Audio

Forum

Read

Contests

Language


Write

Sign in
Wohoo!,
Dear user,
ଶୀତ
ଶୀତ
★★★★★

© gouranga charan beura

Fantasy Others

1 Minutes   6.5K    4


Content Ranking

 ତରୁଣ ଶୀତ ପକାଇ ପାଦ

         ଆସେ ଧରଣୀ ବକ୍ଷେ

ହସେ ଧରଣୀ ହସେ ପରଜା

         ଆନନ୍ଦ ଅଭିଳାଶେ ॥

ସୋରିଷ ଫୁଲେ ସୁନେଲି କ୍ଷେତ

          ଦିଶଇ ମନୋହରା

ଗେଣ୍ତୁ ସେବତୀ ଗୋଲାପ ଫୁଲେ

           ମଣ୍ତନେ ବସୁନ୍ଧରା ॥

କୃଷକ ଭାଈ କାଟଇ ଶସ୍ୟ

           ଆନନ୍ଦେ ଗୀତ ଗାଇ

ଘର ଘରଣୀ ଘର ସଜାଇ 

            ଗୃହେ ଲକ୍ଷ୍ମୀ ଆଣଇ ॥

ଶାକ ପରିବା ଫଳମୂଳରେ

            ସୁନ୍ଦର ଦିଶେ ମହୀ

ସ୍ୱାଗତ ଦେଇ ନୂଆ ସାଲକୁ

            ଭାଗ୍ୟଚକ୍ର ଲେଖଇ ॥

ଶୀତ ସକାଳେ ବାସି ପଖାଳ

            ତା ସହ ବାସି କାଂଜି

ବଡି ଚୁରାରେ ରାଜ ଯୋଟକ

             ଶୀତୁଆ ବଣ ଭୋଜି  ॥ 

ଶୀତ ପଣତେ ଅଳସ ରବି

             ଲୁଚି କିରଣ ଦିଏ

ଗାଁ ଦାଣ୍ତରେ ଶୀତୁଆ ଶୋଭା

              ନିଆଁପୁଆଁରେ ଥାଏ ॥

ଝରଣା ବହେ ରହି ରହିକା

             ବଣ ପାହାଡ ଦେଶେ

କର ପଲ୍ଲବେ ନୀହାର ଶୋଭା

              ଧରଣୀ ପରକାଶେ ॥

  ----------------------------

ଗୈାରାଂଗ ଚରଣ ବେଉରା

ଶିକ୍ଷକ.

ଶୀତ ସୋରିଷ ମହୀ

Rate the content


Originality
Flow
Language
Cover design

Comments

Post


Some text some message..