ଭଜି ଭଜି ତୋର ନାମ
ଭଜି ଭଜି ତୋର ନାମ
ଭଜି ଭଜି ତୋର ନାମ
କି ଲାଭ ପାଇଲି ଶ୍ୟାମ
ଦୁଃଖ ଦରିଆରେ ଭାସେ
ବୁଦ୍ଧି ମୋର ହୁଏ ବାମ।
ନୀଳାଚଳେ ବସିଅଛୁ
କେତେ ଲୀଳା ଭିଆଉଛୁ
ଦୁଃଖି ଜନେ ଆଶା ଦେଇ
ବଡ଼ ଦାଣ୍ଡେ ଭଣ୍ଡାଉଛୁ
ଚକାଚକା ନୟନରେ
ଦେଖିଯା ତୁ ଆସି ଥରେ
ଭକତ ଜନ ତୋ ଲଭେ
ଜୀବନେ, କାହିଁ କଷଣ।
କିଏ କହେ ନାହିଁ ପାଦ
ଚତୁର୍ଦ୍ଧାମେ ଆତଯାତ
ହସ୍ତ ନାହିଁ କହୁ ପୁଣି
ରାକ୍ଷସ କରିଛୁ ବଧ
ରଙ୍ଗ ଅଧରରେ ହସ
ଅଟେକି ଛଳନା ଗାଁର
ଦୟା କର ଇଛାମୟ
ତୋ ପାଦେ ଗଲି ଶରଣ।
