ଶୁଭ ଅପରାହ୍ନ ଅଭିନନ୍ଦନ
ଶୁଭ ଅପରାହ୍ନ ଅଭିନନ୍ଦନ
ବାରଣ କରନି ତୋରଣ ଦୁଆରେ
ତୁମ ନାଁ ଲେଖିବାକୁ
ତୁମ ଚିତ୍ରପଟ୍ଟ ଥରଥର କରି
ମନଭରି ଦେଖିବାକୁ ,
ଆଜିର ଦିନକୁ କେବେ ଯଦି ସେଇ
କାଲିଟା ଚୋରାଇ ନିଏ
ଅତୃପ୍ତ ଆତ୍ମାଟା ଘୁରିବୁଲୁଥିବ
ମୁକ୍ତି ନପାଇବା ଯାଏଁ ,
ଆଗୋ ତନ୍ଦ୍ରାଳସୀ ଚାରୁଚନ୍ଦ୍ରହାସି
ଚନ୍ଦ୍ରାନନୀ ନିରୁପମା
ଚିତ୍ତ,ବିତ୍ତ ହରା ନିଃସ୍ଵ ପଥିକ ମୁଁ
ଭୁଲ ଥିଲେ ଦେବ କ୍ଷମା ||...
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ