Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Abstract

5.0  

Dr.Sashi Bhushan Mohapatra

Abstract

ଫନି

ଫନି

1 min
133


ଗତ କାଲି ଫନି

ଭାରି ଭୟଙ୍କର ଥିଲା

ସମୁଦ୍ରରୁ ସହସ୍ର ଫଣା ଟେକି

ଭୁଭାଗ କୁ ମାଡି ଆସିଥିଲା

ବର୍ଷାର ଛିଟା ଛିଟିକିଲା ପରି

ତା' ଆଁରୁ ସଁ, ସଁ ଶବ୍ଦ ସହ

ପିଚିକାରୀ ପରି

ଯେମିତି ହଳାହଳ ବିଷ

ନିର୍ଗତ ହେଉଥିଲା |


ସମସ୍ତେ ଅଶା କରିଥିଲେ

ସମୁଦ୍ରରୁ ଉଠି

ସମୁଦ୍ରରେ ଡୁବ ଦେବ|

ଗୋଖର ସର୍ପ ପରି

ଫଁ ଫଁ ଫୁତ୍କାର କରି

ବଳ ଗୋଟାଇ ଗୋଟାଇ

ପ୍ରଳୟର ପ୍ରତିଧ୍ୱନି ଖେଳାଇ

ଚୋଟ ଦେଇ ଦଂସିଲା

ସମସ୍ତଙ୍କୁ ଖୀନ ବିନ କରି |


ତା’ ଗରଳରେ ସୂର୍ଯ୍ୟ ଗଲା ବୁଡି

ଜହ୍ନ ଗଲା କଳ ପଡି

ସମୁଦ୍ର ଉଚ୍ହ୍ରୁଙ୍ଖଳ ହେଲା

ଢେଉ ଲଙ୍ଘିଲା ସମୁଦ୍ର କୂଳ

ପବନ କରିଲା ତାଣ୍ଡବ

ବର୍ଷା ବର୍ଷିଲା ଅବିଶ୍ରାନ୍ତ

ସେ ଖେଳିଲା ତା' ସର୍ପ ଖେଳ |

ସୁ ସୁ ପବନ କୁ ,ଘୁ ଘୁ ଶବ୍ଦ

ସବୁ ହେଲେ ଏକାକାର

ଶକ୍ତି ସଂଚୟ କରି,

ସଭିଏଁ ଉଜାଡିଲେ ଜୀବନ |


ଉପୁଡି ପଡିଛି ମହାଦ୍ରୁମ

ଭିତ୍ତି ଭୂମି ଧୂଳିସାତ

ବିଦ୍ୟୁତ ସେବା ସାତ ସ୍ବପ୍ନ

ଜୀବନ କ୍ଲାନ୍ତ ,ଅବସନ୍ନ

ଶୁଭୁ ନାହିଁ ପକ୍ଷୀର କୁଜନ

ଚଢେଇ ନୀଡ଼ ହରା

ଦେହରୁ ଝରୁଛି ରକ୍ତ ଧାରା |

ବେହାଲ ପବନରେ

ଗଛ ସବୁ ଚୁଟି ହରା,

ଝଡି ପଡିଛି ଗଛରୁ

ଡାଳ,ପତ୍ର ,ଫଳ, ଫୁଲ

କେଉଁଠୁ ଖୋଜିବା ପ୍ରିୟା ପାଇଁ

ଗୋଲାପ ପାଖୁଡା

ଆଉ ଠାକୁରଙ୍କ ପାଇଁ ପୂଜା ଫୁଲ |


ଫନି ବିଷର ଜ୍ୱାଳାରେ

ସବୁ ଜଳିଯାଇଛି

ଯେମିତି ଜଳିଥାଏ ଜଙ୍ଗଲ

ସେମିତି ଯଲିଛି ମନ;

କୋଇଲିର ବି କୁହୁତାନ |

ଚାରିଆଡେ ଗଦା ଗଦା ଆବର୍ଜନା

କୁଢ଼ କୁଢ଼ ପ୍ରାଣୀଙ୍କ ଶବ|


ଉଜୁଡ଼ିଯାଇଛି ଶ୍ରୀକ୍ଷେତ୍ର

ଉଜୁଡ଼ିଛି ଟୁଇନ ସିଟି

ଉଜୁଡ଼ିଯାଇଛି ଭାତ ହାଣ୍ଡି

ଓଡ଼ିଶାର ଅର୍ଦ୍ଧାଧିକ |

କାଲିର ଏ ଦୁର୍ଘଟଣା

ଆଜି ବି ଝରାଉଛି ଆଖିରୁ ଲୁହ |

ମୃତ୍ୟୁ ଯେମିତି ଅକସ୍ମାତ

ଛିଡାହୋଇଥିଲା ଘର ଆଗରେ

ଲୋକେ ଅଟକିଥିଲେ

ଘରର କବାଟ ଭିତରେ

ତ୍ରାହି ତ୍ରାହି ଡାକୁଥିଲେ

ହେ କୃଷ୍ଣ, ହେ ମାଧବ

କାଳିଆ ଦଳନ ପରି

ଫନିକୁ କର ଦଳନ

ନହେଲେ ଆଶ୍ରୟ ଦେବାକୁ

ନେଇଯାଅ ବୈକୁଣ୍ଠ ଧାମ |

******************




Rate this content
Log in

Similar oriya poem from Abstract