହୃଦରେ କଷଣ ମାଖି
ପେଟ ପାଇଁ ନାଟ ଏ ମାୟା ସଂସାରେ
ଭୋକ ମେଣ୍ଟାଇବା ପାଇଁ
ଅଳପେ ସନ୍ତୁଷ୍ଟ ନୁହେଁ ଏ ମଣିଷ
କୁକର୍ମ କରନ୍ତି ସେହି
କିଏ କରେ ଏଠି ଦେହର ସଉଦା
କିଏ କରେ ହତ୍ଯା କାଣ୍ତ
ସ୍ୱାର୍ଥେ ଅନ୍ଧହୋଇ ଭୋଗୁଛନ୍ତି କେତେ
ଭୋକର ତାଣ୍ଡବ ଦଣ୍ତ
ଆପଣା ସ୍ବାର୍ଥକୁ ମନରେ ଯେ ଗୁନ୍ଥି
ଭୁଲଯାନ୍ତି ଭାଇଚାରା
ଭୋକର ଜ୍ବାଳାରେ ପ୍ରଭାହିତ ଜୀବ
ରହିଚି ରହିବ ଧାରା