Audio

Forum

Read

Contests

Language


Write

Sign in
Wohoo!,
Dear user,
ଗଭୀରତା ଚାହେଁନା
ଗଭୀରତା ଚାହେଁନା
★★★★★

© Ajaya Mahala

Romance

1 Minutes   6.5K    2


Content Ranking

ଗଭୀରତା ଚାହେଁନା ମୁଁ ପ୍ରେମରେ

ମନରେ କାହିଁକି

ଛନକା ପଶିଯାଏ

ଏ ଗଭୀରତାକୁ ନେଇ ||


ଯେମିତି ଅସହାୟ

ହୋଇଯାଏ ମଣିଷ

କୂଅଟିଏ ପାଖରେ

ଯେତେବେଳେ କିଏ

ଟାଣିନିଏ ସବୁ ସମ୍ବଳ

ଯାହା ଧରିବାକୁ ଥିଲା

ହାତପାହାନ୍ତାରେ

ଏବେ ବୁଝି ହେଉଛି

ମଣିଷ ବେଶ ଭଲରେ

ଜିଇ ପାରିବ

ପ୍ରେମର ଅଗଭୀର ସମୁଦ୍ରରେ ||


ଯେଉଁଠି ଆଣ୍ଠୁଏ ପାଣିରେ

ଚାଲି ଯାଇ ହେଉଥିବ

ଅନେକ ଭିତରକୁ

କିମ୍ବା ବହି ଯାଉଥିବା ଝରଣା ପରି ପ୍ରେମରେ

ଯେଉଁଠି ଜୀବନର ସଂଗୀତ

ସକାଳ ସଞ୍ଜ ଶୁଭୁଥିବ

ଛଳ ଛଳ ଚୁବୁରୁ ଚୁବୁରୁ ପାଣିରେ ||

ଗଭୀରତା ଚାହେଁନା ପ୍ରେମ ମଣିଷ

Rate the content


Originality
Flow
Language
Cover design

Comments

Post


Some text some message..